Advertisment

ଦିନକୁ ତିନି ଗ୍ରାମ ଅଧିକ ଲୁଣ ଖାଉଛନ୍ତି ଭାରତୀୟ

ନେଚର୍ ପୋର୍ଟଫୋଲିଓରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦୈନିକ ଜଣେ ବ୍ୟକ୍ତି ୫ ଗ୍ରାମ ଲୁଣ ଖାଇବାକୁ ଏକ ପରାମର୍ଶ ଦିଆଯାଇଥାଏ ମାତ୍ର ଅଧିକାଂଶ ଭାରତୀୟ ୮ ଗ୍ରାମ ଲୁଣ ଖାଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଲୁଣ ବିନା ଖାଦ୍ୟର ସ୍ୱାଦ ମୂଲ୍ୟହୀନ। ହେଲେ ମାତ୍ରାଧିକ ଲୁଣ ଯେ ସ୍ୱାସ୍ଥ୍ୟ ହାନିକାରକ ତାହା ସମସ୍ତେ ଜାଣି ବି ଅସଚେତନ। ବିଶେଷ କରି ଭାରତୀୟଙ୍କ ମଧ୍ୟରେ ଏପରି ଅସେଚତନତା ଅଧିକ। କାରଣ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ତିନି ଗ୍ରାମ ଲୁଣ ଅଧିକ ଖାଉଛନ୍ତି।

Advertisment

ଦୈନିକ ଜଣେ ବ୍ୟକ୍ତି ୫ ଗ୍ରାମ ଲୁଣ ଖାଇବାକୁ ପରାମର୍ଶ ଦିଆଯାଇ ଥିବାବେଳେ ସାଧାରଣତଃ ଭାରତୀୟମାନେ ୮ ଗ୍ରାମ ଲୁଣ ଖାଆନ୍ତି, ଯାହା ତିନି ଗ୍ରାମ ଅଧିକା। ନେଚର୍ ପୋର୍ଟଫୋଲିଓରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।

ଏହି ଅଧ୍ୟୟନ ନ୍ୟାସନାଲ ଏନସିଡି (ଅଣସଂକ୍ରାମକ ରୋଗ) ମନିଟରିଂ ସର୍ଭେର ଏକ ଅଂଶ ଭାବରେ କରାଯାଇଥିବା ଏକ ନମୁନା ସର୍ବେକ୍ଷଣ ଉପରେ ଆଧାରିତ। ଅନୁସନ୍ଧାନକାରୀମାନେ ୩୦୦୦ ବୟସ୍କଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ। ଅଧ୍ୟୟନରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ୟୁରିନାରୀ ସୋଡିୟମ୍ (ଲୁଣର ଏକ ପ୍ରମୁଖ ଉପାଦାନ) ନିର୍ଗମନ ଉପରେ ନଜର ରଖିଥିଲେ। ବିଶ୍ୱସ୍ତରରେ ମାନକ ସୂତ୍ର ବ୍ୟବହାର କରି ଲୁଣ ଗ୍ରହଣ ଉପରେ ଆକଳନ କରାଯାଇଥିଲା।

Advertisment

ଅଧ୍ୟୟନ ଅନୁଯାୟୀ, ସୋସିଓଡେମୋଗ୍ରାଫିକ୍ ପ୍ରୋଫାଇଲ୍ ବା ସାମାଜିକ ଜନସଂଖ୍ୟା ମଧ୍ୟରେ ବୟସ୍କମାନେ ଅଧିକ ଲୁଣ ଗ୍ରହଣ କରୁଛନ୍ତି। ଆହୁରି ଦେଖିବାକୁ ମିଳିଛି ଯେ, ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଲୁଣ ଖାଉଛନ୍ତି। ମହିଳାମାନେ ଦୈନିକ ୭.୯ ଗ୍ରାମ ଲୁଣ ଖାଉଥିବା ବେଳେ ପୁରୁଷମାନେ ସେମାନଙ୍କଠାରୁ ଅଧିକ ଏକ ଗ୍ରାମ ୮.୯ ଗ୍ରାମ ଲୁଣ ଖାଉଛନ୍ତି। 

ସେହିପରି, ବୃତ୍ତିଧାରୀମାନେ (୮.୬ଗ୍ରା), ତମାଖୁ ବ୍ୟବହାରକାରୀ (୮.୩ଗ୍ରା), ମେଦବହୁଳ (୯.୨ଗ୍ରା) ଏବଂ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏସବୁ ରୋଗ ବା ଅଭ୍ୟାସ ନଥିବା ଲୋକଙ୍କ ତୁଳନାରେ (୮.୫ଗ୍ରା) ଅଧିକ ଲୁଣ ଖାଉଛନ୍ତି। ସୋଡିୟମ୍ ଅଧିକ ଥିବା ଖାଦ୍ୟ ଉଚ୍ଚ ରକ୍ତଚାପ କିମ୍ବା ଉଚ୍ଚ ରକ୍ତଚାପର ଆଶଙ୍କାକୁ ବଢାଇଇଥାଏ। ଏହା ବ୍ୟତୀୟ ହୃଦଘାତ ଏବଂ ଷ୍ଟ୍ରୋକ ବିପଦର ମଧ୍ୟ କାରଣ ହୁଏ। ତଥାପି ଭାରତୀୟମାନଙ୍କ ଲୁଣ ଗ୍ରହଣକୁ ନେଇ ଏପରି ତଥ୍ୟ ନିହାତି ରୂପେ ଚିନ୍ତାଜନକ।

ନେଚର୍ ପୋର୍ଟଫୋଲିଓ ଅଧ୍ୟୟନର ନେତୃତ୍ୱ ନେଇଥିବା ଆଇସିଏମଆର-ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ ଇନଫରମେଟିକ୍ସ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡ. ପ୍ରଶାନ୍ତ ମଥୁର କହିଛନ୍ତି ଯେ, ଦିନକୁ ଅତି କମରେ ୧.୨ଗ୍ରା ସୋଡିୟମ ବ୍ୟବହାର ହ୍ରାସ କରିବା ଉଚିତ୍। ଏହି ଅନୁପାତରେ ଆଣ୍ଟି-ହାଇପରଟେନସନ୍ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଖାଦ୍ୟରେ ୫୦% ସୋଡିୟମ ବ୍ୟବହାରକୁ ହ୍ରାସ କରାଯାଇ ପାରିବ। ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅତ୍ୟଧିକ ଲବଣ ଗ୍ରହଣରୁ ଦୂରେଇ ରଖାଯାଇପାରିବ ବୋଲି ସେ କହିଛନ୍ତି। 

Health Report Research On Salt Consuming Do Indians Consume More Salt Indians Salt Consume Indians Overdosing Salt