ମାନବିକତା ମରିଯାଇଛି ?

କେରଳରେ ଗୋଟିଏ ଗର୍ଭବତୀ ହାତୀ ଉପରେ ଅମାନବୀୟ ଅତ୍ୟାଚାର ପରେ ସୋଶାଲ ମିଡିଆରେ ଏବେ #RIPHUMANITY ଟ୍ରେଣ୍ଡ କରୁଛି। ଯିଏ ଏହି ଘଟଣାକୁ ନିନ୍ଦା କରୁଛନ୍ତି, ଶେଷରେ ପଦେ ଲେଖିଦେଉଛନ୍ତି କି ମାନବିକତା ମରିଯାଇଛି ! ଏହି ଘଟଣା ଯେତିକି ନୃଶଂସ ତାହା ସମସ୍ତଙ୍କ ହୃଦୟ ଏବଂ ମସ୍ତିଷ୍କକୁ ଦୋହଲାଇ ଦେଇଛି। ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ।ଯେଉଁମାନେ ଏଭଳି ନୃଶଂସ କାର୍ଯ୍ୟ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର। କିନ୍ତୁ, ମାନବିକତା ମରିଯାଇଛି…ମାନବିକତା […]

apurva

Tapas Behera
  • Published: Saturday, 06 June 2020
  • , Updated: 06 June 2020, 09:34 PM IST

କେରଳରେ ଗୋଟିଏ ଗର୍ଭବତୀ ହାତୀ ଉପରେ ଅମାନବୀୟ ଅତ୍ୟାଚାର ପରେ ସୋଶାଲ ମିଡିଆରେ ଏବେ #RIPHUMANITY ଟ୍ରେଣ୍ଡ କରୁଛି। ଯିଏ ଏହି ଘଟଣାକୁ ନିନ୍ଦା କରୁଛନ୍ତି, ଶେଷରେ ପଦେ ଲେଖିଦେଉଛନ୍ତି କି ମାନବିକତା ମରିଯାଇଛି ! ଏହି ଘଟଣା ଯେତିକି ନୃଶଂସ ତାହା ସମସ୍ତଙ୍କ ହୃଦୟ ଏବଂ ମସ୍ତିଷ୍କକୁ ଦୋହଲାଇ ଦେଇଛି। ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ।ଯେଉଁମାନେ ଏଭଳି ନୃଶଂସ କାର୍ଯ୍ୟ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର।
କିନ୍ତୁ, ମାନବିକତା ମରିଯାଇଛି...ମାନବିକତା ମରିଯାଇଛି..ମାନବିକତା ମରିଯାଇଛି..!!

ARE YOU Serious?
ଆମ ଇତିହାସ ଏବଂ ପୁରାଣ ସାକ୍ଷୀ ଅଛି ଯେ ସବୁ ସମୟରେ ଦୁଷ୍ଟ ଏବଂ ଖଳ ଲୋକମାନେ ମାନବିକତାର ଉଲଂଘନ କରିଛନ୍ତି। ଦୁର୍ବଳ ଉପରେ ସବଳ ଅତ୍ୟାଚାର କରିଛି, ଅକଥନୀୟ ନିର୍ଯ୍ୟାତନା ଦେଇଛି। କିନ୍ତୁ ଶେଷରେ ଦୁଷ୍ଟ ଶକ୍ତି ଉପରେ ସତ୍ୟର ଜୟ ହୋଇଛି। ଯାହାକୁ ଆମେ ପାପ ଉପରେ ପୁଣ୍ୟର ବିଜୟ ବୋଲି କହିଥାଉ। ସେ କୁରୁସଭାରେ ଏକଠୁଁ ଆରେକ ବଳି ଯୋଦ୍ଧାଙ୍କ ଉପସ୍ଥିତିରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ପ୍ରୟାସ ହେଉ, ଇଂରେଜ ଶାସନ କାଳରେ ଜାଲିୱାନାବାଗ ଗଣହତ୍ୟା ହେଉ କିମ୍ବା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ଦିଲ୍ଲୀରେ ହୋଇଥିବା ନରହତ୍ୟା ହେଉ, ଏ ସବୁ ଗୋଟିଏ ଗୋଟିଏ ଉଦାହରଣ।

ଏବେ ଆସିବା ମାନବିକତାର ହତ୍ୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରକୁ। ଆପଣମାନେ କୁହନ୍ତୁ ଯଦି ମାନବିକତା ବଞ୍ଚିନଥାନ୍ତା କେରଳରେ ଘଟିଥିବା ଏହି ଘଟଣାକୁ ନେଇ ସମଗ୍ର ଭାରତବାସୀ ପ୍ରତିକ୍ରିୟାଶୀଳ କଣପାଇଁ ହୋଇଥାନ୍ତେ? ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନେ ବି ମାନବ କି ନୁହେଁ?ଏହି ମହାମାରୀ ସମୟରେ ବି କିଛି ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଏବଂ କେରଳ ଘଟଣାରେ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିବା ସହିତ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ଶକ୍ତ ପଦକ୍ଷେପ ନେବାକୁ ସରକାରଙ୍କ ଉପରେ ଚାପ ପକାଉଛନ୍ତି, ଏହା ମାନବିକତାର ସ୍ୱର କି ନୁହେଁ?

ଯଦି ଏସବୁ ମାନବିକତାର ସ୍ୱର, ତା’ହେଲେ ମାନବିକତା ମରିଗଲା କେମିତି ? କଥାହେଲା ୮/୧୦ ଜଣ ଲୋକଙ୍କ କୁକର୍ମ ପାଇଁ ଆମେ ସମଗ୍ର ମାନବଜାତିକୁ ନିନ୍ଦା କରି ମାନବିକତା ମରିଯାଇଛି ବୋଲି ରଡି କରିବା କେତେଦୂର ଯୁକ୍ତିଯୁକ୍ତ? ଯେମିତିକି ଦୁଇଦିନ ତଳେ ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିଲା ଯେ କେରଳରେ ଶିକ୍ଷିତଙ୍କ ସଂଖ୍ୟା ଅଧିକ ହୋଇପାରେ କିନ୍ତୁ ସଂସ୍କାରୀଙ୍କ ସଂଖ୍ୟା ବହୁତ କମ ! ଆଶ୍ଚର୍ଯ୍ୟ ୪/୫ଟା ଲୋକପାଇଁ ପୁରା କେରଳବାସୀଙ୍କୁ ବଦନାମ କେତେଦୂର ଠିକ?

ତେଣୁ ଅଳ୍ପ କିଛିଲୋକଙ୍କ ଭୁଲ ପାଇଁ ସମଗ୍ର କେରଳବାସୀଙ୍କୁ ନିନ୍ଦା କରିବା ଯେମିତି ମୁର୍ଖତା ଠିକ ସେହିପରି କିଛିଲୋକଙ୍କ ଦୁଷ୍ଟ ପ୍ରବୃତ୍ତି ପାଇଁ ମାନବିକତା ମରିଯାଇଛି ବୋଲି ଚିତ୍କାର କରିବା ମଧ୍ୟ ସେହିପରି ମୁର୍ଖତା ନୁହେଁ କି?
ph-7008375212

Related story