Advertisment

ଆସନ୍ତୁ ବୁଲି ଯିବା ପୁତୁଡ଼ି ଜଳପ୍ରପାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଗୋଟିଏ ଛୋଟିଆ ସହର ଫୁଲବାଣୀ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେହିଠାରେ ଅବସ୍ଥିତ। ପ୍ରାକୃତିକ ଶୋଭା ପରିମଣ୍ଡିତ ‌ଏହି ସହରର ଲୋକେ ବେଶ୍‌ ସରଳ ଓ ମେଳାପୀ। ଆଉ ପାଣିପାଗ କଥା ଦେଖିଲେ ବର୍ଷ ତମାମ୍‌ ସେହିଠାରେ ଅନୁକୂଳ ପରିବେଶ ରହିଥାଏ। ସହରଟି ବଡ଼ ନ ହେଲେ ମଧ୍ୟ ସେଠାକାର ଜୀବନଯାତ୍ରା ବେଶ୍‌ ଶାନ୍ତିପୂର୍ଣ୍ଣ। ଫୁଲବାଣୀ ସହରର ଚାରିପାଖରେ ରହିଛି ଘଞ୍ଚ ଜଙ୍ଗଲ ଏବଂ ଉଚ୍ଚ ପାହାଡ଼ । […]

author-image
Rosalin Rath
ଅଦ୍ୟତନ ହୋଇଛି
ଆସନ୍ତୁ ବୁଲି ଯିବା ପୁତୁଡ଼ି ଜଳପ୍ରପାତ

p11

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାର ଗୋଟିଏ ଛୋଟିଆ ସହର ଫୁଲବାଣୀ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେହିଠାରେ ଅବସ୍ଥିତ। ପ୍ରାକୃତିକ ଶୋଭା ପରିମଣ୍ଡିତ ‌ଏହି ସହରର ଲୋକେ ବେଶ୍‌ ସରଳ ଓ ମେଳାପୀ। ଆଉ ପାଣିପାଗ କଥା ଦେଖିଲେ ବର୍ଷ ତମାମ୍‌ ସେହିଠାରେ ଅନୁକୂଳ ପରିବେଶ ରହିଥାଏ। ସହରଟି ବଡ଼ ନ ହେଲେ ମଧ୍ୟ ସେଠାକାର ଜୀବନଯାତ୍ରା ବେଶ୍‌ ଶାନ୍ତିପୂର୍ଣ୍ଣ।

Advertisment

ଫୁଲବାଣୀ ସହରର ଚାରିପାଖରେ ରହିଛି ଘଞ୍ଚ ଜଙ୍ଗଲ ଏବଂ ଉଚ୍ଚ ପାହାଡ଼ । ସେହି ସହରଠାରୁ ମାତ୍ର ଅଳ୍ପ ଦୂରରେ ରହିଛି ଅନେକ ଜଳପ୍ରପାତ ଏବଂ ଝରଣା । ପରିବେଶ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭଲ ପାଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସବୁଠାରୁ ଭଲ ପର୍ଯ୍ୟଟନସ୍ଥଳୀ। ଏଥି ମଧ୍ୟରୁ ପୁତୁଡ଼ି ଜଳପ୍ରପାତ ଗୋଟିଏ।

publive-image

କଣ ଅଛି ଏଠାରେ...

ପୁତୁଡ଼ି ଜଳପ୍ରପାତ ବୁଲି ଗଲେ ରାସ୍ତାର  ଦୁଇ ପାଖରେ ଦେଖିବେ ଘଞ୍ଚ  ଜଙ୍ଗଲ ଓ ପାହାଡ଼। ତଳକୁ ଯିବା ବେଳେ ଦେଖିବେ କୁଳୁକୁଳୁ ଶବ୍ଦ କରୁଥିବା ବହି ଯାଉଥିବା ସାଲୁଙ୍କି ନଦୀ । ଏହି ଦୃଶ୍ୟ ନିଶ୍ଚିତ ବିମୋହିତ କରିବ ପରିବେଶ ପ୍ରେମୀଙ୍କୁ।  ପୁତୁଡ଼ି ଜଳପ୍ରପାତ ଦେଖିବାକୁ ଗଲାବେଳେ ଆପଣ ଚାହିଁଲେ କିଛି ବାଟ ଚାଲି ଚାଲି ଯାଇ ପାରିବେ। ଚାଲିକି ଗଲେ ହିଁ ଦୁଇ ପାର୍ଶ୍ୱରେ ଥିବା ଜଙ୍ଗଲ ଦୃଶ୍ୟକୁ ଉପଭୋଗ କରିପାରିବେ।

Advertisment

publive-image

ପୁତୁଡ଼ି ଯିବା ପାଇଁ ରାସ୍ତା ଅଙ୍କା ବଙ୍କା। ଆପଣଙ୍କୁ କେତେବେଳେ ପାହାଡ଼ ଚଢ଼ିବାକୁ ପଡ଼ିବ ତ କେତେବେଳେ ପାହାଡ଼ ଗଡ଼ିବାକୁ ପଡ଼ିବ। ଆଉ ମଝିରେ ମଝିରେ ପାହାଡ଼ି ଝରଣାକୁ ଅତିକ୍ରମ କରିବାକୁ ପଡ଼ିବ । ଯିବା ରାସ୍ତାରେ କିଛି ସମୟ ରହି ଝରଣାର ଦୃଶ୍ୟକୁ ଉପଭୋଗ କଲେ ସ୍ୱର୍ଗୀୟ ଆନନ୍ଦ ଉପଲବ୍ଧି ହେବ ।

କିଛି ବାଟ ଯିବା ପରେ ଆପଣ ପୁତୁଡ଼ି ଜଳପ୍ରପାତରେ ପହଞ୍ଚିଯିବେ। ସେଠାରେ ପ୍ରାୟ୨୫ଫୁଟ୍‌ ଉଚ୍ଚରୁ ପ୍ରଚଣ୍ଡ ଶବ୍ଦ କରି ସାଲୁଙ୍କି ନଦୀର ପାଣି ତଳକୁ ପଡ଼ୁଥାଏ ତାହା ପୁଣି  ବିଭିନ୍ନ ଭାଗ ହୋଇ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଣେ ଦେଖିଲେ ହିଁ କେବଳ ଅନୁଭବ କରିପାରିବ। ଭାଷାରେ ବର୍ଣ୍ଣନା ଏକ ପ୍ରକାର ଅସମ୍ଭବ।

publive-image

କେମିତି ଯିବେ

ଫୁଲବାଣୀରୁ ଏହା ମାତ୍ର ୧୫ କିମି ଦୂର ଏବଂ ରାଜଧାନୀ ଭୁବନେଶ୍ୱରରୁ ୨୧୦ କିମି ଦୂର। ଆପଣ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍, ଟ୍ରେନ୍‌ କିମ୍ବା ଘରୋଇ ଟ୍ୟାକ୍ସିରେ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଯାଇପାରିବେ।

publive-image

ଫୁଲବାଣୀରେ ରାତ୍ରୀଯାପନ ପାଇଁ ଛୋଟ ଛୋଟ ହୋଟେଲର ବ୍ୟବସ୍ଥା ମଧ୍ୟ ରହିଛି। ସଠାରେ ରହି ପୁତୁଡି ଜଳପ୍ରପାତ ବୁଲିବାର ମଜା ଉଠାଇ ପାରିବେ।

ତେବେ ଡେରି ନ କରି ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି  ଥରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ବୁଲି ଆସନ୍ତୁ !