ବ୍ୟାଗ୍ ଓ ପକେଟରେ କ’ଣ ରଖିଲେ ଅଶୁଭ: ଜାଣିରଖନ୍ତୁ ୧୦ଟି ଟିପ୍ସ

ସାଧାରଣତଃ ଆମେ ବ୍ୟବହାର କରୁଥିବା ଅଧିକାଂଶ ଦୈନନ୍ଦିନ ଜିନିଷକୁ ବ୍ୟାଗ୍ କିମ୍ବା ଆମ ଡ୍ରେସ୍ ପକେଟରେ ରଖି ଘରୁ ବାହାରିଥାଉ। ହେଲେ ବାସ୍ତୁ କିଛି ଅଲଗା କଥା କହୁଛି। ବାସ୍ତୁବିତଙ୍କ ଅନୁଯାୟୀ, ଆମେ ବ୍ୟାଗ ବା ପକେଟରେ ଯେକୈଣସି ଜିନିଷ ରଖି ଘରୁ ବାହାରିବା  ଅନୁଚିତ। ଆମ ଦୈନଦିନ ବ୍ୟବହ଼ୃତ ଜିନିଷ ମଧ୍ୟରୁ ଏମିତି କିଛି ଜିନିଷ ଅଛି ଯାହାକୁ ଆମେ ବ୍ୟଗରେ ରଖିଲେ ଆମ ପ୍ରତି ବିପଦ ମାଡି ଆସେ ବୋଲି ବାସ୍ତୁ କହୁଛି। ଆସନ୍ତୁ […]

Columbus-

Columbus-

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 08:36 PM IST

Sports

Latest News

ସାଧାରଣତଃ ଆମେ ବ୍ୟବହାର କରୁଥିବା ଅଧିକାଂଶ ଦୈନନ୍ଦିନ ଜିନିଷକୁ ବ୍ୟାଗ୍ କିମ୍ବା ଆମ ଡ୍ରେସ୍ ପକେଟରେ ରଖି ଘରୁ ବାହାରିଥାଉ। ହେଲେ ବାସ୍ତୁ କିଛି ଅଲଗା କଥା କହୁଛି। ବାସ୍ତୁବିତଙ୍କ ଅନୁଯାୟୀ, ଆମେ ବ୍ୟାଗ ବା ପକେଟରେ ଯେକୈଣସି ଜିନିଷ ରଖି ଘରୁ ବାହାରିବା  ଅନୁଚିତ। ଆମ ଦୈନଦିନ ବ୍ୟବହ଼ୃତ ଜିନିଷ ମଧ୍ୟରୁ ଏମିତି କିଛି ଜିନିଷ ଅଛି ଯାହାକୁ ଆମେ ବ୍ୟଗରେ ରଖିଲେ ଆମ ପ୍ରତି ବିପଦ ମାଡି ଆସେ ବୋଲି ବାସ୍ତୁ କହୁଛି। ଆସନ୍ତୁ ଜାଣିବା ଏ ସଂପର୍କିତ କିଛି ଟିପ୍ସ ।

  1. ଜିନିଷ କିଣିବା ପରେ ଦୋକାନୀ ଯେଉଁ ବିଲ୍ ଦେଉଛି ତାକୁ ସାଧାରଣତଃ ଆମେ ଆମ ପର୍ସ କିମ୍ବା ସାର୍ଟ ବା ପ୍ୟାଣ୍ଟ ପକେଟରେ ରଖି ଦେଇଥାଉ । କିନ୍ତୁ ବାସ୍ତୁ କହୁଛି, ପୁରୁଣା ବିଲ୍ ବା ପର୍ଚି ପକେଟରେ ରଖିବା ଅନୁଚିତ। ଏହାକୁ ଘରେ କିମ୍ବା ଗାଡ଼ିରେ ରଖନ୍ତୁ। ବିଲ୍ ପକେଟରେ ରଖିବା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
  2. ଯ଼ଦି ଆପଣଙ୍କ ପାଖରେ କୌଣସି ଫଟୋ ଅଛି, ଯେଉଁଥିରେ କାହାର କ୍ରୋଧୀ ବା ରାଗିଲା ମୁହଁ ଅଛି, ତେବେ ତାହା ବିପଦଜନକ। ଏପରି ଫଟୋ ବ୍ୟାଗରେ ରଖନ୍ତୁ ନାହିଁ , କାରଣ ଏହାକୁ ଦେଖିବା ଫଳରେ ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।
  3. ଛିଣ୍ଡା ପର୍ସକୁ ବ୍ୟାଗରେ ରଖନ୍ତୁ ନାହିଁ । ବାସ୍ତୁଶାସ୍ତ୍ର କହୁଛି, ଏହାକୁ ରଖିବା ଦ୍ୱାରା ଆପଣଙ୍କ ପାଖରେ ଅର୍ଥାଭାବ ଦେଖାଦେଇ ପାରେ । ତେଣୁ ପର୍ସ ଛିଣ୍ଡିଲେ ବା ଖଣ୍ଡିଆ ହେଲେ ଏହାକୁ ବଦଳାଇ ଦେବା ସବୁଠାରୁ ବୁଦ୍ଧିମାନର କାମ
  4. ଆମ ଭିତରୁ ଅନେକଙ୍କ ମନିପର୍ସ ଖୁବ୍ ଉଚ୍ଚ ଓ ବଡ଼ । ଆମେ ଏହାକୁ ପରିଚାଳନା କରି ଜାଣୁନା , ଯାହା ପାଇଲୁ ତାକୁ ପର୍ସରେ ପୂରାନ୍ତି ଓ ଭାବନ୍ତି ଯେ ଏହା ଆଗକୁ ଦରକାରରେ ଆସିବ। କିନ୍ତୁ ମାସ ମାସ ପରେ ବି ତାହା ସେମିତି ପର୍ସରେ ହିଁ ପଡିଥାଏ। ବାସ୍ତୁଶାସ୍ତ୍ର କହୁଛି, ଏଣୁତେଣୁ ଲେଖା ବା ଚିଠା ପକେଟ କିମ୍ବା ପର୍ସରେ ରହିଲେ ଖରାପ । ଦୟାକରି ଏ ଲେଖା ପଢିବା ପରଠାରୁ ନିଜ ପର୍ସରୁ ସବୁ ପୁରୁଣା ଓ ଅଳିଆ କାଗଜପତ୍ର କାଢି ଫିଙ୍ଗି ଦିଅନ୍ତୁ ।
  5. ସେହିପରି ଆମେ ଅନେକ ସମୟରେ ପର୍ସରେ ଟଙ୍କା ରଖିବାକୁ ଉପାୟ ବି ଠିକରେ ଜାଣନ୍ତି ନାହିଁ । ଅଧିକାଂଶ ଲୋକ ଟଙ୍କାକୁ ଲୋଚାକୋଚା କରି ପର୍ସରେ ରଖିଥାନ୍ତି, କିନ୍ତୁ ବାସ୍ତୁ କହୁଛି ଏହା ଠିକ୍ ନୁହେଁ । ତେଣୁ ପର୍ସରେ ଟଙ୍କାକୁ ଲୋଚାକୋଚା କରି ରଖନ୍ତୁ ନାହିଁ ।
  6. କିଛି ଲୋକଙ୍କର ଅଜବ ଅଭ୍ୟାସ ଅଛି , ସେମାନେ ନିଜ ପ୍ୟାଣ୍ଟ କିମ୍ବା ସାର୍ଟ ପକେଟରେ ସ୍ନାକ୍ସ ବା ଚିପ୍ସ ଭଳି କିଛି ଜିନିଷ ରଖନ୍ତି । କିଏ କିଏ ଜଳଖିଆ ବ୍ୟାଗରେ ରଖନ୍ତି , କିନ୍ତୁ ଏପରି କରନ୍ତୁ ନାହିଁ ।
  7. ପକେଟରେ ମେଡିସିନ୍ ରଖିବା ଭୁଲ୍ ବୋଲି ବାସ୍ତୁଶାସ୍ତ୍ର କହୁଛି । ତେଣୁ ମେଡିସିନ୍ ରଖିବାକୁ ଆଉକିଛି ଉପାୟ ପାଞ୍ଚନ୍ତୁ।
  8. ସେହିପରି ପକେଟରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ରଖନ୍ତୁ ନାହିଁ , ଯେପରିକି ଛୁରି, ବ୍ଲେଡ୍ କିମ୍ବା ନେଲ୍ କଟର ଭଳି ଜିନିଷ , ଏହାକୁ ବାସ୍ତୁଶାସ୍ତ୍ର ବାରଣ କରୁଛି ଏମିତି ବି ଏ ସବୁ ନିଜ ପାଖରେ ରଖିଲେ ଅସାବଧାନତାରୁ ନିଜର ହିଁ କ୍ଷତି କରିପାରେ।
  9. ଠାକୁରଙ୍କ ପାଖରେ ପୂଜା କରାଯାଇଥିବା ଫିତା ବା ବ୍ରତକୁ ପର୍ସରେ ରଖନ୍ତୁ ନାହିଁ । କେଉଁଠି ରଖିବା ଉଚିତ ଦୟାକରି ଜ୍ୟୋତିଷ ମହାରାଜଙ୍କୁ ପଚାରନ୍ତୁ ।
  10. ପିତ୍ତଳ ଓ ରୁପା ଜିନିଷକୁ ବ୍ୟାଗରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ପରିବାର ପ୍ରତି ବିପଦ ଡାକି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ର କହୁଛି । ତେଣୁ ଏପରି କରିବାକୁ ଦୂରେଇ ରହନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos