କାହିଁକି ଗ୍ରୀନ୍‌ କଲରର ସ୍କଟ ପିନ୍ଧିଲେ ରଣବୀର ?

ମୁମ୍ବାଇ: ଗତକାଲି ପୂରା ଦୁନିଆରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ ଫ୍ୟାନ୍‌ମାନଙ୍କୁ ମେସେଜ୍‌ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଅଭିନେତା ରଣବୀର ସିଂହ ଭିନ୍ନ ଢଙ୍ଗରେ ପାଳିଛନ୍ତି ଏହି ଦିବସ। ଜାଣିଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ନିଜ ବେଶ, ପରିପାଟି ବଦଳାଇ ଦେଇଥିଲେ, ଆଉ ପିନ୍ଧିଥିଲେ ଲେଡିଜ୍‌ ସ୍କଟ। ଆପଣ ଭାବୁଥିବେ ଆମେ […]

ranveer-singh

ranveer-singh

Rakesh Mallick
  • Published: Friday, 09 March 2018
  • Updated: 09 March 2018, 03:23 PM IST

Sports

Latest News

ମୁମ୍ବାଇ: ଗତକାଲି ପୂରା ଦୁନିଆରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ ଫ୍ୟାନ୍‌ମାନଙ୍କୁ ମେସେଜ୍‌ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଅଭିନେତା ରଣବୀର ସିଂହ ଭିନ୍ନ ଢଙ୍ଗରେ ପାଳିଛନ୍ତି ଏହି ଦିବସ। ଜାଣିଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା ମହିଳାଙ୍କୁ ସମ୍ମାନ ଦେବାକୁ ଯାଇ ନିଜ ବେଶ, ପରିପାଟି ବଦଳାଇ ଦେଇଥିଲେ, ଆଉ ପିନ୍ଧିଥିଲେ ଲେଡିଜ୍‌ ସ୍କଟ। ଆପଣ ଭାବୁଥିବେ ଆମେ ମିଛ କହୁଛୁ। ଅବଶ୍ୟ ଆମେ ଏ କଥା କହୁନୁ, କହିଛନ୍ତି ପ୍ରିୟଙ୍କା।  ପ୍ରିୟଙ୍କା ଚୋପ୍ରାଙ୍କ ସହ ରଣବୀରଙ୍କ ଏକ ଭିଡ଼ିଓ କଲ ଏବେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ପ୍ରିୟଙ୍କା ରଣବୀରଙ୍କୁ ମହିଳା ଦିବସରେ କ’ଣ ପିନ୍ଧିଥିବାର ପଚାରିଥିଲେ। ରଣବୀର ଉତ୍ତରରେ କହିଥିଲେ ସେ ଗ୍ରୀନ୍‌ କଲର ସ୍କଟ ପିନ୍ଧିଛନ୍ତି। ପ୍ରିୟଙ୍କା ଏହାର କାରଣ ପଚାରିବାରୁ ରଣବୀର କହିଥିଲେ ଯେ, କିଛି ଦିନ ପୂର୍ବରୁ ନିଜ ଅପକମିଂ ଫିଲ୍ମର ସୁଟିଂ ସେଟ୍‌ର ଫିଲ୍ମ ‘ଗଲି ବୟ’ର  ନିର୍ଦ୍ଦେଶକ କହିଥିଲେ, ‘‘ମହିଳା ଦିବସ ଅବସରରେ ମୁଁ ଚାହୁଁଛି ଫିଲ୍ମ ସେଟ୍‌ରେ ସମସ୍ତେ ସ୍କଟ ପିନ୍ଧନ୍ତୁ।’’ ତାଙ୍କ କଥା ଅନୁଯାୟୀ ରଣବୀର ଏକ ଗ୍ରୀନ୍‌ କଲର ସ୍କଟ ପିନ୍ଧି ମହିଳା ଦିବସ ପାଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos