୧୫ ଜୁଲାଇ, ଶନିବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କର ପାଇଁ ମିଶ୍ରିତ ଫଳ ଆଣିବ। ଅପବ୍ୟୟକୁ ନେଇ ଚିନ୍ତିତ ରହିବେ। ଅନ୍ୟକୁ ଅପେକ୍ଷା ନ କରି ନିଜ କାର୍ଯ୍ୟ ନିଜେ କରନ୍ତୁ। ବିବାଦକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଧନ ଲାଭର ସୁଯୋଗ ପାଇବେ। ଧର୍ଯ୍ୟର ସହ କାମ କରନ୍ତୁ। ‘ଓଁ ଚଂ ଚନ୍ଦ୍ରମସେ ନମ୍‌’ ମନ୍ତ୍ର ଜପ କରନ୍ତୁ ଦିନ ଭଲରେ କଟିବ। ବୃଷ: ବାକି ପଡ଼ିଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଭଲ। ଦୂରଯାତ୍ରା […]

Rasi-1

Rasi-1

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:30 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କର ପାଇଁ ମିଶ୍ରିତ ଫଳ ଆଣିବ। ଅପବ୍ୟୟକୁ ନେଇ ଚିନ୍ତିତ ରହିବେ। ଅନ୍ୟକୁ ଅପେକ୍ଷା ନ କରି ନିଜ କାର୍ଯ୍ୟ ନିଜେ କରନ୍ତୁ। ବିବାଦକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଧନ ଲାଭର ସୁଯୋଗ ପାଇବେ। ଧର୍ଯ୍ୟର ସହ କାମ କରନ୍ତୁ। ‘ଓଁ ଚଂ ଚନ୍ଦ୍ରମସେ ନମ୍‌’ ମନ୍ତ୍ର ଜପ କରନ୍ତୁ ଦିନ ଭଲରେ କଟିବ।

ବୃଷ: ବାକି ପଡ଼ିଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଭଲ। ଦୂରଯାତ୍ରା ସଫଳ ହେବ। ନିଜ ଦ୍ରବ୍ୟ ସମ୍ଭାଳି କି ରଖନ୍ତୁ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ।

କର୍କଟ: ବିବାଦରେ ପସନ୍ତୁ ନାହିଁ। ପୁରୁଣା ରୋଗ ସମସ୍ୟାରେ ପକାଇବ। ମନରେ ଭୟ ରହିବ। ପୂଜାପାଠରେ ମନ ଲଗାଇବେ। ଆଇନକାନନୁ ସମସ୍ୟା ଦୂର ହେବ। ‘ଓଁ ଅଂ ଅଙ୍ଗାରକାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ମନକୁ ଶାନ୍ତି ମିଳିବ।

ସିଂହ: ଗାଡି ଓ ମେସିନ କାମରେ ସାବଧାନତା ଅବଲମ୍ବନ କରନ୍ତୁ। ବିବାଦକୁ ନେଇ ଚିନ୍ତିତ ରହିବେ। ମୂଲ୍ୟବାନ ଦ୍ରବ୍ୟ ସମ୍ଭାଳି କି ରଖନ୍ତୁ, ହଜିବାର କିମ୍ବା ଚୋରି ହେବାର ସମ୍ଭାବନା ରହିଛି। ‘ଓଁ ସୋଂ ସୋମାୟ ନମ୍‌’ ଜପ କରନ୍ତୁ ସମସ୍ୟା ଦୂର ହେବ।

କନ୍ୟା: ଏହି ରାଶିର ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ବାଧାବିଘ୍ନ ଦୂର ହେବ। ବିବାଦରେ ନ ପସି ଧର୍ଯ୍ୟ ରଖନ୍ତୁ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ ବିପଦ ଟଳିବ।

ତୁଳା: ଜମି ଓ ଗୃହ ବିବାଦକୁ ନେଇ ଲାଗି ରହିଥିବା ବାଧା ଦୂର ହେବ। ଉନ୍ନତିର ମାର୍ଗ ସୁଗମ ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ‘ଓଁ ଶଂ ଶନୋଶ୍ଚରାୟ ନମ୍‌’ ମନ୍ତ୍ର ଜପ କରନ୍ତୁ।

ବିଚ୍ଛା: ଛାତ୍ରଛାତ୍ରୀ ସଫଳତା ପାଇବେ। ସ୍ୱାଦିଷ୍ଟ ଭୋଜନର ଅବସର ମିଳିବ। ବ୍ୟବସାୟ ଠିକ୍‌ଠାକ ଚାଲିବ। ଲାଭ ମିଳିବ। ‘ଓଁ ଶଂ ଶନୋଶ୍ଚରାୟ ନମ୍‌’ ଜପ କରନ୍ତୁ ଦିନଟି ଭଲରେ କଟିବ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଘରି, ପରିବାର ଚିନ୍ତାରେ ଦିନଟି କଟିବ। ଶୋକ ସମ୍ବାଦ ମିଳିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିବ ନାହିଁ। ବିବାଦକୁ ନେଇ ଚିନ୍ତାରେ ରହିବେ। ‘ଓଁ ଚଂ ଚନ୍ଦମେସ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା କିଛିଟା ଲାଘବ ହେବ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ। ଅଳ୍ପ ପ୍ରୟାସରେ ଅଧିକ ଲାଭ ମିଳିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। ଶତୃ ପରାସ୍ତ ହେବେ। ଖରାପ ସାଙ୍ଗଙ୍କ ଠାରୁ ଦୂରେଇ ରୁହନ୍ତୁ। ‘ଓଁ ଅଂ ଅଙ୍ଗରାକାୟ ନମ୍‌’ ଜପ କରନ୍ତୁ।

କୁମ୍ଭ: ଶୁଭ ସମାଚାର ପାଇ ମନ ଖୁସି ରହିବ। ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟ ଠିକ୍‌ରେ ଚାଲିବ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବିବାଦରେ ପସନ୍ତୁ ନାହିଁ। ‘ଓଁ ବୁଂ ବୁଦ୍ଧାୟ ନମ୍‌’ ଜପ କରନ୍ତୁ ସମସ୍ୟାର ସମାଧାନ ହୋଇଯିବ।

ମୀନ: ଆଜି ଆପଣଙ୍କ ରାଜଯୋଗ ରହିଛି। ଭାଗ୍ୟ ବଦଳିବାର ସୁଯୋଗ ପାଇବେ। ହଠାତ୍‌ ଧନପ୍ରାପ୍ତି ହେବ। ଦୂରଯାତ୍ରା ସଫଳ ହେବ। ‘ଓଁ ଅଂ ଅଙ୍ଗାରକାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ବାଧାବିଘ୍ନ ଦୂର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos