ଶୀଘ୍ର ନ୍ୟାୟ: ସମାଧାନ ନା ମାୟାଜାଲ?

ଶୁକ୍ରବାର ସକାଳେ ଶାନ୍ତି ଦେଲା ପରି ସମାଚାର। ପୁରୁଷ ହୁଅନ୍ତୁ କି ମହିଳା, ପ୍ରାୟ ଲୋକ ସ୍ୱାଗତ କଲାପରି ଖବର। ସେତେବେଳକୁ ୭ ଦିନ ବିତିଗଲାଣି, ଆଶା ବି ନଥିଲା କିଛି ଏମିତି ଆଶ୍ଚର୍ଯ୍ୟ କଲାପରି ଘଟଣା ଘଟିବ। ସେଦିନ ସକାଳୁ ଟିଭି ରେ ଘନ ଘନ ବ୍ରେକିଂ ବାଜିଲା, ହାଇଦ୍ରାବାଦ ପଶୁ ଡାକ୍ତରଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁଙ୍କୁ ଏନକାଉଣ୍ଟର। ଆରପାରିରେ ୪ଜଣ ନର ରାକ୍ଷସ। ମହିଳା ଭେଟେନାରୀ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତମାନେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଥିଲେ। ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଶୁକ୍ରବାର ଭୋର ୩ଟା […]

micky-pic

Biswobandita Swain
  • Published: Friday, 20 December 2019
  • , Updated: 20 December 2019, 04:04 PM IST

ଶୁକ୍ରବାର ସକାଳେ ଶାନ୍ତି ଦେଲା ପରି ସମାଚାର। ପୁରୁଷ ହୁଅନ୍ତୁ କି ମହିଳା, ପ୍ରାୟ ଲୋକ ସ୍ୱାଗତ କଲାପରି ଖବର। ସେତେବେଳକୁ ୭ ଦିନ ବିତିଗଲାଣି, ଆଶା ବି ନଥିଲା କିଛି ଏମିତି ଆଶ୍ଚର୍ଯ୍ୟ କଲାପରି ଘଟଣା ଘଟିବ।

ସେଦିନ ସକାଳୁ ଟିଭି ରେ ଘନ ଘନ ବ୍ରେକିଂ ବାଜିଲା, ହାଇଦ୍ରାବାଦ ପଶୁ ଡାକ୍ତରଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁଙ୍କୁ ଏନକାଉଣ୍ଟର। ଆରପାରିରେ ୪ଜଣ ନର ରାକ୍ଷସ।

ମହିଳା ଭେଟେନାରୀ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତମାନେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଥିଲେ। ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଶୁକ୍ରବାର ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଆଣିଥିଲା ପୁଲିସ୍‌। ହେଲେ ସେଠାରେ ଅଭିଯୁକ୍ତମାନେ ପୁଲିସ୍ ପାଖରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଜବାବରେ ପୁଲିସ୍ ଅଭିଯୁକ୍ତଙ୍କ ଉପରକୁ ଏନକାଉଣ୍ଟର କରିଥିଲା। ଫଳସୂରୁପ ୪ଜଣ ଅଭିଯୁକ୍ତ ଘଟାସ୍ଥଳରେ ହିଁ ଟଳି ପଡିଛନ୍ତି। ଏସବୁ ସୂଚନା ଟିଭି ପରଦାରେ।

