‘ଦ କପିଲ ଶର୍ମା ଶୋ’ର ଦ୍ୱିତୀୟ ଭାଗ ସୁଟିଂ ଆରମ୍ଭକୁ ନେଇ ଅନିଶ୍ଚିତତା

ମୁମ୍ବାଇ: ଏପ୍ରିଲ ୨ରେ ସୁଟିଂ ହେବ ‘ଦ କପିଲ ଶର୍ମାଙ୍କ ଶୋ’ର ଦ୍ୱିତୀୟ ଭାଗ। କିନ୍ତୁ ଏହି ଶୋ’କୁ  ସୁନୀଲ ଗ୍ରୋଭର, ଅଲ୍ଲୀ ଅସଗର ଓ ଚନ୍ଦନ ପ୍ରଭାକରଙ୍କ ଆସିବା ନେଇ ଅନିଶ୍ଚିତତା ଲାଗି ରହିଛି। ସୁନୀଲଙ୍କ ସହ ଝଗଡ଼ା ପରେ ‘ଦ କପିଲ ଶର୍ମା ଶୋ’ର ଭବିଷ୍ୟତ ଜଟିଳ ହେବାରେ ଲାଗିଛି। କମେଡି ନାଇଟ୍‌ ଉଇଥ୍‌ କପିଲ୍‌ରୁ ରାତାରାତି ଷ୍ଟାର ପାଲଟି ଯାଇଥିବା କପିଲ ଅଷ୍ଟ୍ରେଲିଆରେ ଏକ ଶୋ’ ସାରି ଫେରିବା ବେଳେ ବିମାନରେ ସୁନୀଲ […]

kapil

kapil

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 09:35 AM IST

ମୁମ୍ବାଇ: ଏପ୍ରିଲ ୨ରେ ସୁଟିଂ ହେବ ‘ଦ କପିଲ ଶର୍ମାଙ୍କ ଶୋ’ର ଦ୍ୱିତୀୟ ଭାଗ। କିନ୍ତୁ ଏହି ଶୋ’କୁ  ସୁନୀଲ ଗ୍ରୋଭର, ଅଲ୍ଲୀ ଅସଗର ଓ ଚନ୍ଦନ ପ୍ରଭାକରଙ୍କ ଆସିବା ନେଇ ଅନିଶ୍ଚିତତା ଲାଗି ରହିଛି। ସୁନୀଲଙ୍କ ସହ ଝଗଡ଼ା ପରେ ‘ଦ କପିଲ ଶର୍ମା ଶୋ’ର ଭବିଷ୍ୟତ ଜଟିଳ ହେବାରେ ଲାଗିଛି।

କମେଡି ନାଇଟ୍‌ ଉଇଥ୍‌ କପିଲ୍‌ରୁ ରାତାରାତି ଷ୍ଟାର ପାଲଟି ଯାଇଥିବା କପିଲ ଅଷ୍ଟ୍ରେଲିଆରେ ଏକ ଶୋ’ ସାରି ଫେରିବା ବେଳେ ବିମାନରେ ସୁନୀଲ ଗ୍ରୋଭରଙ୍କ ସହ ଝଗଡ଼ା କରିଥିଲେ। ସେତିକି ନୁହେଁ ସେ ସୁନୀଲଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଏହାସହ ଚନ୍ଦନଙ୍କ ସହିତ ମଧ୍ୟ ଗଣ୍ଡଗୋଳ କରିଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos