ଉପାୟ ଥିଲେ ବିପଦ ଦୂର ହୁଏ: ଅସୁବିଧାରେ ପଡିଲେ କରିବେ କ’ଣ? ଜାଣନ୍ତୁ କିଛି ଟିପ୍ସ

ବିପଦରେ ପଡି ଅନେକ ସମୟରେ ଆମେ ଭୁଲ ନିଷ୍ପତ୍ତି ନେଇଥାନ୍ତି। ଯେଉଁଥିରେ ବିପଦ ଦୂର ହେବା ବଦଳରେ ଆହୁରି ବିପଦ ଘେରାରେ ଫଶିଯାଆନ୍ତି। ଏହି ସମୟରେ ଧର୍ଯ୍ୟର ସହ ମୁକାବିଲା କଲେ ଆମେ ବିପଦରୁ ମୁକ୍ତି ପାଇପାରିବା। କେତୋଟି ଜରୁରୀ ପରିସ୍ଥିତି ସମୟରେ କିପରି ନିଜକୁ ବଞ୍ଚାଇ ରଖିପାରିବା ଆସନ୍ତୁ ଜାଣିବା। ଯଦି କୌଣସି ସ୍ଥାନରେ ଫସି ରହିଛନ୍ତି, ପିଇବା ପଇଁ ପାଣି ମିଳୁନାହିଁ ତେବେ କେବେବି ନିଜ ପରିଶ୍ରା ପିଅନ୍ତୁ ନାହିଁ। କାରଣ ଏହା ଶରୀରର […]

Kidnap-Ransom-Negotiation-Recovery2

Kidnap-Ransom-Negotiation-Recovery2

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 08:14 PM IST

Sports

Latest News

ବିପଦରେ ପଡି ଅନେକ ସମୟରେ ଆମେ ଭୁଲ ନିଷ୍ପତ୍ତି ନେଇଥାନ୍ତି। ଯେଉଁଥିରେ ବିପଦ ଦୂର ହେବା ବଦଳରେ ଆହୁରି ବିପଦ ଘେରାରେ ଫଶିଯାଆନ୍ତି। ଏହି ସମୟରେ ଧର୍ଯ୍ୟର ସହ ମୁକାବିଲା କଲେ ଆମେ ବିପଦରୁ ମୁକ୍ତି ପାଇପାରିବା। କେତୋଟି ଜରୁରୀ ପରିସ୍ଥିତି ସମୟରେ କିପରି ନିଜକୁ ବଞ୍ଚାଇ ରଖିପାରିବା ଆସନ୍ତୁ ଜାଣିବା।

ଯଦି କୌଣସି ସ୍ଥାନରେ ଫସି ରହିଛନ୍ତି, ପିଇବା ପଇଁ ପାଣି ମିଳୁନାହିଁ ତେବେ କେବେବି ନିଜ ପରିଶ୍ରା ପିଅନ୍ତୁ ନାହିଁ। କାରଣ ଏହା ଶରୀରର ରକ୍ତ ଠୁଳ କରିଦେବା ସହ କିଡନିକୁ କ୍ଷତି ପଞ୍ଚାଇଥାଏ। ଫଳରେ ଧିରେ ଧିରେ ମୃତ୍ୟୁ ଆଡକୁ ଟାଣି ନିଏ। ଯଦି ସମ୍ବବ କିଛି ଚୋବାନ୍ତୁ ଓ ଜଳର ସନ୍ଧାନ କରନ୍ତୁ।

କାମୁଡା କୁକୁର ଦେଖି ଦୌଡନ୍ତୁ ନାହିଁ। ଏପରି କରିବା ଦ୍ୱାରା କୁକୁର ଆପଣଙ୍କୁ ଦୁର୍ବଳ ଭାବିବ ଓ ଆହୁରୀ କମୁଡିବାକୁ ଗୋଡାଇବ। ଏପରି ନକରି କୁକୁରକୁ ସାମ୍ନା କରନ୍ତୁ। ତା ଆଖିରେ ଆଖି ମିଶାଇ ପଛେଇ ପଛେଇ ଚାଲନ୍ତୁ।

ମହୁ ମାଛି କାମୁଡି ବାକୁ ଗୋଡାଇଲେ ଆପଣ ଖୁବ ଜୋରେ ଦୌଡନ୍ତୁ। କାରଣ ମହୁମାଛି ତାଙ୍କ ଏକ ସୀମିତ ଅଞ୍ଚଳରେ ନିଜକୁ ଶକ୍ତିଶାଳୀ ଭାବନ୍ତି। ତାଙ୍କ ଇଲାକାରୁ ବାହାରି ଗଲେ ସେମାନେ ଫେରିଯାଆନ୍ତି।

ଯଦି ଆପଣଙ୍କୁ ମାଂସଳ ଜାଗାରେ ଛୁରୀ ଭୁସି ହୋଇଯାଇଛି ତାହେଲେ ହଠାତ ଛୁରୀଟିକୁ କାଢନ୍ତୁ ନାହିଁ। କାରଣ ଏହା କାଢିଦେଲେ ଶରୀରୁ ବ୍ଲଡ ଅଧିକ ମାତ୍ରାରେ ବାହାରିଥାଏ।

ଅପହରଣ ବେଳେ ନିଜକୁ ଦୁର୍ଭଳ ବୋଲି ଭାବନ୍ତୁ ନାହିଁ। ଯଦି ପାରୁଛନ୍ତି ଆପହରଣକାରୀର ଆଖୀକୁ ଟାର୍ଗେଟ କରନ୍ତୁ। ଏପରି କଲେ ତାକୁ ଦେଖିବାକୁ ଅସୁବିଧା ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos