୨୪ ଜୁଲାଇ, ସୋମବାର: କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ବ୍ୟସ୍ତତା ଭିତରେ ରହିବେ। ଚାକିରିରେ ପରିବର୍ତ୍ତନ ଓ ପଦୋନ୍ନତି ହେବ। ସହଜରେ ଧନ ପ୍ରାପ୍ତି ହୋଇପାରେ।

ବୃଷ- ସନ୍ତାନ ପ୍ରାପ୍ତି ହେବାର ସମସ୍ୟାରୁ ମୁକ୍ତ ମିଳିବ। ଅଟକି ରହିଥିବା ଧନ ଆଜି ମିଳିବ।

ମିଥୁନ- ଏହି ରାଶିର ବ୍ୟକ୍ତିମାନଙ୍କ ଆଜି ସ୍ୱାସ୍ଥ୍ୟ ଖରାପ ହୋଇପାରେ।  ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କର୍କଟ- ଆଜି ଅଳସୁଆ ଅନୁଭବ କରି ପାରନ୍ତି। ଜୀବନ ସାଥୀଙ୍କ ସହିତ ପାଟି ତୁଣ୍ଡ କରିପାରନ୍ତି। ଧନ କିମ୍ୱା ଉପହାର ମିଳିବ।

ସିଂହ- କଳା-ସଙ୍ଗୀତରେ ରୁଚି ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ । ବିଦେଶ ଯାତ୍ରା କରିବାର ଯୋଗ ରହିଛି। ଦୀର୍ଘ ଦିନ ହେବ ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ହେବ।

କନ୍ୟା- ପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆଜି କିଛି ନୂତନ ସାମଗ୍ରୀ କିଣିବାର ଯୋଗ ରହିଛି। ଚାକିରି ଓ ଜୀବନ କ୍ଷେତ୍ରରେ ନୂଆ ଅବସର ମିଳିବ।

ତୁଳା- ଅଟକି ରହିଥିବା କାମ  ଆଜି ଶେଷ ହେବ। ସମ୍ପର୍କରେ ତିକ୍ତତା ଆସିପାରେ।

ବିଛା­- ପରିବାରରେ ବିବାଦ ଆସିପାରେ। ଏହାସହିତ ଟଙ୍କା ଖର୍ଚ୍ଚ କରିପାରନ୍ତି।

ଧନୁ- କୌଣସି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଆପଣଙ୍କ ସହକର୍ମୀଙ୍କ ସହିତ ସମ୍ପର୍କ ନିବିଡ଼ ହେବ।

ମକର- ଏହି ରାଶିର ବ୍ୟକ୍ତିମାନେ ଆଜି ଦିନ ତମାମ ବ୍ୟସ୍ତତା ଭିତରେ ରହିବେ। ଚାକିରିରେ ପଦ ପରିବର୍ତ୍ତନ ହୋଇପାରେ। ଏହାସହିତ ଧନ ପ୍ରାପ୍ତିର ସୁଯୋଗ ରହିଛି।

କୁମ୍ଭ- ପୁରୁଣା ଇଚ୍ଛା ଆଜି ପୂରଣ ହେବ। ଦୂର ସ୍ଥାନ ଯାତ୍ରା କରିପାରନ୍ତି।

ମୀନ- ଏହି ରାଶିର ବ୍ୟକ୍ତିମାନେ ବିଭିନ୍ନ ସମସ୍ୟା ଦେଇ ଗତି କରି ପାରନ୍ତି। ଯାତ୍ରା କରିବା ଦ୍ୱାରା ଲାଭଦାୟକ ହୋଇପାରେ।