ରାଜ୍ୟରେ ଗଣଶିକ୍ଷାର ଏଭଳି ସ୍ଥିତି କାହିଁକି?

ବିଧାନସଭା ଅଧିବେଶନ ଆସିଲେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ କଥା ଆପଣାଛାଏଁ ମନକୁ ଆସେ। ବିଧାନସଭା ଅଧିବେଶନ ଆଗରୁ ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଙ୍ଗଠନ ପକ୍ଷରୁ ବିଦ୍ୟାଳୟରେ ତାଲାବନ୍ଦ ବା ଆନ୍ଦୋଳନର ଚେତାବନୀ ମିଳେ। ଆଉ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା, ପ୍ରତିବାଦ ସଭା ଆୟୋଜନ କରାଯାଏ। ଏଭଳି କି ଶହ ଶହ ବିଦ୍ୟାଳୟରେ ପାଠପଢା ବ୍ୟାହତ ହୁଏ। ଶିକ୍ଷକ ଓ କର୍ମଚାରୀମାନେ […]

teacher 2

teacher 2

Rakesh Mallick
  • Published: Saturday, 01 August 2015
  • Updated: 27 April 2017, 05:29 PM IST

Sports

Latest News

ବିଧାନସଭା ଅଧିବେଶନ ଆସିଲେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ କଥା ଆପଣାଛାଏଁ ମନକୁ ଆସେ। ବିଧାନସଭା ଅଧିବେଶନ ଆଗରୁ ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଙ୍ଗଠନ ପକ୍ଷରୁ ବିଦ୍ୟାଳୟରେ ତାଲାବନ୍ଦ ବା ଆନ୍ଦୋଳନର ଚେତାବନୀ ମିଳେ। ଆଉ ବିଧାନସଭା ଅଧିବେଶନ ଆରମ୍ଭ ହେଲେ ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା, ପ୍ରତିବାଦ ସଭା ଆୟୋଜନ କରାଯାଏ। ଏଭଳି କି ଶହ ଶହ ବିଦ୍ୟାଳୟରେ ପାଠପଢା ବ୍ୟାହତ ହୁଏ। ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କ ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇବା ବେଳେ ସରକାର ବହୁ ସମୟରେ କେବଳ ପ୍ରତିଶ୍ରୁତି ଦିଅନ୍ତି, ଆଉ ତା’ପରେ ଭୁଲି ମଧ୍ୟ ଯାଆନ୍ତି। ଫଳରେ ବିଧାନସଭାର ଅଧିବେଶନ ବର୍ଷରେ ଯେତେଥର ବସେ  ସେହି ସମାନ ପରିସ୍ଥିତ ଦେଖାଦେଉଛି। ଓଡିଶାରେ ଯେତେ ପ୍ରକାରର ବିଦ୍ୟାଳୟ ରହିଛି ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏବେ ହାଇସ୍କୁଲ ସ୍ତରରେ ପୁରୁଣା ସରକାରୀ ହାଇସ୍କୁଲ, ନୂଆ ସରକାରୀ ହାଇସ୍କୁଲ, ଆଦିବାସୀ ଏବଂ ଏକଲବ୍ୟ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ହାଇସ୍କୁଲ, ନୂତନ ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ, ବ୍ଲକ୍ ଗ୍ରାଣ୍ଟ୍ ଯୋଗ୍ୟ ହାଇସ୍କୁଲ। ଏଭଳି ଯେତେ ପ୍ରକାରର ହାଇସ୍କୁଲ ରହିଛି ତାହା  କୌଣସି ବ୍ୟକ୍ତିର ମନରେ ଯେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ତାହା ନିସଂନ୍ଦେହ। ବିଦ୍ୟାଳୟର ପ୍ରକାର ଭେଦ ଭଳି ରାଜ୍ୟରେ ଶିକ୍ଷକ ଓ କର୍ମଚାରୀ ସଙ୍ଗଠନର ସଂଖ୍ୟା ମଧ୍ୟ ବେଶ ଯଥେଷ୍ଟ। କେଉଁ ସଙ୍ଗଠନ କେଉଁ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଲଢେଇ କରୁଛି ତାହା ମଧ୍ୟ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସଂଭବ ନୁହେଁ। ବିଭିନ୍ନ ବିଦ୍ୟାଳୟର ପ୍ରକାର ଭେଦ, ଏସବୁ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ସ୍ଥିତି ସାଙ୍ଗକୁ ସରକାରଙ୍କ ଅସ୍ପଷ୍ଟ ନୀତି ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥାକୁ ଅଧିକ ବିଶୃଙ୍ଖଳିତ କରୁଛି।teacher୧୪ ବର୍ଷ ବୟସ ସମସ୍ତ ପିଲାଙ୍କୁ  ମାଗଣାରେ ଶିକ୍ଷା ଦେବା ସରକାରଙ୍କ ଦାୟିତ୍ୱ। ସମସ୍ତ ଶିଶୁଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ସର୍ବଶିକ୍ଷା ଅଭିଯାନ ଚାଲିଛି। ଏହି ବ୍ୟବସ୍ଥାରେ  ଶିକ୍ଷା ସହାୟକମାନଙ୍କୁ ନିଯୁକ୍ତ କରାଯାଉଛି ଆଉ ଶିକ୍ଷା ସହାୟକମାନେ ୬ ବର୍ଷ ପୂରଣ କଲେ ସେମାନଙ୍କ ସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତ  କରାଯାଉଛି। ପ୍ରାଥମିକ ଶିକ୍ଷା  ସ୍ତରରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କର ବିଭିନ୍ନ ଦାବି ରହିଛି ଆଉ ସେମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାନ୍ତି। ହେଲେ ହାଇସ୍କୁଲ ସ୍ତରରେ ସବୁଠାରୁ ଅଧିକ ଅବ୍ୟବସ୍ତା ପରିଲକ୍ଷିତ ହେଉଛି। ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ହାଇସ୍କୁଲ ଖୋଲିବାକୁ। ସେହି ନୀତି ଅନୁସାରେ ଯଦି ଦେଖାଯିବ ରାଜ୍ୟରେ ପ୍ରାୟ ୬୬୨ଟି ପୁରୁଣା ସରକାରୀ ହାଇସ୍କୁଲ, ୧୯୧୦ଟି ନୂଆ ସରକାରୀ ହାଇସ୍କୁଲ, ୧୦୭ଟି ଅଦିବାସୀ ଓ ଏକଲବ୍ୟ ହାଇସ୍କୁଲ ଏବଂ ୧୦୨୦ ଟି ଉନ୍ନିତ ସରକାରୀ ହାଇସ୍କୁଲ ଅଛି। ଏପ୍ରକାର ସମସ୍ତ ସରକାରୀ ହାଇସ୍କୁଲର ସଂଖ୍ୟା ମୋଟ ୪୬୯୯ ହେବ। ଅର୍ଥାତ ସରକାରୀଙ୍କ ନୀତି ଅନୁଯାଇ ପ୍ରତି ପଞ୍ଚାୟତରେ ଯଦି ଗୋଟିଏ ହାଇସ୍କୁଲ ରହେ ତେବେ ଏହି ସଂଖ୍ୟା ଯଥେଷ୍ଠ କମ୍। ସରକାରୀ ହାଇସ୍କୁଲ ବ୍ୟତୀତ ରାଜ୍ୟରେ ୬୫୬ଟି ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ୨୨୦୫ଟି ଅନୁଦାନ ପ୍ରାପ୍ତ ବ୍ଲକଗ୍ରାଣ୍ଟ ହାଇସ୍କୁଲ ରହିଛି। ଆହୁରି କିଛି ଅନୁଦାନ ପାଇବା ପାଇଁ ଯୋଗ୍ୟ ହାଇସ୍କୁଲ ମଧ୍ୟ ରାଜ୍ୟରେ ରହିଛି। ଏ ସମସ୍ତ ପ୍ରକାର ହାଇସ୍କୁଲ ଏବଂ ଏଥିରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରକାର ଭେଦ ଦେଖିଲେ ଶିକ୍ଷାର ମାନ ସ୍ପଷ୍ଟ ଅନୁମେୟ।

ପ୍ରଥମ କଥା ହେଲା, ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ହାଇସ୍କୁଲ ଖୋଲିବା କଥା। ଯଦି ସରକାର ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେଇ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ହାଇସ୍କୁଲ ଖୋଲିଥାନ୍ତେ ତାହାହେଲେ ଆଜିର ସ୍ଥିତି ହୁଏତ ଉପୁଜି ନ ଥାଆନ୍ତା। ତେଣୁ ଏ କ୍ଷେତ୍ରରେ ବିଭିନ୍ନ ସମୟରେ ସରକାର ତାଙ୍କ ଦାୟୀତ୍ୱ ନିର୍ବାହରେ ବିଫଳ ହୋଇଛନ୍ତି ବୋଲି ସ୍ୱୀକାର କରିବାକୁ ପଡିବ। ଦ୍ୱିତୀୟରେ, ଯେଉଁ ପରିସ୍ଥିତିରେ ରାଜ୍ୟରେ ଘରୋଇ ଉଦ୍ୟମରେ ବିଭିନ୍ନ ବିଦ୍ୟାଳୟ ଖୋଲାଯାଏ ଏବଂ ପରେ ସରକାରୀ ଅନୁଦାନ ହାସଲ କରାଯାଏ ତାହା କାହାକୁ ଅଛପା ନାହିଁ। ଏହା ପଛରେ ମଧ୍ୟ ବିଭିନ୍ନ ରାଜ୍ୟନୈତିକ ଦଳର ପ୍ରୋତ୍ସାହନ ଥାଏ।

ବର୍ତ୍ତମାନ ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ହାଇସ୍କୁଲଗୁଡିକ ମଧ୍ୟରେ ରହିଥିବା ଅସଂଗତିକୁ ଦୂର କରିବା ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏଭଳି କ୍ଷେତ୍ରରେ ସରକାର କେବଳ ଟାଳଟୂଳ ନୀତି ଆପଣେଇ ସାମୟିକ ଭାବେ ସମସ୍ୟାକୁ ଏଡେଇବାକୁ ପ୍ରୟାସ କରୁଛନ୍ତି। ହେଲେ ଏହା ସାମଗ୍ରିକ ଭାବେ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି। ଯଦି ସରକାର ଭାବୁଛନ୍ତି ରାଜ୍ୟରେ ଅଧିକ ସଂଖ୍ୟକ ବିଦ୍ୟାଳୟ ଗଢି ଉଠିଛି ଏବଂ ସେଗୁଡିକର ଆବଶ୍ୟକତା ନାହିଁ ତେବେ ସରକାର ସେଗୁଡିକ ବନ୍ଦ କରିଦେବାର ଦୁଃସାହସ କରିବେ କି ? କୌଣସି ସରକାର ଏଭଳି ଦୁଃସାହସିକ ପଦକ୍ଷେପ ନେଇପାରିବେ ନାହିଁ। କାରଣ ଏହ ପ୍ରକାରର ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଠାରୁ କିଛି କମ ନୁହେଁ। ଯଦି ସରକାର ଏଭଳି ପଦକ୍ଷେପ ନେଇପାରୁ ନାହାନ୍ତି ତେବେ ଅନୁଦାନପ୍ରାପ୍ତ ବା ବ୍ଲକଗ୍ରାଣ୍ଟ ହାଇସ୍କୁଲ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କୁ ସରକାରୀ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କ ସହ ସମାନ ସୁବିଧା ସୁଯୋଗ ଦେଉ ନାହାନ୍ତି କାହିଁକି ? ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନେ ଉଚ୍ଚମାନର ଏବଂ ଅନ୍ୟ ସମସ୍ତ ହାଇସ୍କୁଲର ଶିକ୍ଷକମାନେ ଉଚ୍ଚମାନର ଶିକ୍ଷକ ନୁହଁନ୍ତି ବୋଲି ଭାବିବା ମଧ୍ୟ ସମିଚୀନ ନୁହେଁ। ଏଠାରେ ଭୁଲିଯିବା ଠିକ ହେବ ନାହିଁ ୨୯୧୦ଟି ନୂତନ ସରକାରୀ ହାଇସ୍କୁଲ ମଧ୍ୟ ଦିନେ ଅନୁଦାନପ୍ରାପ୍ତ ହାଇସ୍କୁଲ ଥିଲେ।

ତେଣୁ ସରକାର  ନିଜେ ପର୍ଯ୍ୟାପ୍ତ ସଂଖ୍ୟକ ବିଦ୍ୟାଳୟ ଖୋଲନ୍ତୁ ଏବଂ ଘରୋଇ ଉଦ୍ୟମରେ ଖୋଲୁଥିବା ବିଦ୍ୟାଳୟକୁ ବନ୍ଦ କରନ୍ତୁ। ସରକାର ଯେଉଁସବୁ ହାଇସ୍କୁଲକୁ ଅନୁଦାନ ଦେଉଛନ୍ତି ସେଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କୁ ସରକାରୀ ହାଇସ୍କୁଲରେ ମିଳୁଥଇବା ସୁବିଧାସୁଯୋଗ ପ୍ରଦାନ କରନ୍ତୁ। ସରକାର ବିଭିନ୍ନ ସମୟରେ ବିଦ୍ୟାଳୟ ଗୁଡିକ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ଆପଣେଇଥିବାରୁ ଏଭଳି ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରୁ ମୁକୁଳିବାକୁ ହେଲେ ସରକାରଙ୍କୁ ଏକ ନିଦ୍ଧିଷ୍ଟ ନୀତି ଆପଣେଇବା ସହ ବଳିଷ୍ଠ ପଦକ୍ଷେପ ଦେବାକୁ ପଡିବ। ନହେଲେ ଗଣଶିକ୍ଷା ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥା ଲାଗି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story