ଅଶୁଭ ସଙ୍କେତକୁ ବୁଝନ୍ତୁ ଓ ବିପଦ ଟାଳନ୍ତୁ

ଜୀବନରେ ବେଳେବେଳେ ଶୁଭ, ଅଶୁଭ ଘଟଣାର ସଂକେତ ପୂର୍ବରୁ ମିଳିଯାଏ। ଅଶୁଭ ସଙ୍କେତ ମିଳିବା ମାତ୍ରେ ଏହାର ଉପଚାର କରି ଆଗକୁ ବଢ଼ିବା ଜରୁରୀ। ଆସନ୍ତୁ ଜାଣିବା କିଛି ଅଶୁଭ ସଙ୍କେତ ସଂପର୍କରେ – ଆକାଶରୁ  ତାରା  ଖସିବା ଦେଖିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଏ। ଏହା ସହିତ ଏହା ଚାକିରି ପ୍ରତି ବିପଦ ଏବଂ ଆର୍ଥିକ କ୍ଷତିର ସଙ୍କେତ ହୋଇଥାଏ। ଏଣୁ ଆପଣଙ୍କ ସହିତ ଏମିତି ଘଟିଲେ ସାବଧାନ ହୋଇଯାଆନ୍ତୁ। – ଘରେ କୌଣସି […]

dog

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 01:29 PM IST

ଜୀବନରେ ବେଳେବେଳେ ଶୁଭ, ଅଶୁଭ ଘଟଣାର ସଂକେତ ପୂର୍ବରୁ ମିଳିଯାଏ। ଅଶୁଭ ସଙ୍କେତ ମିଳିବା ମାତ୍ରେ ଏହାର ଉପଚାର କରି ଆଗକୁ ବଢ଼ିବା ଜରୁରୀ। ଆସନ୍ତୁ ଜାଣିବା କିଛି ଅଶୁଭ ସଙ୍କେତ ସଂପର୍କରେ

- ଆକାଶରୁ  ତାରା  ଖସିବା ଦେଖିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଏ। ଏହା ସହିତ ଏହା ଚାକିରି ପ୍ରତି ବିପଦ ଏବଂ ଆର୍ଥିକ କ୍ଷତିର ସଙ୍କେତ ହୋଇଥାଏ। ଏଣୁ ଆପଣଙ୍କ ସହିତ ଏମିତି ଘଟିଲେ ସାବଧାନ ହୋଇଯାଆନ୍ତୁ।

- ଘରେ କୌଣସି ଦେବତାଙ୍କ ମୂର୍ତ୍ତି ଭାଙ୍ଗି ଗଲେ କିମ୍ବା ଫଟୋ ଜଳିଯିବା ଆଗକୁ ହେବାକୁ ଥିବା ଦୁଃଖତ ଘଟଣାର ସଙ୍କେତ ହୋଇଥା,। ଏହାର ନିବାରଣ ପାଇଁ ମା' ଦୂର୍ଗାଙ୍କ ପୂଜା କରନ୍ତୁ। ଏପରି କଲେ ବିପଦ ଟଳିଯାଏ ବୋଲି କୁହାଯାଏ।

- କୁକୁର, ବିଲୁଆ କାନ୍ଦିବାର ଶୁଣିଲେ ଅଶୁଭ ହୋଇଥାଏ ବୋଲି କୁହାଯାଏ। ଏପରି ହେଲେ ପଡ଼ୋଶୀ, ସମ୍ପର୍କୀୟ ଓ ନିଜ ଲୋକଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇପାରେ ବୋଲି କୁହାଯାଏ।

- ଶୁଭ କାମରେ ଯିବା ସମୟରେ ଦୁଷ୍ଟ ପ୍ରକୃତିର ଲୋକ ସାମ୍ନାକୁ ଆସିଲେ ଜାଣିବେ ସେହି କାର୍ଯ୍ୟ ଆଉ ସଫଳ ହେବ ନାହିଁ।

 

Related story