ଲାଲ ସିଂ ଚଢ୍‌ଢା: ବିଦ୍ୱେଷ, ବିବାଦ ଏବଂ ବାର୍ତ୍ତା

ରୁଦ୍ର ପ୍ରସନ୍ନ ରଥ ଯାହା ଆଶା କରାଯାଉଥିଲା ସେଇଆ ହେଲା। ହିନ୍ଦୀ ଚଳଚିତ୍ର ଅଭିନେତା ଅମୀର ଖାନ୍ ଅଭିନୀତ ଫିଲ୍ମ ଲାଲ୍ ସିଂ ଚଢ୍‌ଢା ଯେପରି ବ୍ୟବସାୟ କରିବା କଥା ତାହା କରିପାରିଲା ନାହିଁ। ସାମାଜିକ ଗଣମାଧ୍ୟମରେ ଲାଲ ସିଂ ଚଢ୍‌ଢାକୁ ବୟକଟ୍ କରିବା ପାଇଁ ଢେର ଦିନ ହେବ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା ଏବଂ ତାହା ଫଳପ୍ରସୂ ହୋଇଥିବାର ବିଶ୍ୱାସ କରାଯାଊଛି। ଫିଲ୍ମ ରିଲିଜ ହେବାର ପ୍ରଥମ ତିନିଦିନ ଭିତରେ ଏହା ତିରିଶ କୋଟିର […]

Lal-singh

Lal-singh

Debendra Prusty
  • Published: Friday, 19 August 2022
  • Updated: 19 August 2022, 05:04 PM IST

Sports

Latest News

ରୁଦ୍ର ପ୍ରସନ୍ନ ରଥ

ଯାହା ଆଶା କରାଯାଉଥିଲା ସେଇଆ ହେଲା। ହିନ୍ଦୀ ଚଳଚିତ୍ର ଅଭିନେତା ଅମୀର ଖାନ୍ ଅଭିନୀତ ଫିଲ୍ମ ଲାଲ୍ ସିଂ ଚଢ୍‌ଢା ଯେପରି ବ୍ୟବସାୟ କରିବା କଥା ତାହା କରିପାରିଲା ନାହିଁ। ସାମାଜିକ ଗଣମାଧ୍ୟମରେ ଲାଲ ସିଂ ଚଢ୍‌ଢାକୁ ବୟକଟ୍ କରିବା ପାଇଁ ଢେର ଦିନ ହେବ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା ଏବଂ ତାହା ଫଳପ୍ରସୂ ହୋଇଥିବାର ବିଶ୍ୱାସ କରାଯାଊଛି। ଫିଲ୍ମ ରିଲିଜ ହେବାର ପ୍ରଥମ ତିନିଦିନ ଭିତରେ ଏହା ତିରିଶ କୋଟିର ବ୍ୟବସାୟ ମଧ୍ୟ କରିପାରିନାହିଁ। ଅମୀରଙ୍କ ସିନେମା ଗତ ଏକ ଦଶନ୍ଧିରେ ଏ ପ୍ରକାର ନିମ୍ନମାନର ବ୍ୟବସାୟ କରିନଥିଲା। ବର୍ଷେ ଦୁଇବର୍ଷ ଅନ୍ତରାଳରେ ଅମୀର ଗୋଟିଏ ଯୋଡ଼ିଏ ଫିଲ୍ମ କରନ୍ତି ଏବଂ ଅମୀରଙ୍କ ଦମଦାର ପ୍ରଦର୍ଶନକୁ ପରଦା ଉପରେ ଦେଖିବା ପାଇଁ ଲୋକ ଚାହିଁ ରହିଥାଅନ୍ତି। ମାତ୍ର ଏଥର ତାହା ହେଲା ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଫିଲ୍ମଟି ଯେ ଆଗକୁ ଭଲ ବ୍ୟବସାୟ କରିବ ତାହା ଆଶା କରିବା ବୃଥା। ଦିଲ୍ , ରାଜା ହିନ୍ଦୁସ୍ଥାନୀ, ଦଙ୍ଗଲ, ସରଫରୋଶ , ଥ୍ରୀ ଇଡିୟଟ୍ସ, ତାରେ ଜମିନ ପର ପରି ଜବରଦସ୍ତ ହିଟ୍ସ ଦେଇଥିବା ଅମୀର ନିଜର ଏହି ଫିଲ୍ମରେ ଚିରାଚରିତ ଭାବେ ଚମତ୍କାର ଅଭିନୟ କରିଥିଲେ ବୋଲି କୁହାଯାଉଥିଲେ ମଧ୍ୟ ଦର୍ଶକଙ୍କୁ ପ୍ରେକ୍ଷାଳୟ ଆଡ଼କୁ ଟାଣିବାରେ ବିଫଳ ହୋଇଛନ୍ତି।

ଅମୀରଙ୍କ ଲାଲ୍ ସିଂ ଚଢ୍‌ଢା ଫିଲ୍ମର ଏପରି ଦୁର୍ଗତି ପାଇଁ ଅମୀର ହିଁ ଦାୟୀ ବୋଲି ଲୋକଙ୍କ ମତ। ୨୦୧୫ ମସିହାରେ ଅମୀର ତାଙ୍କ ନିର୍ଦ୍ଦେଶିକା ପତ୍ନୀ କିରଣ ରାଓଙ୍କ ଏକ କଥାବାର୍ତ୍ତାକୁ ଗଣମାଧ୍ୟମରେ ସାର୍ବଜନୀନ କରିଥିଲେ। ଏଥିରେ ସେ ମତ ଦେଇଥିଲେ ଯେ ତାଙ୍କ ପତ୍ନୀ କିରଣଙ୍କ ମତ ଅନୁସାରେ ଭାରତ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ଏବଂ କିରଣ ଅମୀରଙ୍କ ସହ ଦେଶ ଛାଡ଼ି ବାହାରକୁ ଚାଲି ଯିବାକୁ ଚାହୁଁଛନ୍ତି। ଏହା ସହିତ ଧାର୍ମିକ ବିଦ୍ୱେଷକୁ ବିରୋଧ କରି ପୁରସ୍କାର ଫେରାଉଥିବା ସାହିତ୍ୟିକ ଏବଂ ସମାଜସେବୀମାନଙ୍କର ପଦକ୍ଷେପକୁ ଅମୀର ଖାନ୍ ସମର୍ଥନ ମଧ୍ୟ କରିଥିଲେ। ଏହା ସରକାରୀ ସମର୍ଥକ ଏବଂ କଟ୍ଟର ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଶକ୍ତିମାନଙ୍କୁ ରଗାଇବାକୁ ଯଥେଷ୍ଟ ଥିଲା ଏବଂ ସେମାନେ ଅମୀରଙ୍କୁ ପାନେ ଦେବାକୁ ଅପେକ୍ଷା କରିଥିଲେ। ୨୦୧୮ରେ ଅମୀର କରିଥିବା ଠଗ୍ସ ଅଫ ହିନ୍ଦୋସ୍ତାନ ଫିଲ୍ମ ବି ବିଶେଷ ବ୍ୟବସାୟ କରିପାରନଥିଲା। ଗତ କିଛି ବର୍ଷ ହେଲା ଅମୀର ଖାନ୍‌ଙ୍କୁ କ୍ରମେ କ୍ରମେ ହିନ୍ଦୁ ବିରୋଧୀ, ହିନ୍ଦୁ ଦେବାଦେବୀ ବିରୋଧୀ ବୋଲି ସାମାଜିକ ଗଣମାଧ୍ୟମରେ ଚିତ୍ରଣ କରାଯାଇ ଆସୁଥିଲା। ଲୋକଙ୍କ ଆଖିରେ ଜଣେ ସେଲେବ୍ରିଟିର ଚେହେରା ବନାଇବା ଏବଂ ବିଗାଡ଼ିବାରେ ଯେ ସାମାଜିକ ଗଣମାଧ୍ୟମ ନେଇପାରେ ତାହା ପୁଣି ଥରେ ଅମୀରଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ସାମାଜିକ ଗଣମାଧ୍ୟମରେ ଅମୀରଙ୍କ ବିରୋଧରେ ପ୍ରଚାର ଏବଂ ପ୍ରସାର ପାଇଁ  ଅମୀରଙ୍କର ଲାଲ ସିଂ ଚଢ୍‌ଢାର ବ୍ୟବସାୟ ଧୂଳିସାତ୍ ହୋଇଯାଇଛି। ଏବେ ଅଭିନେତା ଅମୀରଙ୍କ ଅପେକ୍ଷା ମୁସଲମାନ ଅମୀର ଭାବେ ଅମୀର ଖାନଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଚାଲିଛି।

ଫିଲ୍ମ ହେଉ ବା ଯେକୌଣସି ଅନ୍ୟ କଳା ତାହାକୁ ବାଛନ୍ଦ ପାଇଁ ଆହ୍ୱାନ ଦେବା ଏକ ନିମ୍ନ ମାନର ମାନସିକତା। କାରଣ କଳାର କୌଣସି ସୀମା ନଥାଏ ଏବଂ ଏହି କଳାକୁ ସୀମା ସରହଦ ଦେଇ ବାନ୍ଧିବାର ଆବଶ୍ୟକତା ବି ନାହିଁ। କଳାର ଭୌଗୋଳିକ ବ୍ୟାପ୍ତି ଏବଂ ପରିସୀମା ଯେତେ ବ୍ୟାପକ ହେବ ଏହାର ଗ୍ରହଣୀୟତା ଏବଂ ଶ୍ରେଣୀ ସେହି ଅନୁସାରେ ବ୍ୟାପକ ହେବ। ତେଣୁ କୌଣସି ରାଜନୈତିକ ବାହାନାରେ କୌଣସି କଳାର ବାଛନ୍ଦ ବା ବୟକଟ କରିବାର ଆହ୍ୱାନ ଯିଏ ବି ଦେଉଥାଏନା ନାହିଁ କାହିଁକି ତାହା ଗ୍ରହଣୀୟ ହେବା ଉଚିତ୍ ନୁହେଁ। ଅତୀତରେ ସେହିପରି ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଛପାକ୍‌କୁ ବିରୋଧ କରାଯାଇଥିଲା। ଏସିଡ୍ ଆକ୍ରାନ୍ତ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଯାହା ସାମାଜିକ ଆଲୋଚନାର ଅପେକ୍ଷା ରଖୁଥିଲା ତାହା ହୋଇ ପାରିଲା ନାହିଁ। ଫିଲ୍ମଟି ଚୁପ୍ ଚାପ୍ ଆସି ଚୁପ୍ ଚାପ୍ ଚାଲିଗଲା। ହୁଏତ ବ୍ୟବସାୟିକ ଭାବେ ଏହି ଫିଲ୍ମ ସଫଳ ହୋଇଥିଲେ ଏସିଡ୍ ପୀଡିତାମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ମଧ୍ୟରୁ କିଛି ସମାଧାନ ହୋଇ ପାରିଥାଆନ୍ତା ମାତ୍ର ତାହା ହୋଇ ପାରିଲା ନାହିଁ। କିଛି ଲୋକଙ୍କର ରାଜନୈତିକ ମହତ୍ୱାକାଂକ୍ଷା ଏହି ଫିଲ୍ମ ଏବଂ ଦର୍ଶକଙ୍କ ଆଗରେ ବଡ଼ ପ୍ରାଚୀର ପରି ଠିଆ ହେଲା। ଦର୍ଶକ ବି ସାହସ ଦେଖାଇ ଏହି ଫିଲ୍ମକୁ ଦେଖିବାକୁ ଗଲେ ନାହିଁ। ସାହସୀ  ଏବଂ ମନୋରଂଜନପ୍ରିୟ ଦର୍ଶକ ନଥିଲେ କୌଣସି ବି ଚଳଚିତ୍ର ଆଗେଇ ପାରିବ ନାହିଁ।

ଅମୀର ଜଣେ ଭଲ ଅଭିନେତା ନିଶ୍ଚିତ ଏଥିରେ କୌଣସି ସଂଦେହ ନାହିଁ। ତାହା ପୂର୍ବରୁ ସେ ଜଣେ ଭାରତୀୟ ନାଗରିକ ମଧ୍ୟ। ଭାରତରେ ଘଟୁଥିବା ବିଭିନ୍ନ ସାମାଜିକ ସମସ୍ୟା ଏବଂ ପରିସ୍ଥିତି ଉପରେ ମତ ଦେବାରେ ତାଙ୍କର ନିଜସ୍ୱ ଅଧିକାର ରହିଛି। ଏହି ମତ ହୁଏତ କାହାକୁ ଅସୁଖି କରିପାରେ। ତେବେ ଏହି ମତକୁ ଆଧାର କରି ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାକୁ ଆଂଚ ଆଣିବା ଦିଗରେ ପ୍ରୟାସ କରିବା କେଉଁ ପ୍ରକାର ମାନସିକତା? ତା ମାନେ କଣ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆପଣ ସବୁବେଳେ ଲୋକ ଶୁଣିବାକୁ ଚାହୁଁଥିବା କଥା କହିବାକୁ ବାଧ୍ୟ? ଆପଣ କିଛି ଭିନ୍ନ କଥା କହିବେ ମାନେ ଆପଣଙ୍କ ବୃତ୍ତି ପ୍ରଭାବିତ ହେବ? ଯଦି ଏପରି ମାନସିକତା ରଖାଯିବ ତାହା ହେଲେ ଲୋକମାନେ ନିଜ ନିଜ ମତ ରଖିବେ କିପରି? ଯଦି ନିଜର ମତ ନ ରଖିବେ ତେବେ ଗଣତନ୍ତ୍ର ଶକ୍ତିଶାଳୀ ହେବ କିପରି? ଅମୀର ବୋଧହୁଏ ସେଲେବ୍ରିଟ୍ ହେବାର ମୂଲ୍ୟ ଦେଉଛନ୍ତି। କେବଳ ସ୍ପଷ୍ଟଭାବେ ମତ ପ୍ରକାଶ କରୁଥିବାରୁ ତାଙ୍କୁ ଏ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

ଅମୀରଙ୍କ ପିକେ ଫିଲ୍ମରେ ତାଙ୍କ ଅଭିନୀତ ଭୂମିକା ପାଇଁ ସେ ଏବେ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଠାକୁରଙ୍କୁ ତଳେ ରଖି ତା ପାଖରେ ପରିସ୍ରା କରୁଥିବାର ଦୃଶ୍ୟ ଏବେ ଲୋକଙ୍କୁ ବ୍ୟଥିତ କରୁଛି। ଲୋକ ଏଥିପାଇଁ ଅମୀରଙ୍କୁ ହିନ୍ଦୁ ବିରୋଧୀ ଭାବେ ଚିତ୍ରଣ କରୁଛନ୍ତି। ତେବେ ପ୍ରଶ୍ପ ହେଉଛି ଏ ପ୍ରକାର ବିରୋଧ ପିକେ ବିରୋଧରେ ପିକେ ରିଲିଜ୍ ବେଳେ କାହିଁକି ଉଠିନଥିଲା? ଯଦି ଲୋକମାନଙ୍କୁ ଏ ଦୃଶ୍ୟ ଏତେ ଆପତ୍ତିଜନକ ଲାଗୁଥିଲା ତାହାହେଲେ ସେତେବେଳେ ଏହା ସୁପର ହିଟ୍ ହେଲା କିପରି? ତେବେ ହଁ ଏକଥା ବି ସତ ଯେ କୌଣସି ପରିସ୍ଥିତିରେ ଲୋକଙ୍କ ଧାର୍ମିକ ଅନୁଷ୍ଠାନ ଏବଂ ବିଶ୍ୱାସକୁ ଆଘାତ ଦେଇ ଆପଣ ଯାହା ବି କରିବେ ତାହା ବିଶେଷ ସମୟ ପାଇଁ ଲୋକଙ୍କୁ ଆକର୍ଷିତ କରିପାରିବ ନାହିଁ। ଏହା କେବଳ ଅମୀର ନୁହେଁ କଳାକୁ ନିଜର ବୋଲି ଭାବୁଥିବା ସବୁ କଳାକାର ଭାବିବା ଦରକାର। ଏଣୁ କଳାକାର, ଫିଲ୍ମ ନିର୍ମାତା ଧର୍ମ ଏବଂ ଧର୍ମୀୟ ପରମ୍ପରାକୁ ନେଇ ଫିଲ୍ମ କଲାବେଳେ ଅଧିକ ଯତ୍ନବାନ ହେବା ଦରକାର।

ଏବେ ଅମୀର ଭୁଲ୍ ମାଗିଲା ପରେ ବି ଅମୀରଙ୍କୁ ବୟକଟ କରୁଥିବା ଅନୁ ।ନମାନେ ଏହାକୁ କ୍ଷମା ଦେଇ ନାହାନ୍ତି। ଯାହା ଲାଗୁଛି ଅମୀର ସୁପରହିଟ୍ କଳାକାର ଭାବେ ନିଜର ହରାଇଥିବା ପ୍ରତିଷ୍ଠାଙ୍କୁ ଫେରି ପାଇବାକୁ ଅମୀରଙ୍କୁ ଆହୁରି ବେଶ୍ କିଛି ସମୟ ଲାଗିବ। ତେବେ ଏହି ପ୍ରକରଣରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଧର୍ମ ଭିତରେ ଚରମବାଦର ପ୍ରଚାର ଏବଂ ପ୍ରସାର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଧର୍ମର ଚରମବାଦକୁ ଆହ୍ୱାନ ଦେବାକୁ ଯାଇ ଆଉ ଗୋଟିଏ ଧର୍ମରେ ଚରମବାଦର ମଂଜି ବୁଣା ଚାଲିଛି। ଯେତେବେଳେ କି ଆମେ ଭଲଭାବେ ଜାଣିଛେ ଯେ ଚରମବାଦ କୌଣସି ସମସ୍ୟାର ସ୍ଥାୟୀ ସମାଧାନ କରିବାରେ କେବେ ବି ସକ୍ଷମ ହୋଇନାହିଁ।

ଆଜି ସାମାଜିକ ଗଣମାଧ୍ୟମରେ ଅମୀର ବିରୋଧୀ ଅଭିଯାନର ସଫଳତା ଯୋଗୁଁ  ହୁଏତ ଅମୀର ବିରୋଧୀମାନେ ଖୁସି ମନାଇ ପାରୁଥାନ୍ତି ତେବେ ଏହା ଏକ ବିପଦଜନକ ବାର୍ତ୍ତା ଦେଉଛି। ସାମାଜିକ ଗଣମାଧ୍ୟମ କ୍ରମେ କ୍ରମେ ଆମର ପସନ୍ଦ ଅପସନ୍ଦକୁ ପାଦରେ ଦଳି ଦେଇ କିଛି ଗୋଷ୍ଠୀର ପସନ୍ଦ ଅପସନ୍ଦକୁ ପ୍ରାଧାନ୍ୟ ଦେଉଛି। ଏହା ଯୋଗୁଁ ଆଗାମୀ ଦିନରେ ଆମେ କଣ ଖାଇବା, କଣ ପିନ୍ଧିବା ତାହାର ନିଷ୍ପତ୍ତି ବି ଏଇ ସାମାଜିକ ଗଣମାଧ୍ୟମ ଏବଂ ଏହାକୁ ନିୟନ୍ତ୍ରିତ କରିୁଥିବା ମଙ୍ଗୁଆଳମାନେ ହିଁ ନେବେ। ଏହା ଦ୍ୱାରା କିଛି ଲୋକଙ୍କର ଏକନାୟକତ୍ୱବାଦର ପ୍ରଚାର ହେବ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା ଭିନ୍ନ ମତ କବର ନେବ।

ମୋଟ୍ ଉପରେ ଅମୀରଙ୍କ ଫିଲ୍ମକୁ ବୟକଟ୍ କରାଯାଇ ହୁଏତ ବୟକଟ୍ ଆହ୍ୱାନ ଦେଇଥିବା ଲୋକ ଏବଂ ସଂସ୍ଥା ଗୋଟିଏ ଛୋଟିଆ ଯୁଦ୍ଧ ଜିତିଯାଇଛନ୍ତି। ତେବେ ବିଚାରବାଦର ଏକ ବଡ଼ ଯୁଦ୍ଧ ଲଢ଼ାହେବାକୁ କ୍ଷେତ୍ରପ୍ରସ୍ତୁତ କରିଦେଇ ଯାଇଛନ୍ତି। ବିଭିନ୍ନ ଧାର୍ମୀୟ ଏବଂ ପରମ୍ପରାଧର୍ମୀ ପ୍ରସଙ୍ଗ ଉପରେ ଆଗାମୀ ଦିନରେ ଫିଲ୍ମ ନିର୍ମାଣ ହେଲେ ଏହାର ଭାଗ୍ୟ ଏବଂ ଭବିଷ୍ୟତକୁ କଣ ସାମାଜିକ ଗଣମାଧ୍ୟମରେ ଧର୍ମର ଧ୍ୱଜା ଉଡ଼ାଉଥିବା ଲୋକଙ୍କ ହାତରେ ଛାଡି ଦିଆଯିବ ନା ବିରୋଧ ସତ୍ତ୍ୱେ ବି ଫିଲ୍ମ ଦେଖିବାକୁ ଆସିଥିବା ଲୋକଙ୍କ ସାହାସୀ କାନ୍ଧ ଉପରେ ଭରସା କରାଯିବ ତାହା ଦେଖିବାର କଥା। ଏହା ହିଁ ବଲିଉଡ଼ର ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିବ।

ଧବଳଗିରି, ଯାଜପୁର ରୋଡ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story