ଅନ୍ୟର ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? କ’ଣ ହୋଇପାରେ ପଢ଼ନ୍ତୁ

ଆଜିକାଲି ମୋବାଇଲ୍‌ଫୋନ୍‌ପରି ଇଅରଫୋନ୍‌ ମଧ୍ୟ ଏକ ଅତ୍ୟାବଶ୍ୟକ ଜିନିଷ ହେଇଯାଇଛି। ଘରେ ଓ ଅଫିସ୍‌ରେ ଥିବା ବେଳେ କିମ୍ବା ବସ୍ ଅବା ଟ୍ରେନ୍‌ରେ ଯାତ୍ରା କଲା ବେଳେ ପ୍ରାୟ ସମସ୍ତେ ଇଅରଫୋନ୍ ବ୍ୟବହାର କରୁଛନ୍ତି।  ଏହି ଟ୍ରେଣ୍ଡ୍ କେବଳ ବଡ଼ ଅବା ଛୋଟ ସହରରେ ନୁହେଁ, ଗାଁଗହଳିରେ ବି ଦେଖିବାକୁ ମିଳୁଛି। ଅନେକ ଏଥିରେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ବିନା ଇଅରଫୋନ୍‌ରେ ସେମାନଙ୍କୁ ଭଲ ଲାଗେ ନାହିଁ। ତେଣୁ ବେଳେ ବେଳେ ଅଫିସ୍‌କୁ ଇଅରଫୋନ୍‌ ଆଣିବାକୁ […]

earphone

earphone

Rakesh Mallick
  • Published: Saturday, 19 August 2017
  • Updated: 20 August 2017, 07:18 AM IST

ଆଜିକାଲି ମୋବାଇଲ୍‌ଫୋନ୍‌ପରି ଇଅରଫୋନ୍‌ ମଧ୍ୟ ଏକ ଅତ୍ୟାବଶ୍ୟକ ଜିନିଷ ହେଇଯାଇଛି। ଘରେ ଓ ଅଫିସ୍‌ରେ ଥିବା ବେଳେ କିମ୍ବା ବସ୍ ଅବା ଟ୍ରେନ୍‌ରେ ଯାତ୍ରା କଲା ବେଳେ ପ୍ରାୟ ସମସ୍ତେ ଇଅରଫୋନ୍ ବ୍ୟବହାର କରୁଛନ୍ତି।  ଏହି ଟ୍ରେଣ୍ଡ୍ କେବଳ ବଡ଼ ଅବା ଛୋଟ ସହରରେ ନୁହେଁ, ଗାଁଗହଳିରେ ବି ଦେଖିବାକୁ ମିଳୁଛି। ଅନେକ ଏଥିରେ ଏମିତି ଅଭ୍ୟସ୍ତ ହୋଇଗଲେଣି ଯେ ବିନା ଇଅରଫୋନ୍‌ରେ ସେମାନଙ୍କୁ ଭଲ ଲାଗେ ନାହିଁ। ତେଣୁ ବେଳେ ବେଳେ ଅଫିସ୍‌କୁ ଇଅରଫୋନ୍‌ ଆଣିବାକୁ ଭୁଲି ଯାଇଥିଲେ ସେମାନେ ଅନ୍ୟମାନଙ୍କର ଇଅର ଫୋନ୍‌ ଲଗାନ୍ତି।  ଏମିତି କି ଆମ ମାନଙ୍କ ମଧ୍ୟରୁ ଅନେକ ଘରର ଅନ୍ୟ ସଦସ୍ୟଙ୍କ ଇଅର ଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଜାଣିଛନ୍ତି କି ଅନ୍ୟର ଇଅର ଫୋନ୍ ବ୍ୟବହାର କରି ଆମେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଉ। ଅନ୍ୟର ଇଅରଫୋନ୍ ବ୍ୟବହାର କଲେ କେଉଁ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା।

1

-ଅନ୍ୟର ଇଅର ଫୋନ୍ ବ୍ୟବହାର କରିବା ଦ୍ୱାରା ଅଧିକାଂଶ ଲୋକ ଫଙ୍ଗସ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତୁ। ୭ ପ୍ରତିଶତ ଲୋକଙ୍କ କାନରେ ଯନ୍ତ୍ରଣା ହୁଏ। ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଏହି ଇଅର ଫୋନ୍ ବ୍ୟବହାର କରୁଥିବା ଲୋକ ଏହି ସବୁ ସମସ୍ୟାର ଶିକାର ହୋଇଥାଆନ୍ତି। ଯଦି ଆପଣ କୌଣସି ଏମିତି ବ୍ୟକ୍ତିଙ୍କ ଇଅରଫୋନ୍ ବ୍ୟବହାର କରୁଛନ୍ତି  ଯିଏ କି ପୂର୍ବରୁ ସଂକ୍ରମଣର ଶିକାର ହୋଇଥିଲେ, ତା’ହେଲେ ସାବଧାନ ହୋଇଯାଆନ୍ତୁ। ଫଙ୍ଗସ୍‌ର ଜୀବାଣୁ ଇଅରଫୋନ୍‌ରେ ରହିଥାଇପାରନ୍ତି। ଯଦି ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ, ତା’ହେଲେ ଇଅରଫୋନ୍ ଦେଇ ସେମାନେ ଆପଣଙ୍କ କାନ ଭିତରେ ପଶି ଯିବେ। ଆଉ ତା’ପରେ ଆପଣଙ୍କ କାନରେ ଦେଖାଯିବ ସମସ୍ୟା।

-ଜ୍ୱର ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ଇଅରଫୋନ୍ କେବେ ବି ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏଭଳି ଲୋକଙ୍କ ଇଅରଫୋନ୍ ଆପଣଙ୍କ କାନକୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ଥାଏ।

ସଂକ୍ରମଣରୁ କେମିତି ବଞ୍ଚିବେ

ଯଦି କେତେବେଳେ ଅନ୍ୟର ଇଅରଫୋନ୍ ବ୍ୟବହାର କରିବେ, ତା’ ପୂର୍ବରୁ ତାଙ୍କୁ ସାନିଟାଇଜରରେ ସଫା କରି ଦିଅନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos