ଓଡ଼ିଶାର କ୍ଷମତା ରାଜନୀତି: ଗଣତନ୍ତ୍ର ନାମରେ ଐକ୍ୟବାଦ

ଦେବ ରଞ୍ଜନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ୨୦୨୪ ମସିହା ବେଳକୁ ପଶ୍ଚିମ ବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ରେକର୍ଡକୁ ଭାଙ୍ଗି ଭାରତର ସର୍ବାଧିକକାଳ ଶାସନରେ ରହିଥିବା ମୁଖ୍ୟମନ୍ତ୍ରୀ ହେବାର ନୂଆ ରେକର୍ଡ ପ୍ରତିଷ୍ଠା କରିଥିବେ। ବିଡ଼ମ୍ବନା ହେଲା ଯେ ଉଭୟ ଜ୍ୟୋତି ବସୁ ଓ ପବନ କୁମାର ନିଜ ନିଜ ରାଜ୍ୟରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ୱେ କ୍ଷମତାରୁ ଯିବା ପରେ ନିଜସ୍ଵ […]

Naveen Patnaik

Naveen Patnaik

Debendra Prusty
  • Published: Tuesday, 28 June 2022
  • Updated: 28 June 2022, 06:54 PM IST

Sports

Latest News

  • ଦେବ ରଞ୍ଜନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ୨୦୨୪ ମସିହା ବେଳକୁ ପଶ୍ଚିମ ବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ରେକର୍ଡକୁ ଭାଙ୍ଗି ଭାରତର ସର୍ବାଧିକକାଳ ଶାସନରେ ରହିଥିବା ମୁଖ୍ୟମନ୍ତ୍ରୀ ହେବାର ନୂଆ ରେକର୍ଡ ପ୍ରତିଷ୍ଠା କରିଥିବେ। ବିଡ଼ମ୍ବନା ହେଲା ଯେ ଉଭୟ ଜ୍ୟୋତି ବସୁ ଓ ପବନ କୁମାର ନିଜ ନିଜ ରାଜ୍ୟରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ୱେ କ୍ଷମତାରୁ ଯିବା ପରେ ନିଜସ୍ଵ ରାଜନୈତିକ ଦଳ ଯଥାକ୍ରମେ ପଶ୍ଚିମ ବଙ୍ଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) ଓ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର (ଏସଡ଼ିଏଫ) ଶୋଚନୀୟ ପରାଜୟ ଘଟିଲା। ଜ୍ୟୋତି ବସୁ ଦୀର୍ଘ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ନିଜର ଦଳ ସିପିଆଇ (ଏମ) ପଶ୍ଚିମବଙ୍ଗରେ ଗଲା ବିଧାନସଭା ନିର୍ବାଚନରେ (୨୦୨୧) ଗୋଟିଏ ବି ଏମଏଲଏ ସିଟ ପାଇଲା ନାହିଁ। ଏସଡ଼ିଏଫର ପବନ କୁମାର ସର୍ବାଧିକ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ନିଜ ଦଳର ଏକମାତ୍ର ବିଧାନସଭା ସଦସ୍ୟ ଭାବରେ ସେଠାରେ ପ୍ରତିନିଧିତ୍ଵ କରୁଛନ୍ତି।

