ମୁମ୍ବାଇ: ଦେଶର ଜଣାଶୁଣା ସେଲିବ୍ରିଟି ଯୋଡ଼ି, କ୍ରିକେଟ୍ ରନ୍ ମେସିନ୍ ତଥା ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ୍ କୋହଲି ଏବଂ ପତ୍ନୀ ତଥା ବଲିଉଡ୍ ଟପ୍ ଷ୍ଟାର୍ ଅନୁଷ୍କା ଶର୍ମା ('ବିରୁଷ୍କା') ନିଜ ବିବାହ ପରର ପ୍ରଥମ 'କର୍ୱା ଚୌଥ୍' ପାଳନ କରିଛନ୍ତି। ଗତବର୍ଷ (୨୦୧୭) ବିବାହ କରିଥିବା ଏହି ସେଲିବ୍ରିଟି କପଲ୍ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ନେ ସେମାନଙ୍କ ବୈବାହିକ ଜୀବନର ଏହି ପ୍ରଥମ 'କର୍ୱା ଚୌଥ୍' ପାଳିବା ପାଇଁ ଏକାଠି ହୋଇଥିଲେ।
ଅନୁଷ୍କା ଏହାର ଫଟୋ ସୋଶାଲ୍ ମିଡିଆରେ ଶେୟାର୍ କରିଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଅନୁଷ୍କା ନିଜ ପୋଷ୍ଟ୍ରେ ପତିଦେବ କୋହଲିଙ୍କୁ ନିଜ ଚନ୍ଦ୍ର, ସୂର୍ଯ୍ୟ ଓ ତାରା ବୋଲି ଉଲ୍ଲେଖ କରିବା ସହଲ ସମସ୍ତଙ୍କ 'କର୍ୱା ଚୌଥ୍'ର ଶୁଭକାମନା ଜଣାଇଛନ୍ତି।
My moon , my sun , my star , my everything ?
Happy karva chauth to all ?? pic.twitter.com/7saMNS6jdy— Anushka Sharma (@AnushkaSharma) October 27, 2018
ସେହିପରି ବିଟାଟ୍ ମଧ୍ୟ ଏହାର ପ୍ରତ୍ୟୁତ୍ତରରେ ନିଜ ପୋଷ୍ଟ୍ରେ ଅନୁଷ୍କାଙ୍କୁ ନିଜ ଜୀବନ ଓ ନିଜ ପୃଥିବୀ ବୋଲି କହିଛନ୍ତି।
My life. My universe. ❤❤ Karvachauth ❤? @AnushkaSharma pic.twitter.com/a2v18dh8rH
— Virat Kohli (@imVkohli) October 27, 2018
ସୋଶାଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଫଟୋରେ ବିରାଟ୍ କଳା କୁର୍ତ୍ତା ଓ ଧଳା ପାଇଜାମା ଏବଂ ଅନୁଷ୍କାକୁ ହଳଦିଆ ଶାଢ଼ୀରେ ଦେଖିବାକୁ ମିଳିଛି। ।