ରାଜନୀତିର ଖେଳରେ ପଲଟୁରାମ ଅଲରାଉଣ୍ଡର

ରୁଦ୍ର ପ୍ରସନ୍ନ ରଥ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଚର୍ଚ୍ଚାରେ। ବିଜେପି-ଜନତାଦଳ ୟୁନାଇଟେଡ‌୍‍ର ମିଳିତ ସରକାର ଚଳାଉଥିବା ନୀତୀଶ ବିହାରରେ ବିଜେପି ଜନତାଦଳ ୟୁନାଇଟେଡ‌୍‍ ପାଇଁ ବିପଦ ସୃଷ୍ଟି କରି ଦଳକୁ ଭାଙ୍ଗିବାକୁ ବସିଛି ବୋଲି ଆଶଙ୍କା କରି ବିଜେପି ଜନତାଦଳ ୟୁନାଇଟେଡ୍‌ର ବିଶେଷ କିଛି କ୍ଷତି କରିବା ପୂର୍ବରୁ ନୀତୀଶ କୁମାର ଆଗୁଆ ରାଷ୍ଟ୍ରୀୟ ଜନତା ଦଳର ସହଯୋଗ ପାଇ ପ୍ରଥମେ ରାଜ୍ୟପାଳଙ୍କୁ ନିଜର ତ୍ୟାଗପତ୍ର ଦେଇ ସାରିଲାପରେ ତାହା ପର ଦିନ ପୁଣି […]

Nitis

Nitis

Niranjan Mishra
  • Published: Friday, 12 August 2022
  • Updated: 12 August 2022, 06:27 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଚର୍ଚ୍ଚାରେ। ବିଜେପି-ଜନତାଦଳ ୟୁନାଇଟେଡ‌୍‍ର ମିଳିତ ସରକାର ଚଳାଉଥିବା ନୀତୀଶ ବିହାରରେ ବିଜେପି ଜନତାଦଳ ୟୁନାଇଟେଡ‌୍‍ ପାଇଁ ବିପଦ ସୃଷ୍ଟି କରି ଦଳକୁ ଭାଙ୍ଗିବାକୁ ବସିଛି ବୋଲି ଆଶଙ୍କା କରି ବିଜେପି ଜନତାଦଳ ୟୁନାଇଟେଡ୍‌ର ବିଶେଷ କିଛି କ୍ଷତି କରିବା ପୂର୍ବରୁ ନୀତୀଶ କୁମାର ଆଗୁଆ ରାଷ୍ଟ୍ରୀୟ ଜନତା ଦଳର ସହଯୋଗ ପାଇ ପ୍ରଥମେ ରାଜ୍ୟପାଳଙ୍କୁ ନିଜର ତ୍ୟାଗପତ୍ର ଦେଇ ସାରିଲାପରେ ତାହା ପର ଦିନ ପୁଣି ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ ଏବଂ ଅନ୍ୟ ଛୋଟ ଛୋଟ ୭ଟି ଦଳର ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି। ବିହାରରେ ସୁଶାସନ ବାବୁ ଭାବେ ପରିଚିତି ହାସଲ କରିଥିବା ନୀତୀଶ କୁମାର ଗତ କୋଡିଏ ବର୍ଷ ଭିତରେ ଆରଜେଡି ଏବଂ ବିଜେପି ସହ ଏପଟ ସେପଟ ହୋଇ ଅଷ୍ଟମଥରପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେତେକ ଏହାକୁ ନୀତୀଶ ନିଜକୁ ଆଗାମୀ ପ୍ରଧାନମନ୍ତ୍ରୀଭାବେ ଉପସ୍ଥାପିତ କରିବା ପାଇଁ ପ୍ରସ୍ତୁତି କହୁଥିବା ବେଳେ ଆଉ କିଛି ବିହାରରେ ବିଜେପିକୁ ଚେକ‌୍‍ମେଟ‌୍‍ ଦେଇ ନିଜ ଦଳକୁ ଭାଙ୍ଗିବାକୁ ରକ୍ଷାକରିବାର ଉଦ୍ୟମ ବୋଲି ମତ ଦେଉଛନ୍ତି। ତେବେ ନୀତୀଶଙ୍କ ଉଦ୍ଦେଶ୍ୟ ଯାହା ହେଉନା କାହିଁକି ବର୍ତମାନ ପାଇଁ ନିଜର ଗାଦି, ଦଳ ଏବଂ ପଦ ବଂଚାଇବାରେ ନୀତୀଶ ସଫଳ ହେବା ସହ ରାଷ୍ଟ୍ରୀୟ ଜନତା ଦଳକୁ କ୍ଷମତାକୁ ଫେରାଇ ଆଣିବା ସହ ବିଜେପିକୁ ବିହାରରେ କ୍ଷମତା ବଳୟ ବାହାରକୁ ନେଇ ଯାଇଛନ୍ତି।

ନୀତୀଶଙ୍କ ଏପରି କାର୍ଯ୍ୟକଳାପ ପରେ ଦେଶର ରାଜନୀତିରେ ପଲଟୁରାମଙ୍କୁ ( ନିଜର ସ୍ୱାର୍ଥ ପାଇଁ ଦଳବଦଳ କରୁଥିବା ଲୋକଙ୍କୁ ଭାରତୀୟ ରାଜନୀତିରେ ପଲଟୁରାମର ଆଖ୍ୟା ଦିଆଯାଏ) ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଭାରତର ରାଜନୀତିରେ ନିଜର ପଦ କିମ୍ୱା ଗରିମା ରକ୍ଷା କରିବା କିମ୍ୱା ନିର୍ବାଚନରେ ଟିକେଟ ଖଣ୍ଡେ ପାଇବା ପାଇଁ ନେତାମାନେ ଦଳ ବଦଳ କରିବାର ଅନେକ ନଜିର ଅଛି। ଉଭୟ ଆଂଚଳିକ ଏବଂ ରାଷ୍ଟ୍ରୀୟ ଦଳର ଅନେକ ନେତା ଏହି ବ୍ୟାପାରରେ ବହୁବାର ଜଡିତ ହୋଇଛନ୍ତି। ସ୍ୱାଧୀନଭାବେ ଗୋଟିଏ ଦଳରୁ ଭୋଟ ପାଇ ନିବାର୍ଚନ ପରେ ଅନ୍ୟ ଦଳକୁ ସମର୍ଥନ ଦେବା ଆଦି ଘଟଣା ଭାରତବର୍ଷରେ ଆଦୌ ନୂଆ ନୁହେଁ। ବରଂ ଏହା ଅନେକ ଥର ଘଟିଛି ଏବଂ ଭୋଟରମାନେ ପରେ ଏହାକୁ ନେଇ ଗଣମାଧ୍ୟମରେ ବିରକ୍ତି ପ୍ରକାଶ କରିଛନ୍ତି। ଏହି ଦଳ ବଦଳକୁ ରୋକିବା ପାଇଁ ସଂସଦରେ କାନୁନ ମଧ୍ୟ ପାରିତ ହୋଇଛି। ତେବେ ନିକଟରେ ମହାରାଷ୍ଟ୍ରରେ ଏବଂ ବିହାରରେ ଘଟିଥିବା ରାଜନୈତିକ ପଟ୍ଟ ପରିବର୍ତନରୁ ଏହା ସ୍ପଷ୍ଟ ଯେ ଏହି ନିୟମ କାନୁନ‌୍‍ ଥିବା ସତ୍ତ୍ୱେ ବି ନେତାମାନେ ବିଭିନ୍ନ ଉପାୟରେ ଦଳ ବଦଳ କରି ସରକାର ଭାଙ୍ଗିବାରେ ସଫଳ ହେଉଛନ୍ତି। କେତେବେଳେ ରାଜ୍ୟରୁ ବାହାରକୁ ପଳାଇଯାଇ ତ ଆଉ କେତେବେଳେ ପୂରା ନିବାର୍ଚନ ପରବର୍ତ୍ତି ଗଠବନ୍ଧନକୁ ଭାଙ୍ଗିଦେଇ ରାତାରାତି ସରକାରର ହୁଲିଆ ବଦଳାଇ ଦେଉଛନ୍ତି।

କୁହାଯାଏ ରାଜନୀତିରେ କିଛି ଅସମ୍ଭବ ନୁହେଁ। ଆଉ ସମ୍ଭାବନାର ଅନ୍ୟ ନାମ ହେଉଛି ରାଜନୀତି। ଯିଏ ରାଜନୀତିର ଅମା ଅନ୍ଧାକାରପୂ‌ର୍ଣ୍ଣ ଆକାଶରେ ସଂଭାବନାର ସୂର୍ଯ୍ୟ ଯେତେ ଶୀଘ୍ର ଦେଖିପାରିଲା ସେ ସେତେ ସଫଳ ହୁଏ। ତେବେ ଏକଥା ବି ସତ୍ୟ ଯେ ଏହି ଅମା ଅନ୍ଧାକାରପୂର୍ଣ୍ଣ ଆକାଶରେ ସମ୍ଭାବନାର ସୂର୍ଯ୍ୟୋଦୟ ଆପଣାଛାଏଁ ହୁଏ ନାହିଁ। ଏଥିପାଇଁ ଚେଷ୍ଟା କରାଯାଏ । ଶାମ, ଦାନ, ଦଣ୍ଡ ଭେଦ ଆଦି ପ୍ରୟୋଗ କରି ରାଜନୀତିର ମୈଦାନରେ ଏହି ସମ୍ଭାବନାର ସୂର୍ଯ୍ୟୋଦୟ କରାଇ ଦିଆଯାଏ। ନିଜର ସ୍ୱାର୍ଥ ଅନୁଯାୟୀ ଦଳ ବଦଳ କରିପାରୁଥିବା ଲୋକମାନେ ହିଁ ଏହି ସୂର୍ଯ୍ୟୋଦୟ ସବୁଠାରୁ ବଡ ଲାଭାର୍ଥି ହୋଇ ଉଭା ହୁଅନ୍ତି।

ରାଜନୀତିର ପଡିଆରେ ନିଜର ଇଚ୍ଛା ଅନୁସାରେ ଦଳବଦଳ କରୁଥିବା ଏହି ପଲଟୁରାମମାନେ କେବେ ଜନତାର ଲାଭ କ୍ଷତିର ହିସାବ କରିନଥାନ୍ତି। ସେମାନଙ୍କୁ  କିଏ କେଉଁଥିପାଇଁ ଭୋଟ‌୍‍ ଦେଇଛି ତାହାର ଖିଆଲ ସେମାନଙ୍କର ନଥାଏ। ଏହି ଅଲରାଉଣ୍ଡରମାନେ ନିଜର ଇଚ୍ଛା ଅନୁସାରେ ସୁବିଧା ସବୁ ଆଗୁଆ ମାଗି ନିଅନ୍ତି। କିଏ ମନ୍ତ୍ରୀପଦ ପାଇଁ ମୁଣ୍ଡ ବିକିଦିଏ ତ ଆଉ କିଏ ନିଜର ଟିକଟ‌୍‍ ବଜାୟ ରଖିବା ପାଇଁ ବିରୋଧୀଙ୍କ କଥାରେ ବି ହଁ ମାରିଦିଏ। ଆଉ କିଏ ନିଗମର ମୁଆଁ ଖାଇବାକୁ ଆଖେଇଥାଏ ତ ଆଉ କିଏ ନିଜ ପିଲାପିଲିଙ୍କ ପାଇଁ ଟିକେଟ‌୍‍ ଆଶାରେ ରହିଥାଏ। ଏ ସବୁ ସରିଥାଏ ଦଳ ବଦଳ ଖେଳ ଆରମ୍ଭ ହେବାର ହୁଇସିଲ‌୍‍ ବାଜିବାର ବହୁ ପୂର୍ବରୁ। ମୋଟ‌୍‍ ଉପରେ ଖେଳାଳୀ ବିକ୍ରୀ ହୋଇ ସାରଥାଆନ୍ତି ଖେଳ ଆରମ୍ଭ ହେବାର ବହୁ ପୂର୍ବରୁ। ଲୋକଙ୍କର ବିକାଶ ଚୂଲୀକୁ ଯାଇପାରେ ସାଧାରଣ ଲୋକ ଅଭାବ ଅସୁବିଧାରେ ପଡିଥାଇପାରେ ହେଲେ ଏହି ପଲଟୁରାମମାନଙ୍କର ଆଶା ଆଉ ଆକାଂକ୍ଷା ପ୍ରତି ସରକାର ଭଙ୍ଗାଗଢାବେଳେ ବେଶ‌୍‍ ବଢି ବଢି ଚାଲିଥାଏ।

ଭାରତର ଗଣତନ୍ତ୍ରରେ ଏହି ପଲଟୁରାମମାନେ ବେଶ‌୍‍ ପାରିବାର। ବେଳେବେଳେ ସେମାନେ ଗୋଟିଏ ଦିନରେ ଦୁଇଟି ଦଳ ବଦଳାଇ ଦେଇଥାନ୍ତି। ହଁ ଅଛି ନା ନାହିଁ କହି ଲୋକଙ୍କ ଭିତରେ ଦ୍ୱନ୍ଦର ଜନ୍ମ କରିଥାଆନ୍ତି। ସାରା ଗଣତନ୍ତ୍ର ଏବଂ ରାଜନୈତିକ ମୂଲ୍ୟବୋଧସବୁ ଏମାନଙ୍କ ପାଖରେ ଲାଚାର ହୋଇପଡେ । ତଥାପି ଏମାନଙ୍କ ମୁହଁରେ ନା ଗ୍ଲାନି ଥାଏ ନା ଅବଶୋଷ। ବରଂ ରାଜନୈତିକ ପଶାପାଲିରେ ଏମାନେ ବେଶ ସୁରୁଖୁରୁରେ ନିଜର ଗୋଟି ଚାଳନା ଜାରୀ ରଖି ଥାଆନ୍ତି। ଦଳ ବଦଳ କଲେ ମଧ୍ୟ ଏମାନେ ଆଶ୍ଚଯ୍ର୍ୟଜନକଭାବେ ନିବାର୍ଚନ ବୈତରଣୀକୁ ଅନେକ ସମୟରେ ବେଶ‌୍‍ ସୁରୁଖୁରରେ ପାର କରିଦିଅନ୍ତି

ଟିକିଏ ନିରେଖି ଦେଖିଲେ ଏହି ପଲଟୁରାମଙ୍କ ଜନ୍ମ ଏବଂ ଦଳ ପରିବର୍ତନ ପଛରେ ସାଧାରଣ ଭୋଟରଙ୍କର ଅନେକ ଅବଦାନ ରହିଛି। ମାଂସ ତରକାରୀ ପ୍ଲେଟ‌୍‍ , ଗୋଟିଏ ଦେଶୀ ମଦ ବୋତଲ ଏବଂ ପାଂଚଶହ ଟଙ୍କାର ସମ୍ମୋହନରେ ବଶୀଭୂତ ଭୋଟର ଏହି ପଲଟୁରାମମାନଙ୍କୁ ପ୍ରଶ୍ନ କରିବାକୁ ସତ‌୍‍ ସାହାସ ଜୁଟାଇପାରେନିା ଏମିତି କରି ସେ ନେତାଟିଏ ପାଏ ସିନା ବନ୍ଧୁଟିଏ ପାଏନାହିଁ। ନିବାର୍ଚନ ମଣ୍ଡଳୀର କାମ କାହିଁକି ହେଲା ନାହିଁ ତାହାର ଉତ୍ତର ଆଦାୟ କରିପାରେ ନାହିଁ। ସେପଟେ ଭୋଟରର ପ୍ରତିବାଦର ଅଭାବରେ ପଲଟୁରାମମାନେ ଅଲରାଉଣ୍ଡରର ଭୂମିକାରେ ନିତିଦିନ ଚଉକା ଛକା ମାରୁଥାଆନ୍ତି।

ଏହି ପଲଟୁରାମମାନଙ୍କୁ ସେମାନଙ୍କ ଦକ୍ଷତା ଆଧାରରେ ଭୋଟ‌୍‍ ଦେଇ ସେମାନଙ୍କୁ ଚୁପ‌୍‍ ବସେଇବା କିମ୍ୱା କାମ ଆଦାୟ କରିବା  ହିଁ ଭୋଟର ର ଏକମାତ୍ର ଧେୟ ହେବା ଉଚିତ‌୍‍। ଯେବେଯାଏ ଭୋଟର ଏପରି କରିବାରେ ସକ୍ଷମ ହେବ ନାହିଁ ସେବେଯାଏ ଏହି ପଲଟୁରାମଙ୍କର ଅଲରାଉଣ୍ଡ ପ୍ରଦର୍ଶନ ରାଜନୀତିର ଖେଳ ପଡିଆରେ ଜାରୀ ରହିଥିବ।

ଧବଳଗିରି, ଯାଜପୁର ରୋଡ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story