‘ବହିଷ୍କାର’ ଦାବି ସୁଦୃଢ କରିଛି

ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଚଉଦ ବର୍ଷରେ (୨୦୦୦-୨୦୧୪) କୌଣସି ମନ୍ତ୍ରୀଙ୍କ ବିଭାଗରେ ଅବହେଳା ହେଲେ ବିରୋଧୀ ଦଳ ମନ୍ତ୍ରୀଙ୍କ ଇସ୍ତଫା ଅଥବା ବହିଷ୍କାର ଦାବି କରିବା କ୍ଷଣି ତାହା କାର୍ଯ୍ୟକାରୀ ହେଉଥିଲା। ମନ୍ତ୍ରୀ ପ୍ରମିଳା ମଲ୍ଲିକ (୨୦୦୪), ରବି ନାରାୟଣ ନନ୍ଦ (୨୦୦୬), କାଳିନ୍ଦୀ ବେହେରା (୨୦୦୬), ପ୍ରଦୀପ୍ତ ନାୟକ (୨୦୦୬),  ଦାମୋଦର ରାଉତ (୨୦୦୬), ନଗେନ୍ଦ୍ର ପ୍ରଧାନ (୨୦୦୬), ବିଷ୍ଣୁ ଦାସ (୨୦୦୭), ଦେବାଶିଷ ନାୟକ (୨୦୦୮), ମନମୋହନ ସାମଲ (୨୦୦୮), ପ୍ରଦୀପ ମହାରଥି (୨୦୧୨), ଅନଙ୍ଗ ଉଦୟ ସିଂହଦେଓ (୨୦୧୨),  ଅଞ୍ଜଳି ବେହେରା (୨୦୧୨), ଶାରଦା ନାୟକ (୨୦୧୨) ଓ ରଘୁନାଥ ମହାନ୍ତି (୨୦୧୩) ଇତ୍ୟାଦି ୧୪ ଜଣ ମନ୍ତ୍ରୀ ମୁଖତଃ ବିଭିନ୍ନ ସ୍କାମ ଅଥବା ମହିଳାଙ୍କ ପ୍ରତି ଖରାପ ଆଚରଣ ଆଦି ବିବାଦ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇସ୍ତଫା ଦେଇଛନ୍ତି ଅଥବା ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି।

ଏହି ତୁରନ୍ତ ବହିଷ୍କାର ନୀତି ହେତୁ ନବୀନ ପଟ୍ଟନାୟକ ନିଜ ଦଳ ମଧ୍ୟରେ ଏକ ଆତଙ୍କ ହୋଇଯାଇଥିଲେ। କିନ୍ତୁ ରାଜ୍ୟବାସୀଙ୍କ ଭିତରେ ଅଧିକ ସ୍ବଚ୍ଛ ପ୍ରମାଣିତ ହେବା କାରଣରୁ ନିଜର ସ୍ଥିତିକୁ ଶୀଘ୍ର ସୁଦୃଢ କରିଦେଲେ। ଫଳରେ, ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ବିଜୁ ଜନତା ଦଳ ମଧ୍ୟରେ ଆଜି ଏପରି ଜଣେ ବିଧାୟକ କି ମନ୍ତ୍ରୀ ନାହାନ୍ତି ଯାହାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ, ଅତିବେଶିରେ ନିଜ ଜିଲ୍ଲା ବାହାରର ଲୋକେ ଜାଣିଛନ୍ତି।

ମନ୍ତ୍ରୀମାନଙ୍କ ବହିଷ୍କାର ସତ୍ତ୍ୱେ ରାଜ୍ୟର ଆର୍ଥିକ ଓ ପ୍ରଶାସନିକ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ। ତେଣୁ ବହିଷ୍କାର ଯେ କେବଳ ନିଜର ସ୍ଥିତିକୁ ସୁଦୃଢ କରିବା ଲାଗି ଥିଲା ଏଥିରେ ଦ୍ଵିମତ ନାହିଁ। ବିରୋଧୀ ଦଳର ଏହି ବହିଷ୍କାର ଦାବି ବିଜୁ ଜନତା ଦଳକୁ ସ୍ଥାୟୀ ମୁଖ୍ୟମନ୍ତ୍ରୀ ମିଳିବାରେ ବରଂ ସାହାଯ୍ୟ କରିଥିଲା ବୋଲି ସ୍ଵୀକାର କରିବାକୁ ହେବ।

୨୦୧୪ ମସିହା ପରେ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲେ। ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ମାତ୍ର ଦୁଇ ଜଣ ମନ୍ତ୍ରୀ ଯଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଅତନୁ ସବ୍ୟସାଚୀ ନାୟକ ‘ସମ’ ହସ୍ପିଟାଲରେ ନିଆଁ ଲାଗିବା (୨୦୧୬) ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମୃତ ବେବିନାଙ୍କ କେସରେ ଖରାପ ମନ୍ତବ୍ୟ ଦେବା କାରଣରୁ ଇସ୍ତଫା (୨୦୧୯) ଦେବା ବ୍ୟତୀତ ବିରୋଧୀଙ୍କ ଦ୍ଵାରା କୌଣସି ମନ୍ତ୍ରୀଙ୍କ ଇସ୍ତଫା ଦାବି (୨୦୨୧ ମସିହା ପର୍ଯ୍ୟନ୍ତ) ଏହା ପରେ ଗ୍ରହଣ କରାଗଲା ନାହିଁ।

ମୁଖ୍ୟମନ୍ତ୍ରୀ ନିଜକୁ ରାଜ୍ୟ ରାଜନୀତିରେ ଯଥେଷ୍ଟ ଦୃଢ ମନେ କରିସାରିଥିବା ହେତୁ ବିରୋଧୀଙ୍କ ଦ୍ଵାରା କୌଣସି ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ୨୦୧୪ ମସିହା ପରଠାରୁ ଆଉ ଗ୍ରହଣ କରୁନାହାନ୍ତି। ସେହି ବର୍ଷ ଭାରତୀୟ ଜନତା ପାର୍ଟି ପୁଣି କେନ୍ଦ୍ରରେ ସରକାର ଗଢ଼ିଥା’ନ୍ତି। ହେଲେ, ବିରୋଧୀ ଦଳ ମନ୍ତ୍ରୀଙ୍କ ଇସ୍ତଫା ଏବେ ବି ଦାବି କରୁଛନ୍ତି। ଏଭଳି କ୍ରମାଗତ ଦାବି ହେତୁ ମୁଖ୍ୟମନ୍ତ୍ରୀ ନିଜକୁ ଯଥେଷ୍ଟ ଦୃଢ଼ କରିସାରିଛନ୍ତି। ଆଜି ରାଜ୍ୟରେ ଲୋକଙ୍କର ଅନେକ ସମସ୍ୟା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୌଶଳ ଓ ବିରୋଧୀ ଦଳର ଗତାନୁଗତିକ ଚିନ୍ତାଧାରା କାରଣରୁ ରାଜ୍ୟ ରାଜନୀତିରେ ଉଭୟ ଶାସକ ଓ ବିରୋଧୀ ଦଳର କୌଣସି ବି  ସଦସ୍ୟ/ସଦସ୍ୟା ବା ନେତାଙ୍କୁ (ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ) ଅଧିକାଂଶ ରାଜ୍ୟବାସୀ ଜାଣି ବି ନାହାନ୍ତି।

ଏକ ମିଶ୍ରିତ ରାଜନୀତିକ ଅର୍ଥନୀତି 

ମନମୋହନ ସିଂହଙ୍କ କର୍ପୋରେଟବାଦୀ ଅର୍ଥନୀତି ଓ ଅଟଳ ବିହାରୀ ବିଜପେୟୀଙ୍କ ଧର୍ମୀୟ ରାଜନୀତିର ମିଶ୍ରିତ ଚେହେରା ହେଲା ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ଏହା ଜାଣିଛନ୍ତି ଯେ ଉଭୟ କର୍ପୋରେଟ ଓ ସାମ୍ପ୍ରଦାୟିକ ଶକ୍ତି ସହିତ ହାତ ମିଳାଇ ରହିଲେ ଆଜିର କ୍ଷମତା ରାଜନୀତିରେ ନିଜକୁ ସ୍ଥାୟୀ ଓ ଶକ୍ତିଶାଳୀ କରିହେବ। ଏହି ପରମ୍ପରା ଭାରତର ବିଭିନ୍ନ ପ୍ରାନ୍ତରେ ଦେଖାଯାଉଛି। ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଉଭୟ ପାର୍ଟି ଓ ଶାସନ କ୍ଷେତ୍ରରେ ଐକ୍ୟବାଦର ପ୍ରତିଷ୍ଠା ଲାଗି ସମସ୍ତ ପ୍ରକାରର ଉଦ୍ୟମ କରିଛନ୍ତି। ଏହା ଆମେ ଭାରତୀୟ ରାଜନୀତିରେ ପ୍ରମୁଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସ୍ଵର୍ଗତ ଜୟଲଳିତା (ଶାସନରେ ଥିବା ସମୟରେ), ଛତିଶଗଡ଼ର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହ, ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଢାଞ୍ଚାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବା।

