ସାବଧାନ ! ଅନ୍ୟର ଏଇ 4ଟି ଜିନିଷ ବ୍ୟବହାର କଲେ ଅଶୁଭ

ବେଳେବେଳେ ଇଚ୍ଛା ନଥାଇ ବି ଆମକୁ ଅନ୍ୟର ଜିନିଷପତ୍ର ବ୍ୟବହାର କରିବାକୁ ପଡ଼ିଥାଏ । କେବେକେବେ ଅସୁବିଧାରେ ପଡ଼ିଲେ ତ କେବେକେବେ ଶ୍ରଦ୍ଧାରେ । ଦେଖାଯାଏ ଭାଉଜ ନଣନ୍ଦଙ୍କୁ ଖୁସି କରିବାକୁ ତାଙ୍କ ଜିନିଷ ପତ୍ର ଶ୍ରଦ୍ଧାରେ ବ୍ୟବହାର କରିବାକୁ ଦେଇଥାନ୍ତି । ସେହିପରି ମନେକରନ୍ତୁ ଆପଣ କାହା ଘରକୁ ଯାଇଛନ୍ତି ଓ ସେଠି ରହିବାକୁ ପଡିଲା । କିନ୍ତୁ ଆପଣ ନିଜର ବ୍ୟବହାର ପାଇଁ କିଛି ନେଇ ନାହାଁନ୍ତି । ଏପରି କ୍ଷେତ୍ରରେ ଆପଣ ଅନ୍ୟର […]

pen

pen

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 02:56 PM IST

Sports

Latest News

ବେଳେବେଳେ ଇଚ୍ଛା ନଥାଇ ବି ଆମକୁ ଅନ୍ୟର ଜିନିଷପତ୍ର ବ୍ୟବହାର କରିବାକୁ ପଡ଼ିଥାଏ । କେବେକେବେ ଅସୁବିଧାରେ ପଡ଼ିଲେ ତ କେବେକେବେ ଶ୍ରଦ୍ଧାରେ । ଦେଖାଯାଏ ଭାଉଜ ନଣନ୍ଦଙ୍କୁ ଖୁସି କରିବାକୁ ତାଙ୍କ ଜିନିଷ ପତ୍ର ଶ୍ରଦ୍ଧାରେ ବ୍ୟବହାର କରିବାକୁ ଦେଇଥାନ୍ତି । ସେହିପରି ମନେକରନ୍ତୁ ଆପଣ କାହା ଘରକୁ ଯାଇଛନ୍ତି ଓ ସେଠି ରହିବାକୁ ପଡିଲା । କିନ୍ତୁ ଆପଣ ନିଜର ବ୍ୟବହାର ପାଇଁ କିଛି ନେଇ ନାହାଁନ୍ତି । ଏପରି କ୍ଷେତ୍ରରେ ଆପଣ ଅନ୍ୟର ଜିନିଷ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅଲଗା କଥା କହୁଛି, ବାସ୍ତୁ ଅନୁଯାୟୀ ଅନ୍ୟ କାହାର ଜିନିଷ ବ୍ୟବହାର କରିବା ଅନୁଚିତ । ବ୍ୟବହାର କଲେ କଣ ହୁଏ ତାହା ବି ଦର୍ଶେଇଛି ବାସ୍ତୁଶାସ୍ତ୍ର । କେତେକ ଏହାକୁ ବିଶ୍ୱାସ କରନ୍ତି ତ ଆଉ କେତେକ ଏହାକୁ ଠିକ୍ ବୋଲି ବିଚାର କରନ୍ତିନି । ତେବେ ଏଇଠି ପଢ଼ନ୍ତୁ ଅଳ୍ପ କେତୋଟି ଟିପ୍ସ, ଅନ୍ୟର କୋଉ ଜିନିଷ ବ୍ୟବହାର କଲେ ଖରାପ ।

ରୁମାଲ: ବାସ୍ତୁଶାସ୍ତ୍ର କହୁଛି, ଅନ୍ୟର ରୁମାଲ କେବେବି ବ୍ୟବହାର କରିବା ଉଚିତ ନୁହେଁ । ବ୍ୟବହାର କଲେ ଦୁହିଁଙ୍କ ଭିତରେ ଝଗଡା ହେବାର ଆଶଙ୍କା ଥାଏ ବୋଲି କୁହାଯାଏ । ବିଜ୍ଞାନ ବି ଏହାକୁ ସମର୍ଥନ ଦିଏ । ଅନ୍ୟର ରୁମାଲ ବ୍ୟବହାର ଦ୍ୱାରା ତା ଶରୀରର ଯଦି କୌଣସି ରୋଗ ଜୀବାଣୁ ଥାଏ ତେବେ ତାହା ଆମ ଦେହକୁ ଆସିଥାଏ । ହୁଏତ ଏଇ କଥାକୁ ଲକ୍ଷ୍ୟ ରଖି ବାସ୍ତୁଶାସ୍ତ୍ର ଅନ୍ୟର ରୁମାଲ ବ୍ୟବହାର କରିବା ଅନୁଚିତ ବୋଲି କହିଛି ।

ଘଣ୍ଟା: ବାସ୍ତୁଶାସ୍ତ୍ର କହୁଛି, କେବେବି କାହାର ଘଣ୍ଟା ବ୍ୟବହାର କରନ୍ତୁ ନାହିଁ । କୁହାଯାଏ, ଯଦି ଆପଣ କୌଣସି କାମରେ ଗଲାବେଳେ ଅନ୍ୟ କାହା ଘଣ୍ଟା ପିନ୍ଧି ଯାଆନ୍ତି,ତେବେ କାମ ହୁଏନି । କୌଣସି ନା କୌଣସି କାରଣରୁ କାମରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।

କଲମ: ଅନେକ ସମୟରେ ଆମେ ଅନ୍ୟର କଲମ ବା ପେନ୍ ବ୍ୟବହାର କରିଥାଉ । ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ଯାଇଥିବେ, ହଠାତ୍ କଲମ ଦରକାର ପଡ଼ିବ, କିନ୍ତୁ ଆମ ପାଖରେ ନଥିବ, ତେଣୁ ବାଧ୍ୟ ହୋଇ ଆମେ ଅନ୍ୟ ଲୋକ ପାଖରୁ କଲମ ଆଣି ବ୍ୟବହାର କରିଥାଉ । ବେଳେବେଳେ ଫେରେଇଥାଉ, ବେଳେବେଳେ ମନେ ନ ପଡ଼ିବାରୁ ଫେରେଇବାକୁ ଭୁଲିଯାଉ । ବାସ୍ତୁଶାସ୍ତ୍ର କହୁଛି, ଅନ୍ୟର କଲମ ଆଣି ବ୍ୟବହାର ପରେ ନ ଫେରେଇବା ଆମ ପାଇଁ ଅଶୁଭ ।

କରଜ: କାହାଠାରୁ କୌଣସି ଜିନିଷ ଉଧାର ଆଣିବା କେବେବି ଗ୍ରହଣୀୟ ନୁହେଁ । ଟଙ୍କା ଉଧାର ବା କରଜ ଆଣିବା ତ କେବେବି ଉଚିତ ନୁହେଁ  । ବାସ୍ତୁଶାସ୍ତ୍ର କହୁଛି, ଅନ୍ୟ କାହାଠାରୁ ଟଙ୍କା ଉଧାର ଆଣି ଖର୍ଚ୍ଚ କରିବା ଓ ପରେ ତାଙ୍କୁ ନଫେରେଇବା ତେବେ ତାହା ଆମ ଜୀବନ ପାଇଁ କ୍ଷତିକାରକ । ଏମିତି ବି ସାଧାରଣ ଜୀବନରେ ଟଙ୍କା ଉଧାର ଆଣିବା ଦ୍ୱାରା ଆମେ ଚାପଗ୍ରସ୍ତ ହୋଇଥାଉ। ଫଳରେ ଆମେ ଏକ ସ୍ୱାଭାବିକ ଜୀବନ ବଂଚିବାରେ ସଫଳ ହେଉନା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos