ସୋଶାଲ୍‌ ମିଡିଆରେ ଆପଣ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରୁଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ବାପା ମା’ମାନେ ନିଜ ପିଲାଙ୍କ ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିବାକୁ ପସନ୍ଦ କରିଥା’ନ୍ତି। ଏହାଦ୍ୱାରା ସେମାନଙ୍କ ପିଲାର କ୍ରେଜ୍‌ ବଢ଼ିଥାଏ ବୋଲି କେତେକ ଭାବିଥା’ନ୍ତି। କିନ୍ତୁ ଏପରି ପୋଷ୍ଟିଂ ଭବିଷ୍ୟତରେ ପିଲାମାନଙ୍କୁ କିଛି ଜଟିଳ ସମସ୍ୟାରେ ପକାଇବାର ଆଶଙ୍କା ରହିଛି। ଏକ ସର୍ଭେ ଅନୁସାରେ, ସୋଶାଲ୍‌ ମିଡିଆରେ ପିଲାଙ୍କ ଫଟୋ ଶେୟାର୍‌ କରିବା ଦ୍ୱାରା ଏହି ଫଟୋ, ବେଳେ ବେଳେ ଭୁଲ୍ ଲୋକ ଅର୍ଥାତ୍‌ ଅପରାଧିକ ମାନସିକତା ରଖିଥିବା ବ୍ୟକ୍ତିଙ୍କ ହାତରେ ପଡ଼ିଥାଏ। […]

_child..

_child..

Tapaswini Nayak
  • Published: Thursday, 30 August 2018
  • Updated: 30 August 2018, 08:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ବାପା ମା'ମାନେ ନିଜ ପିଲାଙ୍କ ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିବାକୁ ପସନ୍ଦ କରିଥା'ନ୍ତି। ଏହାଦ୍ୱାରା ସେମାନଙ୍କ ପିଲାର କ୍ରେଜ୍‌ ବଢ଼ିଥାଏ ବୋଲି କେତେକ ଭାବିଥା'ନ୍ତି। କିନ୍ତୁ ଏପରି ପୋଷ୍ଟିଂ ଭବିଷ୍ୟତରେ ପିଲାମାନଙ୍କୁ କିଛି ଜଟିଳ ସମସ୍ୟାରେ ପକାଇବାର ଆଶଙ୍କା ରହିଛି।

ଏକ ସର୍ଭେ ଅନୁସାରେ, ସୋଶାଲ୍‌ ମିଡିଆରେ ପିଲାଙ୍କ ଫଟୋ ଶେୟାର୍‌ କରିବା ଦ୍ୱାରା ଏହି ଫଟୋ, ବେଳେ ବେଳେ ଭୁଲ୍ ଲୋକ ଅର୍ଥାତ୍‌ ଅପରାଧିକ ମାନସିକତା ରଖିଥିବା ବ୍ୟକ୍ତିଙ୍କ ହାତରେ ପଡ଼ିଥାଏ। ଫଳରେ ଯୌନ ଶୋଷଣ, ଅପହରଣ ଓ ସାଇବର୍‌ ଧମକ ଚମକର ମଧ୍ୟ ଆଶଙ୍କା ରହିଛି।

_Mehta...

ସୋଶାଲ୍ ମିଡିଆରେ ବାପା ମା' ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରିବା ଏବଂ ଏହାର ପ୍ରଭାବ ସମ୍ପର୍କରେ ଗ୍ଲୋବାଲ୍‌ ସାଇବର୍‌ ସକ୍ୟୁରିଟି କମ୍ପାନୀ, 'ମେକେଫି' ପକ୍ଷରୁ ଏକ ସର୍ଭେ ହୋଇଥିଲା। ସର୍ଭେରୁ ଜଣାପଡ଼ିଛି, ସୋଶାଲ୍‌ ମିଡିଆରେ ଫଟୋ ଶେୟାର୍‌ କରିବା ଦ୍ୱାରା ୧୬.୫ ପ୍ରତିଶତ ପିଲା ଯୌନ ଶୋଷଣ, ୪୩ ପ୍ରତିଶତ ଅପହରଣ, ୩୨ ପ୍ରତିଶତ ପିଲାଙ୍କୁ ଅଜଣା ବ୍ୟକ୍ତି ପିଛା କରିବା ଓ  ୨୩ ପ୍ରତିଶତ ପିଲା ବିଭିନ୍ନ ଧମକ ଚମକର ଶିକାର ହେଉଛନ୍ତି।

ସର୍ଭେରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୪୦.୫ ପ୍ରତିଶତ ବାପା ମା' ପ୍ରତିଦିନ ଅନ୍ତତଃପକ୍ଷେ ଗୋଟିଏ ଥର ନିଜ ପିଲାଙ୍କ ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଥା'ନ୍ତି। ଆଉ ୩୬ ପ୍ରତିଶତ ଲୋକେ ସପ୍ତାହରେ ଥରେ ସୋଶାଲ୍‌ ମିଡିଆରେ ପିଲାଙ୍କ ଫଟୋ ଶେୟାର୍ କରନ୍ତି।  ଏପରି କରିବାରେ ଦେଶରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଛି।

Happy...

କିନ୍ତୁ ଆଶ୍ଚର୍ଯ୍ୟ କଥା, ସର୍ଭେରୁ ଏହ ମଧ୍ୟ ଜଣାପଡ଼ିଛି ଯେ ସୋଶାଲ୍‌ ମିଡିଆରେ ନିଜ ପିଲାଙ୍କ ଫଟୋ ପୋଷ୍ଟ୍‌ କରିବା ଦ୍ୱାରା ଏହି ଫଟୋ ଭୁଲ୍‌ ଲୋକଙ୍କ ହାତରେ ପଡ଼ିବାର ଆଶଙ୍କା ରହିଥାଏ ବୋଲି ପ୍ରାୟ ୭୬ ପ୍ରତିଶତ ବାପା ମା' ଅବଗତ ଅଛନ୍ତି। ତଥାପି ସେମାନେ ନିଜ ପିଲାଙ୍କ ଫଟୋ ସୋଶାଲ୍‌ ମିଡିଆରେ ଶେୟାର୍ କରିଥା'ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos