ଭାରତୀୟ ଟଙ୍କାର ଅବମୂଲ୍ୟାୟନ କାହିଁକି?

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ଡଲାର ତୁଳନାରେ ଟଙ୍କାର ବ୍ୟାପକ ମୂଲ୍ୟ ହ୍ରାସ ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଥିବା ଏ ସମ୍ପର୍କିତ ଅନେକଗୁଡ଼ିଏ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। କ୍ଷମତାକୁ ଆସିବା ପୂର୍ବରୁ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ଲଗାତାର ମୁଖର ପ୍ରତିକ୍ରୀୟା ଦେବା ଦେଖିବାକୁ ମିଳୁଥିଲା। ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧିଠାରୁ ଆରମ୍ଭ କରି ଡଲାର ତୁଳନାରେ ଭାରତୀୟ ଟଙ୍କାର […]

Rupee

Rupee

Debendra Prusty
  • Published: Monday, 25 July 2022
  • Updated: 25 July 2022, 04:06 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶରେ ଡଲାର ତୁଳନାରେ ଟଙ୍କାର ବ୍ୟାପକ ମୂଲ୍ୟ ହ୍ରାସ ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଥିବା ଏ ସମ୍ପର୍କିତ ଅନେକଗୁଡ଼ିଏ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। କ୍ଷମତାକୁ ଆସିବା ପୂର୍ବରୁ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୁଦ୍ଧରେ ଲଗାତାର ମୁଖର ପ୍ରତିକ୍ରୀୟା ଦେବା ଦେଖିବାକୁ ମିଳୁଥିଲା। ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧିଠାରୁ ଆରମ୍ଭ କରି ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ସେତେବେଳେ ଜାତୀୟ ସ୍ତରର ପ୍ରମୁଖ ପ୍ରସଙ୍ଗ ହୋଇଯାଇଥିଲା। ବିରୋଧୀ ଦଳର ଜଣେ ପ୍ରମୁଖ ନେତା ଭାବେ ନରେନ୍ଦ୍ର ମୋଦି ସେତେବେଳେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ଟଙ୍କାର ଅବମୂଲ୍ୟାୟନ ପାଇଁ ତୀବ୍ର ସମାଲୋଚନା କରୁଥିଲେ। କୌଣସି ଅର୍ନ୍ତଜାତୀୟ କାରଣ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ନୀତି କାରଣରୁ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ହେଉଛି ବୋଲି ସେ ସିଧାସଳଖ ଆକ୍ଷେପ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ବିରୋଧୀ ଦଳର ନେତା ଭାବେ ସେତେବେଳେ ଟଙ୍କାର ଅବମୂଲ୍ୟାୟନ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କରୁଥିବା ନରେନ୍ଦ୍ର ମୋଦି ଆଜି ଖୋଦ ପ୍ରଧାନମନ୍ତ୍ରୀ ଭାବେ ଦେଶର ସରକାର ଚଳାଉଛନ୍ତି ଏବଂ ତାଙ୍କ ସରକାର ଦେଶରେ ଟଙ୍କାର ଅବମୂଲ୍ୟାୟନକୁ ରୋକିବାରେ ଅସହାୟ ମନେହେଉଛି।

ଏହା ସତ ଯେ ମୋଦି ସରକାରଙ୍କ ଶାସନକାଳରେ ଗତ କିଛି ବର୍ଷ ଧରି ଭାରତୀୟ ମୁଦ୍ରାର ଲଗାତାର ଅବମୂଲ୍ୟାୟନ ଦେଖିବାକୁ ମିଳିଛି। ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ସ୍ତରକୁ ଯାଇ ୮୦ ଟଙ୍କା ପାର କରିଛି। ଆଗାମୀ ଦିନରେ ଏହି ଅବମୂଲ୍ୟାୟନ ଆହୁରି ବୃଦ୍ଧି ପାଇବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଟଙ୍କାର ଅବମୂଲ୍ୟାୟନ ସହିତ ଦେଶର ବାଣିଜ୍ୟିକ କ୍ଷତି ବି ଉଦ୍‌ବେଗଜନକ ସ୍ତରରେ ପହଂଚିଛି। ଅର୍ଥାତ୍ ଆମେ ରପ୍ତାନୀ ତୁଳନାରେ ଅଧିକ ଆମଦାନୀ କରୁଛୁ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ଜୁନ୍ ମାସରେ ଏହି ବାଣିଜ୍ୟ କ୍ଷତି ୨୬୦୧ କୋଟି ଡଲାରରେ ପହଂଚିଛି। ଗତବର୍ଷର ଜୁନ୍ ମାସରେ ତାହା ୯୬୦ ଡଲାର ରହିଥିଲା। ଗତ ଏକ ବର୍ଷ ମଧ୍ୟରେ ତାହା ୧୭୨%କୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଆମର ରପ୍ତାନୀ ୨୩% ବୃଦ୍ଧି ପାଇଥିବା ବେଳେ ଆମଦାନୀ ୫୫%କୁ ବୃଦ୍ଧି ପାଇଛି।

ଡଲାର ତୁଳନାରେ ଭାରତୀୟ ଟଙ୍କାର ଏଭଳି ଅବମୂଲ୍ୟାୟନ ପଛରେ ଆଉ ଏକ କାରଣ ହେଉଛି, ଆମର ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାରର ପରିମାଣରେ ହ୍ରାସ। ବିଶେଷ କରି ଭାରତର ବଜାରରେ ପୁଞ୍ଜିନିବେଶ କରିଥିବା ବିଦେଶୀ କମ୍ପାନୀମାନେ ସେମାନଙ୍କ ପୁଞ୍ଜିକୁ ଅଧିକରୁ ଅଧିକ ପ୍ରତ୍ୟାହାର କରିବା ଫଳରେ ଆମର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ଏହା ବ୍ୟତିତ ଆର୍ନ୍ତଜାତିକ ସ୍ତରରେ ଜିନିଷ ପତ୍ରର ଦରଦାମ ବଢ଼ିବା ସହ ମୂଦ୍ରାସ୍ଫୀତି ବୃଦ୍ଧି ପାଇଛି। ଅତଏବ ବିଦେଶୀ ବଜାରରୁ ସେହି ସମାନ ଜିନିଷ କିଣିବା ପାଇଁ ଆମକୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ବିଦେଶରୁ ଆମଦାନୀ ବାବଦରେ ଆମର ଖର୍ଚ୍ଚଟି ବଢ଼ିଯାଇଛି। କିନ୍ତୁ ପରିତାପର ବିଷୟ ହେଲା, ଡଲାର ମୂଲ୍ୟ ୫୩ ଟଙ୍କା ଥିବା ବେଳେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରୁଥିବା ନରେନ୍ଦ୍ର ମୋଦି ଆଜି ତାହା ୮୦ ଟଙ୍କାରେ ପହଂଚିଥିଲେ ବି ତାଙ୍କ ସରକାର ଏକଦମ୍ ଚୁପ୍ ରହିଛି। ୨୦୧୪ ମସିହାରେ ତାଙ୍କ ସରକାର ଆସିବା ବେଳେ ଡଲାରର ମୂଲ୍ୟ ୫୮ ଟଙ୍କା ଥିବା ବେଳେ ତାହା ଏବେ ବୃଦ୍ଧି ପାଇ ଏବେ ୮୦ ଟଙ୍କାରେ ପହଂଚିଛି।

ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ ପାଇଁ ସରକାରଙ୍କ ପକ୍ଷରୁ ୟୁକ୍ରେନ-ଋଷ ଯୁଦ୍ଧ ଏବଂ କୋଭିଡ଼ ମହାମାରୀକୁ ପ୍ରାୟତଃ ଦାୟୀ କରାଯାଉଛି। କିନ୍ତୁ ବାସ୍ତବତା ହେଲା, ଉଭୟ ୟୁକ୍ରେନ-ଋଷ ଯୁଦ୍ଧ ଓ କୋଭିଡ଼ ମହାମାରୀର ପୂର୍ବରୁ ବି ୨୦୧୮ର ପ୍ରଥମ ଦଶ ମାସ ମଧ୍ୟରେ ଟଙ୍କାର ମୂଲ୍ୟରେ ୧୫% ହ୍ରାସ ଦେଖାଯାଇଥିଲା। ନରେନ୍ଦ୍ର ମୋଦି କ୍ଷମତାସୀନ ହେବାର ପ୍ରଥମ ଛଅ ମାସ ବେଳକୁ ଡଲାର ମୂଲ୍ୟ ୬୩ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ତାହା ୨୬% ବୃଦ୍ଧି ପାଇ ୮୦ ଟଙ୍କା ପାର କରିଛି। ଗତ ସାତ ମାସ ମଧ୍ୟରେ ଟଙ୍କାର ମୂଲ୍ୟରେ ୭% ହ୍ରାସ ଦେଖାଯାଇଛି। କେବଳ ଗତ ମଇ ମାସରେ ଏହା ୧.୬% ହ୍ରାସ ଦେଖାଯାଇଛି ଯାହାକି ଏସୀୟାର ଦେଶମାନଙ୍କ ମୁଦ୍ରା ମଧ୍ୟରେ ସର୍ବାଧିକ ହ୍ରାସ ବୋଲି କୁହାଯାଉଛି। ଖୋଦ୍ ରିଜର୍ଭ ବ୍ୟାଙ୍କର ବକ୍ତବ୍ୟ ଅନୁସାରେ ଗତବର୍ଷ ଆମ ବିଦେଶୀ ମୁଦ୍ରାଭଣ୍ଡାରରେ ମୋଟ ୧୯ ମାସ ପାଇଁ ଆମଦାନୀ କରିବାକୁ ଡଲାର ଗଚ୍ଛିତ ରହିଥିବା ବେଳେ ଚଳିତ ବର୍ଷ ତାହା ମାତ୍ର ୧୦ ମାସ ପାଇଁ ଗଚ୍ଛିତ ରହିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଦିଆଯାଇଥିବା ବକ୍ତବ୍ୟ ଅନୁଯାୟୀ ଆମେରିକାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟକୁ ଦେଖି ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ୍ ନିଜର ସୁଧହାରକୁ ବଢ଼ାଇ ଦେଇଥିବାରୁ ଡଲାର ମୂଲ୍ୟରେ ବୃଦ୍ଧି ଦେଖାଯାଇଛି। କିନ୍ତୁ ବାସ୍ତବ କଥାଟି ହେଲା, ବିଦେଶୀ ନିବେଶକମାନେ ସରକାରଙ୍କ ପ୍ରୋତ୍ସାହନ ସତ୍ତ୍ୱେ ଦେଶରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ନୁହଁନ୍ତି। ଦେଶରେ ଘରୋଇ ପୁଞ୍ଜିନିବେଶରେ ୫୮% ହ୍ରାସ ହୋଇଛି ଇତି ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି। ସେମାନେ ଭାରତୀୟ ବଜାରରେ ବିଶେଷ କରି ସେୟାର ଓ ବଣ୍ଡର ବଜାରରୁ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରି ନେଇଯାଉ ଥିବାରୁ ଆମ ବୈଦେଶିକ ମୁଦ୍ରା ଭଣ୍ଡାରରେ ଡଲାରର ଅଭାବ ଦେଖାଯାଇଛି। କେବଳ ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ୧୪ ଅର୍ବୁଦ ଡଲାରର ପୁଞ୍ଜି ପ୍ରତ୍ୟାହାର କରି ସାରିଲେଣି। ୨୦୨୨-୨୩ର ପ୍ରଥମ ତ୍ରୈମାସିକୀରେ ବିଦେଶୀ ପୁଞ୍ଜିନିବେଶରେ ୨୦.୫% ହ୍ରାସ ପାଇଛି। ୨୦୨୧ ଅକ୍ଟୋବର ମାସରୁ ପ୍ରାୟ ୩.୭୫ ଲକ୍ଷ କୋଟିର ବିଦେଶୀ ପୁଞ୍ଜି ଆମ ଦେଶରୁ ଚାଲିଯାଇଥିବା ଜଣାପଡ଼ିଛି। ଜାତୀୟ ମୁଦ୍ରୀକରଣ ଯୋଜନା ଜରିଆରେ ସରକାର ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଦେଶର ବୀମା, ବିମାନବନ୍ଦର, ବନ୍ଦର, ଖଣି ଆଦି ସମସ୍ତ ସାର୍ବଜନିନ କ୍ଷେତ୍ରର କମ୍ପାନୀଗୁଡ଼ିକର ଅଂଶଧନକୁ ବିକ୍ରୀ କରିବାକୁ ଯେଉଁ ବଡ଼ ଘୋଷଣା କରିଥିଲେ ତାହା ପ୍ରଭାବଶୂନ୍ୟ ହୋଇଛି। ଦେଶରେ ପୁଞ୍ଜିନିବେଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ବଜାରର ସୁବିଧା ବିନା ଯେ ବିଦେଶୀ ପୁଞ୍ଜି ଆକର୍ଷିତ ହେବେ ନାହିଁ ସେକଥା ପୁଣି ଥରେ ପ୍ରମାଣିତ ହୋଇଯାଇଛି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା, ସରକାରଙ୍କ ତୃଟୀପୂର୍ଣ୍ଣ ଆର୍ଥିକ ନୀତି ଲାଗି ଦେଶରେ ଦିର୍ଘଦିନ ଧରି ପୁଞ୍ଜିନିବେଶ କରିଥିବା ବିଶ୍ୱର ପ୍ରମୁଖ ଅଟୋମୋବାଇ କମ୍ପାନୀମାନେ ଇତି ମଧ୍ୟରେ ନିଜର କାରଖାନା ଓ ବ୍ୟବସାୟକୁ ଏଠି ବନ୍ଦ କରି ଚାଲିଯାଇଛନ୍ତି।

ଟଙ୍କାର ଅବମୂଲ୍ୟାୟନ ପଛରେ ଆଉ ଏକ ବଡ଼ କାରଣ ହେଉଛି, ମୁଦ୍ରାସ୍ଫୀତି। ମଇ ମାସରେ ଖୁଚୁରା ମୂଲ୍ୟବୃଦ୍ଧିର ହାର ୭.୦୪% ରହିଥିବା ବେଳେ ଏପ୍ରିଲରେ ତାହା ୭.୭୯% ରହିଥିଲା। ଦେଶରେ ପାଇକାରୀ ମୂଲ୍ୟହାର ୧୫% ଉପରକୁ ଚାଲିଯାଇଛି। ମଇ ମାସରେ ପାଇକାରୀ ମୂଲ୍ୟହାର ୧୫.୮୮% ରହିଥିଲା ଯାହାକି ଗତ ୩୧ ବର୍ଷର ରେକର୍ଡ଼କୁ ଅତିକ୍ରମ କରିଛି।

ଟଙ୍କାର ମୂଲ୍ୟ କମିଲେ ଆମର ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇବ। ଏହା ଫଳରେ ବିଦେଶରୁ ଆସୁଥିବା ବିଭିନ୍ନ କଞ୍ଚାମାଲ ଓ ତାକୁ ନେଇ ପ୍ରସ୍ତୁତ ହେଉଥିବା ଜିନିଷପତ୍ରର ମୂଲ୍ୟ ବି ବୃଦ୍ଧିପାଇବ। ସାଧାରଣ ଜନତା ସେସବୁ ଜିନିଷପତ୍ରକୁ ପୂର୍ବାପେକ୍ଷା ଅଧିକ ଦାମରେ କିଣିବାକୁ ବାଧ୍ୟ ହେବେ। ଟଙ୍କାର ଅବମୂଲ୍ୟାୟନ ପାଇଁ ଯଦିଓ ମୂଦ୍ରାସ୍ଫୀତି ଅନ୍ୟତମ କାରଣ ତେବେ ଟଙ୍କାର ଅବମୂଲ୍ୟାୟନ ବି ମୂଦ୍ରାସ୍ଫୀତିକୁ ବଢ଼ାଇବ। ଏହି କାରଣରୁ ଦେଶରେ ପାଇକାରୀ ମୂଲ୍ୟବୃଦ୍ଧିର ହାର ୧୫%କୁ ବୃଦ୍ଧି ପାଇଛି। ଗତ ମଇ ମାସରେ ଏହି ହାର ୧୫.୮୮% ଥିଲା ଯାହାକି ଗତ ୩୧ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ବୋଲି ଜଣାପଡ଼ିଛି। ମୂଲ୍ୟବୃଦ୍ଧି ଗତ ଛଅ ମାସ ଧରି ଲଗାତାର ୭% ହାରରେ ରହି ଆସିଛି। ଏଭଳି ପରିସ୍ଥିତିରେ ସରକାର ଓ ରିଜର୍ଭ ବ୍ୟାଙ୍କ୍ ଯେଉଁ ସକ୍ରୀୟ ହସ୍ତକ୍ଷେପ କରିବା କଥା ସେଥିରେ ଏକଦମ୍ ବିଫଳ ହୋଇଛନ୍ତି।

ଦେଶର ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପରୁ ଅଧିକ ଖରାପ ହେବାରେ ଲାଗିଛି। ମୂଲ୍ୟବୃଦ୍ଧିଠାରୁ ଆରମ୍ଭ କରି ବର୍ଦ୍ଧିତ ବେରୋଜଗାରୀ, ମୂଦ୍ରାର ଅବମୂଲ୍ୟାୟନ ପର୍ଯ୍ୟନ୍ତ ଅର୍ଥନୀତିର ସମସ୍ତ ପରିମାପକରେ ଏହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳୁଛି। ଭାରତକୁ ବିଶ୍ୱଗୁରୁ କରିବାର ସ୍ୱପ୍ନ ଦେଖାଉଥିବା ଶାସକମାନଙ୍କ ଖରାପ ନୀତି ଲାଗି ଆଜି ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥାନ ଲଗାତାର ଦୁର୍ବଳ ହେବାରେ ଲାଗିଛି। ଅର୍ଥନୀତି କେନ୍ଦ୍ର ସରକାରଙ୍କ ଆୟତ୍ତ ବାହାରକୁ ଚାଲିଯିବାରେ ଲାଗିଛି। ନିକଟରେ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ଏପରିକି କୃଷି ଯନ୍ତ୍ରପାତି ଗୁଡ଼ିକ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ଦରରେ ଯେଉଁ ବୃଦ୍ଧି କରିଛନ୍ତି, ତାହା ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝକୁ ଆହୁରି ବଢ଼େଇବାକୁ ଯାଉଛି। ସରକାର ମହାମାରୀ ସମୟରେ ବି ବିପୁଳ ମୁନାଫା କମେଇଥିବା ଦେଶର ବୃହତ୍ତ କର୍ପୋରେଟ୍‌ମାନଙ୍କ ଉପରେ ଟିକସକୁ ନବଢ଼ାଇ ସାଧାରଣ ଜନତାଙ୍କ ଉପରେ ଲଦିବାକୁ ଯେଉଁ ଉଦ୍ୟମ କରିଛନ୍ତି, ତାହା ଦେଶର ବହୁସଂଖ୍ୟକ ଲୋକଙ୍କୁ ଦୁଃରାବସ୍ଥା ଭିତରକୁ ଠେଲିଦେବାକୁ ଯାଉଛି।

ଫୋନ :  ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story