Advertisment

ଟଏଲେଟ୍‌କୁ ମୋବାଇଲ୍ ନେଇ ଯାଉଛନ୍ତି କି? ସାବଧାନ! ଆସିଯାଇପାରେ ବ୍ୟାକ୍ଟେରିଆ

ଆଜିକାଲି ଲୋକେ ମୋବାଇଲ୍‌ ଫୋନ୍‌ ପାଇଁ ପାଗଳ। ଯାହା ହାତରେ ଦେଖିବ ସ୍ମାର୍ଟଫୋନ୍‌। ସ୍ମାର୍ଟଫୋନ୍‌ ବିନା ଗୋଟିଏ ମିନିଟ୍‌ ରହିବା ମୁସ୍କିଲ୍ ହୋଇପଡ଼ୁଛି। ଦେଖାଯାଉଛି ଲୋକେ ଶୌଚ ହେବାକୁ ଗଲା ବେଳେ ମଧ୍ୟ ମୋବାଇଲ୍ ଫୋନ୍ ନେଇ ଯାଉଛନ୍ତି। ପାଇଖାନାରେ ବସିଥିବା ବେଳେ ବି ସେଥିରେ କଥା ହେଉଛନ୍ତି, ନହେଲେ ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ଚାଟିଂ କରୁଛନ୍ତି। କିନ୍ତୁ ଜାଣିଛନ୍ତି, ଏହି ଅଭ୍ୟାସ ଆଦୌ ଭଲ ନୁହେଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଟଏଲେଟ୍‌କୁ ମୋବାଇଲ୍ ନେଇ ଯାଉଛନ୍ତି କି? ସାବଧାନ! ଆସିଯାଇପାରେ ବ୍ୟାକ୍ଟେରିଆ

ଆଜିକାଲି ଲୋକେ ମୋବାଇଲ୍‌ ଫୋନ୍‌ ପାଇଁ ପାଗଳ। ଯାହା ହାତରେ ଦେଖିବ ସ୍ମାର୍ଟଫୋନ୍‌। ସ୍ମାର୍ଟଫୋନ୍‌ ବିନା ଗୋଟିଏ ମିନିଟ୍‌ ରହିବା ମୁସ୍କିଲ୍ ହୋଇପଡ଼ୁଛି। ଦେଖାଯାଉଛି ଲୋକେ ଶୌଚ ହେବାକୁ ଗଲା ବେଳେ ମଧ୍ୟ ମୋବାଇଲ୍ ଫୋନ୍ ନେଇ ଯାଉଛନ୍ତି। ପାଇଖାନାରେ ବସିଥିବା ବେଳେ ବି ସେଥିରେ କଥା ହେଉଛନ୍ତି, ନହେଲେ ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ଚାଟିଂ କରୁଛନ୍ତି। କିନ୍ତୁ ଜାଣିଛନ୍ତି, ଏହି ଅଭ୍ୟାସ ଆଦୌ ଭଲ ନୁହେଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ଟଏଲେଟ୍‌କୁ ମୋବାଇଲ୍ ଫୋନ୍ ନେଇ ଗଲେ ସ୍ୱାସ୍ଥ୍ୟ ଉପରେ ଏହା କେମିତି କୁପ୍ରଭାବ ପକାଇଥାଏ।

Advertisment

ttମୋବାଇଲ୍ ଫୋନ୍‌କୁ ଟଏଲେଟ୍ ଭିତରକୁ ନେଇ ଗଲେ ସେଥିରେ ଅନେକ ପ୍ରକାରର ଜର୍ମ ଓ ବ୍ୟାକ୍ଟେରିଆ ଲାଗି ଯାଆନ୍ତି। ଟଏଲେଟ୍‌ରୁ ବାହାରିବା ବେଳେ ଆପଣ ହାତକୁ ଭଲ ଭାବେ ଧୋଇ ଦିଅନ୍ତି, କିନ୍ତୁ ମୋବାଇଲ୍ ଫୋନ୍‌କୁ ଧୋଇ ପାରନ୍ତି ନାହିଁ। ଫଳରେ ଆପଣ ପରେ ଯେତେବେଳେ ମୋବାଇଲ୍‌ଟିକୁ ଧରନ୍ତି ସେଥିରେ ଥିବା ବ୍ୟାକ୍ଟେରିଆ ଆପଣଙ୍କ ହାତକୁ ଚାଲି ଆସନ୍ତି। ତେଣୁ ହାତ ଧୋଇବାର କିଛି ଫାଇଦା ନାହିଁ। ଜର୍ମ ଓ ବ୍ୟାକ୍ଟେରିଆ ଆପଣଙ୍କ ହାତ ଦେଇ ଶରୀର ଭିତରକୁ ଚାଲି ଯାଆନ୍ତି। ଏଗୁଡ଼ିକ ଅନେକ ରୋଗର ବାହକ ହୋଇଥାଆନ୍ତି।

ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟ୍‌କୁ ମୋବାଇଲ୍ ଧରି ଯିବା ଅଧିକ କ୍ଷତିକାରକ ହୋଇଥାଏ। ଅଫିସ୍‌, ହୋଟେଲ୍ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଟଏଲେଟ୍‌ଗୁଡ଼ିକୁ ମୋବାଇଲ୍ ଫୋନ୍ ନେଇ ଗଲେ ସେଠାରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆଗୁଡ଼ିକ ତା’ସଂସ୍ପର୍ଶରେ ଆସନ୍ତି। ପରେ ସେଗୁଡ଼ିକ ମୋବାଇଲ୍ ଫୋନ୍ ଦେଇ ଆମ ଶରୀରକୁ ଆସିଥାଆନ୍ତି।

Advertisment

ମୋବାଇଲ ଫୋନ୍‌ରେ ବ୍ୟାକ୍ଟିରିଆ ବଢ଼ିବା ସହଜ ହୋଇଥାଏ। କାରଣ ବ୍ୟବହାର କରିବା ପରେ ଏହା ଗରମ ହୋଇଯାଏ। ଏହା ଦ୍ୱାରା ସେଥିରେ ଲାଗିଥିବା ବ୍ୟାକ୍ଟେରିଆଙ୍କୁ ଜୀବିତ ରହିବାକୁ ଭଲ ବାତାବରଣ ମିଳିଯାଏ। ତାହା ସେମାନଙ୍କୁ ବଂଶବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।

ଏଣୁ ଟଏଲେଟ୍‌କୁ ଗଲା ବେଳେ ମୋବାଇଲ୍ ଫୋନ୍‌ ନେଇ ଯିବା ଉଚିତ ନୁହେଁ। କେବଳ ମୋବାଇଲ୍‌ ଫୋନ୍‌ ନୁହେଁ, ଟଏଲେଟ୍‌କୁ ଅନ୍ୟ କୌଣସି ଜିନିଷ ନେଇ ଯିବା ଠିକ୍ ନୁହେଁ। ଏହା ଦ୍ୱାରା ତା’ରି ମାଧ୍ୟମରେ ବ୍ୟାକ୍ଟେରିଆ ଆମ ଶରୀରକୁ ଆସିଥାଆନ୍ତି।

publive-image

ଆଉ କେତେବେଳେ ଧରିବେ ନାହିଁ ମୋବାଇଲ୍‌

ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଖାଇବା ବେଳେ ମଧ୍ୟ ମୋବାଇଲ୍‌ ଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଖାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉଚିତ ନୁହେଁ। ଖାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଥିରେ ତେଲ ଲାଗିବାର ସମ୍ଭାବନା ଅଧିକ ଥାଏ। ତେଲ ଲାଗିଲେ ମୋବାଇଲରେ ବ୍ୟାକ୍ଟେରିଆ ବଢ଼ିବା ସହଜ ହୋଇଥାଏ।

ସୌଜନ୍ୟ- ନବଭାରତଟାଇମ୍ସ