ଘରେ 'ମସୁର ଡାଲି ସୁପ୍‌'ର ମଜା ନିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତି ଦିନିଆ ସନ୍ଧ୍ୟାରେ ସୁପ୍‌ ପିଇବାକୁ ଖୁବ୍‌ ଇଚ୍ଛା ହୁଏ। ଆଜି ଆମେ ଆପଣଙ୍କୁ ଘରେ ‘ମସୁର ଡାଲି ସୁପ୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ମସୁର ଡାଲି, ଭେଜିଟେବଲ୍‌ ଷ୍ଟକ୍, କଟା ପିଆଜ, ରସୁଣ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା, ଟମାଟୋ, ଲେମ୍ବୁ ରସ, ଧନିଆ ପତ୍ର, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ଏହି ସୁପ୍‌ ତିଆରି କରିବା ପାଇଁ ପ୍ରଥମେ ମସୁର ଡାଲିକୁ ସିଝାଇ ଦିଅନ୍ତୁ। ଅନ୍ୟ […]

masoor-dal

masoor-dal

Chinmayee Roy
  • Published: Wednesday, 09 January 2019
  • Updated: 09 January 2019, 08:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତି ଦିନିଆ ସନ୍ଧ୍ୟାରେ ସୁପ୍‌ ପିଇବାକୁ ଖୁବ୍‌ ଇଚ୍ଛା ହୁଏ। ଆଜି ଆମେ ଆପଣଙ୍କୁ ଘରେ 'ମସୁର ଡାଲି ସୁପ୍‌'ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ମସୁର ଡାଲି, ଭେଜିଟେବଲ୍‌ ଷ୍ଟକ୍, କଟା ପିଆଜ, ରସୁଣ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା, ଟମାଟୋ, ଲେମ୍ବୁ ରସ, ଧନିଆ ପତ୍ର, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ଏହି ସୁପ୍‌ ତିଆରି କରିବା ପାଇଁ ପ୍ରଥମେ ମସୁର ଡାଲିକୁ ସିଝାଇ ଦିଅନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି କଟା ପିଆଜ, ରସୁଣ, ଜୁଆଣି ଏବଂ ଲଙ୍କା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ଗରମ ମସଲା ଏବଂ ଟମାଟୋ ପକାଇ ଆଉ କିଛି ସମୟ ଯାଏ ଗୋଳାନ୍ତୁ। ଟମାଟୋ ନରମ ହୋଇ ମିଶିଗଲେ ଏଥିରେ ସିଝା ମସୁର ଡାଲି ଏବଂ ଭେଜିଟେବଲ ଷ୍ଟକ୍‌ ପକାନ୍ତୁ। ଏହାକୁ କମ୍‌ ଆଞ୍ଚରେ ୧୫ ମିନିଟ୍‌ ଯାଏ ଫୁଟିବାକୁ ଦିଅନ୍ତୁ। ଫୁଟିଗଲା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ତା’ପରେ ଏହା ଉପରେ ଲେମ୍ବୁ ରସ ଏବଂ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ। ଥଣ୍ଡା ଦିନେ 'ମସୁର ଡାଲି ସୁପ୍‌' ସ୍ୱାସ୍ଥ୍ୟ ପାଇଁ  ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos