ମହାରାଷ୍ଟ୍ରରେ 'ଇଡି' ସରକାର!

ଜାନକୀଶ ବଡ଼ପଣ୍ଡା ନଭେମ୍ବର ୨୮, ୨୦୧୯ ତାରିଖଠାରୁ ମହରାଷ୍ଟ୍ରରେ ମହା ବିକାଶ ସାମ୍ମୁଖ୍ୟ ବା ମରାଠୀ ଭାଷାରେ ‘ମହା ବିକାଶ ଅଘାଡି’ ସରକାର ରାଜ୍ୟ ଶାସନ ଭାର ଗ୍ରହଣ କଳାବେଳଠୁ ଆଶଙ୍କା କରାଯାଉଥିଲା ଯେ, ବିଧାନସଭାରେ ସର୍ବାଧିକ ସଦସ୍ୟ ବିଶିଷ୍ଟ ବିଜେପି ନିଶ୍ଚୟ ଏହାକୁ ଭାଙ୍ଗିଦେବ। ପୂର୍ବରୁ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି-ଶିବସେନା ଏନଡିଏ ଗଠବନ୍ଧନ ସପକ୍ଷରେ ଯାଇଥିବା ସତ୍ତ୍ୱେ ଦୁଇ ହିନ୍ଦୁତ୍ୱ ବିଶ୍ୱାସୀ ଭାଗୁଆଳୀଙ୍କ ମଧ୍ୟରେ ବୁଝାମଣା ନହୋଇ ପାରିବାରୁ ରାଷ୍ଟ୍ରପତି […]

ED

ED

Debendra Prusty
  • Published: Monday, 11 July 2022
  • Updated: 11 July 2022, 03:32 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ନଭେମ୍ବର ୨୮, ୨୦୧୯ ତାରିଖଠାରୁ ମହରାଷ୍ଟ୍ରରେ ମହା ବିକାଶ ସାମ୍ମୁଖ୍ୟ ବା ମରାଠୀ ଭାଷାରେ 'ମହା ବିକାଶ ଅଘାଡି' ସରକାର ରାଜ୍ୟ ଶାସନ ଭାର ଗ୍ରହଣ କଳାବେଳଠୁ ଆଶଙ୍କା କରାଯାଉଥିଲା ଯେ, ବିଧାନସଭାରେ ସର୍ବାଧିକ ସଦସ୍ୟ ବିଶିଷ୍ଟ ବିଜେପି ନିଶ୍ଚୟ ଏହାକୁ ଭାଙ୍ଗିଦେବ। ପୂର୍ବରୁ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି-ଶିବସେନା ଏନଡିଏ ଗଠବନ୍ଧନ ସପକ୍ଷରେ ଯାଇଥିବା ସତ୍ତ୍ୱେ ଦୁଇ ହିନ୍ଦୁତ୍ୱ ବିଶ୍ୱାସୀ ଭାଗୁଆଳୀଙ୍କ ମଧ୍ୟରେ ବୁଝାମଣା ନହୋଇ ପାରିବାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତେବେ, ଅଚଳାବସ୍ଥା ଦୂର କରିବାକୁ ନଭେମ୍ବର ୨୩ ତାରିଖରେ ବିଜେପି-ଏନସିପି ବୁଝାମଣା ଅନୁସାରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେଁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପୂର୍ବରୁ ତିନିଦିନିଆ ସରକାର ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେହିମାସ ୨୬ ତାରିଖରେ ଜନ୍ମନେଲା ଶିବସେନା-ଏନସିପି-କଂଗ୍ରେସ ଗଠବନ୍ଧନ ଯାହାର ନାମ ଦିଆଗଲା ମହା ବିକାଶ ଅଘାଡି।

ମହାରାଷ୍ଟ୍ରରେ ହିନ୍ଦୁତ୍ୱବାଦୀ ରାଜନୈତିକ ଦଳ ଭାବେ ବିଜେପି ଓ ଶିବସେନା ଜଣାଶୁଣା। ଏଣୁ ଏମାନଙ୍କ ମଧ୍ୟରେ ଗଠବନ୍ଧନକୁ ସ୍ୱାଭାବିକ କୁହାଯାଇପାରେ। ପୂର୍ବରୁ ୨୦୧୪-୨୦୧୯ ଯାଏଁ ଦେବେନ୍ଦ୍ର ଫଡନାଭିସଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଏହି ଦୁଇ ଦଳ ସରକାର କରିଥିଲେ ଓ ୨୦୧୯ରେ ମଧ୍ୟ ପୁନର୍ବାର କ୍ଷମତାସୀନ ହେବା ସପକ୍ଷରେ ଜନାଦେଶ ପାଇଥିଲେ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୦୫ ଓ ଶିବସେନା ୫୬ଟି, ଏପରି ୧୬୧ଟି ଆସନ ପାଇଥିବା କାରଣରୁ ସଂଖ୍ୟା ଓ ଅଭିଜ୍ଞତା ଆଧାରରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ପୁଣି ଥରେ ସରକାର ଗଢ଼ାଯିବ ବୋଲି ସମସ୍ତେ ଆଶାକରୁଥିବା ବେଳେ ଏଥିରେ ବାଧକ ହୋଇଥିଲେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ। ସେ ମିଳିତ ସରକାରର ପ୍ରଥମ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବା ସହ ମନ୍ତ୍ରିମଣ୍ଡଳରେ ସମାନ ପ୍ରତିନିଧିତ୍ୱ ଦାବି କରିବାରୁ ହିନ୍ଦୁତ୍ୱ ଆଧାରିତ ଦୀର୍ଘ ବର୍ଷର ଗଠବନ୍ଧନ ଭାଙ୍ଗିଗଲା। ତାପରେ ରାଷ୍ଟ୍ରପତି ଶାସନ, ବିଜେପି-ଏନସିପି ସରକାର ଓ ଶେଷକୁ ପ୍ରବୀଣ ରାଜନୀତିଜ୍ଞ ଶରଦ ପାୱାରଙ୍କ ଦିଗଦର୍ଶନରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା ଯାହା ଆଜି ଇତିହାସ।

୨୦୧୯ରେ ବିଜେପି-ଶିବସେନା ପ୍ରାକ୍‌-ନିର୍ବାଚନ ମେଣ୍ଟ ଜନାଦେଶ ପାଇଥିଲେ ବି ଜାଣିଶୁଣି ଅନୈତିକ ସଂଖ୍ୟାଗରିଷ୍ଠତା ବଳରେ ଜନାଦେଶକୁ ଛଡ଼ାଇ ନେଇଥିଲେ 'ଅଘାଡି'ର ଅଧ୍ୟକ୍ଷ କୁଶଳୀ ଶରଦ ପାୱାର। ଉଦ୍ଧବ ଠାକରେଙ୍କ ଅନୈତିକ ଜିଦ ଆଗରେ ହିନ୍ଦୁତ୍ୱ ସପକ୍ଷବାଦୀ ଜନାଦେଶର ପରାଜୟ ହୋଇଥିଲା। ଏବେ ଉଦ୍ଧବ ଠାକରେ ସରକାର ପରିବର୍ତ୍ତନ ହୋଇଛି। ଏକନାଥ ସିନ୍ଦେଙ୍କ ଭଳି ଜଣେ ସାଧାରଣ ଅଟୋଚାଳକ-ଶିବସୈନିକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିଜେପି-ଶିବସେନା ଏବେ ଠାକରେ-ଵଂଶବାଦରୁ ମୁକୁଳି କ୍ଷମତାକୁ ଫେରିଛି ମହାରାଷ୍ଟ୍ରରେ। ଏଥିପାଇଁ କିଛି କମ କସରତ କରିବାକୁ ପଡ଼ିନାହିଁ ଫଡନାଭିସଙ୍କୁ। ତାଙ୍କର ମୁଖ୍ୟମନ୍ତ୍ରୀ-ସିଂହାସନ ଆରୋହଣ କରିବାରେ ବାଧକ ହୋଇଥିବା ଉଦ୍ଧବ ଓ ଶରଦ ପାୱାରଙ୍କୁ ପାନେ ଦେବାକୁ ଦେବେନ୍ଦ୍ର ଅହରହ ନୀରବ ପ୍ରଚେଷ୍ଟା ଜାରି ରଖିଥିଲେ ଓ ଶିବସୈନିକଙ୍କ ସହ ସମ୍ପର୍କରେ ଥିଲେ।

ଏକନାଥ-ଦେବେନ୍ଦ୍ର ମେଣ୍ଟ ଏହା କିପରି ସମ୍ଭବ କଲେ? ଉଦ୍ଧବ ଏତେମାତ୍ରାରେ କ୍ଷମତାମତ୍ତ ହୋଇଯାଇଥିଲେ ଯେ ତାଙ୍କୁ ନିଜ ଦଳର ବିଧାୟକ ଓ ନେତାମାନେ ଭେଟିବା ସମ୍ଭବ ହେଉନଥିଲା। ରାଜ୍ୟରେ ହିନ୍ଦୁ ସାଧୁ ସନ୍ନ୍ୟାସୀଙ୍କ ହତ୍ୟା ଓ ହିନ୍ଦୁତ୍ୱର ଅପମାନ ହେଉଥିଲେ ବି ଉଦ୍ଧବ ଭାଗୁଆଳୀଙ୍କ ଚାପରେ ନୀରବ ରହୁଥିଲେ। ଶିବ ସୈନିକମାନେ ଏଥିପାଇଁ ଜନ ଅସନ୍ତୋଷକୁ ସାମ୍ନା କରୁଥିଲେ ଓ ସମାଲୋଚନାର ଶିକାର ହେଉଥିଲେ। ଏହାର ସୁଯୋଗ ନେଇ ଦେବେନ୍ଦ୍ର ରାଜନୈତିକ ଗୋଟି ଚାଳନା କରିଚାଲିଥିଲେ।  ଜୁନ ୧୦ ତାରିଖରେ ରାଜ୍ୟସଭା ସାଂସଦ ନିର୍ବାଚନରେ ୩ଟି ଆସନ ଅକ୍ତିଆର କରି ଦେବେନ୍ଦ୍ର ପ୍ରଥମ ଧକ୍କା ଦେବା ପରେ ୨୦ ତାରଖରେ ବିଧାନ ପରିଷଦ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ଦ୍ଵିତୀୟ ଧକ୍କା ଦେଲେ ଉଦ୍ଧବଙ୍କ ଅଘାଡି ସରକାରଙ୍କୁ। ଏହାପରେ ସିନ୍ଦେ ନିଜର ୧୧ ଜଣ ବିଧାୟକଙ୍କୁ ସାଥିରେ ଧରି ସୁରଟ ଚାଲିଗଲେ। ସରକାରୀ ଗୁଇନ୍ଦା ପୋଲିସ ଅଗୋଚରରେ ୨୧ ତାରିଖରେ ଆଉ ୧୨ ଜଣ ବିଧାୟକ ନିଜ ନିଜର ଟେଲିଫୋନ ସମ୍ପର୍କ କାଟିଦେଲେ। ସେମାନେ ସୁରଟର ଏକ ତାରକା ହୋଟେଲରେ ଥିବାର ଖବର ମିଳିଲା। ଉଦ୍ଧବ ଥାକରେ ଦଳର ମୁଖ୍ୟ ଛାଟିଆ ପଦରୁ ସିନ୍ଦେଙ୍କୁ ବହିଷ୍କାର କରିଦେଲେ ଓ ନିଜ ସମର୍ଥକ ବିଧାୟକଙ୍କୁ ନେଇ ମୁମ୍ବାଇର ଏକ ସୌଖିନ ତାରକା ହୋଟେଲରେ ଲୁଚାଇ ରଖିଲେ। ପରଦିନ ସିନ୍ଦେଙ୍କୁ ନିଜ ସମର୍ଥକଙ୍କ ସହ ଦେଖିବାକୁ ମିଳିଲା ଗୌହାଟୀ ସହରର ପାଞ୍ଚ ତାରକା ହୋଟେଲ 'ରାଡିସନ ବ୍ଲୁ'ରେ। ନିଜର ସମର୍ଥକମାନେ ସିନ୍ଦେ କ୍ୟାମ୍ପରେ ଯୋଗ ଦେଉଥିବାର ଦେଖି ହତାଶ ଉଦ୍ଧବ ସେହିଦିନ ସନ୍ଧ୍ୟାରେ ସରକାରୀ ନିବାସ ଛାଡି ନିଜର ପୈତୃକ ବାସଭବନ 'ମାତୋଶ୍ରୀ'କୁ ଚାଲିଗଲେ। ପରେ ପରେ ସମ୍ବିଧାନ, ଆଇନକୁ ନେଇ କସରତ ଚାଲିଲା। ୨୪ ତାରିଖରେ ଉପବାଚସ୍ପତି ସିନ୍ଦେ ସମର୍ଥକ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଦୁଇଜଣ ସ୍ୱାଧୀନ ବିଧାୟକ ଉପବାଚସ୍ପତିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଯାହାକୁ ଅଗ୍ରାହ୍ୟ କରି ଦିଆଗଲା। ୨୬ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ସିନ୍ଦେ ଯାଚିକା ଦାଖଲ କଲେ ଓ ୨୯ ତାରିଖରେ ଦେବେନ୍ଦ୍ର ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ଅନୁରୋଧ କଲେ। ରାଜ୍ୟପାଳ ଭଗତ ସିଂହ କୋଶିଆରି ଶକ୍ତିପରୀକ୍ଷା ଦେବାକୁ ୩୦ ତାରିଖ ଧାର୍ଯ୍ୟକଲେ ଓ ଏହି ନିଷ୍ପତ୍ତିକୁ ବିରୋଧ କରି ଶିବସେନା ସର୍ବୋଚ୍ଚ ନ୍ୟାୟାଳୟ ଯାଇଥିଲେ ବି ଉଦ୍ଧବ ଠାକରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଫେସବୁକ ମାଧ୍ୟମରେ ନିଜର ଇସ୍ତଫା ଘୋଷଣା କଲେ ଓ ବିଳମ୍ବିତ ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଦେଲେ।  ଦେଶର ଅର୍ଥନୈତିକ ରାଜଧାନୀରେ ଏହି ମହାନାଟକ ଚାଲିଥିଲାବେଳେ ସିନ୍ଦେଙ୍କ ସମର୍ଥକ ବିଧାୟକମାନେ ଗୌହାଟୀରୁ ଆସିଯାଇଥିଲେ ଗୋଆ।

ଶିବସେନାରେ ଉଦ୍ଧବ ଆରମ୍ଭ କରିଥିବା ଠାକରେ ପରିବାରର ମନମାନୀକୁ ଖଣ୍ଡଖଣ୍ଡ କରି ଭାଙ୍ଗି ଶିବସେନାକୁ ସେଥିରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ବିଜେପି ଏକନାଥ ସିନ୍ଦେଙ୍କ ଭଳି ଜଣେ ତୃଣମୂଳ ସହ ଯୋଡିହୋଇ ରହିଥିବା ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଉପହାର ଦେଇଛନ୍ତି। ବାଲା ସାହେବଙ୍କ ପ୍ରତିଷ୍ଠିତ ଶିବସେନାର ମାଲିକାନାରୁ ଉଦ୍ଧବଙ୍କ ସ୍ଥାନରେ ବିଦ୍ରୋହୀଙ୍କୁ ବସାଇବା ହିଁ ବିଜେପିର ରଣନୀତି ଥିଲା ଯାହା ସଫଳ ହୋଇଛି। ଫଳରେ ମହାରାଷ୍ଟ୍ର ରାଜନୀତି ଶରଦ ପାୱାରଙ୍କ ପ୍ରଭାବରୁ ମୁକୁଳିଲା ଓ କଂଗ୍ରେସମୁକ୍ତ ଭାରତ ଗଠନ ଦିଗରେ ଆଉ ଗୋଟିଏ ପାହାଚ ଆଗେଇଲା ବିଜେପି। ଶିବସେନା ବିଭାଜିତ ହେଲେ ସଂଖ୍ୟାଗରିଷ୍ଠ ବିଦ୍ରୋହୀ ଗୋଷ୍ଠୀ ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ଦର୍ଶାଇ ପାରିବେ ଯେ ସେମାନେ ଶିବସେନାରେ ହିଁ ରହିଛନ୍ତି ଓ ଗଣତାନ୍ତ୍ରିକ ପଦ୍ଧତିରେ ନେତା ବଦଳାଇଛନ୍ତି କେବଳ।

ବିଜେପି ନିଜର ଭାବମୂର୍ତ୍ତୀ ସଜାଡ଼ିବା ଉଦ୍ଦେଶ୍ୟରେ ନିଜକୁ କ୍ଷମତାଲୋଭୀ ଭାବେ ଦେଖାଇବାକୁ ଚାହୁଁନି। ସମଗ୍ର ଦେଶରେ ଏହି ନୂଆ ଭାବମୂର୍ତ୍ତୀ ୨୦୨୪ ସାଧାରଣ ନିର୍ବାଚନରେ କାମକୁ ଆସିବ ବୋଲି ଦଳ ମନେକରୁଛି। ମହାରାଷ୍ଟ୍ରରେ ବିଜେପିର ହିନ୍ଦୁତ୍ୱବାଦ ପାଇଁ ଏକମାତ୍ର ସହଯୋଗୀ ଏବଂ ପ୍ରତିଯୋଗୀ ମଧ୍ୟ ଥିଲା ଶିବସେନା। ଏବେ ଏହାକୁ କୁରାଢ଼ିରେ ହାଣି ଶେଷ କରିବା ପାଇଁ ନୂତନ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ବ୍ୟବହାର କରିପାରିବ। ଦେବେନ୍ଦ୍ର ସରକାର ଯେଉଁ ମରାଠା ଆନ୍ଦୋଳନର ସମ୍ମୁଖୀନ ହୋଇଥିଲେ, ସେହି ମରାଠା ଅସ୍ମିତାର ରକ୍ଷକ ଏକନାଥ ସିନ୍ଦେ ଏବେ ମୁଖ୍ୟମନ୍ତ୍ରୀ। ଯେପରି ନୀତୀଶ କୁମାରଙ୍କ ସଂଖ୍ୟାଲଘୁ ସରକାରଙ୍କୁ ସମର୍ଥନ କରି ବିହାରରେ ବିଜେପି ନିଜର ଦିଲ୍ଲୀ ଶାସନକୁ ଦୃଢ଼ କରିପାରିଥିଲା ଏବେ ଶିବସେନାକୁ ସମର୍ଥନ କରି ୨୦୨୪ ଲୋକସଭା ନିର୍ବାଚନରେ ନୂଆଦିଲ୍ଲୀ ପୁନର୍ବାର ଦଖଲ କରିବାର ରଣନୀତି ଆପଣେଇଛି ବିଜେପି। ବିଜେପି ଯଦି ସିନ୍ଦେ-ଅନୁଗତଙ୍କ ସହଯୋଗରେ ଦେବେନ୍ଦ୍ରଙ୍କ ନେତୃତ୍ୱରେ ସରକାର ଗଢିଥାନ୍ତା ଶିବସେନା ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଥାଆନ୍ତା ଏବଂ ବିଜେପିର ବୃହତ୍ତର ସ୍ୱାର୍ଥ ବ୍ୟାହତ ହୋଇଥାଆନ୍ତା। ଅନ୍ୟପକ୍ଷରେ, ବର୍ଷା ଦିନ ନଦୀଭଳି ଫୁଲୁଥିବା ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତୀ ଅପେକ୍ଷା ଦଳର ଭାବମୂର୍ତ୍ତିକୁ ଅଧିକ ମାନ୍ୟତା ଦେବାରେ ସଫଳ ହୋଇଛି ବିଜେପି। ସ୍ୱାର୍ଥ ତ୍ୟାଗ କୌଶଳ କେବଳ ରାଜନୈତିକ ଚାଣକ୍ୟମାନଙ୍କୁ ଚକିତ କରିନାହିଁ ବରଂ ବିଜେପିକୁ ଦେଇଛି ପ୍ରଶଂସା ଓ ପ୍ରତିଷ୍ଠା।

ମହାରାଷ୍ଟ୍ରରେ ନଅ ଦିନର ରାଜନୈତିକ ମଞ୍ଚରେ ଅଭିନୀତ ନାଟକରେ ଆସୁଥିବା ଘନ ଘନ ନାଟକୀୟ ମୋଡ଼ ଯେ କୌଣସି ବଲିଉଡ ରହସ୍ୟ ଚଳଚିତ୍ର ଅପେକ୍ଷା ଥିଲା ଅଧିକ ରୋମାଞ୍ଚକର। ଶେଷ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା ରହସ୍ୟ ରୋମାଞ୍ଚଭରା ଶେଷ ଦୃଶ୍ୟ ଯାହା କେହି ବି  ସ୍ୱପ୍ନରେ ଭାବି ପାରିନଥିଲେ; ଯେଉଁଠି ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରି ବୃହତ୍ତମ ଦଳ ହୋଇଥିବା ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ସ୍ୱୟଂ ଦେବେନ୍ଦ୍ର। ଜୁନ ୩୦ ତାରିଖ ରାତି ୪.୩୦ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଏହି ନାଟକୀୟ ମୋଡ଼ ବିଷୟରେ ସଭିଏଁ ଥିଲେ ଅଜଣା। ସମସ୍ତେ କେବଳ ତାରିଖ ଘୋଷଣା ଅପେକ୍ଷାରେ ଥିଲେ ଯେଉଁଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେଇ ଥାଆନ୍ତେ। ସମସ୍ତଙ୍କୁ ଚକିତ କରିଦେଇ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଫଡନାଭିସ୍ ଘୋଷଣା କରି ବିସ୍ଫୋରଣ ଘଟାଇଦେଲେ ଯେମିତି। ଉପସ୍ଥିତ ସାମ୍ବାଦିକମାନେ ସେମାନଙ୍କ କାନକୁ ବିଶ୍ୱାସ କରିପାରିନଥିଲେ। ମାତ୍ର ୪୦ ଜଣ ଶିବସେନା ବିଧାୟକ ଏବଂ ୧୦ ଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ବଳରେ କିପରି ମୁଖ୍ୟମନ୍ତ୍ରୀ ହୋଇପାରିବେ ସିନ୍ଦେ? ୧୨୦ ଜଣ ବିଧାୟକଙ୍କ ସମର୍ଥନ ପାଇଥିବା ବିଜେପିର ଧୂରୀଣ, ଅନୁଭବୀ ଯୁବନେତା ଦେବେନ୍ଦ୍ରଙ୍କୁ କିପରି ମୁଖ୍ୟମନ୍ତ୍ରୀ ହେବାକୁ ଦେଲେନି ବିଜେପିର ହାଇ କମାଣ୍ଡ?

ଏକନାଥ ସିନ୍ଦେଙ୍କ ସରକାର ଶିବସୈନିକଙ୍କ ନେତୃତ୍ୱରେ ଗଠିତ ହୋଇଥିବାରୁ ଏବେ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ, ସଞ୍ଜୟ ରାଉତ ଏବଂ ଅରବିନ୍ଦ ସାୱନ୍ତ ପ୍ରମୁଖଙ୍କ ମୁହଁ ବନ୍ଦ। ଉଦ୍ଧବ କହିଥିଲେ ଯେ ଯଦି ବିଜେପି ଜଣେ ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ, ତେବେ ସେ ବିଜେପି ସହିତ ରହିଥାନ୍ତେ। ଶିବସୈନିକଙ୍କ ନେତୃତ୍ୱରେ ଶିବସେନା ସରକାର ଗଢିବା କୁଆଡେ ବାଲାସାହେବ ଠାକରେଙ୍କ ସ୍ୱପ୍ନ ଥିଲା। ବର୍ତ୍ତମାନ ବିଜେପି ବାଲାସାହେବଙ୍କ ସ୍ୱପ୍ନକୁ ପୂରଣ କରି ସାରିଛି। ବାଲାସାହେବଙ୍କ ନାମ ଉଚ୍ଚାରଣ କରି ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିସାରିଛନ୍ତି ସିନ୍ଦେ। ଆଜି ଯଦିଓ ଉଦ୍ଧବଙ୍କ ନାମରେ ଶିବସେନା ସଙ୍ଗଠନ ରହିଛି, ଶିବସୈନିକଙ୍କ ସମର୍ଥନ ହରାଇବସିଥିବାରୁ ୬୨ ବର୍ଷୀୟ ଉଦ୍ଧବ ରାଜନୈତିକ ଜୀବନର ସବୁଠୁ ବଡ ହାର୍ ଓ ଦେବେନ୍ଦ୍ର ଫଡନାଭିସ୍ ସବୁଠୁ ବଡ ଖେଳ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛନ୍ତି। ଆଗକୁ ଅଛି ଗୁରୁତ୍ୱପୂର୍ଣ୍ଣ ବିଏମସି (ବୃହତମୁମ୍ବଈ ମୁନିସିପାଲ କର୍ପୋରେସନ) ନିର୍ବାଚନ ଯୁଦ୍ଧ। ତାହା ପୂର୍ବରୁ ଶିବସେନାଙ୍କ ମନୋବଳ ବଢିଛି।

ରାଜନୈତିକ ଦୃଷ୍ଟିରୁ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିନେଇ ତାଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିବା ଫଡନାଭିସ୍ ପାଇଁ ଏତେ ସହଜ ନଥିଲା। ସେ କଦାପି କଳ୍ପନା କରିନଥିଲେ ଯେ ଦଳ ତାଙ୍କୁ ସିନ୍ଦେଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବାକୁ ଏବଂ ତା’ପରେ ତାଙ୍କୁ  ଉପମୁଖ୍ୟମନ୍ତ୍ରୀ ହେବାକୁ କହିବ। ଫଡନାଭିସ୍ ଜଣେ ବିଜେପି କର୍ମୀ ହୋଇଥିବାରୁ ସେ ଦଳର ଶୃଙ୍ଖଳା ରକ୍ଷା କରି ନିର୍ଦ୍ଦେଶନାମା ମାନିଥିଲେ। ଏହା ନିଶ୍ଚୟ ତାଙ୍କର ବଡ଼ ହୃଦୟ ଯାହାପାଇଁ ତାଙ୍କୁ ପ୍ରଶଂସା କରାଯିବା ଉଚିତ୍। ଏହି ପରିସ୍ଥିତିକୁ ଗ୍ରହଣ କରିବା ଫଡନାଭିସ୍ ଭଳି ଜଣେ ନେତାଙ୍କ ପାଇଁ ଅତୀବ କଷ୍ଟସାଧ୍ୟ ଥିଲେ ହେଁ ସେ ଜଣେ ସୁଶୃଙ୍ଖଳିତ କର୍ମୀଭଳି ପରିପାଳନ କରିବା ଦେଶର ସମସ୍ତ ରାଜନୀତିଜ୍ଞଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଉଦାହରଣ। ମିଳିତ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ ଆବେଗଭରା କଣ୍ଠରେ କହିଛନ୍ତି, “ବିଜେପିର ୧୨୦ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସତ୍ୱେ ବାଲାସାହେବଙ୍କ ଅନୁଗାମୀ ଶିବସୈନିକଙ୍କ ମଧ୍ୟରୁ ଜଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ଦେବେନ୍ଦ୍ର ଫଡନାଭିସଙ୍କର ବଡ଼ ଉଦାର ହୃଦୟ”।

ବିରୋଧୀମାନେ 'ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ' ହସ୍ତକ୍ଷେପ କାରଣରୁ 'ଇଡି ସରକାର' ବୋଲି ଯେତେ ଦୋଷ ଦେଲେ ବି ଆଗାମୀ ଦିନରେ 'ଏକନାଥ-ଦେବେନ୍ଦ୍ର ଯୋଡି'ଙ୍କ 'ଇଡି ସରକାର'ହିଁ ସତ୍ୟ ପ୍ରକାଶ କରିବ। କାରଣ ଗଣତନ୍ତ୍ରରେ, ଲୋକମତ ହିଁ ଶ୍ରେଷ୍ଠ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story