ବିଛଣା ଛାଡ଼ିବା ପରେ କେଉଁ ୫ଟି କାମ କରିବେ, ଯାହା ସାରାଦିନ ଆପଣଙ୍କୁ ଦେବ ଶୁଭଫଳ?

କୁହାଯାଏ, ଦିନର ଆରମ୍ଭ ଭଲରେ ହେଲେ ପୂରା ଦିନ ଭଲରେ କଟିଥାଏ।  ଆସନ୍ତାକାଲି କେମିତି ଭଲରେ କଟିବ ତାକୁ ନେଇ ସମସ୍ତେ ଚିନ୍ତିତ ଥାନ୍ତି। ବିଶେଷ କରି ଯୁବବର୍ଗଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳିଥାଏ। ଦିନ ଭଲରେ କଟିବା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ। ତଥାପି ଏମିତି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଆପଣଙ୍କ ଦିନ ଭଲରେ କଟିପାରିବ। ୧. ସକାଳୁ ଉଠି ଅଧୁଆ ମୁହଁରେ ଆଇନା ଦେଖନ୍ତୁ ନାହିଁ। ଏପରି କଲେ […]

nnn

nnn

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 08:35 AM IST

Sports

Latest News

କୁହାଯାଏ, ଦିନର ଆରମ୍ଭ ଭଲରେ ହେଲେ ପୂରା ଦିନ ଭଲରେ କଟିଥାଏ।  ଆସନ୍ତାକାଲି କେମିତି ଭଲରେ କଟିବ ତାକୁ ନେଇ ସମସ୍ତେ ଚିନ୍ତିତ ଥାନ୍ତି। ବିଶେଷ କରି ଯୁବବର୍ଗଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳିଥାଏ। ଦିନ ଭଲରେ କଟିବା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ। ତଥାପି ଏମିତି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଆପଣଙ୍କ ଦିନ ଭଲରେ କଟିପାରିବ।

୧. ସକାଳୁ ଉଠି ଅଧୁଆ ମୁହଁରେ ଆଇନା ଦେଖନ୍ତୁ ନାହିଁ। ଏପରି କଲେ ପୂରା ଦିନଟି ଖରାପରେ ଯିବ ବୋଲି ବିଶ୍ୱାସ କରାଯାଏ। ମନରେ ନକାରାତ୍ମକ ଭାବନା ବି ସୃଷ୍ଟି ହେବ।

୨. ବିଛଣା ଛାଡିବା ପରେ କାହା ମୁହଁ  ନ ଚାହିଁଲେ ଭଲ। ଏହା ଶୁଭ ସଙ୍କେତ ଦେଇ ନ ଥାଏ ବୋଲି ବିଶ୍ୱାସ କରାଯାଏ।

୩. ବିଛଣା ଛାଡିବା ପରେ ପ୍ରଥମେ ନିଜ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ। ନିଜ ପାପୁଲିକୁ ଦେଖି ଭଗବାନଙ୍କୁ ପ୍ରାର୍ଥନା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ଓ ଦିନ ଭଲରେ କଟିଥାଏ ବୋଲି କୁହାଯାଏ।

୪. ବିଛଣା ଛାଡିବା ପରେ ନଡ଼ିଆ, ଶଙ୍ଖ, ମୟୂର, ହଂସ ଓ ଫୁଲ ଦେଖିଲେ ଦିନ ଭଲରେ କଟିଥାଏ ବୋଲି ଶାସ୍ତ୍ରବିତଙ୍କ ମତ।

୫. ସକାଳେ ଉଠିବା ସମୟରେ ମନ୍ଦିରର ଘଣ୍ଟି ଓ ଶଙ୍ଖ ଶୁଣିବାକୁ ମିଳିଲେ ସକାରାତ୍ମକ ପ୍ରଭାବ ସଞ୍ଚାର ହୋଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos