ବାରମ୍ବାର ଭୋକ ଲାଗୁଛି କି ? ଜାଣନ୍ତୁ, ଏହାର କାରଣ ଓ ନିରାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବହୁ କ୍ଷେତ୍ରରେ ଦେଖାଯାଇଛି, କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ। ଏହା ପଛରେ କିଛି ବିଶେଷ କାରଣ ରହିଛି। ଏମିତି କେତେକ ବ୍ୟକ୍ତି ଥା’ନ୍ତି, ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ଆବଶ୍ୟକତା ମୁତାବକ ଖାଦ୍ୟ ଖାଇବାକୁ ଲଜ୍ଜା ଅନୁଭବ କରନ୍ତି। ଫଳରେ ପେଟ ପୂରେ ନାହିଁ, ଆଉ ଖାଇବାର ଅଳ୍ପ ସମୟ ପରେ ପୁଣି ଭୋକ ଲାଗେ। କିନ୍ତୁ ପେଟପୂରା ଖାଇସାରିବା ପରେ ଯଦି ଆପଣଙ୍କୁ ପୁଣି ଭୋକ ଲାଗୁଛି, ତେବେ […]

mainpic

mainpic

Jitendra Garnayak
  • Published: Wednesday, 22 August 2018
  • Updated: 22 August 2018, 06:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବହୁ କ୍ଷେତ୍ରରେ ଦେଖାଯାଇଛି, କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ। ଏହା ପଛରେ କିଛି ବିଶେଷ କାରଣ ରହିଛି।

ଏମିତି କେତେକ ବ୍ୟକ୍ତି ଥା'ନ୍ତି, ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ଆବଶ୍ୟକତା ମୁତାବକ ଖାଦ୍ୟ ଖାଇବାକୁ ଲଜ୍ଜା ଅନୁଭବ କରନ୍ତି। ଫଳରେ ପେଟ ପୂରେ ନାହିଁ, ଆଉ ଖାଇବାର ଅଳ୍ପ ସମୟ ପରେ ପୁଣି ଭୋକ ଲାଗେ। କିନ୍ତୁ ପେଟପୂରା ଖାଇସାରିବା ପରେ ଯଦି ଆପଣଙ୍କୁ ପୁଣି ଭୋକ ଲାଗୁଛି, ତେବେ ଏହା ପଛର କାରଣ ଜାଣିବା ନିହାତି ଜରୁରୀ। ଆସନ୍ତୁ ଜାଣିବା, ଏମିତି କିଛି କାରଣ।

breakfastହାଲ୍‌କା ଜଳଖିଆ: ଦିନର ପ୍ରଥମ ମିଲ୍‌ ଅର୍ଥାତ୍ ବ୍ରେକ୍‌ଫାଷ୍ଟ୍‌ ଶରୀର ପାଇଁ ଜରୁରୀ। ଯଦି ସକାଳର ଜଳଖିଆ ଆପଣ ଠିକ୍‌ ଭାବେ କରିଛନ୍ତି ବା ଏଥିରେ ପୁଷ୍ଟିକର ଖାଦ୍ୟ ଖାଇଛନ୍ତି, ତେବେ ଆପଣଙ୍କୁ ଦିନରେ ଅନ୍ୟ କିଛି ବାହାର ଜିନିଷ ଖାଇବାକୁ ମନ ହେବନାହିଁ। ଶରୀର ଦୁର୍ବଳ ମଧ୍ୟ ଲାଗିବ ନାହିଁ। କିନ୍ତୁ ଯଦି ଆପଣ ହାଲ୍‌କା ଜଳଖିଆ କରିଥିବେ, ତେବେ କିଛି ସମୟ ପରେ ଆପଣଙ୍କୁ ଭୋକ ଲାଗିବା ସହ ଦୁର୍ବଳ ମଧ୍ୟ ଲାଗିବ।

speedeatingତରବର ହୋଇ ଖାଇବା: ସଠିକ୍‌ ଢଙ୍ଗରେ ଖାଦ୍ୟ ନଖାଇଲେ, ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ। ଯଦି ଆପଣ ତରବର ହୋଇ ଖାଦ୍ୟ ଖାଉଛନ୍ତି, ତେବେ ଖାଇବାର କିଛି ସମୟ ପରେ ପୁଣିଥରେ ଭୋକ ଲାଗିବ। ତେଣୁ ଖାଦ୍ୟକୁ ଧିରେ ଧିରେ ଏବଂ ଭଲଭାବେ ଚୋବାଇ ଖାଆନ୍ତୁ। ଏହାଦ୍ୱାରା ଖାଦ୍ୟ ପେଟକୁ ଯାଇ ଭଲଭାବେ ପାଚନ କ୍ରିୟା ହେବ ଓ ଏଥିରୁ ଶରୀରକୁ ଶକ୍ତି ମିଳିବ। ଏହା ଦ୍ୱାରା, ବାରମ୍ବାର ଭୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୁଏ।

protinfiberପ୍ରୋଟିନ୍‌ ଓ ଫାଇବର୍‌ର ଅଭାବ: ଶରୀର ପାଇଁ ଫାଇବର୍‌ ନିହାତି ଜରୁରୀ। ଖାଦ୍ୟରେ ସଠିକ୍‌ ପରିମାଣର ଫାଇବର୍‌ ଓ ପ୍ରୋଟିନ୍‌ ନରହିଲେ, ଖାଇବା ପରେ ମଧ୍ୟ ବାରମ୍ବାର ଭୋକ ଲାଗିଥାଏ। ପ୍ରୋଟିନ୍‌ ଓ ଫାଇବର୍‌ଯୁକ୍ତ ଖାଦ୍ୟ ଖାଇଲେ, ଆପଣଙ୍କ ପେଟରୁ କିଛି ହରମୋନ୍‌ ବାହାରିଥାଏ, ଯାହା ଭୋକକୁ ନିଯନ୍ତ୍ରଣ କରିଥାଏ।

teaଅଧିକ ଚା' ପିଇବା: କୁହାଯାଏ, ଅଧିକ ଚା' ପିଇଲେ ଭୋକ ମରିଯାଏ। ଏହା ସତ। କିନ୍ତୁ ଅତ୍ୟଧିକ ଚା' ପିଇବା ଦ୍ୱାରା ଆପଣଙ୍କୁ ବାରମ୍ବାର କିଛି ଖାଇବାକୁ ମଧ୍ୟ ଇଚ୍ଛା ହୁଏ। ଚା'ରେ ଥିବା ନିକୋଟିନ୍‌ ଆପଣଙ୍କ ଭୋକକୁ ଆହୁରି ବଢ଼ାଇଥାଏ। ଏପରିକି ମସଲାଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ମନ ହୁଏ। ମାତ୍ରାଧିକ ଚା' ପିଇବା ଦ୍ୱାରା ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ମଧ୍ୟ ବଢ଼ିଯାଏ।

fastfoodବାହାରର ଖାଦ୍ୟ: ଘରେ ତିଆରି ଖାଦ୍ୟ ବଦଳରେ ଆପଣ ଯଦି ବାହାର ଖାଦ୍ୟ ଅଧିକ ଖାଉଛନ୍ତି, ତେବେ ଆପଣଙ୍କୁ ବାରମ୍ବାର ଭୋକ ଲାଗିବ। ଏହି ଖାଦ୍ୟ ଦ୍ୱାରା ପେଟ ତ ପୂରିଯାଏ, କିନ୍ତୁ ଶରୀରକୁ ଠିକ୍‌ ଭାବେ ପୋଷଣ ମିଳେ ନାହିଁ। ତେଣୁ ବାରମ୍ବାର ଭୋକ ଲଗିଥାଏ।

sofdrinkସଫ୍ଟ୍‌ ଡ୍ରିଙ୍କ୍‌ସ୍‌ ଓ ସୋଡ଼ା: ଅଧିକ କୋଲ୍ଡ୍‌ ଡ୍ରିଙ୍କ୍‌ସ୍‌ କିମ୍ବା ସୋଡ଼ା ପିଇବା ଦ୍ୱାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ସଫ୍ଟ୍‌ ଡ୍ରିଙ୍କ୍‌ସ୍‌ ଅଧିକ ମାତ୍ରାରେ ପିଇଲେ ଶରୀରରେ ଲେପ୍ଟିନ୍‌ ନାମକ ଏକ ପ୍ରୋଟିନ୍‌ ଜନ୍ମ ନିଏ। ଏହି କାରଣରୁ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଯାଏ ଓ ପେଟ ଭର୍ତ୍ତି ଥିଲେ ମଧ୍ୟ ଭୋକ ଲାଗିଥାଏ।

waterପାଣି କମ୍‌ ପିଇବା: ପାଣି ଆମ ଶରୀର ପାଇଁ ଖୁବ୍ ଜରୁରୀ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଆମକୁ ଅଧିକ ଭୋକ ଲାଗିନଥାଏ। କିନ୍ତୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପାଣି ନମିଳିଲେ, ଶରୀରକୁ ଅଡ଼ୁଆ ଲାଗିଥାଏ। ତେଣୁ ଖାଇଦେଲେ ଭଲ ଲାଗିବ ଭାବି, ଆମେ ବାରମ୍ବାର ଖାଇ ଚାଲିଥାଉ। ତେଣୁ ପ୍ରଚୁର ପାଣି ପିଇଲେ, ଭୋକ ନିୟନ୍ତ୍ରଣରେ ରୁହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story