Advertisment

ୱାର୍ଲ୍ଡ ଲିଭର୍ ଡେ': ଶରୀରରେ ଯକୃତ କାର୍ଯ୍ୟ, ରୋଗର ଲକ୍ଷଣ ଏବଂ କିପରି ଯତ୍ନ ନେବେ, ଜାଣନ୍ତୁ

ଯକୃତ ପ୍ରତି ଯତ୍ନବାନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଏପ୍ରିଲ ୧୯କୁ ୱାର୍ଲ୍ଡ ଲିଭର୍ ଡେ ରୂପେ ପାଳନ କରାଯାଉଛି।

author-image
Debibandita Barick
Representative Image

Representative Image

ଶରୀରର ବିଭିନ୍ନ ଅଙ୍ଗ ମଧ୍ୟରୁ ଲିଭର ବା ଯକୃତ ଅନ୍ୟତମ। ଏହା ଶରୀରରୁ ବୈର୍ଜ୍ୟ ପଦାର୍ଥ ନିଷ୍କାସନ କରି ସୁସ୍ୱାସ୍ଥ୍ୟ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯକୃତ ଶରୀରରେ ଭିଟାମିନ୍, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ସଂରକ୍ଷଣ ଭାବରେ କାମ କରେ। କିନ୍ତୁ ଆଜିକାଲିର, ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯକୃତ ଉପରେ ଖରାପ ପ୍ରଭାବ ପକାଉଛି।

Advertisment

ଏଥିପାଇଁ ଯକୃତ ପ୍ରତି ଯତ୍ନବାନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଏପ୍ରିଲ ୧୯କୁ ୱାର୍ଲ୍ଡ ଲିଭର୍ ଡେ ରୂପେ ପାଳନ କରାଯାଉଛି। ଏହି ସ୍ୱତନ୍ତ୍ର ଦିବସ ଅବସରରେ ଲିଭରର କାମ ଏବଂ କିପରି ଏହାର ଯତ୍ନ ନେବେ, ଜାଣନ୍ତୁ...

ଯକୃତ କ'ଣ କରେ?
ଯକୃତ ଆମ ଶରୀରର ସବୁଠାରୁ ସକ୍ରିୟ ଅଙ୍ଗ। ଏହା ଶରୀରର ସବୁଠୁ ବଡ ଅଙ୍ଗ ଏବଂ ଏହା ପୁନଃନିର୍ମାଣ ହେବାର କ୍ଷମତା ରହିଛି। ଯକୃତ ଶରୀରରେ ଖାଦ୍ୟ ହଜମ କରିବା, ସଂକ୍ରମଣ ସହ ଲଢିବା, ଶର୍କରା ନିୟନ୍ତ୍ରଣ ଏବଂ ଶରୀରରୁ ଦୂଷିତ ପଦାର୍ଥ ନିଷ୍କାସନ କରିବାର କାର୍ଯ୍ୟ କରିଥାଏ। ଯକୃତ ଶରୀରରେ ପ୍ରୋଟିନ୍ ଉତ୍ପାଦନ କରିଥାଏ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଗଚ୍ଛିତ ରଖିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ।

Advertisment

ଯକୃତରେ ହେଉଥିବା ବିଭିନ୍ନ ରୋଗ 
ଫ୍ୟାଟି ଲିଭର୍।
ଲିଭର୍ ସିରୋସିସ୍।
ଜଣ୍ଡିସ୍।
ହେପାଟାଇଟିସ୍।
ଲିଭର ଡ୍ୟାମେଜ୍।

ଯକୃତ ରୋଗ ହେଲେ କି କି ଲକ୍ଷଣ ଦେଖାଯାଏ
ପରିସ୍ରାର ରଙ୍ଗ ହଳଦିଆ।
ଅତ୍ୟଧିକ ଥକ୍କା।
ପେଟ ଯନ୍ତ୍ରଣା।
ବାନ୍ତି।
ଆଖି ହଳଦିଆ ଦେଖାଯିବା।
ଚର୍ମ ହଳଦିଆ ପଡିଯିବା। 
ଭୋକ ନଷ୍ଟ

ଯକୃତ ରୋଗର କାରଣ
ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ।
ଚର୍ବିଯୁକ୍ତ ଖାଦ୍ୟ।
ଅସ୍ୱାସ୍ଥ୍ୟକର ଖାଦ୍ୟ।
ମଦ୍ୟପାନ।

ଯକୃତକୁ କିପରି ସୁସ୍ଥ ରଖିବେ
ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣ କରନ୍ତୁ, ବିଶେଷତଃ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ। ଉଦ୍ଭିଦ ଜାତୀୟ ତାଜା ପନିପରିବା ଖାଦ୍ୟ ଖାଆନ୍ତୁ। ଯକୃତକୁ ଫିଟ୍ ରଖିବା ପାଇଁ ଓଜନ ନିୟନ୍ତ୍ରଣରେ ରଖନ୍ତୁ। ଠିକ୍ ସମୟରେ ଶୋଇବା, ଉଠିବା ଏବଂ ଖାଇବା ଅଭ୍ୟାସ ରଖନ୍ତୁ। ଅଧିକ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କୋଲେଷ୍ଟ୍ରଲ ସ୍ତର ହ୍ରାସ କରନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Liver Health World Liver Day Liver Disease