ମୁକ୍ତି, ଶାନ୍ତି ଓ ଅହିଂସା

  ସବ୍ୟସାଚୀ ଅମିତାଭ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଔପନିବେଶିକ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଅହିଂସାଭିତ୍ତିକ ଗଣ ଆନ୍ଦୋଳନ ଚଳାଇଥିଲା । ଏକ ଦୁର୍ବଳ ଜାତିକୁ ପରାକ୍ରମଶାଳୀ ସାମ୍ରାଜ୍ୟବାଦୀ ଶକ୍ତିର କବଳରୁ ମୁକ୍ତ କରିବା ପାଇଁ ଅହିଂସା ଏକ ସହଜ ମାର୍ଗ ବୋଲି  ଅନେକ ଭାବୁଥିଲେ । କିନ୍ତୁ ମହାତ୍ମା ଗାନ୍ଧିଙ୍କ ପାଇଁ ଅହିଂସା ଏକ ଧର୍ମ ଥିଲା, ଏକ କର୍ମ ଥିଲା । ଏହା ବିନା ସ୍ବାଧୀନତା ନିରର୍ଥକ ବୋଲି […]

MAHTMA GANDHI ARTICLE

Subhransu Sekhar
  • Published: Thursday, 30 January 2020
  • , Updated: 30 January 2020, 06:32 PM IST

 

  • ସବ୍ୟସାଚୀ ଅମିତାଭ

ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଔପନିବେଶିକ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଅହିଂସାଭିତ୍ତିକ ଗଣ ଆନ୍ଦୋଳନ ଚଳାଇଥିଲା । ଏକ ଦୁର୍ବଳ ଜାତିକୁ ପରାକ୍ରମଶାଳୀ ସାମ୍ରାଜ୍ୟବାଦୀ ଶକ୍ତିର କବଳରୁ ମୁକ୍ତ କରିବା ପାଇଁ ଅହିଂସା ଏକ ସହଜ ମାର୍ଗ ବୋଲି  ଅନେକ ଭାବୁଥିଲେ । କିନ୍ତୁ ମହାତ୍ମା ଗାନ୍ଧିଙ୍କ ପାଇଁ ଅହିଂସା ଏକ ଧର୍ମ ଥିଲା, ଏକ କର୍ମ ଥିଲା । ଏହା ବିନା ସ୍ବାଧୀନତା ନିରର୍ଥକ ବୋଲି ସେ ଭାବୁଥିଲେ । ତାଙ୍କ ମତରେ ଆମେ ଯେଉଁ ପରିମାଣରେ ଅହିଂସାକୁ କାର୍ଯ୍ୟକାରୀ କରିବୁ ସେହି ପରିମାଣରେ ଆମେ ସ୍ୱାଧୀନତା ଲାଭ କରିବୁ । ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନ‌ଙ୍କ ମତରେ ଅତ୍ୟାଚାର, ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପ।ଇଁ ମଣିଷ ଭିତରେ ଯେଉଁ ଉଚ୍ଚତର ପ୍ରବୃତ୍ତି ନିହିତ ରହିଛି ଗାନ୍ଧିଙ୍କ ଅହିଂସ।  ନୀତି ତାହାରି ଉପରେ ପ୍ରତିଷ୍ଠିତ ଏବଂ ଯାହ। ଆମକୁ ଭୟ, ଲୋଭ, କ୍ରୋଧ ଓ ଅପରାଧ ବିରୋଧରେ  ଲଢ଼େଇ କରିବା ପ।ଇଁ ପ୍ରେରଣା ଦିଏ ।

ନୀତି ବିହୀନ ରାଜନୀତି, ଶ୍ରମ ବିହୀନ ସଂପଦ, ସାଧୁତା ବିହୀନ ବାଣିଜ୍ୟ, ଚରିତ୍ର ବିହୀନ ଶିକ୍ଷା, ବିବେକ ବିହୀନ ଆନନ୍ଦ, ମାନବିକତା ବିହୀନ ବିଜ୍ଞାନ, ଉତ୍ସର୍ଗ ବିହୀନ ପୂଜା ଏଇ ସାତୋଟି ଥିଲା ଗାନ୍ଧିଜୀଙ୍କ ମତ ଅନୁସାରେ ସାମାଜିକ ପାପ।  ସ୍ଵାଧୀନତା ଆନ୍ଦୋଳନ ଚେର ଧରିବା ପୂର୍ବରୁ ଦୀର୍ଘ ୨୦ ବର୍ଷ କାଳ ସମଗ୍ର ଭାରତରେ ପଦଯାତ୍ରା କରି ସତ୍ୟ ଓ ଅହିଂସା ବିଷୟରେ ଲୋକଙ୍କୁ ପ୍ରକୃତ ଧାରଣା ଦେବା ସଙ୍ଗେ ସଙ୍ଗେ ବିଭିନ୍ନ ସଂସ୍କାରମୂଳକ, ରଚନାତ୍ମକ କାମ ଯେପରି ଅସ୍ପୃଶ୍ୟତା ନିବାରଣ, ଅରଟରେ ସୂତାକଟା, ଖଦଡ ବସ୍ତ୍ର ପରିଧାନ, ନାରୀ ଜାଗରଣ, ଗ୍ରାମ୍ୟ ଅର୍ଥନୀତି ବିକାଶ ବିଷୟରେ ଲୋକଙ୍କୁ ଭିତରେ ଧାରଣା ଜନ୍ମାଇଥିଲେ ଗାନ୍ଧିଜୀ। ସତ୍ୟ ପ୍ରତି ଆଗ୍ରହ ହିଁ ସତ୍ୟାଗ୍ରହ ବୋଲି ସେ ବୁଝିଥିଲେ ଓ କାମରେ ଲଗାଇଥିଲେ।

ମଣିଷର ଅନ୍ତର୍ନିହିତ ଗୁଣର ବିକାଶ କେବଳ ଗଣତନ୍ତ୍ରରେ ସମ୍ଭବ ବୋଲି ବାପୁଜୀ ବିଶ୍ୱାସ କରୁଥିଲେ । ସେ ଗଣତନ୍ତ୍ର ଓ ସମାଜବାଦର ପୁରୋଧା ଥିଲେ କହିଲେ ବି ଭୁଲ ହେବନି । ଗଣତନ୍ତ୍ର ସମାଜବାଦ ବିନା ମୂଲ୍ୟହୀନ ଓ ସମାଜବାଦ ଗଣତନ୍ତ୍ର ବିନା ମୂଲ୍ୟହୀନ ବୋଲି ସେ ଅନୁଭବ କରିଥିଲେ । ‘ମୁଁ ସେହି ଭାରତ ପାଇଁ କାମ କରିବି ଯେଉଁଠି ସବୁଠାରୁ ଦରିଦ୍ରତମ ଲୋକ ଅନୁଭବ କରିବେ ଯେ ଏହା ହେଉଛି ସେମାନଙ୍କର ଦେଶ, ଯାହାକୁ ଗଢିବା ପାଇଁ ସେମାନଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି । ଏହି ଦେଶରେ ଉଚ୍ଚ, ନୀଚ ଭେଦଭାବ ରହିବ ନାହିଁ, ଅର୍ଥାତ ସମସ୍ତଙ୍କର ଜୀବିକା ନିର୍ବାହ କ୍ଷେତ୍ରରେ ବୈଷମ୍ୟ ନଥିବ, ଅସ୍ପୃଶ୍ୟତା ଦୂରେଇଯିବ, ନିଶା ନିବାରିତ ହେବ, ମହିଳାମାନେ ପୂର୍ଣ୍ଣ ସ୍ୱାଧୀନତା ପାଇବେ, ସମସ୍ତେ ଶାନ୍ତିରେ ରହିବେ, ଶୋଷକ ଶୋଷିତ ରହିବେ ନାହିଁ, ବିଦେଶୀ ଓ  ସ୍ୱଦେଶୀ ମଧ୍ୟରେ ଭିନ୍ନତା ଦୂରେଇ ଯିବ, ସତକାର୍ଯ୍ୟ କରିବାକୁ ଉତ୍ସାହ ମିଳିବ, ଗୋଷ୍ଠୀଗତ ବୈଷମ୍ୟ ଅପସରି ଯିବ- ଏହା ହିଁ ହେବ ମୋ ସ୍ୱପ୍ନର ଭାରତ ।’ ଏ ଉଦଘୋଷଣା ଥିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କର ।

ଗାନ୍ଧିଜୀ ଚାହିଁଥିଲେ ସ୍ୱାଧୀନ ଭାରତର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏପରି ହେବ ଯେ ରାତି ଅଧରେ ବି ଜଣେ ଯୁବତୀ ନିର୍ଭୟରେ ଏକାକୀ କୌଣସି ସ୍ଥାନକୁ ନିରାପଦରେ ଯାଇପାରିବେ । ସମାଜରେ ସାଂପ୍ରଦାୟିକତା ଓ ଜାତିଭେଦର ପ୍ରାଚୀର ରହିବନି। ଗାଁ ଗୁଡିକ କୃଷି ଓ କୁଟୀର ଶିଳ୍ପକୁ ନେଇ ସମୃଦ୍ଧ ହେବେ । ସମସ୍ତଙ୍କୁ ସଠିକ ପରିମାଣର ପାରିଶ୍ରମିକ ମିଳିବ । ପ୍ରତିଟି ଗାଁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବେ, ଆଉ ପାଖ ଗାଁ ପାଇଁ ପରିପୂରକ ସାଜିବେ । ଗାଁର କଳହ ଗାଁରେ ତୁଟିବ । ବସ୍ତୁତଃ ସ୍ୱାଧୀନ ଭାରତରେ ପ୍ରତ୍ୟେକ ଗାଁ ହେବ ଗୋଟିଏ ଗୋଟିଏ ସାଧାରଣତନ୍ତ୍ର । ରାଜନୈତିକ ସହିତ ଅର୍ଥନୈତିକ, ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରତିଟି ଲୋକକୁ ପୂର୍ଣ୍ଣ ସ୍ୱାଧୀନତା ମିଳୁ ଏ ଥିଲା ଗାନ୍ଧିଜୀଙ୍କ ସ୍ୱପ୍ନ । ସେ ବୁଝିଥିଲେ ଗାଁରେ ଭାରତର ଆତ୍ମା ରହୁଛି ।

ଓଡିଶା ସହ ମହାତ୍ମା ଗାନ୍ଧିଙ୍କ ସଂପର୍କ ବେଶ ନିବିଡ ଥିଲା । ୧୯୨୧ରୁ ୧୯୪୬ ଏହି ପଚିଶ ବର୍ଷ ଭିତରେ ଗ।ନ୍ଧିଜୀ ବହୁବାର ଓଡ଼ିଶା ଆସିଛନ୍ତି,ଏଠାକ।ର ସମସ୍ୟା ସମ୍ପର୍କରେ ନିଜକୁ ଅବଗତ କରାଇଛନ୍ତି ଓ ସମାଧାନର ସୂତ୍ର ମଧ୍ୟ ବାହାର କରିବା ପ।ଇଁ ବି ଉଦ୍ୟମ କରିଛନ୍ତି। ଗାନ୍ଧିଜୀ ଓଡ଼ିଶାକୁ ଖୁବ୍ ଭଲ ପାଉଥିଲେ ଖାସ୍ ସେଥିପାଇଁ ଏଠାକାର ଲୋକଙ୍କ ଦୁର୍ଦ୍ଦଶା ତାଙ୍କୁ ବ୍ୟତିବ୍ୟସ୍ତ ମଧ୍ୟ କରିଥିଲା । ଓଡ଼ିଶାକୁ ସେ ଭ।ରତର ଆଇନା ଭାବେ ବିଚାର କରୁଥିଲେ । ଗାନ୍ଧିଜୀ ସର୍ବପ୍ରଥମେ ଓଡ଼ିଶା ଆସିଥିଲେ ଅସହଯୋଗ ଆନ୍ଦୋଳନ ପରେ ପରେ । କଟକ କାଠଯୋଡ଼ି ବାଲିପଠାରେ ଏଥିପାଇଁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଗାନ୍ଧିଜୀଙ୍କ ସହ କସ୍ତୁରବା ମଧ୍ୟ ଆସିଥିଲେ। ତାହା ଥିଲା ୧୯୨୧ ମାର୍ଚ୍ଚ ୨୩ ତାରିଖ। ଏହା ପରେ ପ୍ରାୟ ଦୁଇ ତିନି ବର୍ଷ ବ୍ୟବଧାନରେ ସେ ଓଡ଼ିଶା ଆସିଛନ୍ତି, ବିଭିନ୍ନ ସ୍ଥ।ନରେ ପଦଯାତ୍ରା
କରିଛନ୍ତି । ସ୍ବାଧୀନତା ସଂଗ୍ରାମର ମଙ୍ଗ ଧରିଥିବା ଏଠାକାର ନେତୃତ୍ୱ ଓ ସ।ଧ।ରଣ ଲୋକଙ୍କୁ ଭେଟିଛନ୍ତି । ଓଡିଶା ଆସିବା ଭିତରେ ବାପୁଜୀ ପ୍ର।ୟ ୮୦ଟି ଛୋଟ ବଡ଼ ଗାଁରେ ପାଦ ପକ।ଇଥିଲେ । ମହାତ୍ମା ଗାନ୍ଧିଙ୍କ ଓଡିଶା ଗସ୍ତ ଏକ ଇତିହାସ କହିଲେ ବି ଭୁଲ୍ ହେବନି । ଯାହା ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ଅଙ୍ଗ ଥିଲା ।

ଉପକୂଳ ଓଡ଼ିଶାରେ ଆନ୍ଦୋଳନକୁ ଜୋରଦାର କରିବାର ଆବଶ୍ୟକତା ଅନୁଭବ କରି ଗାନ୍ଧିଜୀ ୧୯୩୪ ମେ ୨୧ ତ।ରିଖରୁ ପଦଯାତ୍ରାରେ ବାହାରିଥିଲେ। ଏହାଥିଲା ଓଡିଶାରେ ତାଙ୍କର ଦ୍ବିତୀୟ ପଦଯାତ୍ରା। ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର ଜିଲ୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ ଗାନ୍ଧିଜୀ। ମେ ୨୧ ତାରିଖରେ ବଡ଼ଚଣା ବ୍ଲକର ବରୀ ଷ୍ଟେସନରେ ସେ ଓହ୍ଲ।ଇଥିଲେ। ହରିଜନ ପଦଯାତ୍ରାରେ ବରୀ ଆଖପାଖ ଅଂଚଳରେ ସେ କିଛି ଦିନ ବିତାଇଥିଲେ । ୧୯୩୪ ଜୁନ୍ ୨ ତାରିଖରେ ଭଦ୍ରକର ଭଣ୍ଡାରିପୋଖରୀ ଅଭିମୁଖେ ଯାତ୍ରା କରିଥିଲେ । ଗାନ୍ଧିଜୀ ଦ୍ବିତୀୟ ଅସ୍ପୃଶ୍ୟତା ଉଚ୍ଛେଦ ପଦଯାତ୍ରାରେ ଯାଜପୁର ଜିଲ୍ଲା ସମେତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜାତିଭେଦ ଦୂର ପାଇଁ ଉଦ୍ୟମ କରିଥିଲେ। ଅସ୍ପୃଶ୍ୟତା ଦୂରୀକରଣ ଓ ଜାତି ଜାତି ମଧ୍ୟରେ ଭେଦଭାବ ଦୂର କରିବା ଲାଗି ସେ ପଦଯାତ୍ରାରେ ଲୋକଂକୁ ବୁଝାଇଥିଲେ । ମନ୍ଦିରରେ ଦଳିତମାନଙ୍କର ପ୍ରବେଶକୁ ସେ ଉତ୍ସାହିତ କରିଥିଲେ । ଯାହାର ଦୃଷ୍ଟାନ୍ତ ବରୀ ପଦଯାତ୍ରା ସମୟରେ ଦେଖିବାକୁ ମିଳିଥିଲା।

ତେବେ ୧୯୩୮ ପରେ ଗାନ୍ଧିଜୀ ଆଉ ଓଡ଼ିଶା ଆସିପାରିନଥିଲେ। ଡେଲାଙ୍ଗ-ବେରବୋଇରେ ଅନୁଷ୍ଠିତ ଗାନ୍ଧି ସେବା ସଂଘ ସମ୍ମିଳନୀରେ ଯୋଗଦେବା ଥିଲା ଗାନ୍ଧିଜୀଙ୍କ ସବୁଠାରୁ ବଡ଼ ଓ ଶେଷ କାର୍ଯ୍ୟକ୍ରମ। ୧୯୪୬ ଜ।ନୁଆରୀ ୨୦ ତ।ରିଖରେ ଆସାମରୁ ମାଡ୍ରାସ ଯିବା ବାଟରେ ଅବଶ୍ୟ ଗାନ୍ଧିଜୀ କଟକ ଓ ବ୍ରହ୍ମପୁର ଷ୍ଟେସନରେ କିଛି ସମୟ ଅଟକିଥିଲେ ଓ ଅପେକ୍ଷାରତ ଜନତାଙ୍କୁ ସଂକ୍ଷିପ୍ତ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସହ ଓଡ଼ିଶାର ଲୋକଙ୍କର ଯେଉଁ ଭାବାତ୍ମକ ସଂପର୍କ ଥିଲ।, ଓଡ଼ିଆମାନେ ତାଙ୍କୁ କେବଳ ଭଲ ପାଉନଥିଲେ ବରଂ ଭଗବାନଂକ ଅବତାର ଭାବେ ଦେଖୁଥିଲେ ।

ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଯେତେବେଳେ ସାବରମତୀ ଆଶ୍ରମ ପ୍ରତିଷ୍ଠ। କଲେ ଦଶପଲ୍ଲାର ଜନୈକ ଗୋବିନ୍ଦ ମିଶ୍ର ଥିଲେ ପ୍ରଥମ ଓଡ଼ିଆ ଯିଏ ଗାନ୍ଧିଙ୍କ ପାଖରେ ପହଞ୍ଚିଥିଲେ । ଗାନ୍ଧିଜୀ ତାଙ୍କୁ ସମ୍ବୋଧନ କରୁଥିଲେ ‘ଗୋବିନ୍ଦଜୀ’ ବୋଲି । ତେବେ ଓଡ଼ିଶା ସମ୍ପର୍କରେ ଗାନ୍ଧି ମନରେ ପ୍ରଥମେ ଧାରଣା ସୃଷ୍ଟି କରନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ୧୯୨୦ ବେଳକୁ ପୁରୀ ଜିଲ୍ଲ।ରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା ସେ ନେଇ ’ନବଜୀବନ’ ପତ୍ରିକାରେ ସାହାଯ୍ୟ ପାଇଁ ଗୁଜରାଟୀଙ୍କୁ ମହାତ୍ମାଙ୍କ ନିବେଦନ ଠାରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଶେଷରେ ଭ।ରତ ଛାଡ଼ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଗିରଫ ପ୍ରତିବାଦରେ ଓଡ଼ିଶାରେ ଯେଉଁମାନେ ଆନ୍ଦୋଳନରେ ଝ।ସ ଦେଇଥିଲେ ତାହା କାଳ କାଳକୁ ଅମର ହୋଇ ରହିଛି ଓ ରହିବ ।

ଅହିଂସା ନୀତିକୁ ଗାନ୍ଧି ସଭ୍ୟତା ଓ ସମାଜର ମୂଳଭିତ୍ତି ବୋଲି ବିଚ।ର କରୁଥିଲେ, କାରଣ ଆଦିମ ଅବସ୍ଥାରେ ବଣ ଜଙ୍ଗଲରେ ବାସ କରୁଥିବା ସମୟରେ ମଣିଷ ହିଂସା ଦ୍ବାରା ପରିଚାଳିତ ହେଉଥିଲ। ଏବଂ ସଭ୍ୟତାର ବିକାଶ ଫଳରେ ଅହିଂସା ଏକ ସାମାଜିକ ନିୟମରେ ପରିଣତ ହେଲା । କିନ୍ତୁ ଶତାବ୍ଦୀ ଶତାବ୍ଦୀ ଧରି ଅହିଂସା ନୀତି ସାମାଜିକସ୍ତରରେ ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ ଥିବା ସଂପର୍କରେ ସୀମିତ ରହିଆସିଛି । ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରୟୋଗ ଲାଗି ଗାନ୍ଧି ଆହ୍ୱାନ ଦେଇଥିଲେ । ଦ୍ୱନ୍ଦ୍ୱ ଓ ପ୍ରତିଦ୍ୱନ୍ଦ୍ୱର ସଂଘାତକୁ ଅତିକ୍ରମ କରିଯେଉଁ କେତେଜଣ ମହାମନିଷୀଙ୍କ ଜୀବନ ଦର୍ଶନ ବିଶ୍ୱ ଇତିହାସରେ ମହିମା ମଣ୍ଡିତ କରିଛି ତା ମଧ୍ୟରୁ ଗାନ୍ଧିଜୀ ଅନ୍ୟତମ । ସତ୍ୟ ହିଁ ଭଗବାନ, କର୍ମ ହିଁ ଉପାସନା ଓ ଗୀତାର ନିର୍ଯାସ ତାଙ୍କର ମାର୍ଗ ଥିଲା । ଏକଧାରାରେ ସେ ଥିଲେ ପ୍ରବୀଣ ରାଜନୀତିଜ୍ଞ, ନିଃସ୍ୱାର୍ଥପର ସମାଜସେବୀ, ଅଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମୀ ଓ ମହାନ ଦାର୍ଶନିକ ।..

ଭୁବନେଶ୍ୱର, ମୋ- 9438296519

Related story