ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ପୁରୁଷମାନେ ପର୍ସକୁ ପ୍ୟାଣ୍ଟର ପଛ ପକେଟ୍ରେ ରଖି ଥାଆନ୍ତି। ଅନେକ ଲୋକ ପର୍ସରେ ଟଙ୍କା ସହିତ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଅନ୍ୟାନ୍ୟ କାର୍ଡ ମଧ୍ୟ ରଖନ୍ତି। ଫଳରେ ଏହା ମୋଟା ହୋଇଯାଏ। ଆଉ ଏହି ମୋଟା ପର୍ସକୁ ପଛ ପକେଟ୍ରେ ରଖି ବସିଲେ, ଏହା ମାଂସପେଶୀ ଏବଂ ଅଣ୍ଟାର ହାଡ଼କୁ କ୍ଷତି ପହଞ୍ଚାଇଥାଏ।
ଏଥିପାଇଁ ଏହାକୁ ସଠିକ୍ ସ୍ଥାନରେ ରଖିବାର ଆବଶ୍ୟକତା ରହିଛି। ରାମମନୋହର୍ ଲୋହିଆ ସଂସ୍ଥାନର ନ୍ୟୁରୋ ସର୍ଜରୀ ବିଭାଗର ଡାକ୍ତର ଫର୍ହାନ୍ ଏହି ତଥ୍ୟ ଦେଇଛନ୍ତି।
ଡାକ୍ତର ଫର୍ହାନ୍ଙ୍କ କହିବା ଅନୁସାରେ ପର୍ସକୁ ପ୍ୟାଣ୍ଟର ପଛ ପକଟରେ ରଖି ବସିଲେ ତାହା ଶରୀରର ଉକ୍ତ ସ୍ଥାନର ମାଂଶପେଶୀକୁ ଚାପି ଦିଏ। ଏହା ଧୀରେ ଧୀରେ ସମସ୍ୟା ସୃଷ୍ଟି କରିଥାଏ। ପ୍ୟାଣ୍ଟର ପଛ ପକେଟ୍ରେ ପର୍ସ ରଖୁଥିବା ଲୋକେ ଚୌକିରେ କଣେଇ ହୋଇ ବସନ୍ତି। ଏଥିଯୋଗୁଁ ମେରୁଦଣ୍ଡର ହାଡ଼ ବଙ୍କା ହେବା ଆଶଙ୍କା ବଢ଼ିଯାଏ।
ତେଣୁ ଏଭଳି ଅଭ୍ୟାସ ବଦଳାଯିବା ଦରକାର। ଏହାକୁ ଅଣଦେଖା କଲେ,ଆପଣ ସମସ୍ୟାରେ ପଡ଼ିପାରନ୍ତି। କାର୍ ଆଦି ଚଲାଇଲା ବେଳେ ବା ଅଫିସ୍ରେ ଚୌକିରେ ଘଣ୍ଟା ଘଣ୍ଟା ଧରି ବସି କାମ କରିବା ବେଳେ ଆପଣ ପର୍ସକୁ ପ୍ୟାଣ୍ଟର ଆଗ ପକେଟ୍ରେ କିମ୍ବା ଅନ୍ୟ ସୁରକ୍ଷିତ ଜାଗାରେ ରଖିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।