/odisha-reporter/media/post_attachments/uploads/2017/08/lemon-for-skin.jpg)
ଆଜିର ବ୍ୟସ୍ତ ବହୁଳ ସମାଜରେ ଅଏଲି ସ୍କିନ୍ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ନାନା ବିୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯାଉଛି। ଏହା ସତ୍ତ୍ୱେ ଅଏଲି ସ୍କିନ୍ ସମସ୍ୟା ଦୂର ହେଉନାହିଁ। ଏଥିରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ସମସ୍ୟାର ସାମାଧାନ ପାଇଁ ଘରୋଇ ଉପାୟ ମଧ୍ୟ ରହିଛି। ଯାହାକୁ ଅତି ସହଜରେ ଆପଣ ଘରେ ବ୍ୟବହାର କରିପାରିବେ ଏବଂ ଅଏଲି ସ୍କିନ୍ ମୁକ୍ତ ହୋଇପାରିବେ।
୧: ଗୋଲାପ ଜଳ
ମୁଲତାନି ମିଟିରେ ଗୋଲାପ ଜଳ ମିଶାଇ ଶରୀରରେ ଲେପନ କଲେ ଗୋରା ପଣ ପଢ଼ିଥାଏ। ଏହାକୁ ନିୟମିତ ଶରୀରରେ ଲଗାଇଲେ ଧୀରେ ଧୀରେ ଅଏଲି ସ୍କିନର ସମସ୍ୟା ମଧ୍ୟ ଦୂର ହୋଇଥାଏ।
୨: ବେସନ ଓ ହଳଦୀ
ବେସନ ଓ ହଳଦୀ ସ୍ୱାସ୍ଥ୍ୟ ପାଇଁ ବହୁ ଭଲ। ତେଣୁ ବେସନ୍ରେ ଅଳ୍ପ ହଳଦୀ ଓ ପାଣି ମିଶାଇ ଏକ ଘୋଳ ତିଆରି କରନ୍ତୁ। ଏହି ଘୋଳକୁ ହାଲକା ଭାବେ ଦେହରେ ଲଗାଇ ୩ ରୁ ୪ ମିନିଟ ଯାଏଁ ଘଷନ୍ତୁ। ଏହା ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଅଏଲି ସମସ୍ୟା ଦୂର ହୋଇଯାଏ।
୩: ଫ୍ରୁଟ୍ ପ୍ୟାକ୍
ଫଳ ଶରୀର ପାଇଁ ହିତକରକ। ଚେହେରାରେ ଗୋରାପଣ ଚାହୁଁଥିଲେ ସେଉ ଓ ପାଟିଲା ଅମୃତଭଣ୍ଡା ନିୟମିତ ଲଗାନ୍ତୁ। ଏହା ଦ୍ୱାରା ଚେହେରାରେ ଥିବା ଦାଗ ଉଭାନ ହୋଇଥାଏ। ଏପରିକି ଅଏଲି ସମସ୍ୟା ମଧ୍ୟ ମଧ୍ୟ ଦୂର ହୋଇଯାଏ।
୪: ଲେମ୍ବୁ
ଲେମ୍ବୁ ଅଏଲି ସ୍କିନ ପାଇଁ ସବୁଠୁ ଭଲ ଉପଚାର। ଲେମ୍ବୁ ରସ ବାହାର କରି ଚେହେରାରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଚେହେରା ଅଏଲ ଫ୍ରି’ ହୋଇଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
