ନିୟମିତ ସ୍କ୍ୱାଟ୍ସ ଦିଏ ସୁନ୍ଦର ଓ ସୁସ୍ଥ ଶରୀର

ଭୁବନେଶ୍ୱର: ବ୍ୟାୟାମରେ ସ୍କ୍ୱାଟ୍ସ  କରିବା ତ ସମସ୍ତେ ଜାଣନ୍ତି। ଶରୀରର ସବୁ ଅଙ୍ଗ ପାଇଁ ଭିନ୍ନ ପ୍ରକାରର ସ୍କ୍ୱାଟ୍ସ ମଧ୍ୟ ରହିଛି। ତେବେ ଏହି ସ୍କ୍ୱାଟ୍ସ କରିବା ଦ୍ୱାରା ଅଣ୍ଟା ତଳ ମାଂସପେଶୀ ଶକ୍ତ ହେବା ବ୍ୟତୀତ ଆଉ କେଉଁ ପ୍ରକାର ଶାରୀରିକ ଲାଭ ହୁଏ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ। ମଳତ୍ୟାଗ: ଶରୀରରୁ ଦୂଷିତ ପଦାର୍ଥ କାଢ଼ିବାରେ ଏହାର ସାମାର୍ଥ୍ୟ ବଢ଼ାଏ। ସ୍କ୍କାଟ୍ସ କରିବାଦ୍ୱାରା ଅଣ୍ଟା ତଳ ମାଂସପେଶୀ ଗୁଡ଼ିକ ଶକ୍ତ ହେବା […]

Squat-exercise

Squat-exercise

Rakesh Mallick
  • Published: Sunday, 08 January 2017
  • Updated: 27 April 2017, 05:06 PM IST

ଭୁବନେଶ୍ୱର: ବ୍ୟାୟାମରେ ସ୍କ୍ୱାଟ୍ସ  କରିବା ତ ସମସ୍ତେ ଜାଣନ୍ତି। ଶରୀରର ସବୁ ଅଙ୍ଗ ପାଇଁ ଭିନ୍ନ ପ୍ରକାରର ସ୍କ୍ୱାଟ୍ସ ମଧ୍ୟ ରହିଛି। ତେବେ ଏହି ସ୍କ୍ୱାଟ୍ସ କରିବା ଦ୍ୱାରା ଅଣ୍ଟା ତଳ ମାଂସପେଶୀ ଶକ୍ତ ହେବା ବ୍ୟତୀତ ଆଉ କେଉଁ ପ୍ରକାର ଶାରୀରିକ ଲାଭ ହୁଏ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ।

ମଳତ୍ୟାଗ: ଶରୀରରୁ ଦୂଷିତ ପଦାର୍ଥ କାଢ଼ିବାରେ ଏହାର ସାମାର୍ଥ୍ୟ ବଢ଼ାଏ। ସ୍କ୍କାଟ୍ସ କରିବାଦ୍ୱାରା ଅଣ୍ଟା ତଳ ମାଂସପେଶୀ ଗୁଡ଼ିକ ଶକ୍ତ ହେବା ସହ ଶରୀରକୁ ଉତ୍ତେଜିତ ରଖେ। ଏସବୁ ବ୍ୟତୀତ ମଳତ୍ୟାଗରେ ଭଲ ରୂପେ ହୁଏ।

ରକ୍ତସଞ୍ଚାଳନ: ଅନ୍ୟ ସବୁ ବ୍ୟାୟାମ ବ୍ୟତୀତ ସ୍କ୍ୱାଟ୍ସ କରିବାଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉତ୍ତମରୂପେ ହୁଏ। କେବଳ ସେତିକି ନୁହେଁ, ପୂରା ଶରୀରକୁ ଅମ୍ଳଜାନ ଠିକ୍‌ ଭାବେ ପ୍ରଭାହିତ ହୁଏ।

କ୍ୟାଲୋରୀ: ଯଦି ପୂର୍ବ ରାତିରେ ଅଧିକ ପିଜ୍ଜା ଖାଇଥାନ୍ତି ଏବଂ ଏହି ଅଧିକ କ୍ୟାଲୋରୀକୁ କମାଇବାକୁ ଚାହୁଁଥିଲେ ୫୦ଟି ସ୍କ୍ୱାଟ୍ସ ପରଦିନ କରିପାରିବେ।

ଗଣ୍ଠିକୁ ଶକ୍ତ ରଖେ: ନିୟମିତ ସ୍କ୍ୱାଟ୍ସ ଆଣ୍ଠୁର ମାଂସପେଶୀ ଓ ଶରୀରର ସମସ୍ତ ଗଣ୍ଠିକୁ ଶକ୍ତ ରଖେ।

ଶରୀରକୁ ନମନୀୟ କରେ: ନିୟମିତ ସ୍କ୍ୱାଟ୍ସ କଲେ ଶରୀରର ନମନୀୟତା ବଢ଼େ।

ସୁଢ଼ଳ ନିତମ୍ବ: ସୁନ୍ଦର ଶରୀର ପାଇବାକୁ ହେଲେ ସୁଢ଼ଳ ନିତମ୍ବ ନିହାତି ଆବଶ୍ୟକ। ସୁନ୍ଦର ଓ ନିତମ୍ବ ପାଇଁ ନିୟିମତ ସ୍କ୍ୱାଟ୍ସ କରିବାକୁ ଭୁଲନ୍ତୁ ନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos