ବେବି ପାଉଡରର ବି ଅଛି କରାମତି: ଜାଣନ୍ତୁ ଆଉ କେଉଁ କାମରେ କରିପାରିବେ ବ୍ୟବହାର

ଶିଶୁଙ୍କ ସ୍କିନ୍‌ ବହୁତ କୋମଳ ହୋଇଥାଏ। ଏଥିପାଇଁ ଇଆଡୁ ସିଆଡୁ ପାଉଡର ବଦଳରେ ବେବି ପାଉଡରର ବ୍ୟବହାର କରାଯାଇଥାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ଓ ସେମାନଙ୍କ ସ୍କିନ୍‌ ଖରାପ ହୋଇ ନଥାଏ। ହେଲେ ଏହି ବେବି ପାଉଡରକୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରିହେବ। ଅର୍ଥାତ କେବଳ ଶିଶୁ ନୁହଁନ୍ତି, ବଡ଼ମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଅନ୍ୟ କେଉଁଥିରେ ଏହାକୁ ବ୍ୟବହାର କରାଯାଇପାରିବ। କେଶ ହୋଇଥାଏ ମୁଲାୟମ: ବେବି […]

baby

baby

Rakesh Mallick
  • Published: Friday, 18 August 2017
  • Updated: 18 August 2017, 02:33 PM IST

ଶିଶୁଙ୍କ ସ୍କିନ୍‌ ବହୁତ କୋମଳ ହୋଇଥାଏ। ଏଥିପାଇଁ ଇଆଡୁ ସିଆଡୁ ପାଉଡର ବଦଳରେ ବେବି ପାଉଡରର ବ୍ୟବହାର କରାଯାଇଥାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ ଓ ସେମାନଙ୍କ ସ୍କିନ୍‌ ଖରାପ ହୋଇ ନଥାଏ। ହେଲେ ଏହି ବେବି ପାଉଡରକୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରିହେବ। ଅର୍ଥାତ କେବଳ ଶିଶୁ ନୁହଁନ୍ତି, ବଡ଼ମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଅନ୍ୟ କେଉଁଥିରେ ଏହାକୁ ବ୍ୟବହାର କରାଯାଇପାରିବ।

କେଶ ହୋଇଥାଏ ମୁଲାୟମ: ବେବି ପାଉଡରକୁ କେଶ ମୁଲାୟମ କରିବାରେ ବ୍ୟବହାର କରାଯାଇପାରିବ। ଯଦି କେଶ ଚିପଚିପ ଲାଗୁଛି ତେବେ ପାନିଆରେ କିଛି ବେବି ପାଉଡର ଲଗାଇ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଏହାଦ୍ୱାରା କେଶରୁ ଚିପଚିପ ଦୂର ହୋଇଯିବ। କେଶ ସାମ୍ପୁ କରିବା ପରି ମୁଲାୟନ ଦେଖାଯିବା।

ତେଲ ଦାଗରୁ ମୁକ୍ତି: ତରବରରେ ବହୁତ ସମୟରେ ଡ୍ରେସ୍‌ ଓ ଅନ୍ୟ ସ୍ଥାନରେ ତେଲ ପଡି ଦାଗ ହୋଇଯାଇଥାଏ। ଏହା ଦେଖିବାକୁ ଖରାପ ଲାଗିବା ସହ ତେଲିଆ ଗନ୍ଧ ମଧ୍ୟ ହୋଇଥାଏ। କିଛି ବେବି ପାଉଡର ନେଇ ତେଲ ପଡିଥିବା ସ୍ଥାନରେ ଲଗାଇ ଘସି ଦିଅନ୍ତୁ। ଏହାପରେ କପଡାକୁ ସଫା କରିଦିଅନ୍ତୁ, ଦାଗ ସମ୍ପୂର୍ଣ୍ଣ ଚାଲିଯିବ।

ଫିମ୍ପି ଦୂର କରେ: ସାଧାରଣତଃ ବହି କି ନୋଟ୍‌ ଖାତା କିଛିଦିନ ଗୋଟିଏ ସ୍ଥାନରେ ରଖିଦେଲେ ସେଥିରେ ଫିମ୍ପି ଲାଗିଯାଇଥାଏ। ବହି, ଖାତା ରଖିବା ବେଳେ ଏଥିରେ ବେବି ପାଉଡର ପକାଇ ଦେଲେ ଆଉ ଫିମ୍ପି ଲାଗିବାର ଚିନ୍ତା ରହିବ ନାହିଁ ଓ ସେଗୁଡିକ ସୁରକ୍ଷିତ ରହିବ।

ଆର୍ଦ୍ରତା ଦୂର କରେ: ବହୁତ ସମୟରେ ଆପଣ ଅନୁଭବ କରିଥିବେ, ବିଛଣା ଓଦା ଓଦା ଲାଗିଥାଏ। ବିଶେଷ କରି ବର୍ଷାଦିନ ଗୁଡିକରେ ଏପରି ହୋଇଥାଏ। ଏହି ସମୟରେ ବିଛଣାରେ କିଛି ମାତ୍ରାରେ ବେବି ପାଉଡର ପକାଇ ଦେଲେ ଏହା ଦୂର ହୋଇଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos