ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଆଉ ଲୁଚାଚୋରା ନୁହେଁ, ଏଣିକି ଖୁଲମଖୁଲା ଚାଲିବ ଇଲୁ ଇଲୁ। ଦୀର୍ଘ ବର୍ଷ ଧରି ସୋନାକ୍ଷୀ ନିଜ ଲଭ୍ ରିଲେସନ୍କୁ ଲୁଚାଇ ରଖିଥିବା ବେଳେ ତାହାକୁ ଖୁଲମଖୁଲା ପ୍ରକାଶ କରି ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ଜହିର ଇକବାଲ।
ଗତ ୨ ତାରିଖରେ ବଲିଉଡର ଭେଟରାନ ଆକ୍ଟର ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀଙ୍କ ବାର୍ଥଡେ ଥିଲା। ଏହି ଅବସରରେ ସୋନାକ୍ଷୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ବାର୍ଥଡେ ମେସେଜ ପଠାଇବାରେ ବୟଫ୍ରେଣ୍ଡ ଜହିର ଇକବାଲ ଟିକେ ପଛରେ ପଡ଼ି ଯାଇଥିଲେ । ମାତ୍ର ତାଙ୍କ ମେସେଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୋନାକ୍ଷୀଙ୍କ ପାଖକୁ ସ୍ପେଶାଲ ମେସେଜ ପଠାଇଥିବା ଜହିର ଲେଖିଥିଲେ, ହାପି ବାର୍ଥଡେ ସୋନଜ । ଆଇ ଲଭ ୟୁ ।
[caption id="attachment_739727" align="aligncenter" width="650"]
ସୋନାକ୍ଷୀଙ୍କୁ ଆଇ ଲଭ ୟୁ କହି ଜହିର ତାଙ୍କ ପ୍ରତି ନିଜ ଭଲ ପାଇବା ବ୍ୟକ୍ତ କରିବା ସହ ନିଜ ରିଲେସନ୍କୁ କନଫର୍ମ କରିଥିବା ଚର୍ଚ୍ଚା ହେଉଛି। ଜହିରଙ୍କ ଏହି ମେସେଜକୁ ଫ୍ୟାନ୍ସ ଖୁବ୍ ଲାଇକ୍ କରିଛନ୍ତି। ଏପରିକି ଉଭୟଙ୍କ କେମେଷ୍ଟ୍ରି ଓ ବଣ୍ଡିଂକୁ ଫ୍ୟାନ୍ସ ସୁଇଟ ଓ କ୍ୟୁଟ ବୋଲି କହିଛନ୍ତି।
[caption id="attachment_739729" align="aligncenter" width="650"]
ସୂଚନାଯୋଗ୍ୟ, ଦବଙ୍ଗ ଗାର୍ଲ ଦୀର୍ଘ ଦିନ ହେଲା ପ୍ରେମରେ ପଡ଼ିଥିବା ବେଳେ ଏହାକୁ ମିଡିଆଠୁ ଦୂରେଇ ରଖୁଥିଲେ। ଏବେ ଜହିର ଉଭୟଙ୍କ ରିଲେସନକୁ କନଫର୍ମ କରିଥିବା ବେଳେ କେବେ ସେମାନଙ୍କ ହାତ ଗଣ୍ଠି ପଡ଼ୁଛି, ତାହା ଉପରେ ରହିଛି ଫ୍ୟାନ୍ସଙ୍କ ନଜର।