‘ଗୁରୁ’ ସର୍ବଦା ପୂଜ୍ୟ ଓ ନମସ୍ୟ

ଶାଶ୍ୱତ ସୁନ୍ଦର ରଥ ପ୍ରତ୍ୟେକ ବ୍ୟକ୍ତିର ଜୀବନକୁ ସଜାଡିବା ପଛରେ ଗୁରୁଙ୍କ ଅବଦାନ ରହିଥାଏ । ରାଜାଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସଫଳତା ଗୁରୁଙ୍କ ବରଦାନ ସଦୃଶ । ତେଣୁ ଆର୍ଯ୍ୟ ଋଷିମାନେ ରାଜା ମହାରାଜାଙ୍କ ତୁଳନାରେ ଗୁରୁଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି । ଗୁରୁ ସାକ୍ଷାତ ପରଂବ୍ରହ୍ମ ଓ ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୋଲି ଆମ ଶାସ୍ତରରେ ବର୍ଣ୍ଣିତ ରହିଛି। ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ମହାନ ଛାତ୍ରବତ୍ସଳ ଶିକ୍ଷକ ଡଃ. ସର୍ବପଲ୍ଲୀ […]

Teachers-Day

Subrat Kumar Nayak
  • Published: Saturday, 05 September 2020
  • , Updated: 05 September 2020, 07:10 PM IST

ଶାଶ୍ୱତ ସୁନ୍ଦର ରଥ

ପ୍ରତ୍ୟେକ ବ୍ୟକ୍ତିର ଜୀବନକୁ ସଜାଡିବା ପଛରେ ଗୁରୁଙ୍କ ଅବଦାନ ରହିଥାଏ । ରାଜାଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସଫଳତା ଗୁରୁଙ୍କ ବରଦାନ ସଦୃଶ । ତେଣୁ ଆର୍ଯ୍ୟ ଋଷିମାନେ ରାଜା ମହାରାଜାଙ୍କ ତୁଳନାରେ ଗୁରୁଙ୍କୁ ଉଚ୍ଚ ସ୍ଥାନ ଦେଇଛନ୍ତି । ଗୁରୁ ସାକ୍ଷାତ ପରଂବ୍ରହ୍ମ ଓ ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୋଲି ଆମ ଶାସ୍ତରରେ ବର୍ଣ୍ଣିତ ରହିଛି।

ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ମହାନ ଛାତ୍ରବତ୍ସଳ ଶିକ୍ଷକ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସକୁ ଆମେ ଗୁରୁଦିବସ ରୂପେ ପାଳନ କରିଥାଉ । ସେ ଥିଲେ ଜଣେ ଛାତ୍ରବତ୍ସଳ ଶିକ୍ଷକ । ଶିକ୍ଷକମାନଙ୍କ ସମ୍ମାନାର୍ଥେ ସେ ତାଙ୍କର ଜନ୍ମଦିନକୁ ଉତ୍ସର୍ଗ କରିଥିଲେ । ପ୍ରକୃତରେ “ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର” ଏହି ଉକ୍ତିଟିର ସମ୍ପୂର୍ଣ୍ଣ ଯଥାର୍ଥତା ରହିଛି ।

ଆଜି ଏହି ମହାମାରୀ ସମୟରେ ଶିକ୍ଷକମାନେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରି ନିଜ ଗୁରୁ ଦାୟିତ୍ୱକୁ ସମ୍ପୂର୍ଣ୍ଣ କରୁଛନ୍ତି । କିନ୍ତୁ ଆଜିର ଶିକ୍ଷା ବ୍ୟବସ୍ଥା ଓ ପୁରାତନ ଶିକ୍ଷା ବ୍ୟବସ୍ଥାକୁ ଯଦି ତୁଳନା କରାଯାଏ ତାହାହେଲେ ଆମେ ବହୁ ପାର୍ଥକ୍ୟ ଅନୁଭବ କରିବା । ପୂର୍ବ ଗୌରବ ଫେରାଇ ଆଣିବାକୁ ହେଲେ ଆମ ଶିକ୍ଷା ବ୍ୟବସ୍ଥାକୁ ରାଜନୀତି ଓ ବ୍ୟବସାୟୀକରଣରୁ ମୁକ୍ତ ରଖିବାକୁ ପଡିବ । ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି ସମ୍ଭବ । ଶିକ୍ଷକତାକୁ କେବଳ ବୃତ୍ତି ଭାବରେ ଗ୍ରହଣ ନକରି ଶିକ୍ଷାଦାନ ମହାପୂଣ୍ୟ ନୀତିକୁ ଅବଲମ୍ବନ କରାଯିବା ଉଚିତ ।

ଏହି ମହାନ କାର୍ଯ୍ୟରେ ଶିକ୍ଷକଙ୍କ ସହିତ ଛାତ୍ର ସମାଜର ମଧ୍ୟ ସମାନ ଗୁରୁଦାୟିତ୍ୱ ରହିଛି । ଗୁରୁ ଶିଷ୍ୟଙ୍କ ସମ୍ପର୍କ ମଧୁର ହେଲେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ସୁନିଶ୍ଚିତ । ଆଜିର ଏହି ପବିତ୍ର ଗୁରୁଦିବସରେ ଶିକ୍ଷା ବ୍ୟବସ୍ଥାର ସର୍ବାଙ୍ଗୀନ ଉନ୍ନତି ହିଁ ଆମର ଏକାନ୍ତ କାମ୍ୟ ।

ଶ୍ରେଣୀ- ନବମ
ଡିଏଭି ପବ୍ଲିକ୍ ସ୍କୁଲ, ଇବ୍ ଭେଲି ଏରିଆ, ବ୍ରଜରାଜ ନଗର
ଝାରସୁଗୁଡା

Related story