ଓଡ଼ିଶା ଏକ କ୍ଷୁଦ୍ରଚାଷୀ ବହୁଳ ଓ ଆଦିବାସୀ ବହୁଳ ରାଜ୍ୟ ଯାହାର ଏକ ବିରାଟ ସମୁଦ୍ର ଉପକୂଳ ଓ ବିରାଟ ଜଙ୍ଗଲ ଭାଗ ରହିଛି। ରାଜ୍ୟର ବିକାଶ ଲାଗି ନିଜର ଏକ ବିକଳ୍ପ ଅର୍ଥନୀତି ଥିବା ଆବଶ୍ୟକ - ଏଭଳି ବିକାଶ ନୀତି ଯାହା ରାଜ୍ୟରେ ଚାଷୀଙ୍କୁ ଆତ୍ମନିର୍ଭର କରିପାରୁଥିବ, ଆଦିବାସୀଙ୍କ ଅଧିକାରର ସୁରକ୍ଷା ମଧ୍ୟ ହେଉଥିବ। ଏଥିରେ କଦାପି ଦ୍ଵନ୍ଦ୍ୱ ଆସିବା କଥା ନୁହେଁ। କିନ୍ତୁ ବିଜୁ ଜନତା ଦଳ ମଧ୍ୟରେ ସେହି ବିଚାରବୋଧ ନାହିଁ। ବିଜୁ ଜନତା ଦଳ ମଧ୍ୟରେ କେବଳ ବିଭିନ୍ନ ସ୍ତରର ହେଉଥିବା ନିର୍ବାଚନକୁ ଜିତିବାର ରାଜନୀତି ମୂଳରୁ ରହିବା କାରଣରୁ ସେମାନେ ଖଣି ଉତ୍ତୋଳନ ଅର୍ଥନୀତି ଓ ଅଧିକ ସଂଖ୍ୟକ ହିତାଧିକାରୀ ସୃଷ୍ଟି କରିବାର ଅର୍ଥନୀତିକୁ ଆପଣାଇଛନ୍ତି। ଏଥିରେ ନିର୍ବାଚନ ଲାଗି ଆବଶ୍ୟକ ଅର୍ଥ ଓ ଭୋଟ ବ୍ୟାଙ୍କ ଉଭୟ ତାଙ୍କୁ ମିଳିଛି।

୨୦୦୦-୦୧ ମସିହାରେ ଭୁବନେଶ୍ୱର ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର ଆଗରେ ଓ ପଛରେ ଯେଉଁଠି ଗୋଟିଏ ଲେଖାଁ ପୁଲିସ ଗାଡ଼ି ରହୁଥିଲା ୨୦୨୧ ମସିହା ବେଳକୁ ଆଗରେ ଓ ପଛରେ ବାଇଶ ଖଣ୍ଡ ଗାଡ଼ି ଯାଉଛି। ଏ ଭିତରେ କେତେ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନିଜ ଅଭିଯୋଗ ପ୍ରକୋଷ୍ଠ ଆସିନାହାନ୍ତି। କିନ୍ତୁ ପ୍ରତି ଦୁଇ ମାସରେ ନୂଆ ନୂଆ ହିତାଧିକାରୀ ଯୋଜନା ଘୋଷଣା ହେଉଛି। ସାରା ଦେଶରେ ଓଡ଼ିଶାର ଦୁର୍ନୀତି ଦେଶରେ ଦ୍ଵିତୀୟ ସ୍ଥାନରେ ଅଛି।

ମୁଖ୍ୟମନ୍ତ୍ରୀ ନିଜେ ଗୃହମନ୍ତ୍ରୀ ହୋଇଥିବା କାରଣରୁ ପୁଲିସ ଓ ଗୁଇନ୍ଦା ବିଭାଗ ତାଙ୍କ ଅଧୀନରେ କାମ କରିଆସୁଛି। ବିଜୁ ଜନତା ଦଳର ଶାସନ ସମୟରେ ବିରଳା କମ୍ପାନୀ ଲାଗି ମାଇକଞ୍ଚ ପୁଲିସ ଗୁଳିକାଣ୍ଡ (୨୦୦୦ ମସିହା), ରାଇଘର ଗୁଳିକାଣ୍ଡ (୨୦୦୧), ବେଦାନ୍ତ କମ୍ପାନୀ ଲାଗି ଲାଞ୍ଜିଗଡ଼ରେ ଗିରଫଦାରୀ (୨୦୦୪), ଟାଟା କମ୍ପାନୀ ଲାଗି କଳିଙ୍ଗନଗର ଗୁଳିକାଣ୍ଡ (୨୦୦୬), ପୋସ୍କୋ ଲାଗି ଢିଙ୍କିଆରେ ବୋମା ଓ ଗିରଫଦାରୀ (୨୦୦୮), କନ୍ଧମାଳରେ ଦୁର୍ବଳ ଖ୍ରୀଷ୍ଟିୟାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସାମ୍ପ୍ରଦାୟିକ ହିଂସା (୨୦୦୮) ଓ ସମଗ୍ର କୋରାପୁଟରେ ଅଣ-ଆଦିବାସୀଙ୍କୁ ସୁରକ୍ଷା ଦେବା ଲାଗି ନାରାୟଣପାଟଣା ପୁଲିସ ଗୁଳିକାଣ୍ଡ (୨୦୦୯), ଅପରେସନ ଗ୍ରୀନ ହଣ୍ଟ ସମୟରେ ‘ଦେଶଦ୍ରୋହ’ ଆଇନରେ ଅନେକ ଆଦିବାସୀଙ୍କୁ ଗିରଫ କରାଯିବା ଭଳି ଘଟଣା ଘଟିଛି।

ଏତଦବ୍ୟତୀତ, ଯାଜପୁର ଜିଲ୍ଲାର ନଗଡ଼ାରେ ଶିଶୁମୃତ୍ୟୁ, ମାଲକାନଗିରିରେ ଜାପାନୀଜ ଏନସଫଇଲିଟିସ ହେତୁ ମୃତ୍ୟୁ, କନ୍ଧମାଳରେ ଦଶ ବର୍ଷ ପରେ ବି ସାମ୍ପ୍ରଦାୟିକ ହିଂସା ପୀଡ଼ିତ ପରିବାର ନିଜ ଗାଁକୁ ଫେରି ନପରିବାର କଷ୍ଟ, ତାମିଲନାଡୁର ତିରୁପୁରରେ ନଜରବନ୍ଦୀ ହୋଇ କାମ କରୁଥିବା ରାୟଗଡ଼ାର ଆଦିବାସୀ ବାଳିକାର ପରିବାର, ବଲାଙ୍ଗିରରେ ଦାଦନ ଯାଇ ଫେରିପାରୁ ନଥିବା ପରିବାର, ଲକଡାଉନ ପରେ ପୁଣି ନିଜର କାର୍ଯ୍ୟକ୍ଷେତ୍ରକୁ ଫେରିବା ଲାଗି ବାଧ୍ୟ ହୋଇଥିବା ସେହି ୨୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପରିବାର, ସୁକିନ୍ଦାରେ ଅତ୍ୟଧିକ ପ୍ରଦୂଷଣ କାରଣରୁ ଅକାଳରେ ଝଡ଼ିପଡୁଥିବା ପରିବାର ଆଦିଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ କେବେ ଦୁଃଖ ପ୍ରକାଶ କରିନାହାନ୍ତି।

ସର୍ବଭାରତୀୟ ସ୍ତରରେ ସ୍ଥାୟୀ ବିକାଶ ଲକ୍ଷ୍ୟ (Sustainable Development Goal) ପୂରଣ କ୍ଷେତ୍ରରେ ଓଡ଼ିଶା ଦୁଇଟି ସ୍ଥାନ ତଳକୁ ଖସିଯାଇ ପନ୍ଦର ସ୍ଥାନରେ ରହିଛି। ରାଜ୍ୟରେ ପରିଚାଳନା କ୍ଷେତ୍ରରେ (Governance) ଅତି ଖରାପ ସ୍ଥିତିରେ ରହିଛି, ନିମ୍ନରୁ ଦ୍ଵିତୀୟ ସ୍ଥାନ।  ରାଜ୍ୟର ସ୍ୱାସ୍ଥ୍ୟ ପରିମାପକ କ୍ଷେତ୍ରରେ ପୁଣି ଦୁଇଟି ସ୍ଥାନ ତଳକୁ ଖସି ଚଉଦ ସ୍ଥାନରେ ଅଛି। ଦାରିଦ୍ର୍ୟ ଦୂରୀକରଣ ଉଦ୍ୟମ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରର ହାରଠାରୁ ମଧ୍ୟ କମ। ଦେଶରେ ବିହାର ପରେ ଓଡ଼ିଶାରେ ଦାରିଦ୍ର୍ୟ ହାର ଦେଶ ମଧ୍ୟରେ ସର୍ବାଧିକ। ଓଡ଼ିଶାର ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ନହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ଦଳର ନିଜେ ସ୍ଥାୟୀ ସଭାପତି ଓ ପୁଣି ମୁଖ୍ୟମନ୍ତ୍ରୀ ହେବା କାରଣରୁ ତାଙ୍କ ଲାଗି ବହିଷ୍କାର ନିଷ୍ପତ୍ତି ଲାଗୁ ହୋଇନାହିଁ।

ଦୃଢ ଭୋଟ ବ୍ୟାଙ୍କ

ଉପକୂଳ ଓଡ଼ିଶାରେ କଂଗ୍ରେସ ବିରୋଧୀ ଚେତନା କାରଣରୁ ଏହା ବିଜୁ ଜନତା ଦଳର ଏକ ସ୍ଥାୟୀ ଭୋଟବ୍ୟାଙ୍କ ଭାବରେ ଗଣିତ ହୋଇଆସିଛି। ଅନ୍ୟପଟରେ, ଆଦିବାସୀ ଓ ମହିଳାମାନେ ଥିଲେ କଂଗ୍ରେସର ଏକ ଦୃଢ଼ ଭୋଟ ବ୍ୟାଙ୍କ। ଆଦିବାସୀଙ୍କୁ ସଂପୂର୍ଣ୍ଣ ଭାବରେ ନିଜ ସପକ୍ଷରେ ଆଣିବାରେ ବିଜୁ ଜନତା ଦଳ ଏବେବି ସଫଳ ହୋଇପାରି ନାହିଁ। କ୍ଷମତାରେ ନିଜକୁ ଦୃଢ଼ କରିବା ଲାଗି ସେମାନେ ଏବେ ବି ଆଦିବାସୀ ନେତାଙ୍କୁ ନିଜ ପଟକୁ ନେବା (co-option) ଓ ବାକି ଆଦିବାସୀ ଗୋଷ୍ଠୀଙ୍କୁ ଦମନ କରିବାର (coercion) ଉଦ୍ୟମ ଲଗାତର କରିଚାଲିଛନ୍ତି।

କିନ୍ତୁ ଗ୍ରାମୀଣ ମହିଳା ଭୋଟ ବ୍ୟାଙ୍କ ଆଉ କଂଗ୍ରେସ ହାତରେ ନାହିଁ। ମହିଳାଙ୍କୁ ନେଇ ଅଧିକ ସଂଖ୍ୟକ ସ୍ଵୟଂସହାୟକ ଗୋଷ୍ଠୀ ନିର୍ମାଣ ଲାଗି ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ନିର୍ଦ୍ଦେଶ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଉଥିବା ନିୟମିତ ଋଣ ଓ ଆର୍ଥିକ ସହାୟତା ଦ୍ଵାରା ଏହି ଏସଏଚଜିମାନେ ଋଣ ଦେବା ଓ ସୁଧ ଆଦାୟ କରିବା କାର୍ଯ୍ୟରେ ଅଧିକ ଧ୍ୟାନ ଦେଉଛନ୍ତି। ସରକାରଙ୍କୁ ବିରୋଧ କରିବାର ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହେବା, ଏ ଭଳି ସନ୍ଦେଶ ବ୍ୟାଙ୍କ ମାଧ୍ୟମରେ ଏସଏଚଜିମାନଙ୍କୁ ସୂଚିତ କରିଦିଆଯାଇଛି। ପ୍ରତି ବର୍ଷ କିଛି ନିର୍ଦ୍ଦିଷ୍ଟ ଏସଏଚଜିଙ୍କୁ ‘ଭଲକାମ’ ଲାଗି ପ୍ରୋତ୍ସାହିତ କରାଯାଏ। କିନ୍ତୁ ତାହାର ନିଷ୍ପତ୍ତି ମହିଳା ମିଶନ ଦ୍ଵାରା ହୁଏ। ତେଣୁ ଗ୍ରାମୀଣ ମହିଳାଙ୍କ ଦ୍ଵାରା ପ୍ରତିବାଦ କରିବାର ଧାରା ପ୍ରାୟ ବନ୍ଦ ହୋଇଗଲାଣି।

୨୦୦୦ ମସିହା ପୂର୍ବରୁ ଅଞ୍ଜନା ମିଶ୍ରଙ୍କ କ୍ଷେତ୍ରରେ ଯେଉଁ ପ୍ରତିବାଦ ରାଜ୍ୟବ୍ୟାପୀ ଦେଖାଯାଇଥିଲା ତାହା ଆଉ ଦେଖାଯାଉ ନାହିଁ। ବେବିନା, ଇତିଶ୍ରୀ, ସ୍ନେହଲତା, ମାଧବିଲତା, କନକଲତା, ମମତା ପ୍ରଭୃତିଙ୍କୁ ନ୍ୟାୟ ପ୍ରସଙ୍ଗରେ ବିରୋଧୀ ଦଳ ମହିଳାଙ୍କୁ ଏକାଠି କରିବାରେ କିଛିଟା ଚେଷ୍ଟା କରିଛି। କିନ୍ତୁ ଠିକ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵୟଂସହାୟକ ଗୋଷ୍ଠୀକୁ ଛତୁଆ, ଅଣ୍ଡା, ମିଡ ଡେ ମିଲର ଦାୟିତ୍ଵ, ଅଧିକ ଋଣ ଘୋଷଣା, ଉତ୍ତମ ଏସଏଚଜିଙ୍କୁ ପୁରସ୍କାର ଇତ୍ୟାଦି ହେତୁ ନାରୀମାନଙ୍କ ସଂଗଠିତ ସ୍ଵର ଗ୍ରାମାଞ୍ଚଳରେ କ୍ଷୀଣ ହୋଇଛି।

ଆଜି ନାରୀ ଉପରେ ହେଉଥିବା ହିଂସା କ୍ଷେତ୍ରରେ ଓଡ଼ିଶା ଦ୍ଵିତୀୟ ସର୍ବାଧିକ ରାଜ୍ୟ ବୋଲି ଘୋଷିତ ହୋଇଛି।  ମୁଖ୍ୟମନ୍ତ୍ରୀ ନିଜେ ଗୃହମନ୍ତ୍ରୀ ହୋଇ ମଧ୍ୟ କେବେ ସେଥିପାଇଁ ଦୁଃଖ ପ୍ରକାଶ କରିନାହାନ୍ତି। କର୍ପୋରେଟ ଶକ୍ତି ଲାଗି ରାଜ୍ୟ ଏକ ଉର୍ବର ମାଟିରେ ପରିଣତ ହୋଇଛି। ରାଜ୍ୟରେ ଗଣତନ୍ତ୍ର ବଞ୍ଚିଛି କହିଲେ କେବଳ ନିର୍ବାଚନ ହେଉଛି। ପୁଣି ନିର୍ବାଚନ ଏକ ମଉଜରେ ପରିଣତ ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥା ଉଭୟ ପାର୍ଟି ମଧ୍ୟରେ ଓ ରାଜ୍ୟରେ ଧ୍ଵଂସ ପାଇଛି। ଏହି ହେତୁ ପ୍ରତି ମୁହୂର୍ତ୍ତରେ ଆଜି ଆମକୁ ପୂର୍ବରୁ ହାସଲ କରିଥିବା ଅଧିକାର ଯେମିତି ଚାଲିନଯାଏ ତାହାର ସୁରକ୍ଷା ଲାଗି ଲଢ଼େଇ କରିବାକୁ ପଡୁଛି କାରଣ ଗଣତନ୍ତ୍ର ସବୁକ୍ଷେତ୍ରରେ ଧ୍ଵଂସ ହୋଇଛି।

ମୋବାଇଲ: ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story