/odisha-reporter/media/post_attachments/uploads/2017/08/eating1.jpg)
eating1
ପୁଅ ହେଉ ଅବା ଝିଅ ଉଭୟ ନିଜ ପାର୍ଟନରଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଚାହାନ୍ତି। ଏପରିକି ସେମାନେ ନିଜ ପାର୍ଟନରଙ୍କ ଆଖିକୁ ଦେଖି ସତ ଓ ମିଛର ବି ପତ୍ତା ଲଗାଇବାକୁ ଚେଷ୍ଟା କରନ୍ତି। ପାର୍ଟନରଙ୍କ ପର୍ସନାଲିଟି ବା ବ୍ୟକ୍ତିତ୍ୱ ବିଷୟରେ ଜାଣିବା ପାଇଁ ଅନେକ ପ୍ରକାରର ଉପାୟ ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପାର୍ଟନରଙ୍କ ଖାଇବା ଶୈଳୀ। ଖାଇବା ବେଳେ ପାର୍ଟନରଙ୍କ ଉପରେ ଭଲ ଭାବେ ଦୃଷ୍ଟି ଦେଲେ ତାଙ୍କର କିଛି ବ୍ୟକ୍ତିତ୍ୱ ସଂପର୍କରେ ଆପଣ ଜାଣିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଖାଇବା ବେଳେ ପାର୍ଟନରଙ୍କ ବ୍ୟକ୍ତିତ୍ୱକୁ କେମିତି ପରଖିବେ।
Advertisment
- ଅନେକ ଲୋକ ବହୁତ ଧୀରେ ଖାଆନ୍ତି। ଅନ୍ୟମାନଙ୍କ ଖାଇବା ସରି ଯାଇଥିଲେ ମଧ୍ୟ ସେମାନେ ଆରାମରେ ବସି ଖାଉଥାଆନ୍ତି। ଆପଣଙ୍କ ପାର୍ଟନର ବି ଏମିତି ଖାଆନ୍ତି କି? ଯଦି ସେ ଏମିତି ଖାଉଥାଆନ୍ତି ତା’ହେଲେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ଆପଣ ଖୁବ୍ ଭାଗ୍ୟବାନ। ଧୀରେ ଖାଉଥିବା ବ୍ୟକ୍ତି ଖୁବ୍ ଆତ୍ମବିଶ୍ୱାସୀ ହୋଇଥାଆନ୍ତି। ସେମାନଙ୍କ ବ୍ୟବହାର ଖୁବ୍ ନରମ ଓ ଶାନ୍ତ ହୋଇଥାଏ।
- କିଛି ଲୋକ ଶ୍ରୀଘ୍ର ଶୀଘ୍ର ଖାଇବାକୁ ପସନ୍ଦ କରନ୍ତି। ଏହି କ୍ଷେତ୍ରରେ ଝିଅମାନଙ୍କ ପାଇଁ ଏକ ବିଶେଷ ଟିପ୍ସ ଅଛି। ଯେଉଁ ପୁଅମାନେ ଶୀଘ୍ର ଶୀଘ୍ର ଖାଆନ୍ତି, ସେମାନେ ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି କୁହାଯାଏ। ସେମାନେ ସବୁବେଳେ କିଛି ନୂଆ କରି ଦେଖାଇବାକୁ ଚାହାନ୍ତି।
- କିଛି ଲୋକ କ’ଣ ଖାଇବେ ସେ ନେଇ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଉଦାହରଣ ସ୍ୱରୂପ- ହୋଟେଲ୍ରେ ଖାଇବା ଅର୍ଡର ଦେବା ବେଳେ ଅଧିକ ସମୟ ନିଅନ୍ତି। ପ୍ରଥମେ ଗୋଟିଏ କହିବେ ଓ ତା’ପରେ ଅର୍ଡର କ୍ୟାନ୍ସେଲ୍ କରି ଆଉ ଗୋଟିଏ କହିବେ। ଏହି ଧରଣର ପୁଅ ଓ ଝିଅମାନେ ଦୀର୍ଘ ସମୟ ଚିନ୍ତା କରନ୍ତି ଓ ତା’ପରେ ନିଷ୍ପତ୍ତି ନିଅନ୍ତି।
- ପୁଅ ହୁଅନ୍ତୁ ଅବା ଝିଅ, ସେମାନଙ୍କ ମଧ୍ୟରୁ ଅନେକ ସବୁ ଦିନେ ନୂଆ ନୂଆ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଏପରିକି କିଚେନ୍ରେ ନିଜେ ମଧ୍ୟ କିଛି ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତି। ଆପଣଙ୍କ ପାର୍ଟନରଙ୍କର ବି ଏଭଳି ସଉକ ଅଛି କି? ତା’ହେଲେ ଜାଣନ୍ତୁ ଆପଣଙ୍କ ପାର୍ଟନର ସବୁ ବେଳେ କିଛି ନୂଆ କରିବାକୁ ପସନ୍ଦ କରନ୍ତି।
- ଅନେକ ପରଫେକ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। କାମ ଚଳା ଖାଦ୍ୟ ଖାଇବାକୁ ସେମାନେ ପସନ୍ଦ କରନ୍ତି ନାହିଁ। ଉଦାହରଣ ସ୍ୱରୂପ- ରୁଟି ଜଳି ଯାଇ ନଥିବ। ଭଲ ଭାବେ ସିଝି ଥିବ। ଆକାର ବି ଠିକ୍ ହୋଇଥିବ। ଆପଣଙ୍କ ପାର୍ଟନର ବି ଯଦି ଖାଇବା ବେଳେ ଏ ଦିଗକୁ ଗୁରୁତ୍ୱ ଦେଉଥିବେ ଜାଣନ୍ତୁ ସେ ଖୁବ୍ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
