ଜନ୍ମ ତାରିଖରୁ ଜାଣନ୍ତୁ କିଏ ହୋଇ ପାରିବ ଆପଣଙ୍କ ଭଲ ଜୀବନ ସାଥୀ

ଭାଗ୍ୟରେ ଥିଲେ ହୃଦୟର ସହ ଭଲ ପାଉଥିବା ପ୍ରେମିକ କି ପ୍ରେମିକା ମିଳିଥାଏ। ତେବେ ସମସ୍ତଙ୍କ ଭାଗ୍ୟରେ ଏହି ସ୍ୱଭାଗ୍ୟ ମିଳି ନ ଥାଏ। ବହୁତ ଲୋକ ବିଶେଷ କରି ଯୁବବର୍ଗ ପ୍ରେମରେ ପଡ଼ିଥାନ୍ତି। ଅଧିକାଂଶଙ୍କ ପ୍ରେମ ବିଫଳ ହୋଇଥିବା ବେଳେ ହାତଗଣତି କିଛି ଏଥିରେ ସଫଳ ହୋଇଥାନ୍ତି। ତେବେ ଅଙ୍କଶାସ୍ତ୍ର ଅନୁସାରେ ଜନ୍ମ ତାରିଖରୁ ଆପଣଙ୍କ ଜୀବନରେ କିଏ ପ୍ରକୃତ ପ୍ରେମ ନେଇ ଆସିବ ଜଣାପଡିଥାଏ। ଆସନ୍ତୁ ଜାଣିବା କେଉଁ ଜନ୍ମ ଅଙ୍କରୁ କହାକୁ କେମିତି […]

couple

couple

Rakesh Mallick
  • Published: Sunday, 09 July 2017
  • Updated: 10 July 2017, 08:55 AM IST

Sports

Latest News

ଭାଗ୍ୟରେ ଥିଲେ ହୃଦୟର ସହ ଭଲ ପାଉଥିବା ପ୍ରେମିକ କି ପ୍ରେମିକା ମିଳିଥାଏ। ତେବେ ସମସ୍ତଙ୍କ ଭାଗ୍ୟରେ ଏହି ସ୍ୱଭାଗ୍ୟ ମିଳି ନ ଥାଏ। ବହୁତ ଲୋକ ବିଶେଷ କରି ଯୁବବର୍ଗ ପ୍ରେମରେ ପଡ଼ିଥାନ୍ତି। ଅଧିକାଂଶଙ୍କ ପ୍ରେମ ବିଫଳ ହୋଇଥିବା ବେଳେ ହାତଗଣତି କିଛି ଏଥିରେ ସଫଳ ହୋଇଥାନ୍ତି। ତେବେ ଅଙ୍କଶାସ୍ତ୍ର ଅନୁସାରେ ଜନ୍ମ ତାରିଖରୁ ଆପଣଙ୍କ ଜୀବନରେ କିଏ ପ୍ରକୃତ ପ୍ରେମ ନେଇ ଆସିବ ଜଣାପଡିଥାଏ। ଆସନ୍ତୁ ଜାଣିବା କେଉଁ ଜନ୍ମ ଅଙ୍କରୁ କହାକୁ କେମିତି ଜୀବନ ସାଥୀ ମିଳିଥାଏ।

cover୧ ଅଙ୍କ: ଯଆଉଁମାନେ ୧, ୧୦, ୧୯ ଏବଂ ୨୮ ହୋଇଥାନ୍ତି ତାଙ୍କ ଜୀବନରେ ୨, ୧୦, ୭, ୧୬, ୨୫, ୧୧, ୨୦ ଓ ୨୯ରେ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ପ୍ରକୃତ ପ୍ରେମ ନେଇ ଆସିଥାନ୍ତି। ଏ ଲୋକ ସେମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୨ ଅଙ୍କ: ଆପଣଙ୍କ ଜନ୍ମ ତାରିଖ ୨ ଥିଲେ ଅର୍ଥାତ ୨, ୧୧, ୨୦ ଓ ୨୯ ତାରିଖରେ ଜନ୍ମ ହୋଇଥିଲେ ୨, ୧୧, ୭, ୧୬, ୧, ୧୦, ୪ ଓ ୧୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଆପଣଙ୍କ ପାଇଁ ଭଲ ଜୀବନସାଥୀଟି ସ୍ୟାବସ୍ତ ହେବ। ତାଙ୍କ ସହ ଆପଣ ସୁଖଶାନ୍ତିରେ ଘର ସଂସାର କରିପାରିବେ।

୩ ଅଙ୍କ: ଯେଉଁମାନଙ୍କ ଜନ୍ମ ୩, ୧୨, ୨୧ ଓ ୩୦ ତାରିଖରେ ହୋଇଥାଏ ସେମାନଙ୍କ ପାଇଁ ୩,୧୨, ୧୫, ୧୮, ୯, ୨୭ ଓ ୨୪ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ଲକି ସାବ୍ୟସ୍ତ ହୋଇଥାନ୍ତି।

01୪ ଅଙ୍କ: ଆପଣଙ୍କ ଜନ୍ମ ତାରିଖରେ ୪ ଥିଲେ ଅର୍ଥା ୪, ୧୩, ୨୨, ୩୧ ତାରିଖରେ ଜନ୍ମ ହୋଇଥିଲେ ଆପଣଙ୍କ ଭଲ ଜୀବନ ସାଥୀ ୧, ୨, ୭, ୮, ୧୧, ୧୬, ୧୭, ୨୬ ଓ ୨୫ ତାରିଖରେ ଜନ୍ମ ବ୍ୟକ୍ତି ହୋଇପାରିବେ।

୫ ଅଙ୍କ: ୫, ୧୪ ଓ ୨୩ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜନ୍ମ ଅଙ୍କ ୫ ହୋଇଥାଏ। ୫, ୧୪, ୧୫, ୧୬, ୧୧, ୨୩ ଓ ୬ କିମ୍ବା ୨ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୫ ଅଙ୍କ ବ୍ୟକ୍ତିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୬ ଅଙ୍କ: ୬ କିମ୍ବା ୧୫ ଓ ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭଲ ଜୀବନ ସାଥୀ ୬, ୧୫, ୧୨, ୩, ୧୮, ୯ ଓ ୨୭ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ହୋଇଥାନ୍ତି। ଏମାନେ ସବୁ ବେଳେ ଶୁଖରେ ରହିଥାନ୍ତି।

୭ ଅଙ୍କ: ୭, ୧୬ ଓ ୨୫ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଭାଗ୍ୟରେ ଭଲ ଜୀବନସାଥୀ ୧, ୨, ୪, ୭, ୧୦, ୧୧, ୧୬ ଓ ୨୩ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ହୋଇଥାନ୍ତି। ଏମାନେ ୭ ଅଙ୍କରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜୀବନରେ ସବୁ ପ୍ରକାର ସୁଖ ଭରି ଦେଇଥାନ୍ତି।

୮ ଅଙ୍କ: ୮, ୧୭ ଓ ୨୬ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ପାଇଁ ୨, ୪, ୮, ୧୧, ୧୩, ୧୭ ଓ ୨୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଭଲ ଜୀବନ ସାଥୀ ହୋଇଥାନ୍ତି।

୯ ଅଙ୍କ: ଆପଣଙ୍କ ଜନ୍ମ ତାରିଖ ୯, ୧୮, ୨୭ ହୋଇଥିଲେ ୩, ୬, ୯, ୧୫, ୧୨, ୨୭ ଓ ୧୮ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ଲକି ସାବ୍ୟସ୍ତ ହେବେ। ଏମାନେ ଆପଣଙ୍କ ଭଲ ଜୀବନ ସାଥୀ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos