ଅଧିକ ସମୟ ଏସିରେ ରହୁଛନ୍ତି କି ? ସାବଧାନ, ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଏସିରେ ରହିବାକୁ ପସନ୍ଦ କରୁଛନ୍ତି। ବିଶେଷ କରି କର୍ମଜୀବୀମାନେ ତ ଦିନକୁ ୮ରୁ୧୦ ଘଣ୍ଟା ଯାଏ ଏସିରେ ହିଁ ରହିଥା’ନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ବାହାରର ତାପମାତ୍ରା ସହିପାରନ୍ତି ନାହିଁ, ତେଣୁ ଏସିରେ ରହିବାକୁ ଭଲ ପାଆନ୍ତି। ଏମାନଙ୍କ ବ୍ୟତୀତ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଗରମ ଅଧିକ ହେଉ ବା କମ୍‌, ସବୁବେଳେ ଏସିରେ ହିଁ ରହିବାକୁ ଚାହାଁନ୍ତି। ସେମାନଙ୍କୁ ଘରେ, ଅଫିସ୍‌ ଓ […]

ac

ac

Chinmayee Roy
  • Published: Wednesday, 14 November 2018
  • Updated: 14 November 2018, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଏସିରେ ରହିବାକୁ ପସନ୍ଦ କରୁଛନ୍ତି। ବିଶେଷ କରି କର୍ମଜୀବୀମାନେ ତ ଦିନକୁ ୮ରୁ୧୦ ଘଣ୍ଟା ଯାଏ ଏସିରେ ହିଁ ରହିଥା'ନ୍ତି। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ବାହାରର ତାପମାତ୍ରା ସହିପାରନ୍ତି ନାହିଁ, ତେଣୁ ଏସିରେ ରହିବାକୁ ଭଲ ପାଆନ୍ତି। ଏମାନଙ୍କ ବ୍ୟତୀତ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଗରମ ଅଧିକ ହେଉ ବା କମ୍‌, ସବୁବେଳେ ଏସିରେ ହିଁ ରହିବାକୁ ଚାହାଁନ୍ତି। ସେମାନଙ୍କୁ ଘରେ, ଅଫିସ୍‌ ଓ ଯାତ୍ରାବେଳେ ଗାଡ଼ି ଆଦି ସବୁସ୍ଥାନରେ ଏସିର ଆବଶ୍ୟକତା ପଡ଼ିଥାଏ । ଏପରି ଲୋକଙ୍କ ପାଇଁ ବିନା ଏସିରେ କେଇ ମିନିଟ୍‌ ରହିବା ବି କଷ୍ଟକର। ହେଲେ ସବୁବେଳେ ଏସିରେ ରହିବାର ଅଭ୍ୟାସ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।

ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ. ଯେତେ ସମ୍ଭବ ଏସି କମ୍‌ ବ୍ୟବହାର କରିବା ଶରୀର ପାଇଁ ଭଲ।
ଏବେ ଆସନ୍ତୁ ଜାଣିବା, ନିୟମିତ ଏସିରେ ରହିଲେ ଶରୀରକୁ କେଉଁସବୁ ସମସ୍ୟା ଭୋଗିବାକୁ ପଡ଼ିଥାଏ।

୧, ସବୁବେଳେ ଏସିରେ ରହିବା ଦ୍ୱାରା ଏସିର ପବନ ତ୍ୱଚାକୁ ଶୁଖିଲା କରିଦିଏ। ଏହି ପବନ ଶରୀରରୁ ମଏଶ୍ଚର ଶୋଷି ନିଏ। ଫଳରେ ତ୍ୱଚା କୁଞ୍ଚ ପଡ଼ିଯିବା, କୁଣ୍ଡାଇ ହେବା ଓ ଚମଡ଼ା ଛାଡ଼ିବା ଭଳି ଶରୀରରେ ଅନେକ ଚର୍ମଜନିତ ସମସ୍ୟା ଦେଖାଦିଏ।
୨. ସବୁବେଳେ ଏସିରେ ରହିଲେ, ଶରୀରକୁ ପ୍ରାକୃତିକ ସତେଜ ପବନ ମିଳେ ନାହିଁ। ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ।
୩. ଲଗାତର ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ। ଏହା ମାଂସପେଶୀକୁ ଟାଣିବା ସହ ଅତ୍ୟଧିକ ଥଣ୍ଡା ଯୋଗୁ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ।

୪. ଅଧିକ ସମୟ ଏସିରେ ରହିବା ଦ୍ୱାରା ଭାଇରାଲ୍‌ ଇନ୍‌ଫେକ୍ସନ୍‌, ଥଣ୍ଡା, ମୁଣ୍ଡ ବିନ୍ଧା ଓ ସାଇନସ୍‌ ପରି ସମସ୍ୟା ସୃଷ୍ଟି ହୁଏ।

୫. ଦୀର୍ଘ ସମୟ ଏସିରେ ରହିବା ଦ୍ୱାରା ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଡିହାଇଡ୍ରେସନ୍‌ ହେବା ସହ ଖୁବ୍‌ଶୀଘ୍ର ସଂଖ୍ୟାଧିକ ରୋଗ ଶରୀରକୁ ମାଡ଼ି ବସେ।

୬. ଯଦି ଆପଣଙ୍କୁ ଆଜ୍‌ମା ବା ଶ୍ୱାସ ରୋଗର ସମସ୍ୟା ରହିଛି, ତେବେ ଏସିରେ ଅଧିକ ସମୟ ବିତାନ୍ତୁ ନାହିଁ। ଏହି ସମସ୍ୟା ଜଟିଳ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos