୨୮ ବର୍ଷ ପୂର୍ବରୁ ବିବାହ କଲେ ଛାଡ଼ପତ୍ର ଆଶଙ୍କା ଅଧିକ: ସର୍ଭେ

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବେଳେ ବେଳେ ଦେଖାଯାଏ ଅନେକ ବାହା ହେବା ପାଇଁ ତରତର ହୁଅନ୍ତି। ବିଶେଷ କରି ଆମ ଭାରତୀୟ ସମାଜରେ ଝିଅଙ୍କ ବାପାମା’ମାନେ ଅଧିକ ତରତର ହୁଅନ୍ତି ବାହାଘର କରାଇବା ଲାଗି। ଅନ୍ୟ ପକ୍ଷରେ ଆଉ ଜଣେ ଜଣେ ବହୁ ବିଳମ୍ବରେ ବିବାହ କରନ୍ତି। ସଠିକ୍ ସମୟ ଆସି ନାହିଁ ବୋଲି କହି ଏମାନେ ବିବାହକୁ ଘୁଞ୍ଚାଇ ଚାଲନ୍ତି। ପ୍ରକୃତରେ ଏ ଦୁଇଟି ମଧ୍ୟରୁ କେଉଁଟିବି ଠିକ୍ ନିଷ୍ପତ୍ତି ନୁହେଁ ବୋଲି […]

fightingcouples

fightingcouples

Rakesh Mallick
  • Published: Monday, 31 July 2017
  • Updated: 31 July 2017, 09:03 AM IST

Sports

Latest News

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବେଳେ ବେଳେ ଦେଖାଯାଏ ଅନେକ ବାହା ହେବା ପାଇଁ ତରତର ହୁଅନ୍ତି। ବିଶେଷ କରି ଆମ ଭାରତୀୟ ସମାଜରେ ଝିଅଙ୍କ ବାପାମା’ମାନେ ଅଧିକ ତରତର ହୁଅନ୍ତି ବାହାଘର କରାଇବା ଲାଗି। ଅନ୍ୟ ପକ୍ଷରେ ଆଉ ଜଣେ ଜଣେ ବହୁ ବିଳମ୍ବରେ ବିବାହ କରନ୍ତି। ସଠିକ୍ ସମୟ ଆସି ନାହିଁ ବୋଲି କହି ଏମାନେ ବିବାହକୁ ଘୁଞ୍ଚାଇ ଚାଲନ୍ତି। ପ୍ରକୃତରେ ଏ ଦୁଇଟି ମଧ୍ୟରୁ କେଉଁଟିବି ଠିକ୍ ନିଷ୍ପତ୍ତି ନୁହେଁ ବୋଲି ବିଶେଷଜ୍ଞମାନେ କହନ୍ତି।

ଭାରତରେ ଏବେ ଛାଡ଼ପତ୍ର ମାମଲା ସଂଖ୍ୟା ବଢ଼ି ଚାଲିଛି। ବିବାହ ବିଚ୍ଛେଦ ସହିତ ବିବାହର ବୟସକୁ ଯୋଡ଼ି ଦେଖାଯାଉଛି। କୁହାଯାଏ ଯେଉଁମାନେ ୨୫ ବର୍ଷ ବା ତା’ପରେ ବିବାହ କରନ୍ତି ସେମାନଙ୍କ କ୍ଷେତ୍ରରେ ଛାଡ଼ପତ୍ର ହେବାର ସମ୍ଭାବନା ୫୦ ପ୍ରତିଶତ ଥାଏ। ଯେଉଁମାନେ ୨୫ ବର୍ଷରୁ କମ୍ ବୟସରେ ବିବାହ କରିଥାଆନ୍ତି ସେମାନଙ୍କ କ୍ଷେତ୍ରରେ  ଛାଡ଼ପତ୍ର ଆଶଙ୍କା ସବୁଠୁ ଅଧିକ। ଏହି ଧାରଣାକୁ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ  ବିବାହ କରିବାର ସବୁଠୁ ଭଲ ସମୟ ହେଉଛି ୨୮ ରୁ ୩୨ ବର୍ଷ ମଧ୍ୟରେ। ଯେଉଁମାନେ ୨୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଛାଡ଼ପତ୍ର ହାର ଖୁବ୍ ଅଧିକ। ସେହିପରି ୩୨ ବର୍ଷ ପରେ ବିବାହ କଲେ ବି ସମସ୍ୟା ରହିଛି। ତେବେ ଜଣେ ସେତେବେଳେ ବିବାହ କରିବା ଉଚିତ ଯେତେବେଳେ ସେ ନିଜକୁ ଏଥିପାଇଁ ଫିଟ୍ ବୋଲି ମନେ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos