କେବିସିରେ ଆମିର ଖାନ୍‌ଙ୍କ ଅଜବ ପ୍ରଶ୍ନ ଶୁଣି ବିଗ୍‌ବି ଝାଳନାଳ

ମୁମ୍ବାଇ:ଛୋଟ ପରଦାରେ ସବୁଠୁ ଲୋକପ୍ରିୟ ଶୋ’ ହେଉଛି କୌନ୍‌ ବନେଗା କରୋଡ଼ପତି ବା କେବିସି। ଯେଉଁଥିରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ହେଉଛନ୍ତି ମୁଖ୍ୟ ଆକର୍ଷଣ। କାହାକୁ ଲକ୍ଷ୍ୟପତି ଏବଂ କୋଟିପତି କରିଦେଉଥିବା ଏହି କାର୍ଯ୍ୟକ୍ରମର କ୍ରେଜ୍‌ ବିଦେଶରେ ମଧ୍ୟ ରହିଛି। ହେଲେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରି ମୁସକିଲ୍‌ରେ ପକାଇ ଦେଉଥିବା ବିଗ୍‌ବି ଅମିତାଭ୍‌ଙ୍କ ଅକଲଗୁଡ଼ମ କରିଦେଇଥିଲେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌। ଆମିର ଖାନ୍‌ଙ୍କ ରୋଚକ ପ୍ରଶ୍ନ ଅମିତାଭ୍‌ଙ୍କ ଅକଲଗୁଡ଼ୁମ ହୋଇଯାଇଥିଲା। ଆଉ ପ୍ରଶ୍ନର […]

b-99

b-99

Tapas Behera
  • Published: Monday, 29 October 2018
  • Updated: 29 October 2018, 10:40 PM IST

Sports

Latest News

ମୁମ୍ବାଇ:ଛୋଟ ପରଦାରେ ସବୁଠୁ ଲୋକପ୍ରିୟ ଶୋ’ ହେଉଛି କୌନ୍‌ ବନେଗା କରୋଡ଼ପତି ବା କେବିସି। ଯେଉଁଥିରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ହେଉଛନ୍ତି ମୁଖ୍ୟ ଆକର୍ଷଣ। କାହାକୁ ଲକ୍ଷ୍ୟପତି ଏବଂ କୋଟିପତି କରିଦେଉଥିବା ଏହି କାର୍ଯ୍ୟକ୍ରମର କ୍ରେଜ୍‌ ବିଦେଶରେ ମଧ୍ୟ ରହିଛି। ହେଲେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରି ମୁସକିଲ୍‌ରେ ପକାଇ ଦେଉଥିବା ବିଗ୍‌ବି ଅମିତାଭ୍‌ଙ୍କ ଅକଲଗୁଡ଼ମ କରିଦେଇଥିଲେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌। ଆମିର ଖାନ୍‌ଙ୍କ ରୋଚକ ପ୍ରଶ୍ନ ଅମିତାଭ୍‌ଙ୍କ ଅକଲଗୁଡ଼ୁମ ହୋଇଯାଇଥିଲା।

ଆଉ ପ୍ରଶ୍ନର ଉତ୍ତର ନରଖିପାରି ଅମିତାଭ ହଡ଼ବଡ଼ ହୋଇଯାଇଥିଲେ। ଶୁକ୍ରବାର ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କର୍ମ ବୀର ଏପିସୋଡ୍‌’ରେ ସ୍ୱତନ୍ତ୍ର ଅତିଥିଭାବେ ଆମିର୍ ଖାନକୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତାଭଙ୍କୁ କହିଥିଲେ ଆପଣ ସବୁବେଳେ କଠିନ୍‌ ପ୍ରଶ୍ନ କରନ୍ତି। ଆଜି ମୁଁ ଆପଣଙ୍କୁ ପ୍ରଶ୍ନ କରିବି। ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ। ଏହା ଶୁଣି ଅମିତାବ ପ୍ରଥମେ ଚମକି ପଡ଼ିଥିଲେ। ପରେ ପ୍ରଶ୍ନ ପଚରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହେଲା।

ଆମିର ପ୍ରଶ୍ନ କରିଥିଲେ ଆପଣ ଘରକୁ ବିଳମ୍ବରେ ଯିବାର କାରଣ କ’ଣ ହୋଇପାରେ?

ଏ-ଆପଣଙ୍କୁ ଘରକୁ ପ୍ରବେଶ କରିବାର ଅନୁମତି ମିଳେନି ?

ବି-ଜୟା ବଚ୍ଚନ କୁହନ୍ତି କି କ’ଣ ଏଇଟା ହେଉଛି ଆସିବା ସମୟ?

ସି-କ’ଣ ଘରକୁ ପ୍ରବେଶ ପାଇଁ ସୁରକ୍ଷା କର୍ମରୀଙ୍କୁ ପଟେଇବାକୁ ପଡ଼େ?

ଡି-ନା ଭୋକରେ ଶୋଇବାକୁ ପଡ଼େ?

ଏହି ପ୍ରଶ୍ନ ଶୁଣି ଅମିତାଭଙ୍କ ମୁହଁର ଭାବଭଙ୍ଗୀ ବଦଳି ଯାଇଥିଲା। ଏହି ପ୍ରଶ୍ନର ନିଜେ ଅମିତାଭ ଉତ୍ତର ଦେଇପାରି ନଥିଲେ। ତେବେ ଏହାର ଜବାବ ଆମିର ଖାନ୍‌ କ’ଣ ଦେଉନ୍ତି ତାହା ଆପଣଙ୍କୁ ଏହି ଏପିସୋଡ ଆସନ୍ତା ସପ୍ତାହରେ ଦେଖିବାକୁ ପଡ଼ିବ। କାରଣ ଏହାର ଏକ ପ୍ରମୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସବୁକିଛି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos