ଆସୁଛି ନୂଆ ଧାରାବାହିକ ‘ରାଧାକୃଷ୍ଣ’

ମୁମ୍ବାଇ:  ଏବେ ବିଭିନ୍ନ  ଟେଲିଭିଜନ୍‌ ଚ୍ୟାନେଲ୍‌ରେ ଅନେକ ପୌରାଣିକ ଧାରାବାହିକ ପ୍ରସାରିତ ହେଉଛି। ଏହି ତାଲିକାରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ସାମିଲ ହେବ ଆଉ ଏକ ଧାରାବାହିକ। ଏହାର ନାଁ ‘ରାଧାକୃଷ୍ଣ’।

‘ଷ୍ଟାର୍‌ ଭାରତ’ରେ ରାତି ୯ଟାରୁ ପ୍ରସାରିତ ହେବ। ସ୍ୱସ୍ତିକ୍‌ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି।

ଏଥିରେ କୃଷ୍ଣଙ୍କ ଭୂମିକାରେ ଅଛନ୍ତି ସୁମେଧ୍‌ ମୁଦ୍‌ଗଲ୍‌କର୍‌ ଓ ରାଧା ଭୂମିକାରେ ଅଭିନୟ କରୁଛନ୍ତି ମଲ୍ଲିକା ସିଂହ।

ପଲିଟିକାଲ୍‌ ଡ୍ରାମା ‘ସାମ୍‌ ଦାମ୍‌ ଦଣ୍ଡ ଭେଦ୍‌’ ବଦଳରେ ଏହି ନୂଆ ଧାରାବାହିକ ପ୍ରସାରିତ ହେବ। ଏବେ ଏହାର ପ୍ରମୋ ପ୍ରସାରିତ ହେଉଛି। ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିଛି।