ଚାକିରି ଇଣ୍ଟରଭ୍ୟୁକୁ ଯାଉଛନ୍ତି କି ? କ’ଣ କଲେ ପାଇବେ ସଫଳତା, ଜାଣନ୍ତୁ ଏ ରିପୋର୍ଟରୁ

ଚାକିରି ଖଣ୍ଡେ ପାଇବା ଏବେ କାଠିକର ପାଠ। ଏଥିପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। କୌଣସି ଚାକିରି ଇଣ୍ଟରଭ୍ୟୁକୁ ଗଲେ ସେଠାରେ ନାନା ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଥାଏ। ଉତ୍ତର ସନ୍ତୋଷଜନକ ହେଲେ ବି ବହୁ କ୍ଷେତ୍ରରେ ଚାକିରି ମିଳିବା ସମ୍ଭବ ହୋଇ ନ ଥାଏ। କାରଣ ଆପଣଙ୍କ ବେଶ ପୋଷାକ ମଧ୍ୟ ଆପଣଙ୍କ ଇଣ୍ଟରଭ୍ୟୁ ଉପରେ ପ୍ରଭାବ ପକାଇଥାଏ। ଆପଣଙ୍କ ଇଣ୍ଟରଭ୍ୟୁ ଯେତେ ଭଲ ହେଲେ ମଧ୍ୟ ଯଦି ବେଶପୋଷାକ ଠିକ୍‌ ନ ଥିବ […]

interview

interview

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 02:09 PM IST

Sports

Latest News

ଚାକିରି ଖଣ୍ଡେ ପାଇବା ଏବେ କାଠିକର ପାଠ। ଏଥିପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। କୌଣସି ଚାକିରି ଇଣ୍ଟରଭ୍ୟୁକୁ ଗଲେ ସେଠାରେ ନାନା ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଥାଏ। ଉତ୍ତର ସନ୍ତୋଷଜନକ ହେଲେ ବି ବହୁ କ୍ଷେତ୍ରରେ ଚାକିରି ମିଳିବା ସମ୍ଭବ ହୋଇ ନ ଥାଏ। କାରଣ ଆପଣଙ୍କ ବେଶ ପୋଷାକ ମଧ୍ୟ ଆପଣଙ୍କ ଇଣ୍ଟରଭ୍ୟୁ ଉପରେ ପ୍ରଭାବ ପକାଇଥାଏ। ଆପଣଙ୍କ ଇଣ୍ଟରଭ୍ୟୁ ଯେତେ ଭଲ ହେଲେ ମଧ୍ୟ ଯଦି ବେଶପୋଷାକ ଠିକ୍‌ ନ ଥିବ ଦେବେ ହାତପାଆନ୍ତାରେ ଥିବା ଚାକିରି ଚାଲିଯିବାର ସମ୍ଭାବନା ରହିଥାଏ। ଆସନ୍ତୁ ଜାଣିବା ଇଣ୍ଟରଭ୍ୟୁକୁ ଯିବା ବେଳେ କିପରି ପୋଷାକ ପିନ୍ଧିବେ।

୧. ନିଶ୍ଚିତ କରନ୍ତୁ କି ଆପଣଙ୍କ ପୋଷାକ ଭଲ ସେ ସଫା ହେବା ସହ ଠିକରେ ଆଇରନ୍‌ ହୋଇଥିବ। ପୋଷକା ସଫା ଥିଲେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅପରିଷ୍କାର ପୋଷାକ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତିଙ୍କ ଉପରେ ଆପଣଙ୍କୁ ନେଇ ନାକାରାତ୍ମକ ପ୍ରଭାବ ପକାଇଥାଏ। ଭୁଲରେ ମଧ୍ୟ ଅପରିଷ୍କାର ଜୋତା ପିନ୍ଧି ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ ନାହିଁ।

୨. ଇଣ୍ଟରଭ୍ୟୁକୁ ଯିବା ବେଳେ ଟାଏ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ନିଜ ସାର୍ଟ ଓ ସୁଟ୍‌କୁ ମାନିବା ଭଳି ପିନ୍ଧନ୍ତୁ। ଛୋଟ ପ୍ରିଣ୍ଟ୍ ଥିବା ଟାଏ ସବୁ ପ୍ରକାର ସାର୍ଟ ସହ ମ୍ୟାଚ୍ କରିଥାଏ। ନିଜ ଜୋତାର ରଙ୍ଗ ସହ ଟାଏ ରଙ୍ଗକୁ ମ୍ୟାଚ୍ କରି ପିନ୍ଧି ପାରିବେ।

୩. ସବୁ ବେଳେ କଳା ଓ ନୀଳ ରଙ୍ଗର ସୁଟ୍‌ ପିନ୍ଧି ଇଣ୍ଟରଭ୍ୟୁକୁ ଯାଆନ୍ତୁ। ସୁଟ୍‌ ଆପଣଙ୍କୁ ଫିଟ୍‌ ହେଉଥିବା ଦରକାର। ଏହା ଇଣ୍ଟରଭ୍ୟୁ ନେଇଥିବା ଅଧିକାରୀଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

୪. ଆପଣଙ୍କ ପୋଷାକ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରାଇଥାଏ। ତେଣୁ ଏପରି ପୋଷାକ ଚୟନ କରନ୍ତୁ ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇପାରିବ।

୫. ମହିଳା ମାନେ ପ୍ୟାଣ୍ଟ୍ ସୁଟ୍ ,ସିଥ୍ କପଡା,ପେନସିଲ୍‌ ସ୍କ୍ରିଟ୍‌ ଭଳି ପୋଷାକ ଚୟନ କରିପାରିବେ। ମ୍ୟାଚ୍ୟୁର ଲୁକ୍‌ ପାଇଁ ରକ୍ଷଣଶୀଳ ପୋଷାକ ସର୍ବତମ ବିକଳ୍ପ।

୬. ପୋଷାକ ଏପରି ଚୟନ କରନ୍ତୁ ଯାହା କମ୍ପାନୀର ସଂସ୍କୃତି ଓ ଡ୍ରେସ୍ କୋଡ୍ ସହ କିଛିମାତ୍ରାରେ ମେଳ ହେଉଥିବ।

୭. ଆପଣଙ୍କୁ ସୁଟ୍‌ କରୁ ନ ଥିବା ପୋଷାକ ଓ ଜୋତା ପିନ୍ଧନ୍ତୁ ନାହିଁ। ଏହା ଆପଣଙ୍କ ଆତ୍ମବିଶ୍ୱାସକୁ କମାଇ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos