Advertisment

ନିଅନ୍ତୁ ପୋଡ଼ା ଚିକେନର ମଜା: ତିଆରି କରନ୍ତୁ ‘ଚିକେନ୍‌ ପତ୍ର ପୋଡ଼ା’

ଚିକେନ୍‌ର ସବୁ ଆଇଟମ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଚିକେନ୍ କରି, ଚିଲି ଚିକେନ୍, ଚିକେନ୍‌ ଦୋପିଆଜି ଓ ଚିକେନ୍ ବିରିୟାନି ଆଦି ଆପଣମାନେ ପ୍ରାୟ ଖାଉଥିବେ। ହୋଟେଲ୍‌ରେ ହେଉ ଅବା ଘରେ ନିଜେ ତିଆରି କରି ଆପଣମାନେ ଏହି ଆଇଟମ୍ ଗୁଡ଼ିକୁ ଖାଉଥିବେ। ତେବେ କେବେ ଚିକେନ୍‌କୁ ପତ୍ରରେ ପୋଡ଼ି ଖାଆନ୍ତୁ। ଏହାକୁ ତିଆରି କରିବାକୁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ। କେବଳ ଏଥିପାଇଁ ଘରେ ଗୋଟେ ଉଠା ଚୁଲି ରହିଥିବା ଆବଶ୍ୟକ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ନିଅନ୍ତୁ ପୋଡ଼ା ଚିକେନର ମଜା: ତିଆରି କରନ୍ତୁ ‘ଚିକେନ୍‌ ପତ୍ର ପୋଡ଼ା’

ଚିକେନ୍‌ର ସବୁ ଆଇଟମ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଚିକେନ୍ କରି, ଚିଲି ଚିକେନ୍, ଚିକେନ୍‌ ଦୋପିଆଜି ଓ ଚିକେନ୍ ବିରିୟାନି ଆଦି ଆପଣମାନେ ପ୍ରାୟ ଖାଉଥିବେ। ହୋଟେଲ୍‌ରେ ହେଉ ଅବା ଘରେ ନିଜେ ତିଆରି କରି ଆପଣମାନେ ଏହି ଆଇଟମ୍ ଗୁଡ଼ିକୁ ଖାଉଥିବେ। ତେବେ କେବେ ଚିକେନ୍‌କୁ ପତ୍ରରେ ପୋଡ଼ି ଖାଆନ୍ତୁ। ଏହାକୁ ତିଆରି କରିବାକୁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ। କେବଳ ଏଥିପାଇଁ ଘରେ ଗୋଟେ ଉଠା ଚୁଲି ରହିଥିବା ଆବଶ୍ୟକ।

Advertisment

chikenଆବଶ୍ୟକ ସାମଗ୍ରୀ- କୁକୁଡା ମାଂସ, ସୋରିଷ ତେଲ, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ପିଆଜ,ରସୁଣ, ଅଦା ପେଷ୍ଟ, ଗରମ ମସଲା, ଚିକେନ୍‌ ପାଉଡର, ଲୁଣ ,ହଳଦୀ, କଦଳୀ ପତ୍ର, ଚାଇନିଜ୍‌ ସଲ୍ଟ, ଧନିଆ ପତ୍ର, କଞ୍ଚା ଲଙ୍କା, କଞ୍ଚା ପିଆଜ

ପ୍ରସ୍ତୁତି ପ୍ରଳାଣୀ- ଆବଶ୍ୟକ ଅନୁଯାୟୀ ବଜାରରୁ କୁକୁଡ଼ା ମାଂସ କିଣି ଆଣନ୍ତୁ। ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ। ସେଥିରେ ଲୁଣ, ହଳଦୀ ଓ ସୋରିଷ ତେଲ ଦେଇ ଗୋଳାନ୍ତୁ। ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ। ତା’ ପରେ ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ପାଉଡର ପକାଇ ଗୋଳାନ୍ତୁ। ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାନ୍ତୁ।  ତା’ପରେ ଚିକେନ୍ ପାଉଡର ଓ ଗରମ ମସଲା ପକାଇ ଗୋଳାନ୍ତୁ। ପରେ ମସଲା ଗୋଳାଯାଇଥିବା ଚିକେନ୍‌କୁ କିଛି ସମୟ ରଖନ୍ତୁ।

Advertisment

ଦୁଇଟି ବଡ଼ ଖଣ୍ଡ କଦଳୀ ପତ୍ର ଆଣନ୍ତୁ। ପତ୍ରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ଗୋଟିଏ କଦଳୀ ପତ୍ରରେ ସୋରିଷ ତେଲକୁ ଚାରି ଆଡେ ମାରି ଦିଅନ୍ତୁ। ସେଥିରେ ମସଲା ଗୋଳା ଚିକେନ୍‌କୁ  ରଖନ୍ତୁ। ତାକୁ ଭଲ ଭାବରେ ଗୁଡ଼ାନ୍ତୁ। ଏକ ସୁତଲିରେ ତାକୁ ବାନ୍ଧନ୍ତୁ। ଅନ୍ୟ ଖଣ୍ଡେ କଦଳୀ ପତ୍ରରେ ଆଉଥରେ ତାକୁ ଗୁଡ଼ାନ୍ତୁ। ଦୁଇ ଖଣ୍ଡ କଦଳୀରେ ଚିକେନ୍‌ ଗୁଡ଼ାଇ ଦେଲେ ତାହା ଶୀଘ୍ର ପୋଡ଼ିବ ନାହିଁ।  ପରେ ତାକୁ ନେଇ ଅଳ୍ପ ନିଆଁ ଥିବା ଆଞ୍ଚରେ ପୋଡ଼ନ୍ତୁ। କିଛି ସମୟ ଗୋଟିଏ ପଟ ନିଆଁରେ ବସିବା ପରେ  ତାକୁ ଓଲଟାଇ ଦିଅନ୍ତୁ। କିଛି ସମୟ ଏହାକୁ ଆଞ୍ଚରେ ରଖନ୍ତୁ।  ଏହା ପ୍ରସ୍ତୁତ  ହୋଇଯିବା ପରେ ତାକୁ ବାହାରକୁ କାଢ଼ି ଆଣନ୍ତୁ। ହଠାତ୍‌ ତାକୁ ଖୋଲନ୍ତୁ ନାହିଁ।  ଥଣ୍ଡା ହେଲା ପରେ ପ୍ଲେଟରେ କାଢ଼ନ୍ତୁ।  ପ୍ରସ୍ତୁତ ହୋଇଗଲା ଚିକେନ ପତ୍ର ପୋଡ଼ା।

 ତାକୁ  ପ୍ଲେଟ୍‌ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାନ୍ତୁ।