ଟିଭି ଆଗରେ କଳା ସୋଫାରେ ବସିଛନ୍ତି ରେବତୀର ମାଲିକ। ଟିଭିକୁ ଏକା ଲୟରେ ଚାହିଁଛନ୍ତି। ହୁଁ ଚୁଁ କିଛି ନାହିଁ। ଆଖିରେ ଦ୍ୱନ୍ଦ୍ୱ। ଅବଶ୍ୟ ମଝିମଝିରେ ଭାରତ ପାକିସ୍ତାନ ୱାର୍ଲଡ୍‌ କପ୍‌ରେ ଧୋନି ଛକା ଟେ ଟେକିଦେଲା ପରି ଏକ୍ସପ୍ରେସନ୍‌ ବି ଦେଇଦେଉଛନ୍ତି। କିଛି ଦୂରରେ ଠିଆ ହୋଇଛି ରେବତୀ। ବୟସ ୨୬। ଗୋରା ବର୍ଣ୍ଣ। ହାତରେ ଗୋଟେ ସଫେଦ ରଙ୍ଗର ଚା’ କପ୍। ମାଲିକ ପାଇଁ ଚା’ ଧରି ଆସିଥିବା ରେବ ମଧ୍ୟ ଟିଭି ଆଡକୁ ଡଗ ଡଗ ହୋଇ ମାଡ଼ିଆସୁଛି। ସେ ମାଲିକଙ୍କ ପାଖରେ ଥିବା ଟେବୁଲ୍‌ରେ ଚା’ କପଟିକୁ ଧଡ୍‌ କରି ଥୋଇଦେଲା। ତାଳି ଉପରେ ତାଳି ମାରିଚାଲିଲା ଏବଂ ସେଇଠି ଏକପ୍ରକାର ଡେଇଁବାକୁ ଆରମ୍ଭ କଲା।

ଅଳ୍ପ ବହୁତ ଶିକ୍ଷିତ ହୋଇଥିବା ସତ୍ତ୍ୱେ ଅର୍ଥାଭାବରୁ ଦୀର୍ଘ ୭ ବର୍ଷ ହେବ ରେବତୀ ନିତ୍ୟାନନ୍ଦ ବାବୁଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରିଆସୁଛି। ବେଶ ଶାନ୍ତ ସରଳ ଝିଅଟିଏ। ଗୋଟିଏ ଖରାପ ଗୁଣ ହେଉଛି ସେ ଟିକେ ଟିକେ କଥାରେ ଡରିଯାଏ। ଆନନ୍ଦିତ ଉତ୍ସାହିତ ହେବାର ବିରଳ ଝଲକ୍‌ ଦେଉଥିବା ରେବ ସେଦିନ ଗୋଟେ ଭିନ୍ନ ଚିତ୍ର ଛାଡ଼ୁଥିଲା। ନିତ୍ୟାନନ୍ଦ ବାବୁ ବି ଆଶ୍ଚର୍ଯ୍ୟ। ଏ ଅନ୍ତର୍ମୁଖୀ ପ୍ରାଣୀଟା ଆଜି କେମିତି ଏତେ ଫୁଟିକି ସାମ୍ନାକୁ ଆସୁଛି। ରେବକୁ ଏମିତି ଖୁସି ହେବାର ଦେଖି ନିତ୍ୟାନନ୍ଦ ବାବୁ ଟିକେ ଅଟକି ଗଲେ। ସେମିତି ସେ ରେବକୁ ଖୁସି ହବାକୁ ଛାଡିଦେଲେ।

ବାପ ଛେଉଣ୍ଡ ଝିଅ ହେଉଛି ରେବତୀ। ନିତ୍ୟାନନ୍ଦ ବାବୁଙ୍କ ପତ୍ନୀ ସୁଲେଖା ମ୍ୟାଡମ୍‌ ରେବକୁ ତାଙ୍କ ବାପଘର ଗାଁରୁ ନେଇ ଆସିଥିଲେ। ରେବକୁ ୧୫ବର୍ଷ ହୋଇଥିଲା ବାପା ଛାଡ଼ି ଚାଲିଗଲେ। ଘରେ ବିଧବା ମାଆ ଆଉ ୩ ଜଣ ଛୋଟ ଭଉଣୀ। ଟଙ୍କା ରୋଜଗାର କରିବା ପାଇଁ ରେବ ସୁଲେଖା ମ୍ୟାଡାମ୍‌ଙ୍କ ସହ ଭୁବନେଶ୍ୱର ଚାଲିଆସିଥିଲା। ଘରର ଆର୍ଥିକ ସମସ୍ୟାରେ ସବୁବେଳେ ଦବି ରହୁଥିବା ରେବକୁ ସେଦିନ ଏତେ ଖୁସି ଦେଖି ଏଇଥି ପାଇଁ ନିତ୍ୟାନନ୍ଦ ବାବୁ ଚୁପ୍‌ ରହିଯାଇଥିଲେ। ସେ ରେବକୁ ବିନା କୌଣସି ବାଧାରେ ଖୁସି ହେବାକୁ ଛାଡ଼ିଦେଲେ। କିଛି ସମୟ ତାଳି ମାରି ଡିଆଁ ଡିଇଁ କରିବା ପରେ ରେବ କହିଲା, ବାବୁ ଆଜି କ'ଣ ଖାଇବେ କହୁନାହାନ୍ତି। ଆଜି କିଛି ମିଠା ଖାଇବା ତିଆରି କରିବା।

ନିତ୍ୟାନନ୍ଦ ବାବୁ- କାଇଁ ଅଜି କ’ଣ କି? ତୋ ଜନ୍ମଦିନ ବୋଧେ। ଆରେ, କ୍ଷମା କରିବୁ ରେବ, ମୁଁ ଜାଣିନଥିଲି। କିଛି ଟଙ୍କା ଦଉଚି ନେ ନିଜ ପାଇଁ କିଛି ନୂଆ ପୋଷାକ ନେଇଆସିବୁ।

ରେବତୀ- ଅରେ ନା ବାବୁ ଥାଉ। ମୋର ଆଜି ଜନ୍ମଦିନ ନୁହେଁ। ଆଜି ୪ ଅଭିଯୁକ୍ତ ଏନକାଉଣ୍ଟର ହେଲା ନା’। ସେଥି ପାଇଁ ମତେ ଭାରି ଖୁସି ଲାଗୁଚି। ସତରେ ବାବୁ ଅପଣକୁ କେମିତି କହିବି ମୁଁ କେତେ ଡରିକି ଥିଲି। ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ୟା ପରେ ମୋ ପାଳି ଆସୁନି ତ? କିଏ ଜାଣେ କେତେବେଳେ କେଉଁ ମଣିଷ ରୂପୀ ପିଶାଚ ମୋ ଶରୀରକୁ ଝୁଣି ଖାଇବାକୁ ଅପେକ୍ଷା କରିଥିବ।

ନିତ୍ୟାନନ୍ଦ- ହେ, ସେଗୁଡା ବେକାର କଥା ସେସବୁ ଛାଡ଼।

ରେବତୀ- ଆଉ ନୁହେଁ ତ କ’ଣ। ହାଇଦ୍ରାବାଦ ଘଟଣା ଦେଖିଲେ ତ? ସାହାଯ୍ୟ ନାଁରେ ଶୋଷଣର ଯେଉଁ ନଗ୍ନ ଚିତ୍ର ସାମ୍ନାକୁ ଆସିଲା। ସେସବୁ ଜାଣିବା ପରେ କୋଉ ଝିଅ ଆଉ ସାହାସ ବାନ୍ଧି ବାହାରକୁ ବାହାରି ପାରିବ। ଆମାନବୀୟ ଲୋକଙ୍କ ସହ ଏମିତି ଯଦି କିଛି ଦୁର୍ଘଟଣା ହୋଇଯାଏ ତେବେ ଗୋଟେ ଝିଅ କ’ଣ କରିପାରିବ!  କୋଉ ରାଜ୍ୟରେ ସେ ସୁରକ୍ଷିତ ଅଛି ଯେ..। ସେ ହାଇଦ୍ରାବାଦ ହେଉ ଅବା ଓଡ଼ିଶା ସବୁଠି ନାରୀ ଅସୁରକ୍ଷିତ। ପ୍ରତି ୨୦-୩୦ମିନିଟ୍‌ରେ ଗୋଟେ ଦୁଷ୍କର୍ମ ହେଉଛି। ୩  ମାସର କଅଁଳ ଛୁଆକୁ ବି ଛାଡୁନାହାନ୍ତି ଏ ନର ରାକ୍ଷସ ଗୁଡ଼ା। ନାରୀ ସୁରକ୍ଷାକୁ ସରକାର ଗୁରୁ ଦାଇତ୍ୱ ଭାବେ ଗ୍ରହଣ କରିବା କଥା। କିନ୍ତୁ ଏଠି ତ ପୀଡ଼ିତା ମାନେ ଦୀର୍ଘ ନ୍ୟାୟର ଅପେକ୍ଷାରତ। ଶେଷରେ ବି କୋଉ ନ୍ୟାୟ ମିଳୁଛି। ବର୍ଷ ବର୍ଷ ବିତିଯାଉଛି ଏଠି। ଆଇନର ହାତ ଲମ୍ୱା ସିନା ନ୍ୟାୟର ହାତ ପାହାନ୍ତାରେ କିନ୍ତୁ ଶୂନ୍ୟ ବ୍ରହ୍ମାଣ୍ଡ। ଆଉ କହିବ କାହାକୁ। ସହିବା ଲୋକ ଯିଏ ସହୁଛି। ତିଳ ତିଳ ମରିବା ତ ସବୁ ନାରୀ କପାଳରେ ଲେଖା ବାବୁ..

ନିତ୍ୟାନନ୍ଦ- ବାପ ରେ, ତୋ ଆଶାନ୍ତି ମୁଁ ବୁଝୁଛି। ଏବେ ତୁ ତା’ହାଲେ ଖୁସି?

ରେବତୀ- ହଁ, ବହୁତ ଖୁସି। ଆଜି ଟିଭି ସେମିତି ଚାଲୁଥାଉ ମୁଁ ଦେଖିବି କ'ଣ ସବୁ ଖବର ଆସୁଛି ଆଗକୁ।

ନିତ୍ୟାନନ୍ଦ- ତୁ କ’ଣ ଦେଖିବୁ ଆଉ। ସେମାନେ ତ ମରିଗଲେ। ସେଥିରୁ ତତେ ଅଧିକ କିଛି ମିଳିଗଲା କି?

ରେବତୀ- କଥାରେ ଅଛି ନା, ଅନ୍ତ ଭଲା ତୋ ସବ୍‌ ଭଲା। ଦୋଷୀ ମୃତ୍ୟୁବରଣ କରିଛି ଆଉ କ’ଣ ମିଳିଥାନ୍ତା?

ନିତ୍ୟାନନ୍ଦ- କିନ୍ତୁ ମନେରଖ ରେବତୀ ଆମେ ବେଳେବେଳେ ଭୁଲ ଅନ୍ତକୁ ଠିକ୍ ଭାବିଦେଉ। ଏଠି ସମାନ ଅବସ୍ଥା। ପ୍ରଥମେ ତ ସେମାନେ ଦୋଷୀ ନୁହନ୍ତି। ସେ ୪ ଜଣ ଅଭିଯୁକ୍ତ। ସେମାନେ ପୁଲିସ କୁ ଆକ୍ରମଣ କରିବାକୁ ବାହାରିଥିଲେ।
ସେମାନଙ୍କୁ ଯେତେବେଳେ ଦିଶାଙ୍କ ମୃତଦେହ ମିଳିଥିବା ସ୍ଥଳକୁ ନେଇ  ପୁରା ଘଟଣା ଆକ୍ଟ କରିବାକୁ କୁହାଗଲା। ୪ଜଣ ପୁଲିସଠୁ ବନ୍ଧୁକ ଛଡାଇ ଓଲଟା ଆକ୍ରମଣ କରିବାକୁ ବାହାରିଥିଲେ। ୨ଜଣ ଅଭିଯୁକ୍ତ ଇଟା ପଥର ପକେଇବାରେ ମଧ୍ୟ ଲାଗେଲେ। ପୋଲିସ ଆତ୍ମସୁରକ୍ଷା ପାଇଁ ଏନକାଉଣ୍ଟର କରିଛି। ଆଉ ଯେଉଁ ସନ୍ଦେହ ହଉଚି ଯେ ଏଇଟା ଯୋଜନାବଦ୍ଧ ହତ୍ୟା ହେଇଚି ବୋଲି। ସେଇଟା ବି ଭୁଲ୍‌। କାହିଁକିନା ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ହିଁ ମରିଗଲେ। ସେମାନଙ୍କ ମଧ୍ୟରୁ କେହି ନିର୍ଦ୍ଦୋଷ ବି ଥାଇ ପାରନ୍ତି। ଦୋଷୀଙ୍କ ସାଙ୍ଗରେ ରହି ସେ ନିର୍ଦ୍ଦୋଷର ଜୀବନ ଚାଲିଯାଇଥିବ। ଗୁରୁଗାଓଁରେ ଥରେ ଏମିତି ଘଟଣା ଘଟିଥିଲା। ଗୁରୁଗାଓଁ ରେୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ୭ ବର୍ଷୀୟ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ଏମିତି କିଛି ଘଟିଥିଲା। ପୁଲିସ୍‌ ପ୍ରଥମେ ଦୋଷୀ ସେହି ସ୍କୁଲ୍‌ ବସ୍‌ କଣ୍ଟକ୍ଟରକୁ ଭାବୁଥିଲା ବେଳେ ପ୍ରକୃତ ଦୋଷୀ କିନ୍ତୁ ପ୍ରଦ୍ୟୁମ୍ନଙ୍କ ସ୍କୁଲ୍‌ର ସିନିୟର ଜଣେ ୧୬ବର୍ଷୀୟ ଯୁବକ ଥିଲେ। ସେଦିନ ଯଦି ବସ୍‌ କଣ୍ଡକ୍ଟରକୁ ଏନ୍‌କାଉଣ୍ଟର ହୋଇଥାନ୍ତା ତେବେ ସତରେ କ’ଣ ପ୍ରଦ୍ୟୁମ୍ନଙ୍କ ଆତ୍ମାକୁ ଶାନ୍ତି ମିଳିଥାନ୍ତା। ତେଣୁ ଏମିତି ନ୍ୟାୟ ମିଳିବା କେଉଁଠି ନା କେଉଁଠି ଦୋଷୀ ମାନଙ୍କ ପାଇଁ ସହାୟକ ହଉଛି। ତେଣୁ ତୋର ଏଥିରେ ଏତେ ଖୁସି ହେବା ଠିକ୍‌ ନୁହେଁ।

ରେବତୀ- ମୁଁ ଏତେ ଆଇନ କାନୁନ ବୁଝେନା ବାବୁ। ହତ୍ୟା ବଦଳରେ ମୃତ୍ୟୁ ମିଳିଲା ସେଇଟା ମୋ ପାଇଁ ଯଥେଷ୍ଟ। ଏବେ ଦିଶା ଆତ୍ମାକୁ ଶାନ୍ତି ମିଳିଥିବ। ଥରେ ଭାବନ୍ତୁ ନା ଦିଶାର ହତ୍ୟାକାରୀ କୁ ଆଖି ସାମ୍ନାରେ ପାଇଁ ତାର ପରିବାର ଲୋକଙ୍କୁ କେମିତି ଅନୁଭବ ହେଉଥିବ। ଓ ହୋ.. ଛାତି ଫାଟିଗଲା ପରି ପରିସ୍ଥିତି। ଆଉ ଆଜି ଭାରତର ସବୁ ଝିଅ ଖୁସି ଥିବେ। ହଉ ଛାଡ଼ନ୍ତୁ। ଆପଣ ଆପଣଙ୍କ ଆଇନକୁ କାଖେଇ ଧରି ବୁଲନ୍ତୁ। ମୁଁ ଯାଉଛି ବଜାରକୁ। ଗାଜର ନେଇ ଆସିବି ଆଜି ଗାଜର ହଲୱା ହବ। ତା ସହ ଟିକେ ପୁରୀ ଆଉ ମସଲା ପନିର। ମ୍ୟାଡାମ୍‌ଙ୍କୁ ମଧ୍ୟ ଗାଜର ହାଲୱା ଖୁବ୍‌ ପସନ୍ଦ। ସେ ଠାକୁର ପୂଜା କରୁଛନ୍ତି। କରୁଥା’ନ୍ତୁ ମୁଁ ଝଅଟି ଯାଇ ଝଅଟି ଆସିଯାଏ।

ନିତ୍ୟାନନ୍ଦ- ହଉ ଯା। ତୋର ଗୋଟେ ଖୁସି ଆଉ।

ଆଉ ବିଳମ୍ବ ନ କରି ତୁରନ୍ତ ବଜାର ବାହାରିଗଲା ରେବତୀ। ଅଟୋ ରେ ବସିଛି କି ନାଇଁ ଦୁଇ ଜଣ ଭଦ୍ର ବ୍ୟକ୍ତିଙ୍କୁ କଥା ହେବାର ଶୁଣିଲା। ଦୁହେଁ ହାଇଦ୍ରାବାଦ ଏଇ ଏନ୍‌କାଉଣ୍ଟରକୁ ନେଇ କଥାବାର୍ତ୍ତା ହେଉଥିଲେ। ଦୁହେଁ ଏନ୍‌କାଉଣ୍ଟରକୁ ସମର୍ଥ କରି ବେଶ୍ ଖୁସିଥିଲେ। ଦୁହିଁଙ୍କ ମଧ୍ୟରୁ ଜଣେ ଭଦ୍ର ବ୍ୟକ୍ତି କହୁଥିଲେ, ସବୁ ଅପରଧୀକୁ ଏମିତି ଶାସ୍ତି ମିଳିବା ଉଚିତ। ଅନ୍‌ ଦି ସ୍ପଟ୍‌ ଗୁଳି କରିଦେବା କଥା। ଦୋଷୀ ସାବ୍ୟସ୍ତ ହେଇ ନଥିବେ କ’ଣ ମ। ତୁମକୁ କ’ଣ ଲାଗୁଚି ସେ ନିର୍ଦୋଷ ଥିବେ? ଆରେ ଦୋଷୀ ସାବ୍ୟସ୍ତ ପରେ ପରା ନିର୍ଭୟା ନ୍ୟାୟ ପାଇନି। ଆଉ କେତେ ଅପେକ୍ଷା କରିବ।
ସବୁବେଳେ ବଳାତ୍କାର ହାଇଚଇ ସୃଷ୍ଟି କରେ, ଏଥର ଏନକାଉଣ୍ଟର ପ୍ରଶଂସା ସାଉଁଟୁଛି। ଗୋଟେ ପ୍ରକାର ଭଲ ହେଇଚି। ଭଦ୍ର ବ୍ୟକ୍ତିଙ୍କ କଥାକୁ ସବୁ କାନପାରି ଶୁଣୁଥିଲା ରେବତୀ। ତାଙ୍କ କଥା ସରୁସରୁ ଜୋର କରି ହଁ ଟେ ମାରିଦେଲା। ଭଦ୍ର ବ୍ୟକ୍ତି ଜଣଙ୍କ ରୋବତୀକୁ ଟିକେ ଚାହିଁ ଆଉ ହସିକି ଖଣ୍ଡେ ପାନଟେ ବଢ଼େଇଦେଲେ। ରେବତୀ ବି ଖୁସିରେ ପାନକୁ ପାଟିର ବାଁ’ କଳରେ ଜାକିଦେଲା।
ପାଖରେ ବସିଥିବା ଆଉ ଜଣେ ଭଦ୍ର ବ୍ୟକ୍ତି କହିଲେ, ଝିଅ ଆଗକୁ ଦେଖ ଆଉ କେତେ ଏମିତି ଦଣ୍ଡ ବ୍ୟବସ୍ତା ହେଉଛି। ଏଇଟା ଆରମ୍ଭ ମାତ୍ର। ଧୀରେ ଧୀରେ ନ୍ୟାୟ ଦେବାର ଉପାୟ ବଦଳିଯିବ। ଦୁଷ୍କର୍ମକାରୀଙ୍କ ମନରେ ଯଦି କୋକୁଆ ଭୟ ସୃଷ୍ଟି ନ ହେଇଚି ତେବେ ମତେ କହିବ।

ଆଗରେ ବସିଥିବା ଅଟୋବାଲା କହିଲା, ଉନ୍ନାଓ ପୀଡ଼ିତାଙ୍କୁ ବଳାତ୍କାର କରିଥିବା ରାକ୍ଷସ ମାନେ ଜାମିନ୍‌ରେ ଆସିଥିଲେ ସେମାନେ ପୁଣି ଥରେ ତାଙ୍କ ଉପରେ ପେଟ୍ରୋଲ୍‌ ଢାଳି ମାରିବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ଜାଳିକି ମାରିବାର ଉଦ୍ୟମ କରୁଥିଲେ। ପୀଡ଼ିତା ଜଣଙ୍କ ଦିଲ୍ଲୀ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ଏନକାଉଣ୍ଟର କରିବାକୁ କେବେ ଯାଉଛି?

ଭଦ୍ର ବ୍ୟକ୍ତି ଜଣଙ୍କ ଉତ୍ତର ଦେଲେ, ତା’ହେଲେ ଆପଣ କ’ଣ କହିବାକୁ ଚାହୁଁଛନ୍ତି? ଏସବୁ ଭୁଲ୍‌ ହେଲା?

ଅଟୋ ଡ୍ରାଇଭର- ଭୁଲ ତ ହେଇନି। ମୁଁ ଏମିତି ଠିକ୍ ବି ଚାହେଁନି। ବଳାତ୍କାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ତା କାଇଁ? ଏଇଟା କ’ଣ ସ୍ଥାୟୀ ସମାଧାନ କି ଅଜ୍ଞା।ସବୁଠି ଏନକାଉଣ୍ଟର ହେବନି। ଫାଶିର ନିୟମ ବି ବାହାରିବା ଉଚିତ।

ଭଦ୍ରବ୍ୟକ୍ତି କହିଲେ ସେଇଟା ବି ଠିକ୍ ପୁଅ। ଏନକାଉଣ୍ଟର ଖୁସି ଦେଲା ସତ କିନ୍ତୁ ସ୍ଥାୟୀ ସମାଧାନଟେ ଦେଇ ପାରିଲାନି।

ରେବତୀ କାନ ଡେରି ସବୁ ଶୁଣୁଥିଲା। ପରିବା ବଜାରର ପାଖାପାଖି ବି ହେଇଗଲା।

ଅଟୋ ଡ୍ରାଇଭରକୁ ୧୦ଟଙ୍କା ବଢ଼େଇ ଅଟୋରୁ ଓହ୍ଲେଇ ପଡିଲା। ସେତବେଳେକୁ ପରିବା ବଜାର ଆଡ଼କୁ ତା’ର ଗତି ମନ୍ଥର ହେବାରେ ଲାଗିଥିଲା। ମୁଣ୍ଡ ଭିତରର କିନ୍ତୁ ଭାବନା ଗୁଡ଼ା ଦୌଡ଼ିବାରେ ଲାଗିଛି। ଏନକାଉଣ୍ଟରକୁ ନେଇ ତା’ର ଖୁସି ଉପରେ ଯେମିତି କଳଙ୍କି ଲାଗି ଯାଉଥିଲା। ସବୁ କିଛି ଅସ୍ପଷ୍ଟ ଲାଗୁଥିଲା। ତଥାପି କିଛି ବାଟ ଚାଲି କି ଗଲା ରେବ। ପରିବା ବଜାରରୁ ଗାଜର କିଣିଲା। ବଜାରରୁ ଫେରିବା ବେଳେ ଦେଖିଲା ରାସ୍ତାରେ ଗଣମାଧ୍ୟମ ପ୍ରତିନିଧି ମାନେ କିଛି ନେତାଙ୍କୁ ଘେରି ହାଇଦ୍ରାବାଦ ଏନକାଉଣ୍ଟର ସମ୍ପର୍କରେ ପ୍ରତିକ୍ରିୟା ନେଉଛନ୍ତି। ରେବତୀ ଚାଲି ଚାଲି ସେହି ସ୍ଥାନକୁ ଗଲା। ନେତାଙ୍କ କଥା ଶୁଣିଲେ, କିଛି ନେତା ପୁଲିସ୍‌ର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଥିଲେ, କିଛି ନେତା ଯାହା ହେଲା ଠିକ୍ ହେଲା, ଓଡ଼ିଶାରେ  ମଧ୍ୟ ଏମିତି ଗୋଟେ କିମ୍ବା ଦୁଇଟି ଏନକାଉଣ୍ଟରର ଆବଶ୍ୟକତା ଅଛି ବୋଲି କହୁଥିଲେ। ରେବ ସବୁ ଶୁଣିଲା। ମନ ଟିକେ ହାଲ୍‌କା ଲାଗିଲା। ସେ ଭାବିଲା ଯାହା ହେଉ ନେତା ମାନେ ଏସବୁକୁ ସମର୍ଥନ କରୁଛନ୍ତି। ସେମାନଙ୍କ ପାଖରେ ତ କ୍ଷମତା। ଏମିତି ଏନକାଉଣ୍ଟର ଯଦି ଓଡ଼ିଶାରେ ହୁଏ ତେବେ ଏଠି ମଧ୍ୟ ବଳାତ୍କାରୀଙ୍କ ମନରେ ମୃତ୍ୟୁର ଭୟ ପଶିବ। ଏମିତି କିଛି ଭାବନାକୁ ନେଇ ଫେରିବା ବେଳକୁ ରେବ ଦେଖିଲା ଜଣେ ସାମ୍ବାଦିକ ଭାଇ ନେତାଙ୍କ ଠାରୁ ପ୍ରତିକ୍ରିୟା ନେଇ ଫେରୁଛନ୍ତି। ସେ ଉକ୍ତ ସାମ୍ବାଦିକ ଜଣଙ୍କୁ କହିଲା। ନେତାମାନେ ତ ଭଲ କଥା କହୁଛନ୍ତି। ସବୁବେଳେ ଝଗଡ଼ା କରନ୍ତି କିନ୍ତୁ ଆଜି ଏନକାଉଣ୍ଟର କୁ ସମର୍ଥନ କରୁଛନ୍ତି।

ସାମ୍ବାଦିକ ଭାଇ ଜଣଙ୍କ କହିଲେ, ଏମାନେ ସତରେ ସମର୍ଥନ କରୁ ନାହାନ୍ତି, ଯଦି ଖୋଳତାଡ଼ ହୁଏ ତେବେ କିଛି ଦୁଷ୍କର୍ମ ମାମଲାରେ ଏଇ ନେତା ମାନେ ହିଁ ଲିପ୍ତ ରହିଥିବେ। ଏମିତି ଏନକାଉଣ୍ଟର କରି ତଦନ୍ତ ହେବାକୁ ସେମାନେ ଅଟକାଉଛନ୍ତି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ପରେ ଲୋକ ମାନେ ତାତିକି ଥିଲେ। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଏହି ସବୁ ଏନ୍‌କାଉଣ୍ଟରର ନାଟ। ଲୋକଙ୍କ କ୍ରୋଧ ଦେଖି ଲାଗୁଥିଲା ପ୍ରଶାସନ ତେଜିବ।  କିଛି ଗୋଟେ ଆଇନ୍‌ ପ୍ରଣୟନ ହେବ। କିନ୍ତୁ ଏତିକି ବେଳେ ଏନକାଉଣ୍ଟର କରି ପ୍ରଶାସନ ଲୋକଙ୍କୁ ଶାନ୍ତ କରାଇଦେଲା। ଏବେ ଲୋକ ଖୁସ୍‌ ଆଉ ପ୍ରଶାସନ ବି ଆନନ୍ଦିତ।
ଏତିକି କହି ସାମ୍ବାଦିକ ଭାଇ ଜଣଙ୍କ ସେଠାରୁ ଚାଲିଗଲେ।

ରେବ ପୁରା ଚୁପ, ସେ ଠିକ୍ ଶୁଣିଥିଲା, ‘section 375’ ଫିଲ୍ମରେ ଅକ୍ଷୟ ଖାନ୍ନା ଠିକ୍ କଥାଟିଏ କହିଥିଲା- “We are in the business of law, not justice”

ମନେ ମନେ ରେବ ଭାବୁଥିଲା। ସତରେ ଅନ୍ୟାୟ କେତେ ସରଳ, ଏଥିରେ ସ୍ପଷ୍ଟତା ଅଛି। ଅନ୍ୟାୟର ଉଦ୍ଦେଶ୍ୟ ହେଉଛି କେବଳ ଜଣଙ୍କ କ୍ଷତି, କାହାକୁ କଷ୍ଟଦେବା, ଆଉ ଢେର ସାରା ଯନ୍ତ୍ରଣା। ଯେଉଁଟା ଏ ଲୋକ ଦେଖାଣିଆ ନ୍ୟାୟଠୁ ତ ଢେର ଗୁଣା ଭଲ। ନ୍ୟାୟ ଆଜି ବିକ୍ରି ହେଇଯାଇଛି, ଯାହାକୁ ଆମେ ନ୍ୟାୟ ଭାବି ଆଲିଙ୍ଗନ କରୁଛୁ, ସେସବୁ ତ ଗୋଟେ ଗୋଟେ ମାୟାଜାଲ।

Related story