ଘରେ ହିଁ ପ୍ରସ୍ତୁତ କରନ୍ତୁ ‘ଏକବର୍ଣ୍ଣି’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ଏକବର୍ଣ୍ଣି। ଏହା କେବଳ ପୁଷ ମାସରେ ପ୍ରସ୍ତୁତ ହୁଏ। ପୁରାଣ ବର୍ଣ୍ଣନା ଅନୁଯାୟୀ, ମହିଳାମାନେ ଏହି ମାସରେ ବାପ ଘରକୁ ଯାନ୍ତି। ତେଣୁ ଘରେ ଏକା ଥିବା ବୁଢି ମା’ ରୋଷେଇ କରି ନ ପାରି ଚାଉଳ, ଡାଲି, ପରିବା ମିଶାଇ ଏହାକୁ ପ୍ରସ୍ତୁତ କରନ୍ତି। ଏହା ଆନନ୍ଦ ବଜାରରେ ମିଳେ। ଆବଶ୍ୟକ ସାମଗ୍ରୀ- କିଲେ ଚାଉଳ, ୨୦୦ ଗ୍ରାମ ମୁଗ ,ସୋଲା […]

ekabarni-2..

ekabarni-2..

Niharika Rout
  • Published: Monday, 24 June 2019
  • Updated: 24 June 2019, 03:06 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ଏକବର୍ଣ୍ଣି। ଏହା କେବଳ ପୁଷ ମାସରେ ପ୍ରସ୍ତୁତ ହୁଏ। ପୁରାଣ ବର୍ଣ୍ଣନା ଅନୁଯାୟୀ, ମହିଳାମାନେ ଏହି ମାସରେ ବାପ ଘରକୁ ଯାନ୍ତି। ତେଣୁ ଘରେ ଏକା ଥିବା ବୁଢି ମା’ ରୋଷେଇ କରି ନ ପାରି ଚାଉଳ, ଡାଲି, ପରିବା ମିଶାଇ ଏହାକୁ ପ୍ରସ୍ତୁତ କରନ୍ତି। ଏହା ଆନନ୍ଦ ବଜାରରେ ମିଳେ।

ଆବଶ୍ୟକ ସାମଗ୍ରୀ- କିଲେ ଚାଉଳ, ୨୦୦ ଗ୍ରାମ ମୁଗ ,ସୋଲା ଫାଳ, ନଡିଆ ଫାଳ ଲୁଣ, ଧନିଆ ପତ୍ର,  ପୋଟଳ, କାଙ୍କଡ, ମୂଳା, ଅଦା, ହେଙ୍ଗୁ, ଜୀରା, ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ମିଶାଇ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଚୁଲିରେ  ପାଣି ଫୁଟାନ୍ତୁ। ଏହା ଫୁଟିଲା ପରେ ସେଥିରେ ସମସ୍ତ ସାମଗ୍ରୀ ମିଶାନ୍ତୁ।  ପ୍ରାୟ ୧୫ ମିନିଟ୍‌  ଫୁଟିବା ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ଏକବର୍ଣ୍ଣି । ଏହା ଉପରେ ଦେଶୀ ଘିଅ ପକାଇ ଗରମା ଗରମ ପରଷନ୍ତୁ ଏକବର୍ଣ୍ଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos