ସବୁ ଧର୍ମରେ ପୂଜାର୍ଚ୍ଚନାର ରହିଛି କିଛି ଭିନ୍ନ ମହତ୍ୱ। ବିଶେଷ କରି ହିନ୍ଦୁ ସମାଜରେ ପୂଜାର୍ଚ୍ଚାନାକୁ ନେଇ ସ୍ୱତନ୍ତ୍ର ଉପାୟ ରହିଛି। ଖାସ୍ କରି ସନ୍ଧ୍ୟା ପ୍ରାର୍ଥନା ପୂର୍ବରୁ ଶୌଚ ଓ ଆଚମନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଶାସ୍ତ୍ର ଅନୁସାରେ ଶୌଚ ଓ ଆଚମନ ବିନା ସଂଧ୍ୟା ପ୍ରାର୍ଥନା କରାଯିବା ଉଚିତ ନୁହେଁ।
ବହୁ ଲୋକ ଅଛନ୍ତି ମନ୍ଦିରକୁ ବିନା ଶୌଚ ଓ ଆଚମନରେ ପ୍ରବେଶ କରିଥାନ୍ତି। ଯାହା କଦାପି ଗ୍ରହଣୀୟ ନୁହେଁ। ଶୌଚ ଓ ଆଚମନ ପାଇଁ ମନ୍ଦିର ବାହାରେ କିମ୍ବା ଭିତରେ ଜଳର ବ୍ୟବସ୍ଥା ନିହାତି ରହିବା ଦରକାର। ଯଦି କୌଣସି ମନ୍ଦିରରେ ଏପରି ସୁବିଧା ନ ଥାଏ ତେବେ ଏହାକୁ ମନ୍ଦିର ଦୋଷ ବିବେଚନା କରାଯାଇଥାଏ।
ଆମେ ଯେତେବେଳେ ପୂଜା ପୂର୍ବରୁ ଶୌଚ ଓ ଆଚମନ କଥା କହୁଛୁ, ନିଶ୍ଚିତ ଜିଞ୍ଜାସା ଆସୁଥିବ ଏହା କାହିଁକି ଆବଶ୍ୟବ। ଶାସ୍ତ୍ରରେ ଏହା ପ୍ରାଜ୍ଞଳ ଭାବେ ବର୍ଣ୍ଣିତ ହୋଇଛି। ଆସନ୍ତୁ ଜାଣିବା ପୂଜା ପୂର୍ବରୁ ଶୌଚ ଓ ଆଚମନର ଆବଶ୍ୟକତା।
ଶୌଚର ଅର୍ଥ: ଶୌଚର ଅର୍ଥ ଶୁଦ୍ଧତା, ପବିତ୍ରତା ଓ ନିର୍ମଳତା। ଶୌଚର ଅର୍ଥ ଶରୀର ଓ ମନର ପବିତ୍ରତା। ଶୌଚ ପରେ ଯଦି କିଛି ଅଶୁଦ୍ଧତା ରହିଯାଇଥାଏ ତାହା ଆଚମନ ଦ୍ୱାରା ଦୂର ହୋଇଯାଇଥାଏ। ଶୌଚ ଦୁଇ ପ୍ରକାର। ବାହ୍ୟ ଶୁଦ୍ଧି ଓ ଆଭ୍ୟନ୍ତରୀଣ ଶୁଦ୍ଧି।
ବାହ୍ୟ ଶୌଚ: ସ୍ନାନ କରି ବାହାର ପବିତ୍ରତା ରଖିବା ହେଉଛି ବାହ୍ୟ ଶୌଚ। ଯେତେ ବି ବେମାରୀ ହୋଇଥାଉ ମନ୍ଦିର ଯିବା ପୂର୍ବରୁ କି ପ୍ରାର୍ଥନା କରିବା ପୂର୍ବରୁ ପବିତ୍ରତା ନିହାତି ଆବଶ୍ୟକ। ଏଥିପାଇଁ ଗାଧୋଇବା ଆବଶ୍ୟକ। ବାହାର ଶୁଦ୍ଧତା ପାଇଁ ଭଲ ଓ ପବିତ୍ର ଜଳ ଭୋଜନ କରାଯିବା ଆବଶ୍ୟକ। ଆମିସ ଓ ମଦ୍ୟପାନ ବାହ୍ୟ ଶୁଦ୍ଧତାକୁ ଭଙ୍ଗ କରିଥାଏ। ଏଥିରୁ ଦୂରେଇ ରହିବା ନିହାତି ଆବଶ୍ୟକ।
ଆଭ୍ୟନ୍ତରୀଣ ଶୌଚ: ଆଭ୍ୟନ୍ତରୀଣ ଶୌଚ ହେଉଛି ମନରୁ ଅହଙ୍କାର, ଲୋଭ ଓ ମୋହ ଦୂର କରିବା। ଏହାଦ୍ୱାରା ମସ୍ତିଷ୍କ ଓ ସ୍ନାୟୁତନ୍ତ୍ର କ୍ଷତିଗ୍ରସ୍ତ ହୋଇଥାଏ। ଲୋଭ, ଇର୍ଷା ଓ ଅହଙ୍କାର ଦ୍ୱାରା ମନରେ ସଂକୋଚ ସୃଷ୍ଟି ହୋଇଥାଏ। ଯାହା ଶରୀରର ଗ୍ରନ୍ଥିକୁ ସଂକୁଚିତ କରିଦେଇଥାଏ। ଯାହା ଆମ ଶରୀରକୁ ପ୍ରଭାବିତ କରିଥାଏ। ମନ, ବଚନ ଓ କର୍ମରେ ପବିତ୍ରତା ହେଉଛି ଆଭ୍ୟନ୍ତରୀଣ ଶୁଦ୍ଧତା।
ଶୁଦ୍ଧତାର ଲାଭ: ଇର୍ଷା, ତୃଷ୍ଣା, ଅଭିମାନ, କୁବିଚାର ଓ ପଞ୍ଚ କ୍ଲେଶକୁ ଛାଡିଲେ ଦୟା, କ୍ଷମା, ନର୍ମତା, ସ୍ନେହ, ମିଷ୍ଠାଭାଷା ଓ ତ୍ୟାଗ ଜନ୍ମ ନେଇଥାଏ। ଏହାଦ୍ୱାରା ମନ ଓ ଶରୀରକୁ ଶକ୍ତି ମିଳିଥାଏ। ବିଚାର ଶକ୍ତିରେ ସକରାତ୍ମକ ଭାବନା ଆସିଥାଏ। ରୋଗ ଓ ଅନାବଶ୍ୟକ ଅଭ୍ୟାସରୁ ମୁକ୍ତି ମିଳିଥାଏ। ନିରାଶା, ହତାଶା ଓ ନକରାତ୍ମକ ଭାବନା ଦୂର ହୋଇ ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ।
ପୂଜା ପୂର୍ବରୁ ଗାଧୋଇ ଶୁଦ୍ଧ ହେବା ଓ ଆଚମନ କରିବା ବହୁ ଲୋକଙ୍କୁ ଭଲ ଲାଗି ନ ଥାଏ। ତେବେ ଏହା କେବଳ ଶାସ୍ତ୍ରରେ ଥିବା କିଛି ଲେଖା ନୁହେଁ। ବିଜ୍ଞାନ ସଙ୍ଗତ। ବିଜ୍ଞାନ ବି ମାନୁଛି ମନ ଓ ଶରୀରରେ ଶୁଦ୍ଧତା ରହିଲେ ଶରୀର ସୁସ୍ଥ ରହିବା ସହ ସକରାତ୍ମକ ଭାବନା ଜାତ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।