ହେପାଟାଇଟିସ୍ ‘ଇ’ର କାରଣ, ଲକ୍ଷଣ ଓ ଚିକିତ୍ସା

ଭୁବନେଶ୍ୱର: ହେପାଟାଇଟିସ୍ ‘ଇ’ ହେଉଛି ଏକ ପ୍ରକାର ଭୂତାଣୁ। ଏହା ଯକୃତ (ଲିଭର)କୁ କ୍ଷତି ପହଞ୍ଚାଇ ଥାଏ। ଏହି ଭୂତାଣୁକୁ ସର୍ବ ପ୍ରଥମେ ଅଶି ଦଶକରେ ଚିହ୍ନଟ କରାଯାଇଥିଲା। ହେପାଟାଇଟିସ୍ ‘ଇ’ ସାଧାରଣତଃ ଦୂଷିତ ପାନୀୟ ଓ ଦୂଷିତ ଖାଦ୍ୟ ପଦାର୍ଥ ଯୋଗୁଁ ବ୍ୟାପି ଥାଏ। ମଳ ସଂସ୍ପର୍ଶରେ ଆସିଥିବା ପାନୀୟ ଜଳର ବହୁଳ ବ୍ୟବହାର ଦ୍ୱାରା ଏହା ବ୍ୟାପି ଥାଏ। ଯଦି ଏକକାଳୀନ ବହୁତ ଲୋକ ଏଭଳି ଦୂଷିତ ପାନୀୟ ଜଳ ବ୍ୟବହାର କରନ୍ତି ତା’ହେଲେ […]

liver

liver

Rakesh Mallick
  • Published: Saturday, 13 August 2016
  • Updated: 27 April 2017, 05:29 PM IST

Sports

Latest News

[caption id="attachment_96579" align="alignleft" width="300"]shusanta kumar sethi ଡା. ସୁଶାନ୍ତ କୁମାର ସେଠୀ (ପେଟ ଓ ଯକୃତ ରୋଗ ବିଶେଷଜ୍ଞ, ଆପୋଲୋ ହସ୍‌ପିଟାଲ୍, ଭୁବନେଶ୍ୱର)[/caption]

ଭୁବନେଶ୍ୱର: ହେପାଟାଇଟିସ୍ ‘ଇ’ ହେଉଛି ଏକ ପ୍ରକାର ଭୂତାଣୁ। ଏହା ଯକୃତ (ଲିଭର)କୁ କ୍ଷତି ପହଞ୍ଚାଇ ଥାଏ। ଏହି ଭୂତାଣୁକୁ ସର୍ବ ପ୍ରଥମେ ଅଶି ଦଶକରେ ଚିହ୍ନଟ କରାଯାଇଥିଲା।

ହେପାଟାଇଟିସ୍ ‘ଇ’ ସାଧାରଣତଃ ଦୂଷିତ ପାନୀୟ ଓ ଦୂଷିତ ଖାଦ୍ୟ ପଦାର୍ଥ ଯୋଗୁଁ ବ୍ୟାପି ଥାଏ। ମଳ ସଂସ୍ପର୍ଶରେ ଆସିଥିବା ପାନୀୟ ଜଳର ବହୁଳ ବ୍ୟବହାର ଦ୍ୱାରା ଏହା ବ୍ୟାପି ଥାଏ। ଯଦି ଏକକାଳୀନ ବହୁତ ଲୋକ ଏଭଳି ଦୂଷିତ ପାନୀୟ ଜଳ ବ୍ୟବହାର କରନ୍ତି ତା’ହେଲେ ହେପାଟାଇଟିସ୍ ‘ଇ’ ମହାମାରୀର ରୂପ ନେଇଥାଏ। ହେପାଇଟାଇଟିସ୍ ‘ଇ’ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇ ନ ଥାଏ। ଅନ୍ୟମାନଙ୍କ ତୁଳନାରେ ୧୫ରୁ ୪୦ ବର୍ଷର ଲୋକମାନେ ଅଧିକ ମାତ୍ରାରେ ହେପାଟାଇଟିସ୍‌ ‘ଇ’ରେ ପୀଡ଼ିତ ହୁଅନ୍ତି। ଛୋଟ ପିଲାମାନଙ୍କଠାରେ ହେପାଟାଇଟିସ୍ ‘ଇ’ କମ୍ ଓ ହେପାଟାଇଟିସ୍ ‘ଏ’ ଅଧିକ ଦେଖାଯାଇଥାଏ। ହେପାଟାଇଟିସ୍ ‘ଏ’ ମଧ୍ୟ ଦୂଷିତ ଖାଦ୍ୟ ଓ ପାନୀୟ ଦ୍ୱାରା ସଂକ୍ରମିତ ହୋଇଥାଏ। ହେପାଟାଇଟିସ୍ ‘ଇ’ ଗର୍ଭବତୀ ମହିଳା(୪ରୁ ୯ ମାସ ମଧ୍ୟରେ)ଙ୍କୁ ବେଶୀ ସଂକ୍ରମିତ ହୋଇଥାଏ। ଆଉ ଏଥିଯୋଗୁଁ ଗର୍ଭବତୀ ମହିଳାଙ୍କର ଯକୃତ ହାନୀ (Liver failure) ହେବାର ଆଶଙ୍କା ଥାଏ। ଯଦିଓ ହେପାଟାଇଟିସ୍ ‘ଇ’ ଅଧିକାଂଶ ସ୍ଥଳେ ଆପେ ଠିକ୍ ହୋଇଥାଏ କିନ୍ତୁ ଗର୍ଭବତୀ ମହିଳାଙ୍କ ଠାରେ ଏହା ଦେଖାଗଲେ ଏବଂ ଯକୃତ ହାନୀ ହେଲେ ରୋଗୀର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ।

ହେପାଟାଇଟିସ୍ ‘ଇ’ର ପ୍ରମୁଖ ଲକ୍ଷଣ ହେଲା କାମଳ ବା ଜଣ୍ଡିସ୍ ଯେଉଁଥିରେ ଆଖି, ଶରୀର ଓ ପରିସ୍ରା ହଳଦିଆ ହୋଇଯାଏ। ଅଧିକାଂଶ ବ୍ୟକ୍ତିଙ୍କୁ ଜଣ୍ଡିସ୍ ପୂର୍ବରୁ ଜ୍ୱର ଓ ଦେହ ଗୋଳାବିନ୍ଧା ହୁଏ, ଦୁର୍ବଳ ଲାଗେ, ଭୋକ କମ୍ ଲାଗିବା ସହିତ ମାନ୍ଦା ଲାଗେ ଓ ବାନ୍ତି ହୋଇଥାଏ। ଅନେକ ଲୋକଙ୍କର ଦେହ କୁଣ୍ଡେଇ ହେବା ସହିତ ଝାଡ଼ାବାନ୍ତି ବି ହୋଇଥାଏ। ଏହି ସମସ୍ତ ଲକ୍ଷଣ ବ୍ୟକ୍ତି ବିଶେଷ ଭିତ୍ତିରେ ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦେଖା ଯାଇଥାଏ। ଆଉ କେତେକ ବ୍ୟକ୍ତିଙ୍କ ଠାରେ ଏହାଠୁ ଅଧିକ ସମୟ ପରେ ବି ଏହି ଲକ୍ଷଣ ଗୁଡ଼ିକ ପରିଲକ୍ଷିତ ହୋଇଥାଏ। ହେପାଟାଇଟିସ୍ ‘ଇ’ ଯୋଗୁଁ ଜଣ୍ଡିସ ସହିତ ଚେତା ବୁଡ଼ିବା ବା ମସ୍ତିଷ୍କ ବିଚଳିତ ହେଲେ ଯକୃତ ହାନୀ ହେବାର ସମ୍ଭାବନା ଥାଏ। ଏପରି କ୍ଷେତ୍ରରେ ରୋଗୀ ଉନ୍ନତମାନର ଚିକିତ୍ସା ଆବଶ୍ୟକ କରେ। ଏପରିକି ଯକୃତ ପ୍ରତିରୋପଣ (Liver Transplantation) ର ଆବଶ୍ୟକତା ବି ପଡ଼ିପାରେ।

ଉପରୋକ୍ତ ଲକ୍ଷଣ, ରକ୍ତ ଏବଂ ପରିସ୍ରା ପରୀକ୍ଷା ତଥା ଅଲଟ୍ରାସାଉଣ୍ଡରୁ ହେପାଟାଇଟିସ୍ ‘ଇ’ ରୋଗୀଙ୍କୁ ଚିହ୍ନଟ କରାଯାଇଥାଏ। ହେପାଟାଇଟିସ୍ ଭୂତାଣୁର ପ୍ରତିରୋଧକ ଓ ଭୂତାଣୁର ଆର୍‌ଏନ୍‌ଏରୁ ହିଁ ହେପାଟାଇଟିସ୍ ‘ଇ’ ଜଣାପଡ଼େ। କିନ୍ତୁ ଜଣ୍ଡିସ୍ ହେପାଟାଇଟିସ୍ ‘ଇ’ ପାଇଁ ଅପରିହାର୍ଯ୍ୟ ନୁହେଁ। କାରଣ କେତେକାଂଶରେ ବିନା ଜଣ୍ଡିସ୍‌ରେ ମଧ୍ୟ ହେପାଟାଇଟିସ୍ ‘ଇ’ ହୋଇଥାଏ।

ହେପାଟାଇଟିସ୍ ‘ଇ’ର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଲକ୍ଷଣ ଭିତ୍ତିରେ ଏହାର ଚିକିତ୍ସା କରାଯାଇଥାଏ। ତେବେ ଯକୃତ ହାନୀ ହେଲେ ସମସ୍ତ ଚିକିତ୍ସା ସତ୍ତ୍ୱେ ରୋଗୀର ଜୀବନ ବଞ୍ଚାଇବା କଷ୍ଟକର ହୁଏ।

ହେପାଟାଇଟିସ୍ ‘ଇ’ର ପ୍ରତିଷେଧକ ବ୍ୟବସ୍ଥା ନେଇ ଗବେଷଣା ଚାଲିଛି। ଏଯାବତ ବିଧିବଦ୍ଧ ଭାବେ ଏହାର ପ୍ରତିଷେଧକ ବ୍ୟବସ୍ଥା ଉପଲବ୍ଧ ହୋଇପାରି ନାହିଁ। ତେଣୁ ଯଦି ଆମେ କେବଳ ପାନୀୟ ଜଳର ବିଶୁଦ୍ଧତା ଉପରେ ଗୁରୁତ୍ୱ ଦେବା ତା’ହେଲେ ହେପାଟାଇଟିସ୍ ‘ଇ’ର ଭୟାବହତାରୁ ରକ୍ଷା ପାଇପାରିବା। ଫୁଟା ପାଣିର ବ୍ୟବହାର ଦ୍ୱାରା ହେପାଟାଇଟିସ୍ ‘ଇ’ର ନୂଆ ରୋଗୀ ସଂଖ୍ୟାକୁ କମ୍ କରାଯାଇପାରିବ। ଉପଯୁକ୍ତ ସ୍ଥାନରେ ମଳ ପରିତ୍ୟାଗ କରିବା ତଥା ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା କରାଯାଇପାରିଲେ ଜଳକୁ ଦୂଷିତ ହେବାରୁ ରୋକା ଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story