Advertisment

ଗୋଟେ ପାଦ, ମୁକ୍ତ ଚିନ୍ତା ଆଡ଼କୁ...

ବିଶ୍ୱବନ୍ଦିତା ସ୍ୱାଇଁ ‘ଫ୍ରିଡମ୍‌’ ବା ‘ସ୍ୱାଧୀନତା’। ଆମେ ପ୍ରତ୍ୟେକ ଦିନ ଉଚ୍ଚାରଣ କରୁଥିବା ଶବ୍ଦ ମଧ୍ୟରୁ ଅନ୍ୟତମ ଆଉ ବେଶ୍‌ ସ୍ୱତନ୍ତ୍ର। କେବଳ ଶବ୍ଦ ନୁହେଁ ଅସମାହିତ ଖୁସିର ପୁଟୁଳିଟିଏ। ଯିଏ ହାସଲ କରେ ସେ ଆଶ୍ୱସ୍ତି ଅନୁଭବ କରେ, ଆଉ ଆଜାଦିର ଅଭାବରେ ପାଖରେ ଯାହା ପୁଳା ପୁଳା ଅଶାନ୍ତି ରହିଯାଏ। ଆଜି ସ୍ୱାଧୀନତାକୁ ୭୪ବର୍ଷ ପୁରିଛି। ଥରେ ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ, ଭାରତ ସେତେବେଳେ ସ୍ୱାଧୀନ ହେବ ଯେତେବେଳେ ମଧ୍ୟରାତ୍ରିରେ ଜଣେ ଝିଅ ରାସ୍ତାରେ ଚାଲିପାରୁଥିବ। ସେତିକି ସୁରକ୍ଷିତ ନହେଲେ […]

ଅଦ୍ୟତନ ହୋଇଛି
ଗୋଟେ ପାଦ, ମୁକ୍ତ ଚିନ୍ତା ଆଡ଼କୁ...

micky-i

Advertisment

ବିଶ୍ୱବନ୍ଦିତା ସ୍ୱାଇଁ

‘ଫ୍ରିଡମ୍‌’ ବା ‘ସ୍ୱାଧୀନତା’। ଆମେ ପ୍ରତ୍ୟେକ ଦିନ ଉଚ୍ଚାରଣ କରୁଥିବା ଶବ୍ଦ ମଧ୍ୟରୁ ଅନ୍ୟତମ ଆଉ ବେଶ୍‌ ସ୍ୱତନ୍ତ୍ର। କେବଳ ଶବ୍ଦ ନୁହେଁ ଅସମାହିତ ଖୁସିର ପୁଟୁଳିଟିଏ। ଯିଏ ହାସଲ କରେ ସେ ଆଶ୍ୱସ୍ତି ଅନୁଭବ କରେ, ଆଉ ଆଜାଦିର ଅଭାବରେ ପାଖରେ ଯାହା ପୁଳା ପୁଳା ଅଶାନ୍ତି ରହିଯାଏ। ଆଜି ସ୍ୱାଧୀନତାକୁ ୭୪ବର୍ଷ ପୁରିଛି।

Advertisment

ଥରେ ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ, ଭାରତ ସେତେବେଳେ ସ୍ୱାଧୀନ ହେବ ଯେତେବେଳେ ମଧ୍ୟରାତ୍ରିରେ ଜଣେ ଝିଅ ରାସ୍ତାରେ ଚାଲିପାରୁଥିବ। ସେତିକି ସୁରକ୍ଷିତ ନହେଲେ ସ୍ୱାଧୀନତାର ଅର୍ଥ ଅବା କ’ଣ? ଆଉ ଏକଥାଟି ମୋ ମନଙ୍କୁ ଖୁବ ପାଇଥିଲା। ଯେତେବେଳେ ସ୍ୱାଧୀନତା ଉପରେ ଅଲୋଚନା ହୁଏ ମୁଁ ପିଲାଦିନୁ ଗାନ୍ଧୀଙ୍କ ଏହି ଉକ୍ତିକୁ ସାମ୍ନାକୁ ଆଣେ। ଧୀରେ ଧୀରେ ପରିପକ୍ଵତା ଆସିବା ପରେ ବୁଝିବା ଆରମ୍ଭ କଲି ଯେ, ଦେଶ ପରିବର୍ତ୍ତନଶୀଳ ଧାରାରେ ଚାଲିଛି। ଧୀରେ ଧୀରେ ଝିଅମାନେ ଘରୁ ପାଦ କାଢ଼ିଲେଣି। ପୁଅମାନେ ବି ରାତିରେ ଦୁର୍ବୃତ୍ତ ମାନଙ୍କଠାରୁ ଚୋରି ଲୁଟ୍‌ର ଶିକାର ହେଲେଣି। ସମୟ ଯେତେ ବଢ଼ିଚାଲିଲା ସେ ନାରୀ ସୁରକ୍ଷା ଏବଂ ମଧ୍ୟରାତ୍ରିର ସ୍ୱାଧୀନତା ପ୍ରସଙ୍ଗକୁ ଛାଡ଼ି ଆମ ଜୀବନରେ ଆହୁରି ଅନେକ କ୍ଷେତ୍ରରେ ସ୍ୱାଧୀନତାର ଆବଶ୍ୟକ ଅଛି ବୋଲି ହୃଦବୋଧ ହେଲା।

ବ୍ରିଟିଶ କବି ତଥା ଔପନ୍ୟାସିକା ଚାର୍‌ଲୋଟି ବ୍ରୋଣ୍ଟେଙ୍କ ତାଙ୍କ ଉପନ୍ୟାସ ‘ଜେନେ ଏଇରି’ରେ ସ୍ୱାଧୀନତାକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଥିଲେ, “I am no bird; and no net ensnares me: I am a free human being with an independent will” ଯାହାର ଅର୍ଥ ହେଉଛି, ‘ମୁଁ ପକ୍ଷୀ ନୁହେଁ, ମତେ କୌଣସି ଜାଲର ଫନ୍ଦାରେ ପକାଅନି। ମୁଁ ସ୍ୱାଧୀନ ଚିନ୍ତା ଧାରୀ ଜଣେ ମୁକ୍ତ ମଣିଷ’। ମୋଟ ଉପରେ କହିବାକୁ ଗଲେ ଗୋଟେ ସୁନ୍ଦର ଜୀବନ ବଞ୍ଚିବାକୁ ହେଲେ, ଆମ ଚିନ୍ତାଧାରାକୁ ପ୍ରଥମେ ସ୍ୱାଧୀନ କରିବା ଆବଶ୍ୟକ।

Advertisment

୧୯୪୭ରେ ଜନ୍ମଗ୍ରହଣ କରିଥିବା ମନସ୍ତତ୍ତ୍ୱବିତ୍‌ ତଥା ଥିଏଟର କଳାକାର ମୋହନ ଆଗାସିଙ୍କ କହିବା ଅନୁଯାୟୀ, 'ସ୍ୱାଧୀନତା ଗୋଟେ ଦାୟିତ୍ୱ ଏକଥା ଖୁବ୍‌ କମ୍‌ ଲୋକ ଅନୁଭବ କରନ୍ତି। ସେହି ଦାୟିତ୍ୱ ଗୋଟେ ସ୍ୱାଧୀନ ଚିନ୍ତାଧାରାରକୁ ଆପଣାଇବା ହୋଇପାରେ।'

ଆଉ ଏହି ଏକବିଂଶ ଶତାବ୍ଦିରେ ସେହି ଚିନ୍ତାଧାରା ହୋଇପାରେ, ବିବାହଠୁ ଢେର୍‌ ଜରୁରୀ ଶିକ୍ଷା। ଘରର ପୁରୁଷଙ୍କ ପରି ନାରୀରବି ସ୍ୱପ୍ନ ସଜେଇବାର ସମାନ ଅଧିକାର ରହିଛି। ସବୁ ବୃତ୍ତିରେ ସମ୍ମାନ ଏବଂ ନିଜସ୍ୱ ମର୍ଯ୍ୟାଦା ରହିଛି। ଖାଦ୍ୟ ପ୍ରସ୍ତୁତ କରିବାରେ ଲିଙ୍ଗଗତ ବିଭେଦ ଆଣିବାର ସେ ଭୁଲ୍ ବିଚାରଧାରା। ବିବାହ ପରେ ପ୍ରଥମ ଘର ଦ୍ୱିତୀୟ ଘର ମଧ୍ୟରେ ଜଣକୁ ଅଲୋଡ଼ା ନକରିବାର ଚିନ୍ତାଧାରା। ଘରର ଝିଅ ପରି ପୁଅ ବି ସମାନ ଭାବେ ସମ୍ବେଦନଶୀଳ, ସେମାନଙ୍କ ଭାବନାକୁ ଆଉ ଟିକେ ବୁଝିବାକୁ ସମୟ ଦେବା। ଜାତି ଧର୍ମ ଗୋତ୍ର ସମାନ ନରିହିଲେ ମନର ମଣିଷ ସହ ପୁରା ଜୀବନ ବିତାଇବା ଗୋଟେ ସୁନ୍ଦର ନିଷ୍ପତ୍ତିର ବିଚାରଧାରା। ସମାଜ ରୂପୀ ପରଦା ପଛରେ ରହି ଯାବତ୍ୟ ହସ୍ତକ୍ଷେପ କରି ନଖସିବାର ବିଚାରଧାରା। ପରିବାରର ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନାରୀଟିର ମତାମତ ଲୋଡ଼ିବା ବି ଜରୁରୀ। ଏମିତି ଅନେକ ସ୍ୱାଧୀନ ବିଚାରଧାରା ଯାହାକୁ ଆଜି ପର୍ଯ୍ୟନ୍ତ ଆମେ ଅଣଦେଖା କରିଆସିଛୁ। ଏମିତି କିଛି ଚିନ୍ତାଧାରା ଯାହା ଆମ ଦୈନନ୍ଦିନ ଜୀବନରେ ଆମକୁ ମୁକ୍ତ ଭାବରେ ବଞ୍ଚିବାରୁ ବଞ୍ଚିତ କରେ। ଆଜିର ସ୍ୱାଧୀନତା ଦିବସରେ ସେମିତି କିଛି ଚିନ୍ତାଧାରାକୁ ମୁକ୍ତ କରିବା ହେଉ।

ଆଉ ଏହି ପରିବର୍ତ୍ତନ ନିଜଠୁ ଆରମ୍ଭ କରିବାର ଦାୟିତ୍ୱ ନିଆଯାଉ। କାରଣ ନିଜକୁ ସଜାଡିବା ମଧ୍ୟ ଏକ ସ୍ୱାଧୀନତା। ସେଥିପାଇଁ ଯୋଗୀ ତଥା ଯୁଗଦ୍ରଷ୍ଟା ସଦ୍‌ଗୁରୁ କହିଛନ୍ତି, don't try to fix others, fix yourself that is freedom, ଅର୍ଥାତ ଅନ୍ୟକୁ ଠିକ୍‌ କରିବାକୁ ଚେଷ୍ଟା କରନି, ପ୍ରଥମେ ନିଜକୁ ସଜାଡିବା ହେଉଛି ସ୍ୱାଧୀନତା।

ଇମେଲ୍‌-swainbiswobandita@gmail.com

Independence Day 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe