ଚାରିଆଡେ ଏବେ ଚର୍ଚ୍ଚା ବାହୁବଳୀର। ବକ୍ସ ଅଫିସରେ ଧମାଲ ମଚାଇଥିବା ବାହୁବଳୀ ଦର୍ଶକଙ୍କ ମହଲରେ ବେଶ୍ ଆଦୃତ ହୋଇଛି। ବାହୁବଳୀକୁ ଜବରଦସ୍ତ ରେସପନ୍ସ ମିଳୁଥିବା ଦେଖି ଷ୍ଟାରକାଷ୍ଟଙ୍କ ଗୋଡ଼ ତେଳେ ଲାଗୁନାହିଁ। ଫିଲ୍ମରେ ଦେବସେନା ବାହୁବାଳୀର ନିଦ ଚୋରାଇ ନେଇଥିବା ବେଳେ ଅସଲ ଜୀବନରେ ବାହୁବଳୀ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ପ୍ରଭାସଙ୍କ ନିଦ ଚୋରି ହୋଇଛି।
ଫିଲ୍ମ ରିଲିଜ ହେବାର ୪୮ ଘଣ୍ଟା ପଯ୍ୟନ୍ତ ଅନିଦ୍ରା ଥିଲେ ପ୍ରଭାସ। କାରଣ ଜାଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରଭାସ ୪୮ ଘଣ୍ଟା ନ ଶୋଇବାର ମୁଖ୍ୟ କାରଣ ଥିଲା ତାଙ୍କ ଫେ।ନ। ଫିଲ୍ମରେ ପ୍ରଭାସଙ୍କ ଅଭିନୟ ଦେଖି ତାଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ଏମିତି ଦୀର୍ଘ ୪୮ ଘଣ୍ଟା ସେ ଫେ।ନରେ କଥା ହୋଇ ବିତାଇ ଥିଲେ। ବାହୁବଳୀ ଫିଲ୍ମ ପାଇଁ ସେ ଅନ୍ୟ କୌଣସି ବି ଫିଲ୍ମ ସାଇନ କରି ନଥିଲେ। ଦୀର୍ଘ ୪ ବର୍ଷ ଧରି ସେ ବାହୁବଳୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ଏପରିକି ନିଜ ପରିବାରକୁ ମଧ୍ୟ ଠିକ୍ ସେ ସମୟ ଦେଇ ପାରିନଥିଲେ ଏହି ସମୟ ଭିତରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।