ହନିମୁନ୍‌ ଅଧାରୁ ପଳାଇ ଆସିଥିଲେ ଏହି ଅଭିନେତା, ଜାଣନ୍ତି କାହିଁକି ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ପତ୍ନୀ କାଜୋଲଙ୍କ ସହ ହନିମୁନ୍‌ରେ ଯାଇଥିଲେ। ହେଲେ ଜାଣିଛନ୍ତି ଏହି ରୋମାଣ୍ଟିକ୍‌ ହନିମୁନ୍‌କୁ ତାଙ୍କୁ ଅଧାରୁ ଛାଡି ଚାଲି ଆସିବାକୁ ପଡିଥିଲା। କାରଣ ଶୁଣି ଆପଣ ମୁଣ୍ଡରେ ହାତ ଦେବେ। ଆଉ ବଲିଉଡ୍‌ର ରଙ୍ଗୀନ୍‌ ଦୁନିଆକୁ ହାଏ ବୋଲି କହିବେ ନିଶ୍ଚିତ। ଅଜୟ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ରେଡ୍‌’ର ପ୍ରମୋସନରେ ବ୍ୟସ୍ତ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜର ରିଲ୍‌ ଓ ରିୟଲ୍‌ ଲାଇଫ୍‌ ବିଷୟରେ ଅନେକ […]

ajay

ajay

Rakesh Mallick
  • Published: Friday, 09 March 2018
  • Updated: 09 March 2018, 08:11 PM IST

Sports

Latest News

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ପତ୍ନୀ କାଜୋଲଙ୍କ ସହ ହନିମୁନ୍‌ରେ ଯାଇଥିଲେ। ହେଲେ ଜାଣିଛନ୍ତି ଏହି ରୋମାଣ୍ଟିକ୍‌ ହନିମୁନ୍‌କୁ ତାଙ୍କୁ ଅଧାରୁ ଛାଡି ଚାଲି ଆସିବାକୁ ପଡିଥିଲା। କାରଣ ଶୁଣି ଆପଣ ମୁଣ୍ଡରେ ହାତ ଦେବେ। ଆଉ ବଲିଉଡ୍‌ର ରଙ୍ଗୀନ୍‌ ଦୁନିଆକୁ ହାଏ ବୋଲି କହିବେ ନିଶ୍ଚିତ।

ଅଜୟ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ରେଡ୍‌’ର ପ୍ରମୋସନରେ ବ୍ୟସ୍ତ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜର ରିଲ୍‌ ଓ ରିୟଲ୍‌ ଲାଇଫ୍‌ ବିଷୟରେ ଅନେକ କଥା କହିଛନ୍ତି। ସେ ସବୁବେଳେ ଫିଲ୍ମକୁ ନେଇ ଚିନ୍ତିତ ଥା’ନ୍ତି। ଆଉ ଫିଲ୍ମ ଦୁନିଆକୁ ଛାଡ଼ି ଅଧିକ ସମୟ ରହିପାରନ୍ତି ନାହିଁ। ଏହି କାରଣରୁ ସେ ନିଜ ହନିମୁନ୍‌କୁ ବି ଛାଡି ପଳାଇ ଆସିଥିଲେ ବୋଲି କହିଛନ୍ତି।

ଅଜୟ କହିଛନ୍ତି, ‘ମୁଁ ଅଧ ଘଣ୍ଟାରେ ବିବାହ କାର୍ଯ୍ୟ ସାରିଥିଲି। ବାହାଘର ମୋ ଘର ଛାତ ଉପରେ ହିଁ ହୋଇଥିଲା। ହନିମୁନ୍‌ ପାଇଁ କାଜୋଲ୍‌ ଓ ମୁଁ ୨ମାସ ଛୁଟି ନେଇଥିଲୁ। ବିଶ୍ୱ ବୁଲିବାକୁ ଯାଇଥିଲୁ। କିନ୍ତୁ ଗୋଟିଏ ମାସରେ  ଫେରିଆସିଲୁ। ୨ମାସର ଛୁଟି ବହୁତ୍ ଲମ୍ୱା ମନେ ହେଲା ଆଉ ମନେପଡିଲା ଫିଲ୍ମ ଦୁନିଆର କଥା, ନିଜ କାମର କଥା। ବାସ୍‌ ସେଇଠି ଅଧାରେ ରହିଗଲା ଆମ ହନିମୁନ୍‌।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos