ବାହାରେ ବୁଲିବୁଲି ମୁହଁ ଶୁଖିଯାଇଛି? ଜାଣନ୍ତୁ କେମିତି ନେବେ ତ୍ୱଚାର ଯତ୍ନ

ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ, ଚମକ ତ୍ୱଚା। ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ଆପଣଙ୍କ ଉଜ୍ୱଳ ଚେହେରାକୁ ନେଇ ପ୍ରଶଂସା ଶୁଣିବାକୁ ମିଳିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ସଠିକ୍‌ ଯତ୍ନ ନେବାକୁ ବହୁତ କମ ସମୟ ମିଳିଥାଏ। ଫଳରେ ତ୍ୱଚା ଶୁଖିଲା ଓ ରୁକ୍ଷ ଦିଶେ। ବିଶେଷ କରି ଏହି ସମସ୍ୟା କର୍ମଜୀବୀ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ନିଜ ତ୍ୱଚାର ଯତ୍ନ ନେବା ପାଇଁ ସେମାନଙ୍କୁ ସମୟ ମିଳି ନଥାଏ। […]

tucha

tucha

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 07:27 AM IST

Sports

Latest News

ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ, ଚମକ ତ୍ୱଚା। ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ଆପଣଙ୍କ ଉଜ୍ୱଳ ଚେହେରାକୁ ନେଇ ପ୍ରଶଂସା ଶୁଣିବାକୁ ମିଳିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ସଠିକ୍‌ ଯତ୍ନ ନେବାକୁ ବହୁତ କମ ସମୟ ମିଳିଥାଏ। ଫଳରେ ତ୍ୱଚା ଶୁଖିଲା ଓ ରୁକ୍ଷ ଦିଶେ। ବିଶେଷ କରି ଏହି ସମସ୍ୟା କର୍ମଜୀବୀ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ନିଜ ତ୍ୱଚାର ଯତ୍ନ ନେବା ପାଇଁ ସେମାନଙ୍କୁ ସମୟ ମିଳି ନଥାଏ। ଆପଣ ଯଦି ଚାକିରି କରୁଛନ୍ତି ଓ ଏପରି ସମସ୍ୟା ଭୋଗୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ ଆଜି ଏପରି କିଛି ଘରୋଇ ଉପଚାର ବତାଇ ଦେବୁ, ଯାହା ଆପଣଙ୍କ ସମସ୍ୟା ଦୂର କରିଦେଇ ପାରେ।

୧. ଗୋଲାପ ଫୁଲ ପାଖୁଡ଼ା ବଟା, ଗାଜର, ତରଭୁଜ ଓ କାକୁଡି ରସରେ ମଇଦା ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଦେଖିବେ ଦିନସାରା ଆପଣଙ୍କ ଚର୍ମ ବା ତ୍ୱଚା ସତେଜ ରହିବ।

୨. କଞ୍ଚା ଖିର ସହିତ ଲାଉବଟା, ଛେନାପାଣି ଓ ଚୋକଡ଼ ମିଶାଇ ତ୍ୱଚାରେ ଲଗାନ୍ତୁ। ନିଶ୍ଚୟ ଲାଭ ପାଇବେ।

୩. ତ୍ୱଚା ଉଜ୍ଜଳ ରଖିବା ପାଇଁ ପିଜୁଳି ବଟା, କଞ୍ଚାଖିର, ଲାଉରସ ଓ ଚାଉଳ ଗୁଣ୍ଡକୁ ମିଶାଇ ପ୍ୟାକ୍‌ ତିଆରି କରନ୍ତୁ ଓ ତାକୁ ତ୍ୱଚାରେ ଲଗାନ୍ତୁ।

୪. ଖରାରେ ବୁଲାବୁଲି କରି ଫେରିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଗୋଲାପ ଜଳରେ ତୁଳା ଭିଜାଇ ମୁହଁରେ ଲଗାନ୍ତୁ। ଆପଣଙ୍କ ତ୍ୱଚା ସତେଜ ରହିବ।

ଅଫିସରୁ ଫେରିବା ପରେ କ’ଣ କରିବେ

୧. ଏକ କପ୍‌ ପାଣି, ଏକ ଚାମଚ ଚିନି ଓ ଫାଳେ ଲେମ୍ବୁର ରସ ମିଶାଇ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଅଫିସରୁ ଫେରିବା ପରେ ଗୋଟିଏ ରୁମାଲ ସେହି ପାଣିରେ ଭିଜାଇ ମୁହଁକୁ ୧୦-୧୫ ମିନିଟ୍‌ ଢ଼ାଙ୍କି ରଖନ୍ତୁ। ଏହାଦ୍ୱାରା ଶରୀରର କ୍ଲାନ୍ତି ଦୂର ହୋଇଯିବ। ଫିକା ପଡ଼ି ଯାଇଥିବା ତ୍ୱଚାର ଉଜ୍ୱଳତା ମଧ୍ୟ ଫେରି ଆସିବ।

୨. କଞ୍ଚା ଖିର, ଲେମ୍ବୁ ଓ କାକୁଡ଼ି ରସ ଏକାଠି ମିଶାଇ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହି ମିଶ୍ରଣରେ ତୁଳା ଭିଜାଇ ମୁହଁ ପରିଷ୍କାର କରନ୍ତୁ। ନିଶ୍ଚୟ ଉପକାର ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos