ଛାତ୍ରଙ୍କୁ ଉସକାଉଥିଲେ, ଶେଷରେ ବନ୍ଧା ହେଲେ ହିନ୍ଦୁସ୍ତାନୀ ଭାଉ

ମୁମ୍ବାଇ: ବନ୍ଧା ହେଲେ ୟୁ-ଟ୍ୟୁବର ତଥା ବିଗ୍‌ ବସ୍‌ ଫେମ୍‌ ବିକାଶ ଫଟାକ । ବିକାଶ ଘରେ ଘରେ ହିନ୍ଦୁସ୍ତାନୀ ଭାଉ ନାମରେ ମଧ୍ୟ ପରିଚିତ । ଅଫ୍‌ଲାଇନ୍‌ ନୁହେଁ ବରଂ ଅନଲାଇନ୍‌ରେ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଯାଉ ବୋଲି ସେ ଏକ ଭିଡିଓରେ ଉସକାଇବା ପରି ମନ୍ତବ୍ୟ ଦେବା ପରେ ବନ୍ଧା ହୋଇଛନ୍ତି। ତାଙ୍କ ଭିଡିଓ ଦେଖି ପିଲାମାନେ ରାସ୍ତାକୁ ଓହ୍ଲାଇବା ପରେ ଏନେଇ ମାମଲା ରୁଜୁ କରି ବିକାଶ ଫଟକାଙ୍କୁ ବାନ୍ଧିଛି ମୁମ୍ବାଇ […]

hindustani-bhau

Niharika Rout
  • Published: Tuesday, 01 February 2022
  • , Updated: 01 February 2022, 11:45 AM IST

ମୁମ୍ବାଇ: ବନ୍ଧା ହେଲେ ୟୁ-ଟ୍ୟୁବର ତଥା ବିଗ୍‌ ବସ୍‌ ଫେମ୍‌ ବିକାଶ ଫଟାକ । ବିକାଶ ଘରେ ଘରେ ହିନ୍ଦୁସ୍ତାନୀ ଭାଉ ନାମରେ ମଧ୍ୟ ପରିଚିତ । ଅଫ୍‌ଲାଇନ୍‌ ନୁହେଁ ବରଂ ଅନଲାଇନ୍‌ରେ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଯାଉ ବୋଲି ସେ ଏକ ଭିଡିଓରେ ଉସକାଇବା ପରି ମନ୍ତବ୍ୟ ଦେବା ପରେ ବନ୍ଧା ହୋଇଛନ୍ତି। ତାଙ୍କ ଭିଡିଓ ଦେଖି ପିଲାମାନେ ରାସ୍ତାକୁ ଓହ୍ଲାଇବା ପରେ ଏନେଇ ମାମଲା ରୁଜୁ କରି ବିକାଶ ଫଟକାଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍‌।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ  ଦଶମ ଓ ଦ୍ୱାଦଶ ପରିକ୍ଷା ଅଫ୍‌ଲାଇନ୍‌ ନୁହେଁ, ଅନଲାଇନ୍‌ କରାଯିବ ବୋଲଇ କହିଛନ୍ତି ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ। ହେଲେ ପରୀକ୍ଷା ଅନଲାଇନ୍‌ରେ କରିବାକୁ ଦାବି କରି ନିଜ ଇନଷ୍ଟାରେ ଏକ ଭିଡିଓ ଅପଲୋଡ କରିଥିଲେ ହିନ୍ଦୁସ୍ତାନୀ ଭାଉ। ଏହି ଭିଡିଓରେ ସେ ଛାତ୍ରମାନଙ୍କୁ ଉସାଇଥିବା ଅଭିଯୋଗ ହୋଇଥିଲା ।

ଏହାପରେ ବହୁ ଛାତ୍ର ଗତ ସୋମବାର ମୁମ୍ବାଇର ଧାରାବୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ମହାମାରୀ ଯୋଗୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଅଫ୍‌ଲାଇନ୍‌ ନୁହେଁ, ଅନଲାଇନ୍‌ କରିବାକୁ ଏହି ଛାତ୍ରମାନେ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ,  ବିକାଶ ଓରଫ ହିନ୍ଦୁସ୍ଥାନୀ ଭାଉ  ଶିକ୍ଷାମନ୍ତ୍ରୀ ବର୍ଷା ଗାଏକୱାଡଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଛାତ୍ରମାନଙ୍କୁ ଉସକାଇଥିଲେ। ପୁଲିସ୍‌ ଘଟଣାର  ତଦନ୍ତ  ଆରମ୍ଭ କରିଛି। ଏବେ ବି ଛାତ୍ରମାନେ ନିଜ ଜିଦ୍‌ରେ ଅଟକ ଅଛନ୍ତି।

କେବଳ ମୁମ୍ବାଇ ନୁହେଁ, ଅଲାବା, ନାଗପୁର, ପୁଣେ, ଔରଙ୍ଗାବାଦରେ ବି ଛାତ୍ରମାନେ ଏହି ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବାକୁ ବହୁ ସ୍ଥାନରେ ପୁଲିସ୍‌ ଲାଠି ଚାର୍ଜ କରିବାକୁ ପଛାଇ ନାହିଁ।

ଆନ୍ଦୋଳନରତ ଛାତ୍ରଙ୍କ ଦାବିକୁ ଯୁକ୍ତିଯୁକ୍ତ ବୋଲି ବିଜେପି କହିଥିବା ବେଳେ ଲାଠିଚାର୍ଜ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିଛି। ଏପରିକି ଛାତ୍ରଙ୍କ ଦାବିକୁ ପୁଣି ଥରେ ବିଚାର କରିବାକୁ ବିଜେପି ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Related story