ନିର୍ଦ୍ଦେଶକଙ୍କ କାନ୍ଧରେ ଗୋଡ଼ ରଖିଲେ ଡିମ୍ପଲ, ଝିଅ କହିଲେ...

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍‌ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍‌ ହୋଇଛି, ଯେଉଁଥିରେ ବର୍ଷୀୟାନ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇରଫାନ ଖାନଙ୍କ ହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର  ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍‌’ର ଶୁଟିଂ […]

khannna

khannna

Niharika Rout
  • Published: Saturday, 06 July 2019
  • Updated: 06 July 2019, 04:07 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍‌ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍‌ ହୋଇଛି, ଯେଉଁଥିରେ ବର୍ଷୀୟାନ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଇରଫାନ ଖାନଙ୍କ ହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର  ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍‌’ର ଶୁଟିଂ ଆରମ୍ଭ ହୋଇସାରିଛି। ହୋମି ଅଦଜାନିଆଙ୍କ ନିର୍ଦ୍ଦେଶନାରେ ଫିଲ୍ମର ଶୁଟିଂ ଚାଲିଛି। ଏଥିରେ ଇରଫାନ ଖାନ, କରୀନା କପୁର ଖାନ, ରାଧିକା ମଦାନ ଓ ପଙ୍କଜ ତ୍ରିପାଠୀଙ୍କ ସହ ଡିମ୍ପଲ କପାଡ଼ିଆ ମଧ୍ୟ ଅଭିନୟ କରୁଛନ୍ତି।

https://www.instagram.com/p/BzgWMA9HvQf/?utm_source=ig_web_copy_link

ଡିମ୍ପଲ ବି ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଆଉ ଯେଉଁ ଫଟୋଟି ଆପଣ ଉପରେ ଦେଖୁଛନ୍ତି, ତାହା ଶୁଟିଂ ସମୟର। ଶୁଟିଂ ବେଳେ ଏହି ଫଟୋଟିକୁ ଉଠାଯାଇଛି। ଏହା ପରେ ହୋମି ଅଦଜାନିଆ ଏହାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଥିଲେ।

ହୋମି ଏହି ଫଟୋ ପୋଷ୍ଟ କରି ଦେଇଥିବା କମେଣ୍ଟ ବି ଚର୍ଚ୍ଚାର ବିଷୟ ପାଲଟିଛି। ସେ ଲେଖିଛନ୍ତି- ‘ତୁମକୁ  ଅପମାନିତ କରିବା ବିଷୟରେ ଯେତେବେଳେ ଜଣେ ଭାବେ’।  ସେ ଏହି ଫଟୋକୁ ଡିମ୍ପଲଙ୍କ ଝିଅ ଟ୍ୱିଙ୍କିଲ ଖନ୍ନାଙ୍କ ସହ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଆଉ ଟ୍ୱିଙ୍କିଲ ଏହାର ଏକ ମଜାଦାର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି-  ‘ତୁମେ ନିର୍ଯାତିତ ହେବାକୁ ପସନ୍ଦ କର’।

ମଲ୍ଟି ଷ୍ଟାରର ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବ। ଏବେ ଲଣ୍ଡନରେ ଏହାର ଶୁଟିଂ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos